ବିଡମ୍ବନା
ବିଡମ୍ବନା
ରାତ୍ରି ପ୍ରାୟ ସାଢ଼େ ଦୁଇଟା, ରେଳଗାଡି ର ପ୍ରଚଣ୍ଡ ଲୋମହର୍ଷକାରୀ ଶବ୍ଦ କାନ କୁ ଯେମିତି ଫଟେଇ ଦେଉଥାଏ। ଏମିତିରେ ଅବା କେତେ ସମୟ ନିଦ ହେବ!। ତଥାପି ଶୋଇବାକୁ ଚେଷ୍ଟା କରିଥିଲି,ହେଲେ ମୋବାଇଲ ର ଭାଇବ୍ରେସନ ଶୁଣି ଆଖିରୁ ନିଦ କେଉଁଆଡ଼େ ହଟାତ ଚାଲିଯାଇଥିଲା।
ଆରେ ତା ସହ କଥା ହେଉ ହେଉ କେତେବେଳେ ସୋଇପଡିଛି ଜାଣିନାହିଁ। ବୋଧୂଏ 30 missed call । ପାଣି ଗୋଟିଏ ଗ୍ଲାସ ପୀଇସାରିବା ପରେ ତାକୁ ଫୋନ କଲି।
"ରୁଚି" , ମୋର ପ୍ରେରଣା , ଭଲପାଇବା।
ସମ୍ପଦ ତୁ ଫୋନ କାହିଁକି receive କଲୁଣି ଯେ? ମୁଁ କେତେବେଳୁ ଟ୍ରାଏ କରୁଛି....ରୁଚି କହିଲା ଫୋନ ଉଠେଇବା ପରେ।
ଆରେ ଆଖି ଲାଗିଯାଇଥିଲା କେତେବେଳେ ଜାଣିପାରିଲି ନାହିଁ ..ମୁଁ କହିଲି
କାଲି କଲେଜ ରେ କଥା ହେବା କହି ମୁଁ ସଙ୍ଗେ ସଙ୍ଗେ ଗଭୀର ନିଦ୍ରାରେ ଶଯ୍ୟାସାୟୀ ହୋଇଗଲି। ନିଦ ରେ ପୂର୍ଣ୍ଣଛେଦ ଯାଇ ସେବେ ପଡିଲା ଯେବେ ସେଇ ସଅଳ କିରଣ ଝରକା ର ଫାଙ୍କ ଦେଇ ମୁଖ ମଣ୍ଡଳରେ ଝଲସିବାକୁ ଲାଗିଲା।
ହେ ଭଗବାନ 9:15 ! ଆଜି ତ ପ୍ରୋଜେକ୍ଟ ସବମିଟ ଅଛି,ବିଳମ୍ବ ହୋଇଗଲାଣି ବହୁତ।
ସେଓ ଗୋଟିଏ ଖାଇ ଖାଇ ଚାଲୁଥାଏ ରାସ୍ତାରେ,ହଟାତ HORN ଶୁଣି ଚମକି ପଡିଲି। ଓଃ RUCHU ଥିଲା ସ୍କୁଟର ରେ।
ଆସେ ଜଲ୍ଦି ବସିପଡ଼ ଯିବା। ମୁଁ ପଛରେ ବସିଥାଏ,ସେ ଗାଡି ଚଲାଉଥାଏ। କିଛି ସମୟ ପରେ ଆମେ କଲେଜ ରେ ପହଞ୍ଚି ଯାଇଥିଲୁ।
ଦଇବ ଯୋଗ କୁ ପରୀକ୍ଷା ଫଳ ମଧ୍ୟ ସେଇଦିନ ହିଁ ବାହାରିବାର ଥିଲା....
ଆରେ ପ୍ରଦୀପ ଏଥିରେ ତ ଆଉ କିଛି ଲେଖା ଯାଇନି । ଜାଣିବା କିପରି ଯେ ଏଇ ସମ୍ପଦ ଶର୍ମା କିଏ?ରୁଚି କିଏ? ସେମାନଙ୍କ ଘର କେଉଁଠି? ଏତିକି କହି ମୁଁ DIARY କୁ ବନ୍ଦ କରିଦେଲି।
ତୁ କାହିଁକି ଏତେ ବ୍ୟସ୍ତ ହେଉଛୁ କହିଲୁ। ସେଇଟା କୁ ସେଠି ପକେଇଦେ ଯୋଉଠୁ ଆଣିଥିଲୁ...ପ୍ରଦୀପ କହିଲା
ଆରେ ସେଇଟା CAR ର ଡିକି ରେ ଥିଲା। ବାବା ଙ୍କୁ ଜଣାଥିବ ନିଶ୍ଚିତ,ଘରକୁ ଗଲେ ପଚାରିବି ।
ପ୍ରଦୀପ ଆଉ ମୁଁ ପିଲା ବେଳର ସାଙ୍ଗ। ଏବେ ଚାକିରୀ ବି ଗୋଟିଏ ଜାଗାରେ କରୁଛୁ। ସବୁବେଳେ ପ୍ରାୟ ସାଙ୍ଗ ହୋଇକି ହିଁ ଥାଉ,ଖାଲି ତା ବାହାଘର ପରେ ସେ ବେସି ସମୟ ଦେଇପାରୁ ନାହିଁ ଆମ ସାଙ୍ଗ ମାନଙ୍କୁ।
ଆଉ ଏପଟେ "ମା" ତ ଲାଗିଛି କେମିତି ଶୀଘ୍ର ପୁଅକୁ ହାତ ରୁ ଦୁଇ ହାତ କରିବ। ମୁଁ ଖାଲି କଥାକୁ ଆଡେଇ ଆଡେଇ ଚାଲିଥାଏ। କାମ ଭାର ଏତେ ଥାଏ ଯେ ପୂର୍ବ ଦୁଇ ବର୍ଷ ଠାରୁ କୁଆଡେ ମଧ୍ୟ ବୁଲିବାକୁ ଯାଇ ନାହୁଁ।
ଆରେ ସାଙ୍ଗ ଏଇ ଦୀପାବଳୀ ଛୁଟି ରେ "ମନାଲି" ଯିବା କି?..ବୁଲିକି ଟିକିଏ ଆସନ୍ତେ ଭଲ ଲାଗନ୍ତା..ପ୍ରଦୀପ କହିଲା। ହେଉ ଠିକ ଅଛି କହି ମୁଁ ମଧ୍ୟ ସହମତି ଦେଲି।
ଦୀପାବଳୀ ର 3 ଦିନ ପୂର୍ବରୁ ରବିବାର ଥାଏ,ଆମେ ନିଷ୍ପତ୍ତି ନେଇଥିଲୁ ଯେ ସେଇଦିନ ବହାରିବୁ। ସମସ୍ତେ ନିଜ ନିଜର ଲଗେଜ ଆଣି CAR ଉପରେ ରଖିଲୁ ଏବଂ ବାହାରିଲୁ ଏକ ନୂଆ କୌତୁହଳ ସହିତ।
କେତେବେଳେ ଖାଲ ଢ଼ିପ ରାସ୍ତା ଦେଇ ଗାଡି ଚାଲୁଥାଏ ତ କେତେବେଳେ ମୁଗ୍ଧକର ଅରଣ୍ୟ ର କୋଳରେ ବସା ବାନ୍ଧୁଥାଏ,ପୁଣି କେତେବେଳେ ସେଇ ପର୍ବତ ର କୋମଳ ସାୟାରେ ତୀବ୍ର ବେଗ ଧରୁଥାଏ। ସାଙ୍ଗରେ ଥାଆନ୍ତି ପ୍ରଦୀପ,ରିତେଶ,ପୂଜା ଏବଂ ପୂଜା ର କିଏ ଜଣେ ସାଙ୍ଗ । ରିତେଶ ଆଉ ପୂଜା ମଧ୍ୟ ଆମ ସହ କାମ କରନ୍ତି।
ଦୀର୍ଘ 3 ଦିନ ପରେ ଯାଇ ଆମେ ମନାଲି ରେ ପହଁଚିଲୁ, ଆହାଃ କି ସୁନ୍ଦର ପରିବେଶ ସେ, ପଲକ ମଧ୍ୟ ପଡ଼ିବାକୁ ସତେ ଯେମିତି ମନା କରୁଥାଏ।
ପୂଜା ର ସାଙ୍ଗ "ପ୍ରକୃତି ସାମନ୍ତରାୟ", ସୁନ୍ଦରତା ର ଆଉ ଏକ ଅଭିନବ ପ୍ରତିଶବ୍ଦ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। କାହିଁକି କେ ଜାଣି "ପ୍ରକୃତି" ସହ ଦେଖା ହେଲା ପରେ ମନାଲି ର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ଧୂସର ଲାଗୁଥାଏ। ସତେ ଯେପରି କେଉଁ ଶିଶିର ଘେରରେ ସବୁଜିମା ଘାସ ଆଉ ସେଇ ଘାସ ଉପରେ କଅଁଳ ପାଦ ରେ ଚାଲୁଥିଲା ସେ।
ଜାଣି ନଥିଲି ଯେ ସେଇ ତିନି ଚାରି ଦିନ ଭିତରେ ଆମେ ଏତେ ଆପଣାର ହୋଇଯିବୁ ବୋଲି। ନା ଥିଲା ଅତ୍ୟନ୍ତ ବାର୍ତ୍ତାଳାପ ନା ଥିଲା କୌଣସି ପ୍ରେମ ଦର୍ଶାଇବା ର ପ୍ରୟାସ। କେବଳ ଏତିକି ଭାବନା ମନରେ ବାନ୍ଧି ହୋଇଯାଇଥିଲା ଯେ "ସେ କେବଳ ମୋର"।
ମନାଲି ର ଟ୍ରିପ ସାରିଯାଇଥିଲା ସତ କିନ୍ତୁ ବହୁତ କିଛି ସ୍ବପ୍ନ ଜାକି ହୋଇ ରହିଯାଇଥିଲା ମନ ମଧ୍ୟରେ। ଇଚ୍ଛା ଥିଲା ପ୍ରକୃତି ର ରଙ୍ଗ ରେ ଭିଜି ଯିବା ପାଇଁ।
ଏହା ପରେ ସବୁ କିଛି ସ୍ବପ୍ନ ଭଳି ଲାଗୁଥିଲା ଯେବେ ଆମ ସମ୍ପର୍କ ଧୀରେ ଧୀରେ ଜଡ ମଝବୁତ କରିବାକୁ ଲାଗିଲା, ଦୁଇ ପରିବାର ର ନିଷ୍ପତ୍ତି କ୍ରମେ ଆମର ବିବାହ ମଧ୍ୟ ହେଲା।
ହଟାତ ଦିନେ CAR ସଫା କରୁଥିଲା ବେଳେ ଦେଖିଲି ସେ ଅଧା ଅଧୁରା Diary,ଯାହା ମତେ ଆଜି ପର୍ଯ୍ୟନ୍ତ ମଧ୍ୟ ବିଚଳିତ କରି ରଖିଥାଏ।
ଆରେ ଏ କଣ ଏଥିରେ ତ ଆଉ କିଛି ଲେଖା ହୋଇଛି
ମୁଁ ତ ମଧ୍ୟ ଭାଗ ପଢି ହିଁ ନଥିଲି।
... I LOVE U RUCHU (Prakriti Samantaray)..
ପର ପୃଷ୍ଠା କୁ ପଢିବାକୁ ଆଉ କେବେ ମନ ବଳେଇ ନାହିଁ ମୁଁ,
ଏହି ଘଟଣା କୁ ହୁଏତ ଆଜି 26 ବର୍ଷ ପୂରି ଗଲାଣି, କିନ୍ତୁ ଆଜି ଯାଏଁ ମୁଁ ତାକୁ କିଛି ପଚାରି ନାହିଁ!!
ଆଉ ସେ ମଧ୍ୟ ପଚାରି ନାହିଁ ଯେ ତାର NICK NAME ମୁଁ ଜାଣିଲି କେମିତି ବୋଲି..
ସବୁ କିଛି ବୁଝାମଣା ରେ ଚାଲିଛି,ଆଉ ସେ ସବୁ ଜାଣିଛି ଯେ ମୁଁ ସବୁ ଜଣେ,ତଥାପି କେହି କାହାକୁ କିଛି କହିନାହୁଁ। ସେଥିପାଇଁ ବୋଧେ ଆମେ ଆଜି ଖୁସିରେ ଅଛୁ।