STORYMIRROR

Spandan kumar Parida

Fantasy Others

2  

Spandan kumar Parida

Fantasy Others

କେଜାଣି କଣ

କେଜାଣି କଣ

1 min
137


ପ୍ରକୃତିର ବିଡମ୍ବନା ଭିତରେ କେତେବେଳେ ହଜିଯାଏ ହୃଦୟ ଭିତରର କୋହ ତ ଆଉ କେବେ ପୁଣି ହୃଦୟ ଭାଙ୍ଗିବାକୁ ବି ଭୁଲେ ନାହିଁ କିଛି ବିରହର ଝଡ଼ ଝଞ୍ଜା। ତାକୁ ଦେଖିଲେ ତ ସେ ପୁରା ଚିହ୍ନା ଚିହ୍ନା ଲାଗେ ହେଲେ ସେ ତ କେବେ ଚିହ୍ନିପାରେନି..କି ଛଳନା କରି ଭୁଲେଇବାକୁ ଚେଷ୍ଟା କରି ବୁଝିବା କଷ୍ଟସାଧ୍ୟ। ତାର ସେ ସ୍ଵର୍ଣକ୍ରାନ୍ତି ଚେହେରା ଯେବେ ଭାସି ଉଠେ ପ୍ରତି ପଲକର ପହଞ୍ଚ ରେ ସେତେବେଳେ ଖାଲି ମାନସପଟକୁ କମ୍ପିତ କରୁଥାଏ ତାର ସେଇ ନୟନର କଜ୍ବଳ ଗାର।

କେବେ ଅପହଞ୍ଚ ଇଲାକା ସେ ଦୂର ବନାନୀ ସାଜେ ତ ଆଉ କେବେ ହାତ ପାହାନ୍ତାରେ ଉଡିଯାଉଥିବା ବିହଙ୍ଗଟେ ସାଜି ଚାଲିଯାଏ ଦୂର ଆକାଶକୁ। କାହିଁକି କେଜାଣି ତା କଥା ମନେ ପଡିଲେ କଲମ ମୋର ସେଠି ଅଟକି ଯାଇ ଓଦା ହୋଇଯାଏ କାଗଜ ପୃଷ୍ଠା। ପୁଣି ଆଉ ଯେବେ ସ୍ବପ୍ନରେ ବି ତାର ହସ ଆଉ ତା ଚାହାଣିର ସ୍ମୃତି ବି ଟିକେ ଭାବନାରେ ବି ଆସେ ସେତେବେଳେ କଲମ ତ ଆରମ୍ଭ କରେ ଯୁଦ୍ଧ,ଲେଖିବାକୁ ଆରମ୍ଭ କଲେ ଶେଷ ଖୋଜି ଖୋଜି ମିଳେନି। ବୋଧ ହୁଏ ଏଇଟା ହେଉଛି ପ୍ରେମ,କେବେ ଛଳନାରେ ପୁଣି କେବେ ପ୍ରତାରଣାରେ ଆସି ମନକୁ ବହୁତ କଷ୍ଟ ଦେଇ ଚାଲିଯାଏ ଅନ୍ୟ କେଉଁ ଅଜଣା ଦୁନିଆକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy