STORYMIRROR

Subrat Kumar Nath

Tragedy

4  

Subrat Kumar Nath

Tragedy

ଚିତ୍ରଲେଖା

ଚିତ୍ରଲେଖା

2 mins
670

କଥାରେ ଅଛି "ପାହାଡ଼ ଉପରେ ଘର କଲେ ପଥର ପଡିଲେ ସହି" କିନ୍ତୁ ସହିବାର ସୀମା ସତେ ଯେମିତି ବଢିବାର ହିଁ ଲାଗିଛି। କେତେ ନୂତନ ସୂର୍ଯ୍ୟ ବିତି ଗଲାଣି ତଥାପି ଆଖିରେ ସେଇ ଲୁହର ଦାଗ ଯାହା କଳା ପଡି ମୁହଁ କୁ ବିକୃତ କରିସାରିଲାଣି। ପୁଣି ସେଇ ଭୋକିଲା ପେଟରେ ମଧ୍ୟ ପିନ୍ଧିଥିବା ଛିଡା କପଡା ଟିକୁ ସଜାଡିବାକୁ ଲାଗିଥାଏ ସେ। ଅଷ୍ଟମ ଶ୍ରେଣୀରେ ପଢୁଥିଲା ଯେ ପାଠ ଛାଡିଦେଲା କିଛି କାରଣ ବଶତଃ,ସାଙ୍ଗରେ ଅଛି ପୁଣି ଗୋଟିଏ ଛୋଟ ଭଉଣୀ।

    

ନାମ ଥିଲା ପୁଣି "ଚିତ୍ରଲେଖା" , ବାପ ତ ଯେତିକି କମାଉଥିଲା ମଦରେ ଉଡେଇ ଦିଏ ଆଉ ମା ସାହୁକାର ଘରେ କାମ କରି ଯଉ ଦୁଇ ପଇସା ରଖେ ତାକୁ ମଧ୍ୟ ନେଇ ଖର୍ଚ୍ଚ କରିଦିଏ। ଭାରି ଦୁଃଖ କଷ୍ଟରେ ପରିବାରର ଭରଣ ପୋଷଣ ହେଉଥିବା ବେଳେ ହଟାତ ଚିତ୍ରଲେଖାର ମା ବେମାରରେ ପଡନ୍ତି,ସରକାରଙ୍କ ମାଗଣା ଔଷଧି ସେବା ପହଞ୍ଚି ପାରିନଥିଲା ତା କୁଡ଼ିଆ ଆଗରେ,ନିର୍ମମ ଦୁଃଖ ଦାୟକ ମୃତ୍ୟୁ ପରେ ପ୍ରଶାସନ ଆଖିରେ ଆଲୋକ ର ଉଜାଗର ହେଲା। ଇନ୍ଦିରାବାସ ମିଳିବ ବୋଲି କେହି ଜଣେ ବଡ ସାହିବ କହିଯାଇଥିଲେ। ଦୁଇ ବରଷ ପୁରୀ ତିନି ଚାଲିଲାଣି ଆଉ କୁଡ଼ିଆ ଘରଟି ଉଇ ହୁଙ୍କା ପରି ଧୀରେ ଧୀରେ ଭୁଶୁଡି ଚାଇଛି। ବାପ ତ କେଉଁ କାଳରୁ କୁଆଡେ ଗଲାଣି କିଛି ଜଣା ନାହିଁ କାହାକୁ, ତା ଉପରେ ଗାଁ ସାରା ଲୋକ ଖାଲି କହି ହେଉ ଥାଆନ୍ତି ଯେ "ବିନା ବାପ ମା ରେ ଛୁଆଟି ଭାରି କଷ୍ଟ ପାଉଛି" କିନ୍ତୁ କେହି ସାହାଯ୍ୟ ର ହାତ ବଢ଼ାଇଲେ ନାହିଁ।


     14 ବର୍ଷର ଛୁଆଟି ଅବା କି କାମ କରି ପାରିବ ପୁଣି ମା ବାପାର ହାତ ମୁଣ୍ଡ ଉପରୁ ଉଠି ଯାଇଛି,ପାଖରେ ଛୋଟ ଭଉଣୀଟିଏ ବି ଅଛି।


ଶେଷରେ ଉପାୟ ହୀନ ହୋଇ ଭିକ ମାଗିବାକୁ ଲାଗିଲା ସେ,କଥାରେ ଅଛି ଯେ ଭୋକର ଦାୟୁ ମଣିଷକୁ କେତେ କୁଆଡେ ନେଇଯାଏ ।


ଯେତିକି ଦୁଇ ପଇସା ମିଳେ ଗୋଟେ ଓଳି ଖାଇଲେ ଗୋଟିଏ ଉପବାସରେ ଯାଏ,ତଥାପି ବଞ୍ଚିବାର ଆଶା ଛାଡି ନଥିଲା ଚିତ୍ରଲେଖା,ଦୁର୍ଦଶା ସହ ଲଢ଼ିବାକୁ ସାହସ ନଥିଲା ସତ କିନ୍ତୁ ସେ ଲଢ଼ି ଚାଲିଥିଲା। କିନ୍ତୁ ବ୍ରହ୍ମାଣ୍ଡ ତ ଦୁଃଖ ତାକୁ ଦିଏ ଯିଏ ପୂର୍ବରୁ ଦୁର୍ଦ୍ଦଶାର ବଶବର୍ତ୍ତୀ।


ରାତ୍ରିର ଗର୍ଜନ ସାଙ୍ଗକୁ ସାନ ଭଉଣୀର କ୍ରଦନ,ଶେଷରେ ସେ ସାହସ କରି ବାହାରିଗଲା କ୍ଷୀର ପ୍ୟାକେଟ ଗୋଟିଏ ଆଣିବାକୁ।ପାଖରେ ତ ଦଶ ପଇସି ବି ନାହିଁ ତଥାପି ଦୋକାନଦାର ସହୃଦୟତାରେ ତାକୁ କ୍ଷୀର ମିଳିଗଲା ।

ଘରକୁ ଚାଲି ଚାଲି ଗୋଟିଏ ଗୋଟିଏ ଫେରୁଥାଏ,କେହି 3 ଜଣ ଯୁବକ ଆସିକି ଉଠେଇ ନେଇଯାଇଥିଲେ ତାକୁ। ଚିତ୍କାର କରିଥିଲା ସେ କିନ୍ତୁ ଦୁନିଆର ସୋର ସରାବାରେ କେଉଁଆଡ଼େ ଦାବି ଯାଇଥିଲା ତାର କ୍ଷୀଣ ସ୍ୱର।


   ସଙ୍ଗେ ସଙ୍ଗେ ଚତୁର୍ଦିଗ ବ୍ୟାପିଗଲା ପବନ ପରି କଥା ଟି,ପ୍ରଶାସନ ତ ଚିତ୍ରଲେଖାର ସାନ ଭଉଣୀକୁ ନିରାପଦ କରିଦେଇଥିଲା ଏବଂ କେଉଁ ଏକ ଅନାଥ ଆଶ୍ରମକୁ ପଠାଇ ଦେଇଥିଲା। କେଇ ଦିନ ପରେ ନଦୀରେ ଭାସୁଥିଲା ଚିତ୍ରଲେଖା, ଲୁହର ଦାଗ ସେବେ ବି ଲିଭି ନଥିଲା,ଦେହରେ ବସ୍ତ୍ର ନଥିଲା କହିଲେ ଚଳେ। postmortem ରିପୋର୍ଟ ରୁ ଜଣାଗଲା ଯେ ସେ ବଳାତ୍କାରର ଶିକାର ସାଜିଥିଲା ଏଇ ଘୃଣ୍ୟ ମଣିଷ ଠାରୁ। ଦୋଷୀ ମାନଙ୍କୁ ଦଣ୍ଡ ବି ମିଳିଲା।


କିନ୍ତୁ ଚିତ୍ରଲେଖାର ଚିତ୍ରିତ ଜୀବନ ଆଜି ମଧ୍ୟ ଅଧା ଅଧୁରା ହୋଇ ରହିଗଲା,ଆଉ ଜଣେ ନାବାଳିକା ସେଇ ପଶୁ ମାନଙ୍କ କବଳରେ ପଡି ଦୁନିଆରୁ ଲିଭି ଯାଇଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy