STORYMIRROR

Subrat Kumar Nath

Fantasy

4  

Subrat Kumar Nath

Fantasy

ଖୁସି ର ସନ୍ଧାନ

ଖୁସି ର ସନ୍ଧାନ

1 min
639

ସେ ଦିବାର ପ୍ରାରମ୍ଭରୁ ସୂର୍ଯ୍ୟାସ୍ତ ପ୍ରାନ୍ତରେ ଅନୁସନ୍ଧାନର ଜାଲ ସତେ ଯେମିତି କିଛି ଅମୁଲ୍ୟ ଆଶାରେ ଚାହିଁ ବସିଥିଲା,ନୟନ ଯୁଗଳ ପ୍ରୀତିର ପ୍ରତିକ୍ଷାରେ ଥିଲା କାରଣ କେହି ଜଣେ କହିଥିଲା ତାକୁ ଯେ ପ୍ରୀତିର ପ୍ରାରମ୍ଭରେ ହିଁ ଖୁସି ର ଉତ୍ପତ୍ତି। ପୁଣି ଆଉ କେହି ଜଣେ କହିଗଲା ଯେ ତୃପ୍ତି ସହ ସମସ୍କନ୍ଦ ସେ ଖୁସି ର ଆସର। ତାହା କେତେ ଦୂର ସତ୍ୟ ଆଜି ବିବେଚନା ରତ।


ସଅଳ କିରଣରେ ସୁକ୍ଷ୍ମ ପାଦରେ ଆଗେଇ ଚାଲିଥିଲି। କିଛି ପଥ ଅତିକ୍ରମ ପରେ ଏକ ବଗିଚାର ସୁନ୍ଦରତା ବିମୋହିତ କରିଥିଲା,ଅଜଣା ସୁଗନ୍ଧରେ ମନର ମନ୍ଦିର ପୁଲକିତ ହୋଇ ଉଠିଥିଲା। ସ୍ମିତହାସ୍ୟ ତ ଥିଲା ଅନ୍ତରେ କିନ୍ତୁ ଖୁସି ର ସନ୍ଧାନରେ ପୂର୍ଣ୍ଣଛେଦ ପଡି ନଥିଲା। ବେଳେକେ ପୁଣି ଅଜଣା ଲକ୍ଷ ସାଧିବାକୁ ଆଗେଇ ଚାଲିଲି।


ଗ୍ରୀଷ୍ମ ପ୍ରବାହ ଯେ ଅତି ନିଷ୍ଠୁର ଶୋଷ ବଢ଼ାଉଥିଲା,ପାଦ କମ୍ପୁଥିଲା। ଏକ ପଦର ଅଗ୍ରଗତି ଅନିଶ୍ଚିତ ଥିଲା। ଗଳା ଶୁଖି ଯାଉଥିଲା,ସତେ ଯେମିତି କାହିଁ ଅନାଦି କାଳରୁ ବୁନ୍ଦାଏ ଅମୃତ ରୂପୀ ଜଳକୁ ଚାହିଁ ବସିଥିଲା,ତୃପ୍ତିର ବ୍ୟାଖ୍ୟାତ ଆଗରେ ଥିବା କୂଅର ସୁମଧୂର ଜଳରୁ ମିଳିଲା। ହେଲେ ଖୁସି ତ ଏଯାଏଁ ଅସ୍ପଷ୍ଟ ଥିଲା,କାହିଁ କେ ଜାଣି କେତେ କାକର ସହ ବନ୍ଧୁ ବାନ୍ଧିଥିଲା।


    ଘନ ଅନ୍ଧକାରରେ ପାଦ ଯାଇ ପହଞ୍ଚିଲା ଏକ ଶାନ୍ତପୂର୍ଣ୍ଣ ଆଶ୍ରମର ଦ୍ୱାରରେ,କିଛି ସନ୍ୟାସୀ ଆସି ପାଛୋଟି ନେଇଥିଲେ ମୋତେ। ଦୀର୍ଘ ଷୋଡ଼ ଦିବସ ଦିନଚର୍ଯ୍ୟା ପରେ ଜ୍ଞାତ ହୋଇଥିଲା ଯେ ଉଲ୍ଲାସ କୌଣସି ଖୁସି ନୁହଁ,ନା କୌଣସି ପ୍ରୀତି ଅବା ତୃପ୍ତିକୁ ଖୁସି କୁହା ଯାଇପାରେ। " ଏହା ଏକ ଚିରନ୍ତନ ସତ୍ୟ ଯାହା ବୈକୁଣ୍ଠ ରେ ସ୍ଥିତ " ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy