STORYMIRROR

Rahmirekha Rout

Others

2.0  

Rahmirekha Rout

Others

ମାନସୀ

ମାନସୀ

1 min
205

ସକାଳ ରୁ ସଂଜ ସଂଜରୁ ସକାଳ କେତେ ଦୁଃଖ ସହିଛି ସେ, କେତେ ଯନ୍ତ୍ରଣା ସହିଛି ସେ କେବଳ ମୋରି ପାଇଁ। ଋଷି ଗଲେ ହସେଇ ଦେଉଥିଲା, ଅବୁଝା ହେଲେ ବୁଝେଇ ଦେଉ ଥିଲା। ମୋ କାନ୍ଦ ରେ ତାର କାନ୍ଦ,ମୋ ହସ ରେ ତାର ହସ।ସବୁକିଛି ତାର ମୋର ଆଉ ମୋର ତାର। 

ସେ ମୋ ମନରେ ଥିଲା ବୋଲି ମୁଁ ତା ନାଁ ଦେଇଥିଲି ମାନସୀ

    

ଜୀବନରେ ଅନେକ ବଙ୍କା ସିଧା ରାସ୍ତାରେ ଆମେ ଦୁହେଁ 

ଚାଲିଛୁ। ମାନ ଅପମାନ ପାଇଛୁ। ଜୀବନର ପ୍ରତେକ ଟି ମୁହୂର୍ତ୍ତ ରେ ଆସୁଥିବା ବାଧା ବିଘ୍ନ କୁ ଏକାଠି ମିଶି ସାମ୍ନା କରିଛୁ। ଜୀବନରେ କେବେ ହାର ନ ମାନି ଆଗକୁ ବଢିଛୁ। ଆମ ସୁଖ ଆମର ଆମ ଦୁଃଖ ଆମର ।ଏମିତି ଆମେ ଖୁସିରେ ବଞ୍ଚିଛୁ।


ହେଲେ ଭାଗ୍ୟ ର ବିଡମ୍ବନା ଥିଲା କିଛି ଅଲଗା। ସମୟର

ସଇତାନି ଚକ ତଳେ ମୁଁ ଗଡ଼ି ଗଡ଼ି ଚାଲିଲି ଆଗକୁ ହେଲେ ସେ ଗଡ଼ି ଚାଲିଲା ପଛକୁ। କଥା ଥିଲା

ମୁଁ ଡାକେ କି ନ ଡାକେ ସେ ଡାକିବ

ମୁଁ କୁହେ କି ନ କୁହେ ସେ କହିବ

ନା ମୁଁ ଡାକିଲି ନା ସେ ଡାକିଲା

ନା ମୁଁ କହିଲି ନା ସେ କହିଲା

ବାସ୍ ଅଧା ବାଟରେ ମୋ ହାତ ଛାଡ଼ି ଚାଲିଗଲା

 

ସଂସାର ର ନିୟମ ପାଳନ କରି ମୁଁ ଜନ୍ମ ଜନ୍ମ ଘୂରି ବୁଲିଲି

ବହୁତ ଖୋଜିଛି ବହୁତ୍ କାନ୍ଦିଛି ବହୁତ ଡାକିଛି

ଅଭିମାନ ବି କରିଛି

ପାଇବାର ଖୁସି ଆଉ ହରେଇବାର ଦୁଃଖ କେତେ ଯେ ଭୟଙ୍କର ସେ କଥା ମୁଁ ଜାଣିନଥିଲି।

ବହୁ ପ୍ରତିକ୍ଷିତ ପରେ 

ଶେଷରେ ସାତ ଜନ୍ମ ର ଶେଷ ପ୍ରହର ରେ ମୋର ମାନସୀ ସହ ଦେଖା ହେଲା

ଠିକ୍ ସେଇ ରୂପ,ସେଇ ବର୍ଣ୍ଣ , ଏକା ପରି ଯେମିତି ଆଗରୁ ଥିଲା ସେମିତି ।   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍