STORYMIRROR

Namita Pal

Drama Romance

4  

Namita Pal

Drama Romance

କାଶତଣ୍ଡି ଫୁଲ

କାଶତଣ୍ଡି ଫୁଲ

3 mins
567


ସନ୍ଧ୍ଯା ରେ ନଦୀ କୂଳ ପଟେ ଘେରେ ବୁଲି ଆସିଲେ ଭାରି ବଢ଼ିଆ ଲାଗେ। ତା କୂଳର ସୁଲୁସୁଲିଆ ପବନ ଆଉ ଧୋବ ଫରଫର କାଶତଣ୍ଡି ଫୁଲର ବୁଦାକୁ ପ୍ରତ୍ଯୁଷ ବହୁତ ଭଲ ପାଏ। ଖାସ୍ ସେଥିପାଇଁ କଲେଜରେ ଛୁଟି ହେଲା ମାତ୍ରେ ହିଁ ସେ ଗାଁକୁ ଧାଇଁ ଆସେ। ଏଥର ଦୁର୍ଗା ପୂଜା ଛୁଟି ରେ ଆସିଛି। ଲକ୍ଷ୍ମୀ ପୂଜା ଯାଏଁ ଛୁଟି ଅଛି। ସେ ସହରରେ ପାଠ ପଢ଼ୁଛି ସିନା ଗାଁ ତାକୁ ବହୁତ ଭଲ ଲାଗେ। ହଁ ଭଲ ଲାଗିବନି ବା କାହିଁକି, ଗାଁ ର ପାଣି, ପବନରେ ସେ ବଡ଼ ହୋଇଛି। ଏଠି ତାର ବାପା ମା, କକା ଖୁଡ଼ୀ, ସାଙ୍ଗ ସାଥୀ ସମସ୍ତେ ରହନ୍ତି। ସମସ୍ତେ ତାକୁ ବହୁତ ଭଲ ପାଆନ୍ତି। ସେ ବି ଗାଁକୁ ଆସିଲେ ଘରେ କମ୍ ଅନ୍ଯମାନଙ୍କ ଘରେ ବେଶୀ ସମୟ ଥାଏ। ଏଥିପାଇଁ ବୋଉ ବହୁତ ଅଭିମାନ କରେ। ଯାଏ, ନଈ ଆଡୁ ଘେରାଏ ବୁଲି ଆସେ। "ବୋଉ ମୁଁ ଆସୁଛି, ହଁ ଅନ୍ଧାର ହବା ଆଗରୁ ଆସିଯିବୁ ପୁତୁ"। ଗାଁ ରେ ସମସ୍ତେ ମୋତେ ପୁତୁ ବୋଲି ଡାକନ୍ତି।


ଗେଟ୍ ରୁ ବହାରିଛି, ବାବୁଲା ସହିତ ଦେଖା ହେଲା। ମୋର ପିଲାଦିନର ସାଙ୍ଗ। "ବାବୁଲା, ଆସେ ନଦୀ ପଟେ ବୁଲିଆସିବା " ମୁଁ ବାବୁଲାକୁ ଡାକିଲି। ସେ କହିଲା ତାର କିଛି କାମ ଅଛି ସେ କାମ ସାରି ନଈ କୂଳରେ

ପହଞ୍ଚିଯିବ। ଆଉ ଗଲାବେଳେ ତା' ମାଆଙ୍କୁ ଦେଖା କରି ଯିବାକୁ କହିଲା। ବାବୁଲାର ମାଆ ଲକ୍ଷ୍ମୀ ଖୁଡ଼ୀ ଭାରୀ ସ୍ନେହୀ। ତାଙ୍କ ହାତରନ୍ଧା ଭାରି ସୁଆଦିଆ, ଲକ୍ଷ୍ମୀ ଠାକୁରାଣୀ ପରି। ଖୁଡ଼ୀ ମଣ୍ଡାପିଠା ଓ ଖିରି ଖାଇବାକୁ ଦେଲେ। ଖାଇସାରି ତାଙ୍କ ସହିତ କିଛି ସମୟ ଗପ କରି ସିଧା ନଦୀକୂଳରେ ପହଞ୍ଚିଲି।

ପବନ ଥିରି ଥିରି ବହୁଥାଏ। ଆଉ ତା ପାଖରେ ଥିବା ବିସ୍ତୃତ କାଶତଣ୍ଡି ବୁଦା ଧିରେ ଧିରେ ଦହଲି ଢେଉ ଖେଳିଲ। ପରି ଲାଗୁଥାଏ। ବୋଉ ଏଇ କାଶତଣ୍ଡି ଉପରେ ବଢ଼ିଆ ଗପ କୁହେ। କହେ ତାଙ୍କ ଗାଁରେ ଜଣେ ତନ୍ତୀ ଥିଲା। ସେ ବହୁତ ସରଳ ଓ ବୋକା ଥିଲା। ଥରେ ତାଙ୍କ ଘରେ ରାତିରେ ଚୋର ପଶିଲା। ସେ ଡରରେ ଏଇ କାଶତଣ୍ଡି ବୁଦାକୁ ନଈ ଭାବି ଡେଇଁ ପଡିଥିଲା। ତା ଉପରେ ବୋଉ ଗିତ ଟେ ବି ଗାଏ।

" ମୁଁ ଯେ ତନ୍ତୀ ଉଦାର, ନଈ ଭାବି ଡେଇଁ ପଡିଥିଲି ଖଡି ବୁଦାର"। କାଶତଣ୍ଡି ଖଡି ପରି ଧଳା ସେଥିପାଇଁ ତାକୁ ଗାଉଁଲି ଭାଷାରେ ଖଡିବଣ ବି କହନ୍ତି। ହଠାତ୍ କାହାର ଖିଲି ଖିଲି ହସ ରେ ମୁଁ ଭାବନା ରାଜ୍ଯରୁ ବାହାରିଆସି ବୁଲିପଡି ଦେଖିଲି କାଶତଣ୍ଡି ବୁଦାର ଅପର ପାର୍ଶ୍ବରେ ଦୁଇଟି ଝିଅ। ଜଣେ ସେ ଭିତରୁ ଖୁବ୍ ହସୁଥିଲା। ଏତେ ସୁନ୍ଦରୀ ଝିଅ,ଇଏ କ'ଣ ଏଇ ଗାଁ ର? ଏତିକି ବେଳକୁ ବାବୁଲା ଆସିଗଲା "ଆରେ ପୁତୁ ତୁ ଏଇଠି, ଅନ୍ଧାର ହେଲାଣି ଚାଲ ଘରକୁ ଯିବା, କାହାକୁ ଦେଖୁଛୁ ସେ ପରା ଆମ ଗାଁ ସନା ରାଉତର ଝିଅ ମନ୍ଦାକିନୀ।ତା ପରି ସୁନ୍ଦରୀ ଝିଅ ଏଇ ଆଖ ପାଖ ରେ ନାହାନ୍ତି। ଛୋଟ ବେଳୁ ମାମୁଁଘରେ ଥିଲା।ଏବେ ଗାଁକୁ ଆସିଛି।ସେ ଦୁଇଜଣ ଆମ ପାଖ ଦେଇ ଆଗକୁ ଗଲା ବେଳେ ମୋତେ ଦେଖି ମନ୍ଦାକିନୀ ମୁରୁକି ହସି ଦେଲା। ମୁ ବି ହସି ଦେଲି। ଏଣିକି ସବୁଦିନ ତା ସହିତ ମୋର ନଈ ପଠାରେ କାଶତଣ୍ଡି ଫୁଲର ବୁଦା ପାଖରେ ଦେଖା ହୁଏ। ଦୁହେଁ ଦୁହିଁଙ୍କୁ ଦେଖି ବାସ୍ ହସି ଦେଉ। ମୋର ଛୁଟି ସରିଆସିଲାଣି, କାଲି ମୁଁ ପଳେଇବି। ଆଜି ବି ଆମେ ଆମେ ପରସ୍ପରକୁ କିଛି କହିପାରିଲୁନି। ମନର କଥା ମନରେ ରହିଗଲା,ଭାବିଲି ବଡଦିନ ଛୁଟିରେ ଆସିଲେ ନିଜ ହୃଦୟର କଥା ତାକୁ କହିବି। ଛୁଟି ଯେତିକି ପାଖେଇ ଆସୁଥାଏ,ମନ ଘରକୁ ଯିବାକୁ ସେତିକି ଉଛନ୍ନ ହେଉଥାଏ।


ବଡଦିନ ଛୁଟିରେ ଘରେ ପହଞ୍ଚି ବୋଉକୁ ଗାଁ ଭିତରୁ ଆସିବାର ଦେଖି ପଚାରିଲି। " ବୋଉ କାଲି ଗାଁରେ କ'ଣ ଥିଲାକି, ଏତେ ସଜ ବାଜ, କାଲି ପରା ମନ୍ଦାର ବାହାଘର ଥିଲା, ମନ୍ଦା ମ ଏଇ ଆମ ସନା ରାଉତର ଝିଅ ମନ୍ଦାକିନୀ। ଏଇ ଟିକେ ଆଗରୁ ବର କନିଆ ବିଦା ହେଲେ। ମୁଁ ସେଇଠୁ ଆସୁଛି। ଭାରୀ ଭଲ ଭାଗ୍ଯ

ମନ୍ଦାକିନୀର। ବହୁତ ଭଲ ଘରେ ପଡିଛି। ତୁ ଗୋଡ, ହାତ ଧୋଇ ଆସିବୁ ଯା ଖାଇବୁ। ବୋଉର କଥା ମୋ କାନରେ ଆଉ କିଛି ପଶୁନଥାଏ। ମୋତେ ଖାଲି ମନ୍ଦାକିନୀର ଖିଲିଖିଲି ହସ ଶୁଣା ଯାଉଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Namita Pal

ଖେଳ

ଖେଳ

1 min ପଢ଼ନ୍ତୁ

ଯାତ୍ରା

ଯାତ୍ରା

2 mins ପଢ଼ନ୍ତୁ

ଯାଦୁ

ଯାଦୁ

2 mins ପଢ଼ନ୍ତୁ

ଭୟ

ଭୟ

2 mins ପଢ଼ନ୍ତୁ

ହିରୋ

ହିରୋ

2 mins ପଢ଼ନ୍ତୁ

ଟଙ୍କା

ଟଙ୍କା

1 min ପଢ଼ନ୍ତୁ

ପରିବାର

ପରିବାର

2 mins ପଢ଼ନ୍ତୁ

Similar oriya story from Drama