Kumar Mrutyunjay

Drama Others

3  

Kumar Mrutyunjay

Drama Others

ପହିଲି ମେଘ

ପହିଲି ମେଘ

2 mins
56



ଅପରାହ୍ନ ଚାରିଟାରେ ଦପ୍ତରରୁ ଆସି ମମତା ଦେବୀ ଧୁଆଧୋଇ ହେଲେ ଓ ଅଭ୍ୟାସ ମୁତାବକ ଚା କପ ଟି ଧରି ସେଇ ଧରାବନ୍ଧା ଝରକା ପାଖରେ ବସିଲେ.କେଜାଣି କେଉଁ ମମତା ଲାଗିଛି ସେ ଜାଗାରେ,ସେଠି ନ ବସି ଚା ପିଇଲେ ଯେମିତି ଚା କଞ୍ଚାପାଣିଆ ଲାଗେ. 


ବେସ ମାସେ ପାଖାପାଖି ହେବ ସେ ଲକ୍ଷ୍ୟ କରୁଛନ୍ତି ଝରକା ସେପାଖରାଧାଚୁଡ଼ା ଗଛ ଡାଳରେ କେତେ ଯତ୍ନରେ କାହିଁ କେଉଁଠୁକୁଟା କାଠି ଗୋଟେଇ ଆଣି ଘରଚଟିଆ ଟେ ବସା ବାନ୍ଧିଥିଲା ଓ ସମୟ ମୁତାବକ ଅଣ୍ଡା ଦେଇଥିଲା,ଶାବକ ବଡ ହେବା କ୍ଷଣି ତାଙ୍କୁ ଆହାର ଯୋଗେଇଲା ଡେଣା ମେଲେଇ ଉଡିବା ଶିଖେଇଲା.ପ୍ରଥମେ ସେ ଶାବକମାନେ କେତେଥର ଅସଫଳ ହୋଇଛନ୍ତି କିନ୍ତୁ ଘରଚଟିଆର ଧୈର୍ଯ୍ୟ ତାଙ୍କୁ ମନୋବଳ ଯୋଗାଇଥିଲା.ବିଫଳତା ଯେ ସଫଳତାର ମାନଦଣ୍ଡ ତାହା ଯେମିତି ନୀରବରେ ନିଜ କର୍ମ ମାଧ୍ୟମରେ ସେ ଶିଖାଇ ଦେଇଥିଲା ନିଜ ଶାବକ ମାନଙ୍କୁ. 


ହେଲେ ଆଜି ସେଇ ଶାବକ ମାନେ ଏତେ ପରିଣତ ହେଇଗଲେ ଯେ ଚେଁ ଚେଁ ଶବ୍ଦ କରି ପ୍ରଶସ୍ତ ଡେଣା ମେଲେଇ ସୁଦୂର ପ୍ରସାରି ନଭରେ ଉଡି ଉଡି କାହିଁ କେଉଁ ଅପହଞ୍ଚ ଇଲାକାରେ ପହଞ୍ଚିଗଲେ.ସବୁକିଛିକୁ ଟିକିନିଖ କରି ହୃଦୟଙ୍ଗମ କରୁଥିଲେ ମମତା ଦେବୀ.ଲକ୍ଷ୍ୟ କରୁଥିଲେ ଏକାକିନୀ ଘରଚଟିଆର କୋହ ଭରା ଚାହାଣି ଯେମିତି ଉର୍ଦ୍ଧକୁ ମଥା ଉଠାଇ ଈଶ୍ୱର ଙ୍କୁ ଗଭୀର ଅନ୍ତରରୁ କେବଳ ଗୋଟିଏ ପ୍ରଶ୍ନ କରୁଥାଏ କାହିଁକି ଏ ବିଚ୍ଛେଦ? 


ଧିରେଧିରେ ମମତା ଦେବୀ ଚାଲିଗଲେ ଭାବନାରାଇଜ ଭ୍ରମଣରେ,ଅକୁହା ବେଦନାର ଅସରନ୍ତି ସାଗର ଯେମିତି ଢେଉ ପରେ ଢେଉ ଯେମିତି ତାଙ୍କୁ ବୁଡାଇ ଦେଲା.ମନେ ପଡିଯାଉଥିଲା ପଚିଶ ବର୍ଷ ତଳର ହୃଦୟବିଦାରକ ବାସ୍ତବ କାହାଣୀ,ଯାହା ପାଇଁ ସେ ହୋଇଗଲେ ଶୂନ୍ୟ ସୀମନ୍ତିନୀ,ଜଗତ ଯେମିତି ଖାଁ ଖାଁ ଲାଗିଲା, ଆପଣା ପର ହୋଇଗଲେ ପର ବି ଆପଣା, ସ୍ୱାର୍ଥ ପାଇଁ କିଛି ପାଖେଇଆସିଲେ ଆଉ କିଛି ସ୍ୱାର୍ଥ ପାଇଁ ଦୂରେଇଗଲେ.ଏସବୁ ଯେତେ ବାଧି ନଥିଲା ଯେତେ ବାଧୁଥିଲା ଟାହି ଟାପରା ଆଉ ଦୋଷାରୋପ.


ସବୁ ଦୁଃଖ ଉଭେଇ ଯାଉଥିଲା ଗୋଟିଏ ହସରେ, ନିଜ ପୁଅର,ରତ୍ନଗର୍ଭରେ ସ୍ୱାମୀ ଙ୍କର ଛାଡି ଯାଇଥିବା ଶେଷ ସନ୍ତକକୁ ଦୃଢ଼ ଇଛାଶକ୍ତି ବଳରେ ସବୁ ନିନ୍ଦା ଅପବାଦକୁ ଖାତିର ନକରି ସବୁ ଅଭାବ ଅସୁବିଧାକୁ ମେଣ୍ଟେଇବା ପାଇଁ ଦିନରାତି ଏକ କରି ଦେଇଥିଲେ ଆଉ ଆଜି ବି କରି ଚାଲିଛନ୍ତି ଆଉ ଶେଷ ନିଶ୍ୱାସ ପର୍ଯ୍ୟନ୍ତ କରୁଥିବେ.ହେଲେ କେଇ ଦିନ ଆଉ ଚାକିରୀରହିଲା ଅବସର ପରେ ନିସଙ୍ଗ ପୁଣି ସେଇ ଏକାକିନୀ ଜୀବନ ଏହା ହିଁ ଚିନ୍ତାର କାରଣ. 


ପୁଅକୁ ସିନା ଡେଣା ଲଗେଇ ଛାଡିଦେଲେ,ହେଲେ ସୁଦୂର ଆମେରିକାରେ ସେ ଏତେ ଖୁସି ଯେ ଦୁଇ ବର୍ଷ ହେବ ଆସିନାହିଁ,ଆସିବ କି ନାହିଁ ବି ଜଣା ନାହିଁ, ବ୍ୟସ୍ତ ଜୀବନ ଏମିତି ଅନେକ ଅନେକ ବାହାନା.କେବଳ ମୋବଇଲ ଫୋନ ହିଁ ଯୋଗାଯୋଗର ମାଧ୍ୟମ.ପିଲା ମାନଙ୍କର ଖୁସିରେ ହିଁ ଅସଲ ଖୁସି ବୋଲି ମମତା ଦେବୀ ସଭିଙ୍କ ଆଗରେକୁହନ୍ତି, ହେଲେ ସେ କଣ ସତରେ ଖୁସି,ଏହା ଏକ ବଡ ପ୍ରଶ୍ନବାଚୀ. 


ସବୁକିଛି ଯେମିତି ତାଙ୍କୁ ଅବଶ କରିଦେଉଥିଲା,କାହିଁ କେତେ ଦିନରୁ ବର୍ଷା ଠୋପେ ହେଇନି, ନିଦାଘ ଗ୍ରୀଷ୍ମରେ ଭୂଇଁ ଟାଙ୍ଗରା ହେଲାଣି ଆଉ ଟାଙ୍ଗରା ଭୂଇଁ ଭଳି ତାଙ୍କ ଶରୀର ବି ସହି ସହି ପଥର ହେଲାଣି.ହେଲେ କରାଳ ଟାଙ୍ଗରା ଭୂଇଁର ବିଭତ୍ସରୂପ ଆଉ ଭଗବାନ ସହି ନପାରି ପହିଲି ବର୍ଷାରେ ମେଦିନୀ ଫଟେଇ ଝରେଇଦେଲେ ନିମିଷକେ ଆଉ ସମାନ୍ତରାଳ ଭାବେ ଛାତିରେ ଜମାଟ କୋହ ସବୁ ତରଳି ପହିଲି ମେଘ ଭଳି ଝରିପଡିଲା ତାଙ୍କ ଦୁଇ ନୟନରୁ. 




Rate this content
Log in

Similar oriya story from Drama