Rahmirekha Rout

Abstract

3  

Rahmirekha Rout

Abstract

ଅତୀତ ର ମୃତ୍ୟୁ

ଅତୀତ ର ମୃତ୍ୟୁ

2 mins
127


ରାତି ପ୍ରାୟ ୧ ଟା ବାଜି ୩୭ ମିନିଟ୍ ପାଖାପାଖି ହେବ। ସମସ୍ତେ ପ୍ରାୟ ଶୋଇପଡ଼ିଲେଣି।ଶୋଇବାକୁ ଶତ ଚେଷ୍ଟା କରି ମଧ୍ୟ ଶୋଇପାରୁ ନ ଥିଲି। ହଠାତ୍ ଆଖି ଖୋଲି ଦେଖେ ତ ସାମ୍ନା ରେ ତିନିଜଣ ମୋତେ ଦେଖି ହସୁଥିଲେ।କିଏ ଏମାନେ ଏମାନଙ୍କୁ ତ ମୁଁ କେବେ ଆଗରୁ କୋଉଠି ଦେଖିନାହିଁ।ଏମାନେ ମୋତେ ଦେଖି ହସୁଛନ୍ତି କଣ ପାଇଁ........?

 ମୁଁ କିଛି ପଚାରିବା ଆଗରୁ ସେମାନେ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ କରିଦେଇଥିଲେ......।

ରାତ୍ରିର ଅନ୍ଧକାର ଭିତରେ ମୁହଁ ଠିକ୍ ଭାବେ ଦେଖା ଯାଉନଥିଲେ ବି କଥାରୁ ଜଣା ପଡ଼ିଲା ଯେ ଜଣେ ମୋ ବିତିଯାଇଥିବା ଅତୀତ,ଯାହାକୁ ମୁଁ ବହୁତ୍ ପଛରେ ଛାଡି ଆସିଛି ଆଉ ଜଣେ ଏବେ ମୋ ସହ ଚାଲୁଥିବା ବର୍ତ୍ତମାନ ଆଉ ଜଣେ ହେଲା ଆଗକୁ କିଛି ନୂତନ ଆଶା ଓ ଭରସା ର ଭବିଷ୍ୟତ।

ହେଲେ ସେମାନେ ଏଇଠି କଣ କରୁଛନ୍ତି....?

କି କଥା ହେଉଛନ୍ତି....?

ବର୍ତ୍ତମାନ............

ବର୍ତ୍ତମାନ କହୁଛି ଅତୀତ କୁ ତୋର କୌଣସି ଅଧିକାର ନାହିଁ ମୋର ସୁନ୍ଦର ସମୟ କୁ ବର୍ବାଦ କରିବାକୁ।ତୁ ତୋ ନିଜ ସହ ଯାହା କଲୁ ମୋ ସହ ଏମିତି କଣ ପାଇଁ କରୁଛୁ। ମୁଁ ତୋର କଣ ଅସୁବିଧା କରିଛି କି.....? ତୁ ଯଦି ମୋ ସହ ଏମିତି ବାରମ୍ବାର କରୁ ମୁଁ ବି ବାଧ୍ୟ ହେବି ଭବିଷ୍ୟତ କୁ ଛାରଖାର କରିବା ପାଇଁ।ହେଲେ ମୋର ତୋ ପରି ସେ କଳଙ୍କ ର ଟୀକା ପିନ୍ଧିବାର ନାହିଁ କି ତୋ ପରି ପାଗଳ ପ୍ରାୟ ବିଳାପ କରିବାର ନାହିଁ।ମୋତେ ମୋ ନିଜ ସହ ସୁନ୍ଦର ଜୀବନ ଜିଇଁବାର ଅଛି।ନିଜେ ହସି ଭବିଷ୍ୟତ କୁ ହସେଇବାର ଅଛି।କିନ୍ତୁ ତୁ ମୋତେ ଯେ ବାଧ୍ୟ କରି ନିଜର ନିଜସ୍ୱ ହରାଇ ତୋ ପରି କରିବାକୁ ଲାଗିପଡିଛୁ.......


ଆରେ ଏତେ ସବୁ କି କଥା କହିଯାଉଛି ସେ ଅତୀତ କୁ......

ଅତୀତ...... ..............

ଅତୀତ ର ବି ଦୋଷ କଣ...! ସେ କଣ ଜାଣି ଜାଣି ତା ବର୍ତ୍ତମାନ କୁ କଷ୍ଟ ଦେବ କି........?

ବେଳେ ବେଳେ ନ ଚାହିଁକି ବି କାହିଁକି କେଜାଣି ମନେ ପଡ଼ିଯାଏ ବିତି ଯାଇଥିବା ସେ ପୁରୁଣା ସ୍ମୃତି ସବୁ। କେତେବେଳେ ସେ ହସେ ତ କେତେବେଳେ ସେ କାନ୍ଦେ।ସେ ନିଜେ ବି ଜାଣିପାରୁନି ତା ସହ କଣ ସବୁ ଘଟିଯାଇଛି।ଆଖି ଆଗରେ ଫଳ ଆଉ ପରିଣାମ କୁ ଦେଖି ନିଜକୁ ଧିକ୍କାର କରୁଛି।


ନା..........

ଆଉ ସହି ହେବନି ଏ ବିଦ୍ରୁପ। ବାସ୍ ଏବେ ଏସବୁ ରୁ ବାହାରିବାର ଗୋଟିଏ ଉପାୟ ହେଲା ଅତୀତ ର ମୃତ୍ୟୁ।

ହଁ ଠିକ୍ ଶୁଣିଲ ତୁମେ ଯଦି ମୃତ୍ୟୁ ଚିରନ୍ତନ ସତ୍ୟ ତେବେ ଅତୀତ ର ବି ମୃତ୍ୟୁ ସମ୍ଭବ।ଆଉ ମୁଁ ନିଜ ଇଚ୍ଛା ରେ ମୋ ଭାବନା ରେ ଅତୀତ କୁ ନିଜ ହାତରେ ହତ୍ୟା କରୁଛି।ସମୟ ପାଖରେ ମୋ ବର୍ତ୍ତମାନ ର ମୃତ୍ୟୁ କୁ ମୁଁ ଦେଖିପାରିବି ନାହିଁ। ସେଥିପାଇଁ ହତ୍ୟାକାରୀ ସାଜିବାକୁ ବି ମୁଁ ପ୍ରସ୍ତୁତ ଅଛି।


ନା କାହା ପ୍ରତି ଅଭିଯୋଗ ନା କିଛି ପାଇବାର ଅଭିଳାଷା ନା କିଛି ହରେଇଦେବାର ଭୟ ଅଛି। ବାସ୍ ଶେଷ ନିଃଶ୍ୱାସ ତ୍ୟାଗ କରିବା ପୂର୍ବରୁ ନିଜ ସହ କିଛି ସମୟ ଏକୁଟିଆ ସମୟ ବିତେଇବାକୁ ଚାହୁଁଛି।ଆଉ ବର୍ତ୍ତମାନ କୁ ତାର ସମସ୍ତ ଖୁସି ଆଉ ଅଧିକାର ଦେବାକୁ ଚାହୁଁଛି।

ଆଜିଠୁ ଏକ ନୂଆଁ ସକାଳ ର ଅପେକ୍ଷା ରେ..........


ଆରେ ଉଠେ ସକାଳ ହେଲାଣି....

ଏ ପିଲା ଟା କୁ କଣ କହିବୁ ଯେ ରାତି ରେ "ଚା" ଟା କୁ ନ ପିଇ ସେମିତି ରଖିଦେଇଛି।

ହଠାତ୍ ମା ଙ୍କ ଡାକ ରେ ଆଖି ଖୋଲି ଦେଖେତ ସେଇଠି କେହି ନାହାନ୍ତି ବାସ୍ କାନ୍ଥ ଘଣ୍ଟା ଟି ସେମିତି ରଖିଛି.....।


ଆରେ କଣ ସେଇଠି କାହାକୁ ଖୋଜୁଛୁ।ଚାଲେ ଦାନ୍ତ ଘଷି କଣ ଦି'ଟା ଖାଇବୁ 


Rate this content
Log in

Similar oriya story from Abstract