ଅଜଣା ସମ୍ପର୍କ
ଅଜଣା ସମ୍ପର୍କ


ଜଳାଗ୍ନି ଜଳରେ ଜଳୁଛି ଜଞ୍ଜାଳ,ତା ମଥାର ସିନ୍ଦୂର ଲିଭାଇ ଦେଇଥିଲା ସେହିଭଳି ଏକ ବିଗତ ବିଭୀଷିକା। ତା'ର ସବୁ ଆକାଂକ୍ଷାକୁ ଧୂଳିସାତ କରିଦେଇ ଯାଇଥିଲା ସେ ଅପରିଚିତ ବନ୍ୟା।
ପ୍ରଶାସନକୁ କି ଅବା ଦୋଷ ଦେଇଥାନ୍ତି ଯେ ଯେତେବେଳେ ସେ ମହାବାହୁ ମୋର ସୁଖର ସଂସାର ମଝିରେ ପ୍ରାଚୀର ଗଢି ଦେଇଥିଲା। ଦୁଇ ପୁଅ ମୋର ପୁଣି ବଡ ସାହିବ,ଜଣେ ଭୁବନେଶ୍ୱରରେ ଆଉ ଜଣେ କଲିକତାରେ । ନୂଆ ଘର ନୂଆ ଗାଡି କିଣି ବେସ ଖୁସିରେ ଅଛନ୍ତି ସେମାନେ।
କେତେ ବର୍ଷା କେତେ ଶୀତ ବିତି ଗଲାଣି ଆଉ ଅବା କେତେ ଦିନ ବଞ୍ଚିବି। ସେମାନେ ଖୁସିରେ ରହିଲେ ମୁଁ ଶାନ୍ତିରେ ମରିବି। ଏତିକି କହି ବୁଢ଼ୀ ଲୋକଟି ତା'ର ଛୋଟ ଛିଡା ମସିଣାଟିକୁ ପାରି ସେଇ ରାସ୍ତା କଡରେ ଶୋଇପଡ଼ିଲା।
ପ୍ରତ୍ୟେକ ଦିନ ତ ସେଇ ରାସ୍ତା ଦେଇ ମୁଁ ସ୍କୁଲ ଯାଏ,ପ୍ରତ୍ୟେକ ଦିନ ମଧ୍ୟ ସେଇ ବୁଢ଼ୀ ମା କୁ ଦେଖେ କିନ୍ତୁ କେବେ ଭାବି ନଥିଲି,କାହିଁକି କେଜାଣି ସେଇଦିନ ସେ ବୁଢ଼ୀ ମା କୁ ଦେଖି ଆଖିରେ ଲୁହ ଭରି ଆସିଥିଲା।ଅସମ୍ଭାଳ ହୃଦୟ ସେ ଅଜଣା ତଥ୍ୟ ସାଉଁଟିବାକୁ ଚାହୁଁଥିଲା ତେଣୁ ବହୁତ ପଚାରିଲା ପରେ ସାମାନ୍ୟ ହିଁ ମିଳିଲା।
ବିଦ୍ୟାଳୟର ମଧ୍ୟାନ ଭୋଜନର ଏବେ ଭାଗ୍ୟ ବଦଳିଥିଲା,ସେ ଅସହାୟ ମା ର ଆହାର ସାଜିଥିଲା। ଦୀର୍ଘଦିନ ବିତିଗଲା, ଏଥି ମଧ୍ୟରେ ସେ ବୁଢ଼ୀ ମା ସହ ଏକ ଅଜଣା ସମ୍ପର୍କ ଗଢି ଉଠିଥିଲା। ସେ ପ୍ରତ୍ୟେକ ଦିନ ମୋର ଅପେକ୍ଷାରେ ରହୁଥିଲା, ମୁଁ ମଧ୍ୟ ଛୁଟି ଦିନରେ ଘରୁ କିଛି ଖାଇବା ନେଇ ଦେଇ ଦେଇ ଆସୁଥାଏ।
ବାବାଙ୍କୁ ଦିନେ ଏହି ବିଷୟରେ କହିଲି। ବାବା ବହୁତ ଚେଷ୍ଟା ପରେ କଲିକତାରୁ ଫୋନ ନମ୍ବର ପାଇଲେ,ସେ ଦିନ ଶନିବାର ଥାଏ ଅଧାଦିନ ପରେ ମୁଁ ବିଦ୍ୟାଳୟରୁ ଘରକୁ ଫେରୁଥାଏ।
ଆରେ ଧଳା କପଡା ଗୋଟେ ଆଣ,ଆଖିକୁ ବନ୍ଦ କର.. ଶୀଘ୍ର କର..
ଏତିକି ଶୁଣି ହଟାତ ରହିଗଲି ମୁଁ, ଧଳା ପୋଷାକରେ ଆସିଥିବା ତିନି ଚାରି ଜଣ ବ୍ୟକ୍ତି ନେଇ ଯାଉଥିଲେ ବୁଢ଼ୀ ମା କୁ। ପଚାରିଲା ପରେ ଜାଣିବାକୁ ପାଇଲି ସେ ଆଉ ଏ ଦୁନିଆରେ ନାହିଁ।
ବାବା ଫୋନ କରିଥିଲେ କଲିକତା କିନ୍ତୁ କିଛି ଉତ୍ତର ଆସି ନଥିଲା ସେଠାରୁ ।
ବହୁତ ଦୁଃଖ ଲାଗିଥିଲା ସେ ଦିନ ପରେ ବାବା ଡାକ୍ତର ସହ କଥା ବାର୍ତ୍ତା କରି ଶୁଦ୍ଧିକ୍ରିୟା ନିଜେ କରିଥିଲେ। January 6 ରେ ଆଜି ମଧ୍ୟ ଶ୍ରାଦ୍ଧ ଦିଆଯାଉଛି।
ବୁଢ଼ୀ ମା ଏମିତି ଏକ ଅଜଣା ସମ୍ପକରେ ବାନ୍ଧି ଦେଇଗଲା ଯାହା ସବୁବେଳେ ଆମ ସାଥେ ରହିବ କିନ୍ତୁ ଆଉ ଏକ ପ୍ରଶ୍ନବାଚୀ ଦେଇଗଲା ମନ ମଧ୍ୟରେ ଯେ...।
"ପ୍ରକୃତ ସମ୍ପର୍କର ସ୍ଥାନ ଆଉ କେତେ ଦୂର ?!!"