STORYMIRROR

Rahmirekha Rout

Inspirational

3  

Rahmirekha Rout

Inspirational

ନିଜ ସହ ସଂଘର୍ଷ

ନିଜ ସହ ସଂଘର୍ଷ

4 mins
168


"No matter how far we reach in life,

We should never forget where we came from"

ସାରା ବିଶ୍ବ ରେ ନିଜର କାୟା ବିସ୍ତାର କରି ଚାଲିଥାଏ ମହାମାରୀ କରୋନା।ସରକାରଙ୍କ ନିର୍ଦ୍ଦେଶ କ୍ରମେ ସବୁ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହୋଇଯାଇଥିଲା। ହଷ୍ଟେଲ ବି ଛୁଟି ହେଇଗଲା। ଦୀର୍ଘ ତିନି ବର୍ଷ ପରେ ଘରକୁ ଫେରୁଥିଲି।ଏତେଦିନ ପରେ ଘରକୁ ଆସି ଦେଖେ ତ ସବୁକିଛି ବଦଳି ଯାଇଛି। ଭଦ୍ରକ ରୁ ଧାମରା ବନ୍ଦର କୁ ପରିବହନ ର ସୁବିଧା ପାଇଁ ଆରମ୍ଭ ହୋଇଥିବା ପକ୍କା ସଡ଼କ ର କାମ lockdown ପାଇଁ ଅଧା ରହିଛି।କାହିଁ କେତେ ଦିନ ରୁ ଶାଖା ପ୍ରଶାଖା ମେଲାଇ ସମସ୍ତ ଙ୍କୁ ଶୀତଳ ଛାଇ ପ୍ରଦାନ କରୁଥିବା ରାସ୍ତା ପାଖ ବଡ଼ ବଡ଼ ଗଛ ସବୁ କାଟି ଦିଆ ଯାଇଛି।ଦୋକାନ ସବୁ କୁ ଅନ୍ୟ ସ୍ଥାନ କୁ ଉଠେଇ ଦିଆଯାଇଛି। ଚାରିପାଖ ପରିବେଶ ଯେମିତି ସବୁ ବଦଳି ଯାଇଛି।ଆମ ଘରର ରଙ୍ଗ ମଧ୍ୟ ବଦଳି ଯାଇଛି। ବଦଳୁଥିବା ପରିବେଶ ବଦଳୁଥିବା ମନୁଷ୍ୟର ଚିନ୍ତାଧାରା ମୋ ପାଇଁ କିଛି ନୂଆଁ ନ ଥିଲା।ବାସ୍ ଖାଲି ଆଖିକୁ ଯାହା ନୂଆଁ ଲାଗୁଥିଲା।

ସବୁକିଛି ତ ବଦଳି ଯାଇଥିଲା।ହେଲେ ବାପା (ଜେଜେ)ସକାଳୁ ଉଠି ନାଲି ଚା କପ୍ ସହ ଖବର କାଗଜ ପଢ଼ିବା,ବୋଉର (ଜେଜେ ମା) ଙ୍କ ର ସକାଳୁ ଉଠି ବାଡି ରେ ଲାଗିଥିବା କଲରା ଭେଣ୍ଡି ବାଇଗଣ ଗଛ ମୂଳେ ଘାସ ବାଛିବା ଠିକ୍ ପୂର୍ବ ପରି ଥିଲା।

ମାମା ର ସେଇ ଖାଇବା କଣ ରୋଷେଇ ହେବ। ଏମିତି ପ୍ରତିଦିନ ର କାର୍ଯ୍ୟ କିଛି ବି ବଦଳି ନ ଥିଲା।

ବଦଳି ଯାଇଥିଲି ମୁଁ।ମୋର ସକାଳ ଚା କପ୍ ରୁ ଆରମ୍ଭ ହେଉଥିଲା।Pogo,CN(କାର୍ଟୁନ୍ ଚ୍ୟାନେଲ) ବଦଳରେ Netflex ଅଧିକ ପସନ୍ଦ ଆସିଯାଇଥିଲା।ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ମୋ ନିଜ decession ମୁଁ ନିଜେ ନେବାକୁ ପସନ୍ଦ କରୁଥିଲି।କେତେବେଳେ ଉଠିବି,କେତେବେଳେ ଶୋଇବି, କେତେବେଳେ ଖାଇବି ସେ ସବୁ କଥା ମୋ ଇଚ୍ଛା ଅନୁସାରେ କରୁଥିଲି।

ହଷ୍ଟେଲ ରେ ଏକା ରହି ରହି ନିଜ ମନ ମୁତାବକ କାମ କରିବାର ଗୋଟେ ଅଭ୍ୟାସ ଯେ କେତେବେଳେ ଗୋଟେ ଖରାପ ଅଭ୍ୟାସ ରେ ପରିଣତ ହେଇଯାଇଥିଲା ମୁଁ ନିଜେ ବି ଜାଣି ପାରିନଥିଲି।

ମାମା ର ସକାଳ ୬ ଟା ରୁ ଉଠିବା ଠିକ୍ ସମୟ ରେ ଖାଇବା ଠିକ୍ ସମୟରେ ଶୋଇବା ମୋ ପକ୍ଷେ ଅସମ୍ଭବ ଥିଲା।

ଏମିତି ଧିରେ ଧିରେ ମୋ ସ୍ଵଭାବ ଆହୁରି ବଦଳିବାକୁ ଲାଗିଥିଲା।ପ୍ରତି କଥା ରେ ଝଗଡ଼ା ହେଉଥିଲା।ନିଜ ଘର ଟା ଆଉ ନିଜ ଘର ପରି ଲାଗୁନଥାଏ।

 ସେହି ସମୟରେ ମୁଁ ବେଶୀ ମୋ ହଷ୍ଟେଲ କୁ ମନେ ପକାଉଥିଲି।ମୁଁ ଆଉ ମୋ ରୁମ୍।ସେ ମୋ ହସ,ଦୁଃଖ ମୋ ଏକଲା ପଣ ସାଥୀ ଥିଲା।ମାମା ପରି ପ୍ରତି କଥା ରେ ବିରକ୍ତି ହେଉନଥିଲା।ବାସ୍ ଗୋଟେ ଅପେକ୍ଷା କେମିତି ଏ ମହାମାରୀ ଟା ଯିବ ଆଉ ମୁଁ କେମିତି ହଷ୍ଟେଲ କୁ ଯିବି ଯୋଉଠି ମୋତେ ଟିକେ ମୋ ନିଜ ସହ ଶାନ୍ତିରେ ସମୟ ବିତାଇବାକୁ ସମୟ ମିଳିବ।ହେଲେ ପ୍ରତିଦିନ ଟି.ଭି ଆଉ ଖବର କାଗଜ ରେ ମୃତ୍ୟୁ ର ତାଣ୍ଡବ ଦେଖି ଦେଖି ମୋ ଭିତରେ ଥିବା ଅପେକ୍ଷା ର ଧର୍ଯ୍ୟ ବି ସରିବାକୁ ବସିଲାଣି।

କରୋନା କବଳରୁ ମୁକ୍ତି ପାଇବା ପାଇଁ ସାରା ବିଶ୍ଵ ଲଢ଼ୁଥିବା ବେଳେ ମୁଁ ବି ମୋ ନିଜ ସହ ପ୍ରତିଦିନ ଲଢ଼ୁଥିଲି। ମୋର ଏଇ ବଦଳି ଯାଇଥିବା ସ୍ଵଭାବ ମୋ ଘର ଲୋକ ଏତେ ସହଜରେ ଗ୍ରହଣ କରିପାରୁ ନଥିଲେ। ସେମାନଙ୍କ ପାଖରେ ମୁଁ ଏବେ ବି ସେଇ ପାଞ୍ଚ ଛ ବର୍ଷ ର ଛୁଆ। ଧିରେ ଧିରେ ନ ଚାହିଁବି ବି ମୋ ନିଜ ଲୋକ ଙ୍କ ଠାରୁ ଦୂରେଇ ଯାଉଥିଲି। ଛୋଟ ବେଳୁ ହଷ୍ଟେଲ ରେ ରହି ସେମାନଙ୍କ ଠାରୁ ଦୂରରେ ରହି ଯେତିକି କଷ୍ଟ ହେଉନଥିଲା ଏବେ ପାଖରେ ରହି ମଧ୍ୟ ମୁଁ ଦୂରେଇ ଯାଉଛି।

ଦିନେ ମାମା କୁ କହିଲି

ମାମା ଏବେ ତ ହଷ୍ଟେଲ ସବୁ ବନ୍ଦ।ମୁଁ ଗୋଟେ ଭଡ଼ା ଘର ନେଇ ରହିଲେ କେମିତି ହେବ।ଏମିତି ରେ ତୁମେ ମାନେ ବି ଶାନ୍ତି ରେ ରହିବ ଆଉ ମୋ ପାଇଁ ଘରେ ଅଶାନ୍ତି ହେବ ନାହିଁ।

ମାମା କଣ କହିଲୁ !ସେଇଠି କ'ଣ ପାଇଁ ତୁ ଏକା ରହିବୁ।

ତୋତେ କଣ ଆମେ ବାହାରେ ଛାଡ଼ିଦେଲୁ ଯେ ତୁ ଆଉ କାହା କଥା ମାନିବାରେ ନାହୁଁ।ଯାହା ଇଚ୍ଛା କରିବୁ। ସେଇଠି ତୋତେ କେହି କହିବାକୁ ନାହାନ୍ତି।ଏତେ କଥା ନାହିଁ ବାସ୍ ଚୁପ୍ ଚାପ୍ ଘରେ ରହ ।ହଷ୍ଟେଲ ଖୋଲିଲେ ଯିବୁ।

ମାମା ତୁ ବୁଝୁନୁ କାହିଁକି

ହଁ ତୁ ସତ କଥା କହୁଛୁ ମୋତେ ସେଇଠି କେହି କହିବାକୁ ନାହାନ୍ତି।କିନ୍ତୁ ମୁଁ ଏଇଠି ରହି ତୁମ ମାନ ଙ୍କ ଠାରୁ ଦୁରେଇଯାଉଛି।

ତା ଠୁ ତୋ ଭଲ ମୁଁ ସେଇଠି ତୁମ ମାନ ଙ୍କ ଠାରୁ ଦୂରେଇ ରହି ବି

ତୁମ ମାନଙ୍କ ସହ ରହିବି।

ମାମା ତୁ ତୋ ଏବେ ବହୁତ୍ ବଡ଼ ବଡ଼ କଥା କହିଲୁଣି।

ମାମା ତୁ ଟିକେ ଭଲରେ ମୋ କଥା ବୁଝିବାକୁ ଚେଷ୍ଟା କରେ

ହେଲେ ମାମା ତ ରାଗରେ ମୋ କଥା କିଛି ବୁଝିପାରିଲା ନାହିଁ।


ମାମା ସମୟ ହେଲାଣି ତୋ ସହ ମୁଁ ଆଉ ଏ ବିଷୟ ରେ ଝଗଡ଼ା କରିପାରିବି ନାହିଁ।କଣ ଖାଇବୁ କହ ସେଇଆ ବନେଇଦେବି ନହେଲେ ତୋର ପୁଣି ଦୁନିଆ ଅସୁବିଧା ବାହାରିବ।

କଣ ନା ମାମା ସବୁବେଳେ ମୋ ଉପରେ ପାଟି କରୁଛି।ମୁଁ ଆଉ ଏ ଘରେ ରହିପାରିବିନି।ମୋତେ ଶାନ୍ତି ଟିକେ ଦରକାର।

ସମସ୍ତ ର ମାମା ହିଁ ଅସୁବିଧା କରୁଛି। ଏମାନେ କଣ ଟିକେ ଟିକେ ବଡ଼ ହେଇଗଲେ ଯେ

ବାସ୍ ନିଜକୁ ନିଜେ ବୁଝେଇଦେଲି। ଛାଡ଼ ଏବେ ତ ପୁଣି ପ୍ରତିଦିନ ମୋ ନିଜ ସହ ସଂଘର୍ଷ କରିବାକୁ ପଡ଼ିବ ।

 I had to fight to who I am with who I love the most


ଜୀବନ ରେ ଯେତେ ଆଗକୁ ଯାଓ ନା କାହିଁକି। ଯଦି ଆପଣା ର କେହି ପଛରେ ରହି ଯାଏ ।ତେବେ ବେଳେବେଳେ ଆମେ ଆଗକୁ ନ ଯାଇ ତାଙ୍କୁ ସାଥିରେ ନେଇ ଦି ପାଦ ଅଗକୁ ପକାଇବା ଜରୁରୀ।ତାଙ୍କୁ ପଛରେ ଛାଡି ଦେଇ ଆଗକୁ ଯିବା ଟା ଠିକ୍ ନୁହେଁ।

 ସେମାନେ ଆମକୁ ହାତ ଧରି ଚାଲିବା ଶିଖେଇଲେ। ନିଜେ କଷ୍ଟ ସହି ଆମକୁ ହସିବା ଶିଖେଇଲେ ।

ବୟସ ବଢିବା ସହ ସେମାନେ ଯଦି ଆମକୁ ନିଜଠୁ ଦୂରେଇ ନ ଦେଇ ଆଗକୁ ବଢିବାକୁ ଚାହୁଁଛନ୍ତି।ଆମେ ବି ତାଙ୍କୁ ପଛରେ ଛାଡି ନ ଦେଇ ତାଙ୍କ ସହ ଆଗକୁ ବଢ଼ିବା।



Rate this content
Log in

Similar oriya story from Inspirational