The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Subrat Kumar Nath

Romance

5.0  

Subrat Kumar Nath

Romance

ପୁନରାବୃତ୍ତି-ଭାଗ ୧

ପୁନରାବୃତ୍ତି-ଭାଗ ୧

5 mins
236


ସେ ସୁନ୍ଦର ଥିଲା,ଅତି ମନୋରମ୍ୟ ଥିଲା

ସତେ ଯେପରି ବର୍ଷା ପରର ସେ ସବୁଜିମା ଭରା ଦୃଶ୍ୟ,ସତେ ଯେପରି ଜଳଭଣ୍ଡାରରେ ଚିକିମିକି କରି ଝଲସୁଥିବା ସେ କଅଁଳ କିରଣ।


ହଟାତ୍ ଏତିକି ବେଳେ କିଛି ଶବ୍ଦ କର୍ଣ୍ଣପାତ ହେଲା ଯାହାକି ଅତ୍ୟନ୍ତ ବିଚଳିତ କରୁଥିଲା"ଭାଇ...ଭାଇ...ଉଠିପଡ଼, ଦେଖେ ତ କେତେ ସମୟ ହେଲାଣି,ଆଜି ପରା ପ୍ରଥମ ଦିନ!" ହଟାତ ନିଦ ଭାଙ୍ଗିଗଲା,କେଜାଣି କାହିଁକି ଅତ୍ୟନ୍ତ ଗଭୀର ନିଦ ଥିଲା। ସତେ ଯେପରି କୌଣସି କାଳଛାଇ ଆସର ଜମାଇଥିଲା ମୋ ମନମସ୍ତିଷ୍କ ଉପରେ।

"ଆରେ ରୁପା ତୁ! କଣ ହେଲା?"

ଏତିକି କହୁ କହୁ ତଳଘରୁ ଆଉକିଛି ଶବ୍ଦ ଉଙ୍କିମାରିଲା,ମା ଥିଲେ ଆରେ ବାବୁ ଉଠିଲୁ କି ନାହିଁ?

ପ୍ରକୃତ ନିଦ ତ ଏବେ ହିଁ ଭାଙ୍ଗିଲା,କାରଣ ଜଣାଥିଲା ମା ଦ୍ୱିତୀୟ ଥର ପାଟି ଖୋଲିଲେ ସେ ବାବୁ ଶବ୍ଦ କୂଳାଙ୍ଗାର କୁ ବଦଳିଯିବ। ହଁ ରୁପା କଣ କହୁଥିଲୁ?

"ଆଜି ପରା କଲେଜରେ ପ୍ରଥମ ଦିନ ତୁ ଯିବୁ କେତେବେଳେ? କାନ୍ଥରେ ଟଙ୍ଗାଯାଇଥିବା ଘଡିକୁ ଦେଖି ମୁଁ ବିସ୍ମିତ ଥିଲି, ଦୃତ ଗତିରେ ଚାଲିଥିଲା ସେ।

ଆରେ ସତେ ତ ! ହଉ ତୁ ଚାଲେ ,ମୁଁ ରେଡି ହେଇଯାଉଛି।

ତାପରେ ଅଧାଅଧୁରା ନିତ୍ୟକର୍ମ ସାରି ବାହାରି ପଡ଼ିଥିଲି ମୁଁ କଲେଜ ଅଭିମୁଖେ ସେଇ ନୂଆ କିଣାଯାଇଥିବା ସାଇକେଲକୁ ଧରି "ଅନ୍ତର ମନରେ ଅନେକ ପ୍ରଶ୍ନ, ପ୍ରଶ୍ନବାଚୀ ସାଜି ଘୁରି ବୁଲୁଥାଏ ଯଥାର୍ଥରେ କହିବାକୁ ଗଲେ ବିଚଳିତ କରୁଥାଏ"। 


ନୂଆ ସମପୋଷାକ,ନୂତନ ଅଟ୍ଟାଳିକା,ଅଜଣା ପରିବେଶ,ସାମାନ୍ୟ ବନ୍ଧୁତ୍ୱ ଏସବୁ ଆହୁରି ବିଚଳିତ କରୁଥିଲା ମତେ। ସାଇକେଲକୁ ଷ୍ଟାଣ୍ଡରେ ରଖି ବିଦ୍ୟା ବିହାରକୁ ବଢିବା ସମୟରେ କିଏ ଡାକିଲା ପରି ମନେ ହେଲା!


ଆରେ ସମ୍ପଦ ତୁ!! ଚିନ୍ହିପାରୁଛୁ ତ?

ଆରେ ରଜତ ତତେ କେମିତି ଭୁଲିବି ଯେ ତୁ ମୋ ଭାଇ ଟା।


ରଜତ ଆଉ ମୁଁ ଗୋଟିଏ ବିଦ୍ୟାଳୟରେ ପଢୁଥିଲୁ। ଏତେ ମିଳାମିଶା ନଥିଲା କିନ୍ତୁ ସାଧାରଣ ବନ୍ଧୁତ୍ୱର ସମ୍ପର୍କ ଥାଏ ସେବେ ଆମ ଭିତରେ।


ଯାହାହେଉ ଏବେ ଟିକିଏ ନିଶ୍ୱାସ ମାରିଲି ମୁଁ,ଭୟର ପରିମାଣ କିଛି ମାତ୍ରାରେ ହ୍ରାସ ପାଇଯାଇଥିଲା।କିଛି ବାର୍ତ୍ତାଳାପ ସହ କଲେଜର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଲୀନ ହୋଇଯାଇଥିଲୁ ଆମେ ମାନେ ରଜତ ଏବଂ ମୁଁ କାରଣ ସାର୍ କହିଥିଲେ ଯେ ପରଦିନ ଠାରୁ କ୍ଲାସ ଷ୍ଟାର୍ଟହେବ।

ପ୍ରତ୍ୟକ ସ୍ଥାନରେ ନୂଆ ମୁହଁ ଥିଲା କେବଳ ଦୁଇଜଣଙ୍କ ବ୍ୟତୀତ ରଜତ ଏବଂ ତାକୁ ଛାଡି।


ସେ ହେଉଛି ମୋ ଜୀବନର ପ୍ରଥମ ଭଲପାଇବା "ଦେବବଂଶୀ ଶର୍ମା" ନାମରୁ ହିଁ ତାର ସୁନ୍ଦରତା ଉଚ୍ଛୁଳି ପଡୁଥିଲା,କେତେ ମନମୁଗ୍ଧକର!!।ଖୋଲା କେଶ ସେ ସୁନ୍ଦରତାକୁ ଶହେଗୁଣ କରୁଥାଏ।


     ପଦ୍ମିନୀ ଉଛବିଦ୍ୟାଳୟର ଦଶମ ଶ୍ରେଣୀରେ ନୂଆକରି ଆସିଥିଲା ସେ,ଆଉ ମୁଁ ମଧ୍ୟ ପଢୁଥିଲି ସେଠି। ସେତେବେଳେ ଆମେ ବିଶେଷ ମିଶୁ ନଥାଉ ଏହାର କାରଣ ଥିଲା କକ୍ଷା"କ" ଏବଂ କକ୍ଷା"ଖ" ଏବଂ ମୋର ଅତି ଶୋଚନୀୟ ରୂପ।ଏଇଟା ସତ କଥା ଯେ ରାନୀ ସହ କଥା ହେବାକୁ କେତେ ଯେ ଉପାୟ ଖୋଜିଥିଲି ମୁଁ,କେତେ ଥର ପ୍ରୟାସ ମଧ୍ୟ କରିଥିଲି କିନ୍ତୁ ପରିଣାମ କିଛି ବି ନଥିଲା।ମୋର ଏଇଠି ନାମ ଲେଖାଇବାର ପ୍ରଥମ କାରଣ ହେଉଛି ରାନୀ ।କାରଣ ମୁଁ ତାକୁ ବହୁତ ପସନ୍ଦ କରୁଥିଲି।


ସମ୍ପଦ ସମ୍ପଦ ରାନୀର ମୁହଁରେ ମୋ ନାମ,କେତେ ମଧୁର ସେ ସ୍ୱର ଆହାଃ। ହଟାତ ପଛକୁ ବୁଲିକି ଦେଖେ ଯେ ରାନୀ ଠିଆ ହୋଇଥିଲା,ସାକ୍ଷାତ ଦେବୀଙ୍କ ରୂପ ଧରି। ମୁଁ ଅନ୍ତରରେ ଭାବୁଥାଏ "କୌଣସି ଝିଅ ଏତେ ସୁନ୍ଦର କିପରି ହୋଇପାରେ"।ସେତେବେଳକୁ ରଜତର ମୋର ସମ୍ପୂର୍ଣ୍ଣ କଲେଜ ପରିସର ବୁଲିସାରିଲୁଣି ପ୍ରାୟ।


ହଁ ରାନୀ କହ..?

ଆରେ ତୁମେ ଦୁଇଜଣ ମୋ ସାଥିରେ ଟିକିଏ ରୁହ,କେଜାଣି କାହିଁକି ଭାରି ଏକା ଏକା ଲାଗୁଛି,ଅଜଣା ଜାଗାକୁ ଅଜଣା ଲୋକ।


ଏତିକି କହି ରାନୀ ଆମ ଆଡକୁ ଚାଲି ଆସିଲା। ତାପରର ଦୃଶ୍ୟ ଅତି ମନୋରମ୍ୟ ଥିଲା ଆମେ ପୂର୍ବ ବିଦ୍ୟାଳୟର କଥାର ଆଧାରରେ ବହୁତ ମଜା କରିଥିଲୁ ସେଦିନ,ଏକାଠି ଖାଇଥିଲୁ,ଫୋନ ନମ୍ବର ମଧ୍ୟ ଆଦାନ ପ୍ରଦାନ ହୋଇଥିଲା। କଥା ହେଉଥିଲୁ ଘଣ୍ଟା ଘଣ୍ଟା ଧରି।

ରଜତ କେବଳ ଜଣେ ଥିଲା ଯିଏ ସବୁ କିଛି ଜାଣିଥିଲା ଏବଂ ମତେ ଉତ୍ସାହିତ ମଧ୍ୟ କରୁଥିଲା।


କିଛିଦିନ ମଧ୍ୟରେ ଆମ ସମ୍ପର୍କ ଆକାଶ ଛୁଇଁଥିଲା,ଗୋଟିଏ ବିଦ୍ୟାଳୟରୁ ହୋଇ ମଧ୍ୟ ଆଗରୁ ଏହା ସମ୍ଭବ ହୋଇ ପାରିନଥିଲା।ଏହିପରି ଭାବେ ପାଠପଢା,ମଜାମସ୍ତିରେ କିଛି ଦିନ ଅତି ଆନନ୍ଦରେ ବିତି ଗଲା।


ତତେ କହିଥିଲି ପରା ରୁପାର ଦେହ ଭଲନାହିଁ ତେଣୁ ମେଡିସିନ ଆଣିବା ପାଇଁ! ମା ଘର ଝାଡୁ କରୁ କରୁ କହିଲେ,ହଁ ଯେ...ମୁଁ ବି ତାକୁ ସେୟା କହିଲି ହେଲେ ସେ କହିଲା ତୁମ ସହ ଯିବ।ମା କହିଲେ ହଉ ତୁ ବି ଆସେ ଆମ ସହ,ଆସିଲାବେଳେ କିଛି ଆସବାବପତ୍ର କିଣିବାର ଅଛି।ତେଣୁ ମୁଁ ତାଙ୍କ ସହ ବାହାରିଗଲି। ଡାକ୍ତରଖାନାରୁ ଆସି ଆମେ ପାଖ ମଲକୁ ଯାଇଥାଉ,ମା ଆଉ ରୂପା ଖରିଦ୍ କରିବାରେ ବ୍ୟସ୍ତ ଥାଆନ୍ତି। ସେତିକିବେଳେ ହଟାତ ନଜର ପଡିଗଲା ରାନୀ ଉପରେ କୌଣସି ଜଣେ ଚନ୍ଦା ବ୍ୟକ୍ତିଙ୍କ ସହ ଠିଆ ହୋଇଥିଲା ସେ। ମୁଁ ପାଖକୁ ଯିବାରୁ ସେ ମଧ୍ୟ ମତେ ଦେଖିଲା।


ବାପା ଏ ହେଉଛି ମୋ ସାଙ୍ଗ ସମ୍ପଦ,ସମ୍ପଦ ଏ ହେଉଛନ୍ତି ବାପା, ନମସ୍କାର ଅଙ୍କଲ ଏତିକି କହି ଚାଲି ଆସିବାକୁ ଚେଷ୍ଟା କରୁ କରୁ ଅଙ୍କଲ ଅଟକାଇ ଦେଲେ ଆଉ ପଚାରିଲେ ପାଠପଢା କେମିତି ଚାଲିଛି?

ଆଜ୍ଞା ଅଙ୍କଲ ଭଲ ଚାଲିଛି ।


ଏତିକିବେଳେ ମା ଡାକିବାରୁ ମୁଁ ବିଦାୟ ନେଇ ଚାଲିଆସିଲି। ମନେ ମନେ ଭାବୁଥାଏ ଏତେ ସୁନ୍ଦର ଝିଅର ଏତେ ଖଡୁସ ବାପା କେମିତି ସମ୍ଭବ!।ବୁଢା ଏମିତି ଚାହୁଁଥିଲା ଯେ ଯେମିତି ଆଖିରେ କହୁଥିଲା

"ମୋ ଝିଅଠୁ ଦୁରେଇ ରହ ନହେଲେ ତୋ ରକ୍ତ ପିଇଯିବି।"ସେ ଯାହା ବି ହେଉ ମୁଁ ବହୁତ ଖୁସି ଥିଲି ତାକୁ ଦେଖିକି ସେଦିନ। ନୀଳ ରଙ୍ଗର ଚୁଡ଼ିଦାରରେ ସେ ଦୁର୍ଲଭ ଗଗନରେ ଉଡି ଯାଉଥିବା ପକ୍ଷୀଟିଏ ପରି ଲାଗୁଥିଲା ରାନୀ...।


 ମନ ତ ହଜିଯାଇଥିଲା ଆଉ ଏକ ଅଜ୍ଞାତ ବନସ୍ତରେ,ସେ ଅଜଣା ବନସ୍ତର ଝରଣା କୂଳରେ ତା ହାତ ଧରି ବସିବାକୁ ଚାହୁଁଥିଲା ମଧ୍ୟ। "ରାନୀ" ମୋର ପ୍ରଥମ ଭଲପାଇବା, ପ୍ରଥମ ପ୍ରେମ ଯିଏକି ତିନିବର୍ଷ ପୂର୍ବରୁ ମୋ ମନରେ ଘର କରିସାରିଛି ଏବଂ ସବୁଠାରୁ ବିସ୍ମୟକର କଥା ହେଲା ତାକୁ ଏ ବିଷୟରେ ଜ୍ଞାତ ନାହିଁ।


ପ୍ରକୃତରେ ମୁଁ କେବେ ଜଣାଇ ନାହିଁ,ପ୍ରୟାସ ମଧ୍ୟ କରିନାହିଁ ଜଣାଇବାପାଇଁ। କିପରି ଅବା କହିବି!? କାରଣ ସବୁବେଳେ ଗୋଟିଏ ଭୟ ଥାଏ ମନରେ


"ବନ୍ଧୁତ୍ୱରେ ପୂର୍ଣ୍ଣଛେଦ ପଡିଯିବନି ତ?


ଜନ୍ମଦିନର ହାର୍ଦ୍ଦିକ ଶୁଭକାମନା ସାଙ୍ଗ,ଏତିକି କହି ରଜତକୁ ଆଲିଙ୍ଗନ କରୁଥାଏ ଠିକ ସେତିକିବେଳେ କୌତୁହଳ ସ୍ୱରରେ ରାନୀ ମଧ୍ୟ ରଜତକୁ ଶୁଭକାମନା ଜଣାଇଲା।


ଆଜି ଟ୍ରିଟ୍ ମୋ ତରଫରୁ ରଜତ କହିଲା-


ତାପରେ ଆମେ ପାଖରେ ଥିବା ଭୋଜନାଳୟକୁ ଯାଇଥିଲୁ। ମୋ ଆଗରେ ରାନୀ ବସିଥାଏ ଆଉ ଠିକ ବାମ ପାର୍ଶ୍ୱରେ ରଜତ। ଭାଇ ମେନୁ ଟା ଦିଅନ୍ତୁ ତ ରଜତ ପରିଚାରକକୁ ଡାକିକି କହିଲା ବାରବିକ ପିଜ୍ଜା ଗୋଟେ ଆଉ ଗୋଟେ କୋକ୍। ମୁଁ ରାନୀକୁ କହିଲି"କଣ ଖାଇବୁ?"

ସେ କହିଲା କିଛି ଖାଇବିନି,ବାସ ପିଇବା ପାଇଁ ମଗେଇ ଦେ କିଛି ବି। ମୁଁ ପରିଚାରକକୁ କହିଲି ବ୍ଲୁ ମରୁନ ଦୁଇଟା ନେଇଆସ। ମୋ କଥା ଶୁଣି ରାନୀ ପଚାରିଲା ଯେ ତୁ କାହିଁକି ଖାଇବୁ ନାହିଁ? ପ୍ରତିଉତ୍ତରରେ କିଛି କହିବା ପୂର୍ବରୁ ରଜତ ଗୁଣୁଗୁଣୁ ହୋଇ କିଛି କହିଦେଇଥିଲା,ଯାହାକି ଆମେ ଦୁଇଜଣ ଶୁଣିଦେଲୁ


କେମିତି ଖାଇବ ସେ ..ସ୍ତ୍ରୀ ଖାଉନି ନା!!!


ପର ପାଞ୍ଚ ମିନିଟ ସମ୍ପୂର୍ଣ୍ଣ ଶାନ୍ତି ଥିଲା। ରଜତ ଆସି କାନ ପାଖେ କହିଲା ଯେ ଭାଇ ମୋ ପାଟିରୁ ଖସିଗଲା ସେଥିପାଇଁ ମୁଁ ଦୁଃଖିତ। ଏହାପରେ ବି ମଧ୍ୟ କୌଣସି କଥାର ଆଦାନ ପ୍ରଦାନ ହୋଇନଥିଲା ଆମ ଭିତରେ। ତାପରେ ଦୁଇଟି କ୍ଲାସ ସାରି ଆମେ ନିଜ ନିଜ ଘରକୁ ଫେରିଗଲୁ।


   ସାଇକେଲର ଟିକ୍ ଟିକ୍ ଶବ୍ଦ ଆଉ ଛାତିର ତୀବ୍ର ଧକ ଧକ ଶବ୍ଦ ବିଚଳିତ କରି ପକାଉଥାଏ,କଣ ହେବ ଏବେ?କିପରି ମୁହଁ ଦେଖାଇବି ରାନୀକୁ? ସେ କିଛି ଖରାପ ଭାବିନି ତ?ଏମିତି ଅନେକ ଭାବନା ମନ ଭିତରେ ଉଙ୍କି ମାରୁଥାଏ।ଏଇ ଭିତରେ ମୁଁ ଘରେ ମଧ୍ୟ ପହଞ୍ଚି ଯାଇଥିଲି।


    ସନ୍ଧ୍ୟାରେ ରୂପାକୁ ପଢ଼ାଉଥାଏ ଆଉ ତା ସହ ଦିନର କଥା ଗୁଡା ମୁଣ୍ଡରେ ପ୍ରତିଘାତ କରୁଥାଏ ଠିକ୍ ସେତିକି ବେଳେ ଏକ ଫୋନକଲ୍ ଆସିଲା। ରାନୀର ଥିଲା

ଆରେ ରଜତ କଥାକୁ ଭାବି ମୋ ସହ କଥା ହେଉନୁ ଯେ..ମତେ ଭଲ ଲାଗୁନାହିଁ ।


ଏତିକି ଶୁଣି ମୁଁ କହିଲି, ରାନୀ ରଜତ ଯାହା କହିଛି ସବୁ ସତ,ହୁଏତ ମୋର କେବେ ସାହସ ହିଁ ହୋଇନଥାନ୍ତା।

   ଏହା ପରେ ପୁଣି ମଞ୍ଚସ୍ତ ନାଟକରେ ଶାନ୍ତିର ବାର୍ତ୍ତା ଖେଳି ଉଠିଥିଲା।ସତେ ଯେମିତି ପବନ ମଧ୍ୟ ଥମି ଯାଇଛି। ମୋ ଜୀବନର ସବୁଠାରୁ କୁଞ୍ଚିତ ଅବସ୍ଥା ଥିଲା ସେ ମୁହୂର୍ତ୍ତ।ତାପରେ ସେ କଥାକୁ ଆଡେଇ ଅନ୍ୟକିଛି କଥା ହେଲୁ ଆମେ,ଏତିକି ସମୟ ମଧ୍ୟରେ ରାନୀ ଖାଇବାକୁ ଚାଲିଗଲା।


    ପରଦିନର ଦୃଶ୍ୟ କିଛି ଅତି ମନୋରମ୍ୟ ଥିଲା। ରଜତ ଆଉ ମୁଁ କ୍ଲାସ ସାରିକି କ୍ୟାଣ୍ଟିନ୍ ଯାଉଥାଉ।ମୁଁ ଯେତେ ସମ୍ଭବ ରାନୀକୁ ଅଣଦେଖା କରୁଥାଏ ପୂର୍ବଦିନର ଘଟଣାକୁ ଆଖିରେ ରଖି।


ସମ୍ପଦ...ସମ୍ପଦ...ରାନୀ ଉଚ୍ଚ ସ୍ୱରରେ ଡାକୁଥିଲା ଏବଂ ଯେତେବେଳେ ମୁଁ ରହିଗଲି କିଛି କହିନଥିଲା ସେ ବରଂ ଜାବୁଡି ଧରିଥିଲା ମତେ। ରଜତ ସହ ଅନେକ ପିଲା ମଧ୍ୟ ଆମ ଦୁହିଁଙ୍କୁ ଦେଖୁଥାନ୍ତି।

     ଦୁନିଆର ସବୁଠାରୁ ଭଲ ଅନୁଭବ ଥିଲା ସେଦିନ। ସତେ ଯେମିତି ସମୟ ଥମିଯାଇଥିଲା କିଛି ସମୟ ପାଇଁ,ସତେ ଯେମିତି ପର୍ବତ ଶିଖରରେ ସେ ପାଦପ ପାଦରେ କାଳପର ନୃତ୍ୟ ସମାଗମ ଥିଲା,ସତେ ଯେମିତି କେତେ ଦିନର ଝାଉଁଳା ଫୁଲ ହଟାତ ସତେଜ ହୋଇ ଉଠିଥିଲା।ଅବର୍ଣ୍ଣନୀୟ ଉଲ୍ଲାସର ଅନ୍ତେବାସୀ ଥିଲି ମୁଁ।

    


Rate this content
Log in

More oriya story from Subrat Kumar Nath

Similar oriya story from Romance