STORYMIRROR

Spandan kumar Parida

Romance

1  

Spandan kumar Parida

Romance

ସ୍ମୃତି ଓ ଭାବନା

ସ୍ମୃତି ଓ ଭାବନା

1 min
75


ଭାବନାର ଅଦ୍ୱିତୀୟ ସ୍ପର୍ଶ ର ମହକ ର ପୁନଃ ସ୍ଥାପନ କରିବାକୁ ମନରେ ଜାଗି ଉଠିଛି ଅହେତୁକ ଇଚ୍ଛା। କିନ୍ତୁ ଲାଭ ବା କଣ;ଭାବନା ରେ ସ୍ମୃତି କୁ ଛାପିଦେବା ପାଇଁ କେବେକେବେ କଲମରୁ କାଳି ସରିଯାଏ ତ ଆଉ କେବେ ଝରାକୁସୁମ ପରି ଶୁଖି ଝଡିଯାଏ ବିତିିଯାଇଥିବା ଦିନ ସବୁ।ସତେ ଯେମିତି ତୁଚ୍ଛ ହୋଇପଡିଛି ତୁମ ବିନା ମୋ ଚକ୍ଷୁର ପ୍ରତିଟି ବିନ୍ଦୁ।ନୀତିଦିନ ତୁମର ସେଇ ଦୁଇ ପଦ କଥା ବୋଧହୁଏ ମୋ ଶରୀରରେ ସଞ୍ଚାରଣ କରୁଥିଲା ରକ୍ତ ପ୍ରବାହ କୁ।ତୁମର ବିଚ୍ଛେଦ ରେ ସତେ ଯେମିତି ଆତ୍ମହରା ହୋଇପଡିଛି ପ୍ରତିଟି ରକ୍ତବିନ୍ଦୁ।ହୁଏତ ସେମାନେ ମୋ ପାଖରେ ତୁମରି ଆଶ୍ୱାସନା ପାଇ ରହିଆସିଥିଲେ।ତୁମେ ଗଲା ପରେ ସେମାନେ ବି ଆଜି ପାଲଟି ଯାଇଛନ୍ତି ସ୍ଥାଣୁ।ତୁମ ସହ ମିଳନ ର ସ୍ମୃତି ସବୁ ପୁଷ୍ପଗୁଚ୍ଛ ହୋଇ ଭରିଦେଇଥିଲା ମୋ ବଗିଚାର ସୌନ୍ଦର୍ଯ୍ୟ କୁ।

ବଗିଚାରେ ମାଳି ହୋଇ ନିଜେ ଯତ୍ନ ନେବି ବୋଲି ଭାବି ନିଜକୁ ହଜେଇଦେଇଥିଲି ସେଇ ଫୁଲ ର ମହକ ରେ।କିନ୍ତୁ ମାଳି ହେବା ଆଗରୁ ସେଇ ଫୁଲ ର ମହକ ସତେ ଯେମିତି ଫିକା ପଡିଗଲା ମୋ ବଗିଚାରେ।ଦିନ ଥିଲା ତୁମେ ବି ହସିଦେଇ ହସର ଗନ୍ତାଘର ସୃଷ୍ଟି କରିଦେଇଥିଲ ମୋ ହୃଦୟରେ।କିନ୍ତୁ ସେଇ ଗନ୍ତାଘର ଆଜି ପାଲଟି ଯାଇଛି ଶୁଷ୍କ ମରୀଚିକା।ତୁମର ସେଇ ନିଷ୍କପଟ ଚାହାଣି ଦିନେ ଉତ୍ତପ୍ତ ମରୁଭୂମିରେ ଫୁଟାଇଥିଲା ଗୋଲାପର ପାଖୁଡା,ଆଦ୍ରତାରେ ଭରିଦେଇଥିଲା ସେଇ ମରୁଭୂମିକୁ।କିନ୍ତୁ ଆଜି ମରୁଭୂମି ହରେଇ ବସିଛି ନିଜ ଅସ୍ତିତ୍ବ.....ନା ଅଛି ଆଦ୍ରତା ନା ଅଛି ଉଷ୍ମତା।ତଥାପି କେତକୀ ମହକ ର ସୁଗନ୍ଧରେ ଭାବନାର ଅଦ୍ୱିତୀୟ ସ୍ପର୍ଶ କୁ ପୁନଃଜୀବିତ କରି ବଗିଚାରେ ସ୍ଥାପନ କରିବା ଆଜି କାହିଁକି ଅତସ୍ଥିତ କରିପକାଏ ମନକୁ...............ଦେଖାଯାଉ ॥  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance