ଖୋଲା ବଜାର
ଖୋଲା ବଜାର
ଏଇ ଗତ ଗୁରୁବାର କଥା।ଏକୋଇଶି ତାରିଖ ଛୁଟି ଦିଆଯିବା ପରେ ଆମେ ବାଇଶି ତାରିଖ ଦିନ,ଫେରୁଥାଉ ଜୟପୁରରୁ ସୁନାବେଡ଼ାକୁ। ବାଟରେ କୋରାପୁଟ ବଜାର ଖୋଲା ଥାଏ ହେଲେ ମନ୍ଦିର ବନ୍ଦ ହୋଇସାରିଥାଏ। ରାସ୍ତାରେ ପଡିଲା ପରବ ମେଳାର ଶେଷ ଦୃଶ୍ୟରେ ଖୋଲା ଖୋଲି ହେଉଥିବା ବଜାର, ତଥାପି ଇଚ୍ଛା ହେଉଥିଲା ଥରେ ତା ଭିତରେ ବୁଲି ଆସିବାକୁ କିନ୍ତୁ ଆଦିବାସୀ ମ୍ୟୁଜିଅମ୍ ଭିତରକୁ ଗଲୁ। ଖୁବ୍ ଅଳ୍ପ ଲୋକ ଭିତରେ ଖୋଲା ଖୋଲା ଲାଗୁଥିଲା ମ୍ୟୁଜିଅମ୍, ସତେ ଯେମିତି ଖୋଲା ବଜାର, ତ ମନଭରି ଉଠାଇଲୁ ଫୋଟୋ, ବାଜାଇଲୁ ବାଜା, କୁଟିଲୁ ଢ଼ିଙ୍କିରେ, ପାଛୁଡ଼ିଲୁ କୁଲାରେ, ବଜାଇଲୁ ଦ୍ରମ୍ ବାଜା। ନାଚିଲୁ ଆଦିବାସୀ ନାଚ, ଦେଖିଲୁ ତାଙ୍କ ସଂସ୍କୃତି ଓ ପରମ୍ପରାର ବେଶ ପୋଷାକ,ଚଳଣୀ ଓ ପରବାପର୍ବାଣୀ ସହିତ ଦେବାଦେବୀ ଓ କୃଷି ଓ କୃଷି ଜାତ ଦ୍ରବ୍ଯ। କେବଳ ପୁରୁଣା କାଳିଆ ତମ୍ବା ପଇସା, କଣା ପଇସା, ପାଞ୍ଚ, ତିନି ଓ ଦୁଇପଇସିଏକପଇସି ଯାହା ସମସ୍ତଙ୍କ ପୁର୍ବଜ ବ୍ୟବହାର କରିଛନ୍ତି, ସେଇଟା ଥିଲା ସାମ୍ୟ ଭିତରେ ସାମଞ୍ଜସ୍ୟ।
ସୁନାବେଡା ର ଦିତୀୟ ଦିନରେ ଘରୋଇ ସୁଯୋଗ ପାଇ ବ୍ଲଡ ଟେଷ୍ଟ କରାଇ ମୁନିସପାଲଟି ବଜାର ଭିତାରେ ପଶିଲା ବେଳକୁ ଖୋଲା ବଜାର। କଛି ଆନୁସଙ୍ଗିକ ଜିନିଷ କିଣି, ଦୋସା ଖାଇ ନିଆରା ଅନୁଭବ ନେଇ ଘରକୁ ଫେରିଲୁ ଖୁସି ମନରେ। ଠିକ୍ ତିନିଟା ବେଳେ ଚତୁର୍ଥ ଜୋନ ପାର୍କକୁ ବାହାରିଲୁ। କାଳେ ଖୋଲା ଥିବ କି ନଥିବ ଭାବି ଆଗେଇ ଯାଇ ଦେଖିଲୁ ସବୁବେଳେ ଖୋଲାଥିବା ସେ ପାର୍କରେ ଥିବା ଢ଼ାବାବି ଖୋଲା। ସେଠାରେ ଫୋଟୋ ଉଠାଇ, ଚା ପକୋଡି ଖାଇ ଫେରିଲା ପରେ, ଟିକି ନାତୁଣୀର ଅଭିମାନ ଯେ ତାକୁ ଅଜା ଆଇ ପାର୍କ କିମ୍ବା ବଜାର ନେଇନାହାନ୍ତି। ସେ କଟି ପକାଇ ଦେଇଥିଲା ଆମ ସହ ଆଉ ଆମକୁ ମଧ୍ଯ କୁଆଡ଼େ ନେବ ନାହିଁ ବୋଲି ଶୁଣାଇ ଦେଇଥିଲା। ରାଗରେ କଥା କହୁନଥିଲା ଡୁଗୁ।
ସକାଳୁ ସକାଳୁ ପୁଅର ଭିଡିଓ କଲିଙ୍ଗରେ ନିଦ ଭାଙ୍ଗିଯାଇଥିଲା ସମସ୍ତଙ୍କର। ନାତୁଣୀ କୁ ଖୋଜୁଥିଲା ମାମୁଁ। ନୈନୀତାଲର ସହରରେ ପହଞ୍ଚି ସେଠାକାର ହ୍ରଦ, ଭିଉ ପଏଣ୍ଟ, ପ୍ରାକୃତିକ ବରଫାବୃତ ସହର, ବଙ୍ଗଳା, ଗାଡି ଓ ସର୍ବୋପରି ନୈନା ଠାକୁରାଣୀଙ୍କ ପୀଠ ଦର୍ଶନରେ, ତା ସହ ଆମେ ଅଭିଭୂତ ହେଲା ବେଳେ, ସେଠାକାର ଖୋଲା ଖୋଲା ବଜାର ବହୁତ୍ ଆକର୍ଷଣୀୟ ଦେଖାଯାଉଥିଲା। ଡୁଗୁର କଟି ଫିଟି ଯିବାପାଇଁ ଆମେ ଅଜା ଆଇ ଦୁହେଁ ତା ହାତ ଧରି ସେଇ ପାର୍କ ଓ ଖୋଲା ରସିଆନ ବଜାର ବୁଲେଇ ନେଇଯାଇଥିଲୁ। କୁକୁର କୁ ଡଗି କହି ଓ ଗାଈକୁ ହମ୍ବା କହି ଚକୋଲେଟ୍ ଓ କେକ ସହ ଖୁସିରେ ଘରକୁ ଫେରିଥିଲୁ ନାତୁଣୀ ସହ। ଝିଅ କହିଥିଲା ଛୁଟି ଟା ରହିଯିବାକୁ ଓ ବଡଦିନ ତଥା ନବବର୍ଷ ପାଳନ କରି ଫେରିବାକୁ। ନାତୁଣୀ ଡୁଗୁ କହିଥିଲା ବଜାର ଯିବା, ହମ୍ବା ଓ ଡଗି ଦେଖିବା, ଚକୋଲେଟ୍ ଖାଇବା। ତାକୁ ଛାଡି ଯିବା ଦୁଃଖ କୁ ହାଲକା କରିବାକୁ, ପୁଣି ସନ୍ଧ୍ୟାକାଳୀନ ଖୋଲା ରସିଆନ ବଜାର ଆଡ଼େ ମୁଂହାଇଥିଲୁ ସସ୍ତ୍ରୀକ।
