STORYMIRROR

Kumar Mrutyunjay

Comedy Drama Others

3  

Kumar Mrutyunjay

Comedy Drama Others

ଖୁସିର ଗପ

ଖୁସିର ଗପ

4 mins
248

ରବିବାରୀୟ ଅପରାହ୍ନ, ଟି ପୋଏ ଉପରେ ଚା' କପଟି ଥଣ୍ଡା ହେବାକୁ ଯାଉଥାଏ । ୨ ଥର କହିସାରିବା ପରେ ୩ଥର ବେଳକୁ ସୁଡୁକେ ଚା' ପିଉ ପିଉ ଗମ୍ଭୀର କଣ୍ଠରେ ପତ୍ନୀ ବୀଣା ଦେବୀ କହିଲେ, "ଦେଖ! ମୁଁ ଆଉ ଗରମ କରି ଆଣିପାରିବିନି କହିଦେଉଛି, ତେଣିକି ତମେ ପିଅ କି ନ ପିଅ! ହଇହୋ, ଶୁଭୁଚି ନା ନାହିଁ!?" 


ରବିବାର ସମ୍ବାଦପତ୍ରର ସାପ୍ତାହିକ ପୃଷ୍ଠାକୁ ଅନବରତ ପିଇ ଯାଉଥିବା ଶତପଥୀ ବାବୁ ଏଥର ପତ୍ନୀଙ୍କ ଆଡକୁ ବାଙ୍କ ଚାହାଣୀ ଦେଇ କାଗଜକୁ ଆଡେଇ ଧରିଲେ। କାହିଁକି କେଜାଣି ଏପରି ପ୍ରତୀତ ହେଉଥିଲା କିଛି ଏକ ଗଭୀର ଚିନ୍ତାରେ ମଗ୍ନ ଥିବା ଭଳି! 


ବାବୁଙ୍କ ଏମିତି ମୁଖ ଦେଖି ବୀଣା ଦେବୀ ଟିକେ ଭୀତି ଭରା ଗଳାରେ ପୁଣି ପଚାରିଲେ, "ତମ ଦେହ ଭଲ ଅଛି ତ!" ।


"ଆରେ ନାଇଁ ନାଇଁ! ଦେହ ସମ୍ପୂର୍ଣ୍ଣ ସୁସ୍ଥ ହେଲେ ମନଟା ଖଟା ହେଇଗଲା" , ଶତପଥୀ ବାବୁଙ୍କ ଉତ୍ତର।


ପତ୍ନୀଙ୍କ ଅପରପକ୍ଷ ପ୍ରଶ୍ନ ନ ଆସୁଣୁ ବାବୁ କହିଲେ, "ଆଜିକାଲି ଗଳ୍ପର ଆଉ କିଛି ମାଦକତା ରହୁନାହିଁ, ସେଇ ହାତଗଣତି କେତେଟା ଧାରାକୁ ଛାଡିଦେଲେ ଅନ୍ୟ ଗପ କାହିଁ ଆଉ ଆସୁନାହିଁ, ସବୁଠି ସେଇ ପାରିବାରିକ ଶାଶୁ ବୋହୁ ଡ୍ରାମା ନହେଲେ ବାପ ପୁଅ ଇମସୋନାଲ ସୀନ"।


"ଉଁ! (ଟିକେ ଈଷତ କୋପ ଦେଖାଇ) ଯାହା ପାଠକୀୟ ସ୍ୱୀକୃତି ପାଇବ ଗାଳ୍ପିକ ସେଇ ଗଳ୍ପ ଲେଖିବେ ନା! ଯୁଗ ସମୟ ତାଳ ଦେଇ ଗପର ଧାରା ବି ବଦଳୁଛି"।


"ଓହୋ!ମୁଁ କଣ ମନା କଲି ବୀଣା, ହେଲେ ଖୁସିର ଗପ କାହିଁ! ହାସ୍ୟ ରସାତ୍ମକ ଗପ" .. 


ହଇହୋ, ତମେ ଲେଖୁନା , ହାସ୍ୟ ରସାତ୍ମକ ଗପ...


(ଏହି କଥୋପକଥନ ଭିତରେ ଦୁହିଁଙ୍କ ଚା ପିଆ ସମାପ୍ତ)


×××××


ଏତିକି ବେଳେ ପାଖ ଷ୍ଟୁଲ ଉପରେ ଥିବା ଲ୍ୟାଣ୍ଡ ଫୋନଟା ଆବାଜ଼ ଦେଲା, ଶତପଥୀ ବାବୁ ଉଠିଯାଉ ଯାଉ କହିଲେ ଯା' ହେଉ ଆଜି ୟେ ଟିକେ ପାଟି ଫିଟେଇଛି ନହେଲେ ସେଇ ମୋବାଇଲ ଆସିବା ଦିନରୁ ୟା'କୁ କିଏ ପଚାରେ!


ରିସିଭର ଉଠାଇ ,"ହ୍ୟାଲୋ!" 


ହଁ! ମୁଁ କହୁଛି , ହେଲେ ଆପଣ!


ଆରେ ସଞ୍ଜୟ! କେତେ ଦିନ ପରେ! 

ତୁ ବାଲେଶ୍ୱରରେ ଅଛୁ!

ହଉ ଆ ଆ....


ଶୁଣିଲ ବୀଣା, ସଞ୍ଜୟ ଆସୁଛି..


ଦୀର୍ଘ ୧୫ବର୍ଷ ପରେ ମୋ ସାଙ୍ଗ ସହ ଦେଖା ହେବ । ତମର ମନେ ଅଛି ନା ଫୁକୁଲୁ ବ୍ରତ ଘରକୁ ଯାହା ଦେଖା ସାକ୍ଷାତ ହେଇଥିଲା । କର୍ମମୟ ଜୀବନରେ ଘାଣ୍ଟି ସନ୍ତୁଳି ହେଇ ଆଉ ସମୟ ମିଳିନି।


ହଁ ବାବା ହଁ! ସଞ୍ଜୟ ବାବୁ, ତାଙ୍କୁ କିଏ ଭୁଲି ପାରିବ! କି ଖୁସି ମିଯାଜ୍ ଲୋକ, ତାଙ୍କ ପାଖେ ବସିଲେ ଶବ ବି ହସି ହସି ଉଠି ପଡ଼ିବ। 


ଆରେ ବାଃ! ମୋ ଧର୍ମପତ୍ନୀଙ୍କର ବୟସ ସିନା ବଢିଛି ହେଲେ ସ୍ମରଣ ଶକ୍ତି କମିନି ହୋ! 


କଣ ହେଲା! ତମ ନିଶ ଦାଢ଼ି ପାଚିଲାଣି ବୋଲି.. କହିଦେଉଛି କେବେ ମୋତେ ମୋ ବୟସ କଥା କହିବନି।।


××××××


ଆ ଆ, ବ, ..

ବୀଣା ଦେଖିଲ, ସଞ୍ଜୟ ଆସିଲାଣି ଚା' ପାଣି ବ୍ୟବସ୍ଥା କର।


ହଁ ଆସୁଛି ଆସୁଛି, ସଞ୍ଜୟ ବାବୁଙ୍କୁ ବସାଅ।


ଭଲ ମନ୍ଦ ସୁଖଦୁଃଖର କଥାବାର୍ତା ହେଉ ହେଉ ବୀଣା ଦେବୀ ଚା ଜଳଖିଆ ଧରି ହାଜ଼ର। 


ନମସ୍କାର ସଞ୍ଜୟ ବାବୁ ଭଲ ଲୋକ ହୋ ତମେ ବାବୁଆଣିଙ୍କୁ ନ ଆଣି ଏକା ଏକା ।


ବାବୁଆଣି ନଥିଲେ ହୋ, ମୋ ଶଶୁରାଳୟକୁ ଗମନ କରିଛନ୍ତି ସେଠାରେ ରହଣି କିଛି ଦିନ ସେଥିପାଇଁ ଆମେ ମଧ୍ୟ ଟିକେ ଫାଙ୍କା ଆଉ ଭାବିଲି ସାଙ୍ଗଘର ଆଡେ ମୁହଁ ମାରିଦେବା । ବାବୁଆଣି ନାହିଁ ବୋଲି ନିଜ ହାତର ସେଇ ଖତ ରନ୍ଧା ଖାଉଛି ବାହାର ଖାଇବା ବାରଣ ହୋଇଛି ତେଣୁ ଆମ ଭାଉଜଙ୍କ ହାତରନ୍ଧା ଖାଇବାକୁ ଆସିଗଲି। 


ହା ହା ହା ହାସ୍ୟରୋଳ....


"ବୁଝିଲୁ ନା ସଞ୍ଜୟ ତୋ'ର ସେଇ ପିଲାଳିଆମୀ ଗଲାନି" , ଶତପଥୀ ବାବୁ ହସି ହସି କହିଲେ।


"କଣ କହୁଚୁ ତୁ! ତୋର ସିନା ନିଶ ଦାଢ଼ି ପାଚି ଗଲାଣି ହେଲେ ଆମେ ଆଜି ବି ତାଜା ଅଛୁ ମ! ତୁ ସିନା ବୁଢା," ସଞ୍ଜୟ ବାବୁ..


ହା ହା ହା .. ପୁନଶ୍ଚ ହାସ୍ୟରୋଳ। 


"ଠିକ ଠିକ , ମୁଁ ଏବେ ସେଇକଥା କହୁଥିଲି", ବୀଣା ଦେବୀ..


What a coincidence! Exact same wordings! ତମେ ମାନେ ମୋ ପଛରେ ଆଉ ସ୍କ୍ରିପ୍ଟ ଲେଖି ଦେଇନ ତ! ସଞ୍ଜୟ ବାବୁ..


ହା ହା ହା ପୁଣି ହାସ୍ୟରୋଳ...


କଣ କିରେ ଖରା ନାହିଁ ତରା ନାହିଁ ଟୋପିଟା କାହିଁକି ପିନ୍ଧିଚୁ?" ଶତପଥୀ ବାବୁଙ୍କ ସଞ୍ଜୟ ବାବୁଙ୍କୁ ପ୍ରଶ୍ନ ।


ନାଇଁ ମାନେ! ବୟସ ସିନା ହେଇନି ହେଲେ ବୟସ ଆଗରୁ ଚୁଟି ମାନେ ଝଡିଗଲେ, ହସି ହସି ସଞ୍ଜୟ ବାବୁଙ୍କ ଉତ୍ତର ।


ଆରେ ଯା! ସବୁ ସରିଗଲା, ଆଉ ୟେ ଚନ୍ଦା ମୁଣ୍ଡ ଲୁଚେଇବାକୁ ଟୋପିର ସାହାରା, ହସି ହସି ଶତପଥୀ ବାବୁ ।


ହା ହା ହା, ହମ ଅଭି ଭି ଯବାନ ହେ! ମଗର ଵାଲୋଂ ନେ ସାଥ ଛୋଡ ଦିୟା..... ସଞ୍ଜୟ ବାବୁ ।


ହା ହା ହା ପୁନଶ୍ଚ ହାସ୍ୟରୋଳ ।


×××××


ଏତିକି ଭିତରେ ବିତିଯାଇଥାଏ ଘଣ୍ଟାଟେ ୟେ ସମୟ ବି ନା କେତେ ବିଚିତ୍ର ଦୁଃଖ ବେଳେ ସରେନି ଆଉ ସୁଖ ବେଳେ!! 


ହଉ ଆଜି ରହିଯା ଆମ ବସାରେ ରାତି ସାରା ଖଟି କରିବା ମିଶିକି, ଶତପଥୀ ବାବୁ ସଞ୍ଜୟ ବାବୁଙ୍କ ଉଦ୍ଦେଶ୍ୟରେ ।


ନା ନା ସାଙ୍ଗ ଆଜି ନୁହେଁ ମୁଁ ଏବେ ଏଇ ସହରରେ ରହିବିରେ ଯେତେବେଳେ ଇଚ୍ଛା ସେତେବେଳେ ଆସିବି ହେଲେ ଆଜି ପାଇଁ ଥାଉ ।


ଅନେକ କହିବା ପରେ ମଧ୍ୟ କୌଣସି ଜରୁରୀ କାରଣରୁ ସଞ୍ଜୟ ବାବୁ ବିଦାୟ ନେଲେ ଫାଟକ ପାଖେ ଛାଡି ଆସିବା ପରେ ପତ୍ନୀଙ୍କୁ କହିଲେ ଓହୋ! ଅନେକ ଦିନ ପରେ ମନଖୋଲା ହସ ହସିଲେ ନା!


ହଁ ପରା, ହସି ହସି ମୋ ପାଟି ମେଲା ହେଇଗଲାଣି ପେଟ ଦରଜ କଲାଣି, ବୀଣା ଦେବୀ ।


ହା ହା ହା ତମର ଯୋଉ କଥା, ପୁନଶ୍ଚ ହାସ୍ୟରୋଳ ।


ଆରେ!! ତମେ କହୁଥିଲ ନା ମୋତେ ଅଲଗା କାଟେଗୋରୀର ଗପ ଲେଖିବାକୁ! ମିଳିଗଲା! ...ଶତପଥୀ ବାବୁ ଝଟ କରି ଟିଭି ଟେବୁଲ ତଳ ଥାକରୁ ଡାଇରୀ କଲମ ନେଇ ଆସିଲେ।


ଆରେ କଣ କିହୋ! ଏମିତି ହଠାତ କଣ ମିଳିଗଲା ତମକୁ! ତାକୁ ତମେ ଗପରେ ଲେଖିବ? ଟି ପୋଏ ସଫା କରୁ କରୁ ବୀଣା ଦେବୀ ପଚାରିଲେ।


"ବୁଝିଲ ବୀଣା, ଗପ ମାନେ ତ ଜୀବନର ଘଟଣାବଳୀ ଏଇ ହସ ଖୁସିର ମୁହୂର୍ତ୍ତ, ୟା'କୁ ଶବ୍ଦ ଚାତୁରୀରେ ସଜେଇ ଦେଲେ ହେଇଯିବ ଜୀବନର ଏକ ଅକୁହା ଗପ, ଯେଉଁ ଗପର ନାଁ ହେବ ଖୁସିର ଗପ" , ଶାନ୍ତ ଧୀର ସ୍ୱରରେ ଶତପଥୀ ବାବୁ କଲମ ଠିପି ଖୋଲୁ ଖୋଲୁ କହୁଥିଲେ। 


ଏପଟେ ବୀଣା ଦେବୀ, ଉଁ ଆଇଲେ, ଗାଳ୍ପିକ ରସରାଜ! ଧନ୍ୟ ଧନ୍ୟ ତମ ସାହିତ୍ୟ ପ୍ରେମ ଧନ୍ୟ ତୁମ ଗଳ୍ପ!! 


ପୁଣି ପତି ପତ୍ନୀଙ୍କ ଭିତରେ ଖେଳିଗଲା ଅନନ୍ୟ ଏକ ହାସ୍ୟରୋଳ।


ହା ହା ହା .. ଏଇତ ଖୁସିର ଗପ ବୀଣା, ତମେ ବୁଝିବନି ।



Rate this content
Log in

Similar oriya story from Comedy