STORYMIRROR

Spandan kumar Parida

Abstract

2  

Spandan kumar Parida

Abstract

କେଜାଣି କାହିଁକି ଅସୁରକ୍ଷିତ

କେଜାଣି କାହିଁକି ଅସୁରକ୍ଷିତ

1 min
137

ସର୍ଵସଂହା ସେ ସର୍ବବିନାଶିନୀ। କେଜାଣି କି ବିଚିତ୍ର ଏ ଲୀଳା। ଅଖଣ୍ଡ ଭାରତ ବର୍ଷ ରେ ଯେଉଁଠି ବିଶ୍ୱାସ କରାଯାଏ ନାରୀ କୁ ଆଦିଶକ୍ତି ଭାବରେ ସେଠି ପୁଣି ସହ ସହ ଆଦିପୀଠ। ସମସ୍ତେ ଧାର୍ମିକ ସାଜି ପୂଜା କରନ୍ତି ନାରୀ ର ଅଗଣିତ ରୂପକୁ। ହେଲେ ନାରୀ ଯଦି ପୂଜା ପାଏ ସେହି ପଥର ମୂର୍ତ୍ତି ରେ ,ପୂଜା ବି ପାଉଛି ଗଛ ରେ ବନ୍ଧା ଯାଇଥିବା ଛିଟ କନା ରେ। ତେବେ ଜୀବନ୍ତ ନାରୀ ପ୍ରତି ଏତେ ଅନ୍ୟାୟ ,ଅତ୍ୟାଚାର କାହିଁକି। କଣ ଲାଭ ମିଳୁଛି ଏମିତି ଲୋକଦେଖାଣିଆ ଠାକୁର ପୂଜା ର। ଯେଉଁଠି ଜନ୍ମ କରିଥିବା ମା' ନିଜର ହେଉନି,ନିଜ ଭଉଣୀ କୁ ସୁରକ୍ଷା ଦେଇହେଉନି, ନିଜ ସ୍ତ୍ରୀ ସୁରକ୍ଷିତ ନୁହେଁ,ନିଜ ଝିଅ ସୁରକ୍ଷିତ ନୁହେଁ,ସେଠି ଏଭଳି ପଥର ମୂର୍ତ୍ତି ପୂଜା ରେ ଲାଭ କଣ। ଯେଉଁ ପ୍ରତିମା କୁ ତମେ ପୂଜା କରୁଛ ତାର ଅର୍ଥ କଣ ଜାଣିଛ ,ପ୍ରତିମା ରେ ଭକ୍ତି ନଥାଏ ବରଂ ଭକ୍ତି ପ୍ରତି ମା' ରେ ହେବା ଦରକାର। ଯେବେ ନାରୀ ସଚେତନ ତେବେ ଯାଇ ସମାଜ ସଚେତନ ହେବ ନାରୀଙ୍କ ପ୍ରତି ହେଉଥିବା ଅନ୍ୟାୟର। ଯେଉଁଠି ନାରୀ ବିଭିନ୍ନ ରୂପରେ ଅବତରଣ କରେ,କେବେ ପାର୍ବତୀ ରୂପରେ ଶାନ୍ତି ଆଣେ ତ ଆଉ କେବେ କାଳୀ ରୂପରେ ବିନାଶ ର ତାଣ୍ଡବ ସୃଷ୍ଟି କରେ। ତେଣୁ ବିଶ୍ୱ ମହିଳା ଦିବସ ରେ ନାରୀ ଙ୍କୁ ଗୋଟେ ଦିନ ସଂମ୍ମାନ ଦେଲେ ନୁହଁ ବରଂ ନାରୀ ଙ୍କ ଏହି ସଂମ୍ମାନ ସବୁବେଳେ ହେବା ଦରକାର ଆଉ ସମସ୍ତ ନାରୀ ବି ଦୃଢମନ ନେଇ ସମାଜ ରେ ବଞ୍ଚିବା ଶିଖିବା ଦରକାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract