ପ୍ରୀତି ତୁମେ
ପ୍ରୀତି ତୁମେ
ନବଜୀବନର ଦିଗନ୍ତ ପୁଲକର ଆଭା ରେ କୁସୁମିତ ଝରଣା ର ନିର୍ଝର ଧାରା ର ତୁମେ ସେଇ ମୁକ୍ତା ଜଳରାଶି। ତୁମର ନୟନ ର ସ୍ବର୍ଣ୍ଣିମ କଜ୍ବଳ ର ଜାଜ୍ବଳମାନ ରଶ୍ମି ଆଜି ବି ଝଲସି ଉଠେ ଯେତେବେଳେ ମାନସ ପଟରେ ବିଛୁରିତ ହୁଏ ତୁମ ନିରୀମାଖୀ ଚାହାଣୀର ହସ ର ପଦ୍ମ ପାଖୁଡା। ଚନ୍ଦ୍ର ଙ୍କ ଚାହାଣି ର ତେର୍ଚ୍ଛା ନଜର ର ଆଭା ଆଭ୍ୟନ୍ତରୀଣ ସେଇ କୋମଳ ସୌନ୍ଦର୍ଯ୍ୟତା କୁ ନଷ୍ଟ କରୁଥିଲା ବେଳେ ଦିବା କାଳେ ରବିଙ୍କ କିରଣ ରେ ତେଜିୟାନ ହୋଇ ଉଠେ ତୁମର ସେଇ ଦିବ୍ୟ ଚେହେରା।