Spandan kumar Parida

Others

3  

Spandan kumar Parida

Others

କରୋନା ମହାମାରୀର ସାମ୍ନା

କରୋନା ମହାମାରୀର ସାମ୍ନା

2 mins
120


ବିଗତ ବର୍ଷରେ ବହୁତ ସଂକ୍ରାମକରୋଗ ପୃଥିବୀ ପୃଷ୍ଠରେ ନିଜର କାୟା ବିସ୍ତାର କରିଥିବା ବେଳେ ଆମେସବୁ ସେ ସବୁକୁ ମଧ୍ୟ ପ୍ରତିହତ କରିଛେ । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେରଖିଲେ ବର୍ତ୍ତମାନର ସମୟ ହେଉଛି ,ବର୍ତ୍ତମାନ କାୟା ବିସ୍ତାର କରିଥିବା କରୋନା ଭୁତାଣୁକୁ ପ୍ରତିରୋଧ କରିବା ପାଇଁ । ତେଣୁ ଗବେଷକ ଙ୍କ ମତ୍ତ ଅନୁସାରେ ଏହାର କୌଣସି ପ୍ରତିଷେଧକ ବହାରିନଥିବା ସ୍ଥଳେ କେବଳ ସଚେତନ ଆଉ ସତର୍କରହିବା ଏକ ମାତ୍ର ଉପାୟ ।

         ଏହି ଭୁତାଣୁର ପୃଷ୍ଠଭୂମିକୁ ଦେଖିଲେ ଜଣାଯାଏ,ଯେ ଏହା ପ୍ରଥମର ଚାଇନାର ବୁହାନ ସହରେ ପଶୁପକ୍ଷୀ ମାନଙ୍କ ଶରୀରରେ ଦେଖାଦେଇଥିଲା,ପରବର୍ତ୍ତୀ ସମୟରେ ଏହା ମନୁଷ୍ୟକୁ ସଂକ୍ରମିତ ହୋଇଥିଲା । ଯେତେତୁ ମନୁଷ୍ୟକୁ ଏହା ଏକ ନୂଆ ଭୁତାଣୁ,ତେଣୁ ଏହା ପ୍ରତି ମନୁଷ୍ୟ ପାଖରେ ରୋଗପ୍ରତିରୋଧକ ଶକ୍ତି ବହୁତ କମ,ନାହିଁ କହିଲେ ଚଳେ । ତେଣୁ ଏହା ଏହି ଭୁତାଣୁ ପାଇଁ ଏକ ଅନୁକୂଳ ପରିବେଶ ସଦୃଶ । ଏହି ଭୁତାଣୁକୁ ଦୂର କରିବା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାରର ଔଷଧ କିମ୍ୱା ଟୀକା ବାହାରିପାରିନାହିଁ । ଯଦି ବି ଏହାର ଟୀକା ପ୍ରସ୍ତୁତି ଚାଲିଛି,ତେବେ ତାହା ଆସିଲା ବେଳକୁ ବହୁତ ଡେରି ହୋଇସାରିଥିବ । ତେଣୁ ସରକାର ଏବଂ ଗବେଷକଙ୍କ ମତ ଅନୁସାରେ ଏହି ଭୁତାଣୁ କୌଣସି ପୃଷ୍ଠଦେଶରେ ୪୮ଘଣ୍ଟା ପର୍ଯ୍ୟନ୍ତ ସକ୍ରିୟରହିପାରେ,ତେଣୁ ଏହାଠାରୁ ଦୂରରେରହିବା ପାଇଁ ପରସ୍ପର ମଧ୍ୟରେ ସାମାଜିକ ଦୁରତ୍ୱକୁ ବଜାୟରଖିବାକୁ ହେବ,ଦିନକୁ ପ୍ରାୟ ୭-୮ ଥର ନିଜ ହାତକୁ ସାବୁନ କିମ୍ବା ହ୍ୟାଣ୍ଡୱସ୍ରେ ସଫା କରିବାକୁ ହେବ । ସାମାଜିକ ଦୂରତ୍ୱ ପାଇଁ ସରକାରଙ୍କର ୨୧ ଦିନିଆ ଭାରତବନ୍ଦୀକୁ ସମସ୍ତେ ମାନିଲେ ହିଁ ଆମେ ଏହାକୁରୋକିବାରେ ସଫଳ ହୋଇପାରିବା । ସଂକ୍ରମଣର କିଛି ଆଶଙ୍କା ଦେଖାଯାଉଥିଲେ ମାସ୍କ ବ୍ୟବହାର କରିବା ସହ ଡାକ୍ତର ଙ୍କ ପରାମର୍ଶ ଜରୁରୀ । କାହାକୁ ବି ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆ ଯାଇଥିବା କ୍ଷେତ୍ରରେ ଅତି ଜରୁରୀ ପଡିଲେ ବାହାରକୁ ଯିବା ପାଇଁ ମଧ୍ୟ ପୁଲିଶ ପ୍ରଶାସନର ଅନୁମତି ନେଇଯିବାକୁ ପଡିବ । ଏହି ନିୟମକୁ କଡାକଡି ପାଳନ କରାଯାଉଥିବା ବେଳେ ବୁଲା ବିକଳାଙ୍ଗ ତଥାରାସ୍ତାକଡର ପଶୁପକ୍ଷୀ ଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । କାହିଁକି ନା ସମସ୍ତେ ଏହି ସମୟରେ ଘରେରହୁଥିଲା ବେଳେ ଏହିମାନଙ୍କୁ ଖାଇବାକୁ ଦେବ ବା କିଏ!ତେଣୁ ଏହି ସମୟରେ ନିଜେ ସଚେତନରହିବା ସହ ସଚେତନତା ପ୍ରତି ଦୃଷ୍ଟି ଦେବା ଏକାନ୍ତ କାମ୍ୟ । ଏହି ସମୟରେ ସାହାର୍ଯ୍ୟ ପାଇଁ ଆଗେଇ ଆସୁଥିବା ସମାଜସେବୀ ଭାଇଭଉଣୀ ମାନଙ୍କୁ ସହଯୋଗ କରିବା ସହ ଏବେ ଛୁଟିର ସମୟ ଥିବାରୁ କିଛି ସମୟ ବାହାରକରି ସଚେତନ ଓ ସତର୍କରହି ବିଦ୍ୟାର୍ଥୀ ବନ୍ଧୁ ଆଗକୁ ଆସି ସହାୟତାର ହାତ ବଢ଼ାଇବା ଦରକାର । ବର୍ତ୍ତମାନର ସମୟ ଏକତାର ନୁହେଁ ବରଂ ନିଜେ ନିଜେ ଲଢ଼ିବାର ସମୟ ।

           ବର୍ତ୍ତମାନର ସମୟରେ ସାମାଜିକ ଦୁରତ୍ୱକୁ ଗୁରୁତ୍ୱ ଦିଆ ଯାଉଥିଲା ବେଳେ ଆମେ ଘର ବାହାରକୁ ବାରମ୍ବାର ନଯାଇ ବରଂ ଘରେ ଏକା ସତର୍କରହି ସମୟର ସଦୁପ ଯୋଗ କରିବା ଉଚିତ । ସଚେତନ ବିଦ୍ୟାର୍ଥୀ ହିସାବରେ ୨୪ଘଣ୍ଟା ଟିଭି,ମୋବାଇଲ ତଥା ଅନ୍ୟ କିଛି ଚକ୍ରାନ୍ତରେ ନରହି ଅନ୍ତର୍ନିହିତ ଶକ୍ତିର ବିକାଶ ପାଇଁ ଘରେ କିଛି ନୂଆ ନୂଆ ଜିନିଷ ଶିଖିବା ଦରକାର । କେବଳ ଯେ ନୁହେଁ ଜ୍ଞାନର ବିକାଶ ପାଇଁ ବହି ପଢିବା, ଆମେ ଆମ ଭିତରେ ଲେଖିବା,ଚିତ୍ର କରିବା ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ନିଜର ଚିନ୍ତାଶୀଳ ଶକ୍ତିର ବିକାଶ କରିବା ଦରକାର ।

      ଏବେର ସମୟ ଆମପାଇଁ ବହୁତ ମୂଲ୍ୟବାନ । ସମୟର ସଦୁପଯୋଗ କରିବା ସହ କରୋନା ସହ ଲଢେ଼ଇ କରିବାର ସମୟ । ଏକା ଏକା ଲଢ଼ିବାର ସମୟ । ଘରେରୁହନ୍ତୁ,ସତର୍କ ଓ ସଚେତନରୁହନ୍ତୁ,ଅନ୍ୟକୁ ମଧ୍ୟ ସଚେତନତା ବାର୍ତ୍ତା ଦିଅନ୍ତୁ ଏବଂ ସୁସ୍ଥରୁହନ୍ତୁ । ଏମିତି ହେଲେ ହିଁ ଆମେ କରୋନାକୁ ପ୍ରତିହତ କରିପାରିବା ।


Rate this content
Log in