STORYMIRROR

Rahmirekha Rout

Abstract

3  

Rahmirekha Rout

Abstract

ବାପା ଙ୍କୁ ନେଇ ଛୋଟିଆ ଅନୁଭୂତି

ବାପା ଙ୍କୁ ନେଇ ଛୋଟିଆ ଅନୁଭୂତି

2 mins
179

କାନ୍ଥ ରେ ଟଙ୍ଗା ହୋଇଥିବା ବାପା ଙ୍କ ର ସେଇ ପୁରୁଣା କଳା ଧଳା ଫଟୋ ରେ ଥିବା ସେଇ ହସ ହସ ମୁହଁ ଆଉ ବର୍ତ୍ତମାନ ର ମୁହଁ ରେ ଅନେକ ତଫାତ୍।

ମୁଁ ତ କେବେ ବାପା ଙ୍କୁ ମନ ଖୋଲି ହସିବାର କେବେ ଦେଖିନାହିଁ। 

ସେ ହସନ୍ତିନି; ମାନେ ବହୁତ୍ କମ୍ ହସନ୍ତି।ତାଙ୍କର ଏ ହସ ନଥିବା ମୁହଁ ଟି ମୋତେ ଜମା ଭଲ ଲାଗେ ନାହିଁ। 

ବୋଉ କହୁଥିଲା ବାପା ମାନେ କେବେ ହସନ୍ତିନି।

ସତରେ କ'ଣ ବାପା ମାନେ କେବେ ହସନ୍ତିନି? 

ହେଲେ କ'ଣ ପାଇଁ ?

ମୋ ବାପା ନା ଦୁନିଆ ର ସବୁ ବାପା ମାନେ ହସନ୍ତିନି?

ହେଲେ ଟି.ଭି ରେ ତ ଅନେକ ଧାରାବାହିକ ଆଉ ଚଳଚ୍ଚିତ୍ର ରେ ବାପା ତାଙ୍କ ପିଲାମାନଙ୍କ ସହ ବସି ହସିବାର ଦେଖିଛି।

ବୋଉ କୁ ଏ ବିଷୟରେ ଥରେ ପଚାରିବାରୁ ସେ ହସି ଦେଇଥିଲା,ଆଉ କହିଲା ତୁ ଛୋଟ ପିଲା ଟିଏ ଦୁନିଆ ବିଷୟ ରେ କିଛି ଜାଣିନୁ। ବାପାଙ୍କ ର ଅନେକ ଦାୟିତ୍ଵ। ସବୁବେଳେ ଚିନ୍ତା ରେ ରହୁଛନ୍ତି। ପରିବାର ସମସ୍ତ ସଦସ୍ୟ ଙ୍କ କଥା ବୁଝୁଛନ୍ତି। 

ତାହେଲେ ବଡ ମାନେ କ'ଣ କେବେ ହସି ପାରିବେ ନାହିଁ ?ଯଦି ସେମିତି ହୁଏ ମୁଁ ତାହେଲେ କେବେ ବଡ଼ ହେବି ନାହିଁ।ହେଲେ ସ୍କୁଲ ରେ ଗୁରୁଜୀ,ଗୁରୁମା ପାଠ ପଢେଇଲା ବେଳେ ତ ହସନ୍ତି ଆମକୁ ବି ହସାନ୍ତି ସେମାନେ କ'ଣ ବଡ ହୋଇନାହାନ୍ତି ?ନା ବାପା ସେମାନଙ୍କ ଠାରୁ ବଡ଼ ?ଯଦି ଗୋଟେ ଛୋଟ ପିଲାଟିର ସୁନ୍ଦର ହସ ତାକୁ ଆହୁରି ସୁନ୍ଦର କରିଦେଉଛି। ତେବେ ବଡ଼ ଲୋକ ମାନେ ହସିଲେ ତାଙ୍କର ବ୍ୟକ୍ତିତ୍ଵ ତ ଆହୁରି ବଢନ୍ତା।ବାପା ତ ଘରେ ବହୁତ କମ୍ ସମୟ ରୁହନ୍ତି, ସକାଳୁ ଯାଇ ରାତି ରେ ଫେରନ୍ତି।ଘରେ ଥିଲାବେଳେ ମୋବାଇଲ୍ ଫୋନ୍ ରେ ଅଫିସ୍ ର କାର୍ଯ୍ୟସୂଚୀ ବିଷୟ ରେ କଥା ହୁଅନ୍ତି।ବୋଧ ହୁଏ ସେ ମୋବାଇଲ୍ ଯନ୍ତ୍ରଟା ବାପା ଙ୍କ ମୁହଁରୁ ହସ ଛଡେଇ ନେଇଛି। 

ଜେଜେମା କହୁଥିଲେ ବାପା ଛୋଟ ବେଳେ ମଜାଳିଆ ସ୍ଵଭାବ ର ଥିଲେ। ଖୁବ୍ ହସକୁରା ଛୋଟ ଛୋଟ କଥାରେ ହସିହସି ଗଡ଼ି ଯାଉଥିଲେ।ଠିକ୍ ମୋ ପରି।

ବୋଉ ମୋର ଦୁଷ୍ଟାମି ବିଷୟରେ ବାପା ଙ୍କୁ କହୁଥିଲା ବେଳେ ବାପା ହସିବାର ଅଭିନୟ କରନ୍ତି। ହେଲେ ସେ ହସ ରେ ତାଙ୍କର ଭାରାକ୍ରାନ୍ତ ବିଷାଦ ମନ ଟା ବେଶ୍ ଜଣା ପଡ଼େ। ସେ କ'ଣ ସେଥିରୁ କେବେ ମୁକୁଳି ପାରିବେ ନାହିଁ ?ମନ ଖୋଲି ଆଉ ହସିପାରିବେ ନାହିଁ ?ସେ ଫଟୋ ରେ ଥିଲା ଭଳି ହସ କଣ ଆଉ ଫେରିବ ନାହିଁ ?ସତରେ କ'ଣ ସବୁ ବାପା ମାନେ ଏମିତି ଗମ୍ଭୀର ନା କେବଳ ମୋ ବାପା ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract