Untitled
Untitled
ଅନୁ- ଅନୁରାଧା, ଅନୁରାଧା ରାୟ ମହାପାତ୍ର। ଉଚ୍ଚ ସମ୍ଭ୍ରାନ୍ତ ପରିବାରର। କପିଳବସ୍ତୁ ର ରାଜ ଐଶ୍ୱର୍ଯ୍ୟ ଯେମିତି ଦିନେ ରାଜକୁମାର ଗୌତମ ଙ୍କୁ ଆକୃଷ୍ଟ କରିପାରିନଥିଲା।ସେମିତି ରାୟ ମହାପାତ୍ର ବଂଶ ର ବୃଥା ଆଭିଯାତ୍ୟ ଅନୁରାଧା କୁ ଆକର୍ଷିତ କରିପାରିନଥିଲା।
ଅନୁରାଧା ଥିଲା ଭିନ୍ନ ଚରିତ୍ର ର। ବିଳାସ, ବ୍ୟସନ, ସମ୍ଭୋଗ, ପ୍ରାଚୁର୍ଯ୍ୟ ଠାରୁ ବହୁତଦୂରରେ ସେ।ପିଲାଟି ଦିନରୁ କୃଷ୍ଣଙ୍କ ପ୍ରେମ ରେ ବିଭୋର।ଟିଭି ପରଦାରେ ଝଲସି ଉଠୁଥିବା ପ୍ରେମ- ପ୍ରଣୟ,ବିରହ ବେଦନା ର କାହାଣୀ ପ୍ରତି ସେ ସଂପୂର୍ଣ୍ଣ ବିରୋଧୀ।ଦିନରାତି ସବୁବେଳେ ମୂରଲୀଧର ଙ୍କ ମୂର୍ତ୍ତି ଆଗରେ ସେମିତି ଅପଲୋକ ନୟନ ରେ ସେ ଘଣ୍ଟା ଘଣ୍ଟା ଧରି ବସି ରହିଥାଏ।ବିବାହ ଘର ସଂସାର ପ୍ରତି ଟିକେ ହେଲେ ବି ଆସକ୍ତି ନଥାଏ।
ଅନୁରାଧା ସୁନ୍ଦରୀ, ରୂପବତୀ, ଟୋଣାଟୋଣା ଆଖି, ତୀକ୍ଷ୍ଣନାସା, ଲମ୍ବାଘନ କଳା କେଶ, ରକ୍ତିମ ଅଧର, ଅନୁରାଧା ର ସୌନ୍ଦର୍ଯ୍ୟ,ରୂପଲାବଣ୍ୟ ପାଖରେ ଟିଭି ପରଦା ର ଅଭିନେତ୍ରୀ ମାନେ ବି ଫିକା ପଡ଼ିଯିବେ।
ସେଦିନ ଥାଏ ଜନ୍ମାଷ୍ଟମୀ।ଅଗୁରୁ ,ଚନ୍ଦନ ,ଝୁଣା,ଧୂପ ବାସ୍ନା ରେ ମହକି ଉଠୁ ଥାଏ ମନ୍ଦିର ପରିସର।କୃଷ୍ଣ ଙ୍କ ଅପୂର୍ବ ମନଲୋଭା ବେଶ।ମସ୍ତକ ରେ ମୟୂର ଚନ୍ଦ୍ରିକା।ପାଖରେ ପ୍ରାଣପ୍ରୀୟା ଶ୍ରୀରାଧା।କି ଅପୂର୍ବ, ଅନିନ୍ଦ୍ୟ ଯୁଗଳ ମୂର୍ତ୍ତି।
ଜନ୍ମାଷ୍ଟମୀ ଉପଲକ୍ଷେ ମନ୍ଦିର ପରିସର ରେ ଭକ୍ତି ସଙ୍ଗୀତ ର ଆୟୋଜନ ହୋଇଥାଏ।ଅନୁରାଧା ସାଙ୍ଗ ମାନଙ୍କ ସହ ମନ୍ଦିର କୁ ଯାଇଥାଏ। ହଠାତ୍ ନଜର ପଡେ ମନ୍ଦିର ପ୍ରାଙ୍ଗଣରେ ବସି କୃଷ୍ଣ ଆଉ ରାଧା ଙ୍କ ଅମ୍ଳାନ ବିରଳ ପ୍ରେମର ଅସରନ୍ତି କାହାଣୀ ସବୁ କୁ ବଖାଣୁ ଥିବା ସଂସାର ତ୍ୟାଗୀ, ନିର୍ଲିପ୍ତ, ନିରାସକ୍ତ ଯୁବ ଭକ୍ତ ଜଣଙ୍କ ଉପରେ।ଖୁବ୍ କମ୍ ବୟସ ରେ ଏତେ ଜ୍ଞାନ ଦେଖି ସମସ୍ତେ ଅଶ୍ଚଯ୍ୟ ଚକିତ।
ଏସବୁ ଦେଖି ଅନୁରାଧା ପଲଟିଯାଇଛି ପ୍ରେମମୟୀ ରାଧା ଆଉ ସେ ତରୁଣ ଭକ୍ତ ଜଣଙ୍କ ତାର ଗୋପୀ ମାନଙ୍କ ମନ ଚୋରି କରିଥିବା ଶ୍ରୀକୃଷ୍ଣ। ତା ଆଖି ଆଗରେ ମୁଠା ମୁଠା ସ୍ବପ୍ନ। ଧନ ସଂପତ୍ତି ତାର କିଛି ଦରକାର ନାହିଁ।ଏସବୁ କ୍ଷଣିକ ମାତ୍ର। ମାୟା ଜଗତ ରେ ବନ୍ଦୀ ହେବାର ତାର ନା କାମନା ନା ବାସନା ଅଛି।ଦିନ ତମାମ କୃଷ୍ଣ ଙ୍କ ପ୍ରେମରେ ବୁଡ଼ି ରହି ଶାନ୍ତି ରେ ଜୀବନ ବିତାଇବ।ମଣିଷ ଜୀବନ ର ସାର୍ଥକତା ଭୋଗ ରେ ନୁହେଁ ତ୍ୟାଗରେ ଲିପ୍ସା ରେ ନୁହେଁ ପ୍ରଦାନ ରେ ଉପଭୋଗ ରେ ନୁହେଁ ଉପଯୋଗ ରେ ଥାଏ। ଶାରୀରିକ ମିଳନ ନୁହେଁ ଆତ୍ମା ର ମିଳନ ହେବ। ହଠାତ୍ ସାଙ୍ଗ ସୀମା ର ଡାକରେ ସ୍ବପ୍ନ ଆଉ ବାସ୍ତବତା ଭିତରେ କେତେ ଯେ ଫରକ୍ ବୁଝିପାରିଲା ଅନୁରାଧା।
ଘରକୁ ଆସି ବାପା ଙ୍କୁ ମନ୍ଦିର ରେ ଦେଖିଥିବା ଭକ୍ତ ଜଣଙ୍କୁ ବିବାହ କରିବାର ଇଚ୍ଛା ପ୍ରକାଶ କଲା।ପ୍ରଭାକର ବାବୁ ଝିଅ ର କଥା ଶୁଣି ହତବାକ ହେଲେ। ତଥାପି ଝିଅ ର ଏକାନ୍ତ ଜିଦ୍ କୁ ରଖିବାକୁ ଯାଇ ଭକ୍ତ ଜଣଙ୍କ ପାଖରେ ଝିଅ ର ମନ କଥା କୁ ପ୍ରକାଶ କଲେ।ମନ ରେ ଅନେକ ପ୍ରଶ୍ନ..... ଭକ୍ତ ଜଣକ କେମିତି କଥା କୁ ଗ୍ରହଣ କରିବେ।
ଶେଷ ରେ ଭକ୍ତ ଜଣ ଙ୍କ ଅନୁମତି ରେ ବିବାହ ତିଥି ସ୍ଥିର ହେଲା।
ସବୁ ବାପା ଙ୍କ ପରି ପ୍ରଭାକର ବାବୁ ଙ୍କ ର ବି ଇଚ୍ଛା ଥିଲା ଝିଅ ବାହାଘର ଖୁବ୍ ଧୁମ୍ ଧାମ ରେ କରିବ।ଯେମିତି ଦଶ ଗାଁର ଲୋକେ ମନେ ରଖିବା।ସୁନା ଗହଣା ଜାନି ଯୌତକ ସବୁ ଦେଇ ଝିଅ କୁ ବିଦା କରିବ।ହେଲେ ଝିଅ ର ଜିଦ୍ ପାଖେ ପ୍ରଭାକର ବାବୁ ଙ୍କ ଇଚ୍ଛା ସବୁ ଇଚ୍ଛା ରେ ରହିଗଲା।
ମାଙ୍ଗଳିକ ମୁହୂର୍ତ୍ତ ରେ ରାଧାକୃଷ୍ଣ ଙ୍କ ସମ୍ମୁଖରେ ଦଶଦିଗପାଳ କୁ ସାକ୍ଷୀ ରଖି ବିବାହ କାର୍ଯ୍ୟ ସମାପନ ହେଲା। ଏକମାତ୍ର କନ୍ୟା କୁ ବିଦାୟ ଦେଲା ବେଳେ ପ୍ରଭାକର ବାବୁ ଙ୍କ ଆଖିରୁ ଲୁହ ବନ୍ଦ ହେଉନଥିଲା। ସତେ ଯେମିତି ତାଙ୍କ ଦୁଃଖ ରେ ଆକାଶ ଭାଙ୍ଗି ପଡୁଥିଲା।
ମନରେ ଅନେକ ଇଚ୍ଛା ଆଖିରେ ଅନେକ ସ୍ବପ୍ନ ନେଇ ଅନୁରାଧା ବାପା ଙ୍କ ଠାରୁ ବିଦାୟ ନେଇ ସ୍ବାମୀ ଙ୍କ ସହ ଆଶ୍ରମ କୁ ଯାତ୍ରା କଲା।
ଆଶ୍ରମ ରେ ଆଶ୍ରମ କନ୍ୟା ଙ୍କ ସହ ଚାରିଦିନ କଟିଗଲା।ନିଜ ମତାମତ ରେ ସେ ନିଜକୁ ଅନେକ ସୁଖୀ ଭାବୁଥିଲା।ବାପା ଙ୍କ ଆଧିପତ୍ୟ କୁ ତୁଚ୍ଛ ମଣୁ ଥିଲା।ଆଜି ବାସର ରାତି।ସବୁ କୁମାରୀ ଙ୍କ ଜୀବନ ର ବହୁ ପ୍ରତିକ୍ଷିତ ରାତି। ସଞ୍ଜ ନଇଁ ଆସିଲା।ଆଶ୍ରମ ଟା ଶଙ୍ଖ ଘଣ୍ଟି ଶବ୍ଦ ରେ ପ୍ରକମ୍ପିତ ହେଲା।କିଛି ସମୟ ପରେ ଆଶ୍ରମ କନ୍ୟା ମାନେ ଅନୁରାଧା କୁ ଫୁଲ ଚନ୍ଦନ ରେ ସଜେଇ ଦେଲେ।।କିଛି ସମୟ ପରେ ଭକ୍ତ ଜଣଙ୍କ ଆସିଲେ ଆଉ ଅନୁରାଧା ର ହାତ ଧରି ଆଗକୁ ଚାଲିଲେ। କିଛି ବାଟ ଗଲା ପରେ ଏକ ଅନ୍ଧକାର ପୂର୍ଣ୍ଣ କୋଠରି ଭିତରେ ପହଞ୍ଚିଲେ।ଆଗରେ ଶକ୍ତି ସ୍ୱରୁପିଣୀ ମା କାଳୀ ଙ୍କ ର ପ୍ରତିମୂର୍ତ୍ତି।ରକ୍ତ ମନ୍ଦାର ରେ ସୁଶୋଭିତ ବେକରେ ଖପୁରିମାଳ, ଉର୍ଦ୍ଧ୍ଵତୋଳିତ ହାତରେ ଖର୍ପର ଧରି ଚଣ୍ଡୀଚାମୁଣ୍ଡାଙ୍କ ଗହଣରେ ଗୋଟିଏ ପାଦ ପ୍ରଭୁ ଶିବଙ୍କ ଛାତିରେ ପକାଇ ପାଟିରୁ ବାହାରି ଆସିଥିବା ଲାଲ୍ ଟହଟହ ପ୍ରଲମ୍ବିତ ଜିହ୍ଵାକୁ କାମୁଡି ଧରିଥିବା ମା ଙ୍କ ପ୍ରତିମା। ପ୍ରବଳ ପ୍ରତାପୀ ଚଣ୍ଡ ମୁଣ୍ଡକୁ ବଦ୍ଧ କରି ବିନାଶ କରିବା ପରେ ସମସ୍ତ ରାକ୍ଷସ କୁଳକୁ ଧ୍ଵଂସ କରି ସାରିବା ବେଳକୁ ମା’ ମହାକାଳୀ ଏପରି ପ୍ରଚଣ୍ଡ ଓ କ୍ଷିପ୍ର ଗତିଶୀଳା ହୋଇଯାଇଥିଲେ ଯେ ସେ ଦେବତାମାନଙ୍କୁ ମଧ୍ୟ ସଂହାର କରିବା ଆରମ୍ଭ କରି ଦେଇଥିଲେ। ମା’ଙ୍କର ସେହି ପ୍ରଚଣ୍ଡ ଗତିକୁ ଅଟକାଇଥିଲେ ଭଗବାନ ଶିବ।ଧୂପ କସ୍ତୁରୀ ବାସ୍ନା ରେ ମହକୀ ଉଠୁଛି ସମ୍ପୂର୍ଣ୍ଣ କଠୋରୀ ଟି। ମନେ ମନେ ଅନେକ ପ୍ରଶଂସା କରୁଥିଲା ତାର ଇହକାଳ ପରକାଳ ର ଦେବତା କୁ ଆଉ ନିଜକୁ ଧନ୍ୟ ମନେ କରୁଥିଲା।
ଭକ୍ତ ଜଣ ଙ୍କ କୋଠରୀ ରେ ବିଶ୍ରାମ ନେଉଥିବା ତାଙ୍କ ଗୁରୁ ଙ୍କ ସହ ଅନୁରାଧା ର ପରିଚୟ କରାଇଦେଲେ। ଶତ ଚେଷ୍ଟା କରି ମଧ୍ୟ କୋଠରୀ ର ଅନ୍ଧକାର କୁ ଦୂର କରିପାରିନଥିଲା ମା ଙ୍କ ପାଖେ ଜଳୁଥିବା ଛୋଟ ପ୍ରଦୀପ ଟି।ସନ୍ୟାସୀ ହେଉଛନ୍ତି ସିଦ୍ଧ ସାଧକ। ତ୍ରିକାଳଦର୍ଶୀ। ତାଙ୍କ ଆଶୀର୍ବାଦ ରେ ମଣିଷ ଜୀବନ ର ସବୁ ବିପଦ ଦୂର ହେଇଯାଏ।ଜୀବନ ସୁଖ ରେ କଟେ।ଅନେକ ଲୋକ ଙ୍କ ଦୁଃଖ କୁ ଦୂର କରିଛନ୍ତି।ସେ ହିଁ କୃଷ୍ଣ ,ରାମ, ପର୍ଶୁରାମ। ଅହଲ୍ୟା ଉଦ୍ଧାର କରିଛନ୍ତି। କୁବ୍ଜା କୁ ରୂପ ଦେଇଛନ୍ତି।ଆଜି ଆମ ବିବାହ ର ମିଳନ ର ପ୍ରଥମ ରାତି।ଜୀବନ ର ସାର୍ଥକତା ଭୋଗରେ ନଥାଏ ,ଥାଏ ତ୍ୟାଗ ରେ।ତେଣୁ ଆଜି ରାତି ରେ ଗୁରୁଙ୍କ ନିକଟ ରେ ନିଜକୁ ସମର୍ପଣ କରିଲେ ଆମ ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ହେବ।ଏତିକି କହି ସନ୍ୟାସୀ ଙ୍କୁ ପ୍ରଣାମ କରି ଭକ୍ତ ଜଣ ଙ୍କ ବିଦାୟ ନେଇ ଚାଲିଗଲେ।
କିଛି ସମୟ ନିରବ ନିଃଶବ୍ଦରେ କଟିଗଲା। ଭୟରେ ଥରୁ ଥାଏ ଅନୁରାଧା।ସନ୍ୟାସୀ ଜଣଙ୍କ ଆଖି ଖୋଲିଲେ। ମା ପାଖକୁ ଆସ। ଭୟ କରନି। ସ୍ଵାମୀ ତୁମର ଦିବ୍ୟ ପୁରୁଷ। ମୋ ଆଶୀର୍ବାଦ ସଦା ସର୍ବଦା ତା ଉପରେ ଅଛି।
ଏତିକି କହି ଅନୁରାଧା ର ହାତ ଧରି ନିଜ ପାଖେ ବସାଇଲେ।କ୍ରମେ କ୍ରମେ ଏକ ଜୀବନ୍ତ ଓକ୍ଟପାସ୍ ଯେମିତି ତାର ଅଷ୍ଟ ବାହୁ ମେଲାଇ ତାକୁ ଚାପି ଧରୁଛି।ଶତ ଚେଷ୍ଟା କରି ମଧ୍ୟ ତା କବଳ ରୁ ନିଜକୁ ରକ୍ଷା କରିପାରୁନି ଅନୁରାଧା।
ମୁଖ ମଣ୍ଡଳରେ ତୃପ୍ତି ର ସ୍ୱାକ୍ଷର। ପରମ ଆଶ୍ୱସ୍ତି ରେ ସନ୍ୟାସୀ ଙ୍କ ଘାର୍ମାକ୍ତ ଶରୀର। ଲଜ୍ୟା ଅପମାନ ପ୍ରଚୁର ଘୃଣା ରେ ଅନୁରାଧା ର ଶରୀର ଟା କମ୍ପି ଉଠୁଛି। ଏଇ କଣ ଦିନ ରାତି ଧରି ଭଗବାନ ଙ୍କୁ ଆରାଧନା କରିବାର ପରିଣାମ?
କିଛି ସମୟ ପରେ ଅଗ୍ନି କୁ ସାକ୍ଷୀ ରଖି ସବୁ ବିପଦ ରୁ ରକ୍ଷା କରିବା ପାଇଁ କଥା ଦେଇଥିବା ସ୍ବାମୀ ତାଙ୍କର ଆସିବେ। ଜୀବନ ର ସଂଜ୍ଞା ବଖାଣିବେ।ଧିକ ଏ ସନ୍ୟାସୀ କୁ,ଧିକ୍ ତା ସ୍ବାମୀତ୍ଵକୁ।
ଚାହିଁଲା ଅନୁରାଧା ମା ଙ୍କ ବିଗ୍ରହ କୁ।ଆଖି ଦି ଟା ଯେମିତି ଦପ୍ ଦପ୍ କରି ଜଳୁଛି।ଭିନ୍ନ ଭିନ୍ନ କାଳରେ ଜଗତଜନଙ୍କୁ ବିପଦରୁ ରକ୍ଷା କରିବା ପାଇଁ ସେ ଭିନ୍ନ ଭିନ୍ନ ରୂପ ଧାରଣ କରନ୍ତି। ଦୁର୍ଗମ ଓ ଦୁରାଚାରକୁ ବିନାଶ କରୁଥିବାରୁ ସେ ଦୁର୍ଗା ନାମରେ ବିଦିତ।ସେଇ ଏକା ଶକ୍ତି ହିଁ ଭୋଗର ଭବାନୀ,ପୌରୁଷରେ ଲକ୍ଷ୍ମୀ, ସମରେ ଦୁର୍ଗା ଏବଂ ଧ୍ୱଂସରେ କାଳୀ ସାଜନ୍ତି, ସୃଷ୍ଟି ସ୍ଥିତି ଏବଂ ବିଲୟ ପାଇଁ ମହାସରସ୍ୱତୀ, ମହାଲକ୍ଷ୍ମୀ ଏବଂ ମହାକାଳୀ ରୂପ ଧାରଣ କରନ୍ତି I କେତେ ବେଳେ ପ୍ରକୃତିର ପଞ୍ଚଧାରାରେ, ଶକ୍ତିର ଷଷ୍ଠ ରୁପରେ, ଅଷ୍ଟ ମାତୃକା, ନବଦୁର୍ଗା, ଦଶ ମହାବିଦ୍ୟା(କାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନାମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳା) ତ କେତେବେଳେ ଏକାବନ ଆଦିପୀଠରେ ବା ଚଉଷଠି ଯୋଗିନୀ ରୂପରେ ଏବଂ ଶତଶତ ଯୋଗିନୀ ରୂପରେ ପ୍ରତିଷ୍ଠିତ ହୋଇଛନ୍ତି I
ଅନୁରାଧା ର ଶରୀର ରେ ଶତ ସିଂହ ର ବଳ ସଞ୍ଚାରିତ ହେଲା।ମା ଙ୍କ ହାତ ରୁ ଝିଙ୍କି ଆଣିଲା ତ୍ରିଶୂଳ ଟା।ଆଖିରେ ପ୍ରଳୟ ର ବହ୍ନି। ପାପୀ ର ସଂହାର ନିମନ୍ତେ ଯେମିତି ସ୍ୱୟଂ ମା କାଳୀ ଯେମିତି ଧରା ପୃଷ୍ଟ କୁ ଓହ୍ଲେଇ ଆସିଛନ୍ତି।
କିଛି ସମୟ ପରେ ଭକ୍ତ ଜଣଙ୍କ ସେଇ କୋଠରୀ କୁ ଆସି ଅନୁରାଧା ର ଭୟଙ୍କର ଉଗ୍ର ମୂର୍ତ୍ତି ଦେଖି ହତବାକ୍ । ସନ୍ନ୍ୟାସୀ ଙ୍କ ରକ୍ତ ଜୁଡୁ ବୁଡୁ ନିଷ୍ପ୍ରାଣ ଶରୀରଟା ଚଟାଣ ରେ ପଡିଛି। ଆଉ ନିସ୍ତାର ନାହିଁ।କିଛି ସମୟ ପରେ ସେ ବି ଅନୁରାଧା ର କ୍ରୋଧର ଶିକାର ହେବ।କ୍ରମେ କ୍ରମେ ମା କାଳୀ ଙ୍କ ର ସେ ଚଣ୍ଡୀ ରୂପ ତାଙ୍କ ଆଗକୁ ମାଡି ଆସୁଛି।...................
