STORYMIRROR

Spandan kumar Parida

Abstract

2  

Spandan kumar Parida

Abstract

ଭାବନା ର ରାଣୀ

ଭାବନା ର ରାଣୀ

1 min
208


ସତେଯେମିତି ଅପରୂପ କେଶବିନ୍ୟାଶର ସମ୍ଭାରରେ ଭାସିଉଠେ ତରୁଣୀଫୁଲର କେତକୀ ମହକ।ସ୍ୱର୍ଣ୍ଣକ୍ରାନ୍ତି ରୁପାର ଭାବବିମୋହିତ ନୟନ ପଲକ ଟାଣିନିଏ ଭାବୁକର ଭାବନାକୁ ଆଉ ଅଧରର ସଂକ୍ରାନ୍ତରେ ଗଢିଉଠେ ଉଷ୍ଣ ଶରୀରର ଭାବ ଆଲୋଡନର ସିଂହରଣ। କେବେପୁଣି ଜାଗି ଉଠେ ସ୍ବପ୍ନପୁରୀର ସେ ଅପରୂପୀ ଅପସରା ତ,ଆଉ କେବେ ଭାବବିହ୍ଵଳର ସ୍ପର୍ଶଦେଇ ଚାଲିଯାଏ ମେନକାର ସୌନ୍ଦର୍ଯ୍ୟରଶ୍ମି।


ଜୀବନର ନୂତନରାହାରେ କେବେ ସେ ଗଢିଦିଏ କୁସୁମପ୍ରାଚୀରର ଚେତନା ତ ଆଉ କେବେ ତରଙ୍ଗର ଅଜସ୍ର ଢେଉ ସାଜି ହଜାଇଦିଏ ରାତିର ନିଦକୁ।ମନର ମାନସୀର ତୃପ୍ତିର ଆଶ୍ୱାସନା କେବେ ସୃଷ୍ଟି କରେ ନିରିମାଖୀ ହୃଦୟରେ ରକ୍ତବିନ୍ଦୁ ତ ଆଉ କେବେ ହଜାଇଦେବାର ଭୟ ନିଷ୍କପଟ ମନରେ ସୃଷ୍ଟି କରେ ବିତୃଷ୍ନା ପସରା।ସତେଯେମିତି ମୁଖମଣ୍ଡଳର ଝଲକ ପ୍ରୀତିର ପରସ ଦେଇ ନିଦାଘର ଝାଞ୍ଜି ସ୍ୱରୂପ ହୃଦୟରେ ସୃଷ୍ଟି କରେ ସ୍ନେହ ଓ ପ୍ରେମଭରା ଉଷ୍ଣତାକୁ।ତୁମ ପ୍ରୀତିର ସ୍ବର୍ଣ୍ଣିମ ଅପେକ୍ଷାରେ ମନର ବ୍ୟାକୁଳତା,ଉଷ୍ଣତାର ବିଚ୍ଛେଦ ଆଉ କୁସୁମ ପ୍ରାଚୀର ଚେତନାର ଜାଗରଣ ଆଜି ହୋଇଉଠିଛି ଉତଫୁଲ୍ଲିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract