STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

କାଳଜହ୍ନଙ୍କ କରୁଣା ହୁଏନା ଊଣା 

କାଳଜହ୍ନଙ୍କ କରୁଣା ହୁଏନା ଊଣା 

6 mins
296


ନୀଳକଇଁ ସିନା ତୋଫା ଜହ୍ନକୁ ଭଲପାଏ ହେଲେ ଆନି ଭଲପାଏ ସେଇ କଳାଜହ୍ନଙ୍କୁ. ଆଜି ନୁହେଁ ବରଂ ପିଲାଦିନରୁ. ସେଇଥିପାଇଁ ଫରକ ପଡ଼ିନଥିଲା ତା ବାପା ଯେବେ ମାଆ ଓ ତାକୁ ଛାଡି ଚାଲିଯାଇଥିଲେ ଯଦିଓ ସେତେବେଳେ ସେ ପିଲା ଥିଲା. ଫରକ ପଡଡିଥିଲା ମାଆ ଯେବେ ଚାଲିଗଲା କାରଣ ସେହି ସମୟରେ ମାଆର ପଣତ ତାର ଖୁବ ଦରକାର ଥିଲା. କଥାରେ ଅଛି ପୁଅ ହେଉ ଅବା ଝିଅ, ଥିଲେ ଥାଉ ଅବା ନଥିଲେ ନାହିଁ କିଛି କିନ୍ତୁ ଶାଗତୋଳି ମାଆଟିଏ ଥିଲେ ସନ୍ତାନର ଡର କାହାକୁ ଭୟ କାହାକୁ!ମାମୁଁ ବୁଝେଇ ଦେଇଥିଲେ ଅତୀତର ଜିନିଷ ପତ୍ର ହେଉ କି ଵ୍ୟକ୍ତି ବିଶେଷ ହୁଅନ୍ତୁ ତାଙ୍କୁ ସାଙ୍ଗରେ ରଖି ଅର୍ଥାତ ତାଙ୍କ ସ୍ମୃତିକୁ ଜାବୁଡି ବସି କଷ୍ଟ ପାଇଲେ ବାଟର ବାଟୋଇ ହୋଇ ଲକ୍ଷ ହାସଲ କରିହୁଏନି ମାଆ . ତୁ ମନଦେଇ ପାଠ ପଢେ ଆନି , ସବୁ ଠିକ ହୋଇଯିବ କହି ଗପଟିଏ କହିଥିଲେ.
       ଥରେ ଜଣେ ଧନୀ ଵ୍ୟକ୍ତି ସାଧୁବାବାଙ୍କୁ ପଚାରି ଥିଲେ କି ଅତୀତର ସ୍ମୃତି ଓ ଖୟାଲ ବା ଜିନିଷ, ଘଟଣା ଓ ଵ୍ୟକ୍ତି ବିଶେଷଙ୍କୁ ଛାଡି ବ୍ଞ୍ଚିବା ମୁସ୍କିଲ କାହିଁକି ଲାଗୁଛି ଆଜ୍ଞା?ତ ପଥର ପଥିକ ବାବାଜଣକ କହିଥିଲେ ମୋ ସହ ଆଶ୍ରମ ଯାଏଁ ଆସିପାରିଲେ ତୁମେ ତୁମର ଉତ୍ତର ପାଇଯିବ ବତ୍ସ. ରାଜି ହୋଇ ଧନୀ ଯୁବକ ଗାଡ଼ି କାଢ଼ୁଥିଲେ ତ ସାଧୁ ବାରଣ କରି ପାଦରେ ଚାଲି ଚାଲି ଗଲେ ନିଜ ପ୍ରଶ୍ନର ଉତ୍ତର ମିଳିଯିବ କହିବାରୁ ସାଧୁଙ୍କ ପଛେ ପଛେ ଚାଲିବାକୁ ଲାଗିଲେ ଯୁବକ . ଖରାରେ ବାଟ ଚାଲୁ ଚାଲୁ ଧନୀ ଯୁବକ ଜଣକ ହାଲିଆ ହୋଇ ପଡ଼ୁ ପଡ଼ୁ ସାଧୁ ମହାରାଜା ଦେଖେଇ ଦେଲେ ରାସ୍ତା ପାର୍ଶ୍ୱରେ ଥିବା ଏକ ବିରାଟ ନହେଲେ ବି ଓଜନିଆ ପଥରକୁ ଆଉ କହିଲେ ଏଇଟା ଏଠାରୁ ଉଠେଇ ନିଅ. ଯୁବକଜଣଙ୍କ କିଛି ପ୍ରତିବାଦ ନକରି ଖରା ଗରମ ଓ ପଥଶ୍ରାନ୍ତରେ ଆକତା ମାକତା ହୋଇ ପଥର ଉଠେଇ ଚାଲୁ ଚାଲୁ ସାଧୁଙ୍କ ସହିତ ପାଦ ମିଳାଇ ଚାଲିବାରେ ଅକ୍ଷମ ହୋଇ ବସିପଡିଲେ ସେଇଠି, ଠିକ ଗଛର ଛାଇରେ, ଥଣ୍ଡା ପବନରେ, ଶାନ୍ତିରେ ଆଖିପତା ମୁଦି ହୋଇ ଆସୁଥିବା ବେଳେ ସାଧୁ ପଛକୁ ଫେରି ଆସି ପଚାରିଲେ ଅଟକି ଗଲ ଯେ ବତ୍ସ!ହଁ ମହାଭାଗ ଏ ପଥର ବୋହି ଖରାରେ କଷ୍ଟ ଯୋଗୁଁ ଚାଲିନପାରି ଏଇଠି ରହିଗଲି. ତେବେ ତ ତୁମ ଉତ୍ତର ପାଇ ସାରିଥିବ ଯୁବକ. ଆଶ୍ଚର୍ଯ୍ୟ ଚକିତ ହୋଇ ଯୁବକ ଚାହିଁଲେ ସାଧୁଜୀଙ୍କୁ ତ ସାଧୁ ବୁଝାଇ ଦେଲେ ପଥରଟିକୁ ଉଠାଇ ଦେବାକୁ କହିଥିଲି ମାତ୍ର କିନ୍ତୁ ସାଙ୍ଗରେ ବୋହି ନେଇ ଆସିବାକୁ ନୁହେଁ. ପଥର ପରି ପୁରୁଣା ବସ୍ତୁ, ଜିନିଷ, ଵ୍ୟକ୍ତିଙ୍କ ସ୍ମୃତି.ମନ ହୃଦୟରେ ସ୍ଥାନ ଦେଇ ଝୁରିଲେ ପଥର ବୋହି ଆଗକୁ ବଢିନପାରିଲା ଭଳି କଥାଟିଏ . ଏଥର ଯୁବକ ବୁଝିଗଲେ ହରାଇ ସାରିଥିବା ପିଲାଦିନ, ବାପା ମାଆ ଓ ଅନ୍ୟାନ୍ୟ ବସ୍ତୁ ପଦାର୍ଥ କଥା ନଭାବି କି ବିତି ଯାଇଥିବା ସୁଖ ବା ଦୁଃଖର ଘଟଣା ସବୁକୁ ମନ ହୃଦୟରୁ କାଢି ଆଗେଇ ଚାଲିଲେ ହିଁ ଗଛ ତଳ ଛାଇ ଓ ଶୀତଳ ପବନ ଭଳି ଶାନ୍ତି ଓ ସଫଳତା ପାଇ ହେବ. ଏ ଗପରୁ ଆନି ବି ବୁଝିଯାଇଥିଲା କିଛି ତ କାଳଜହ୍ନଙ୍କୁ ସ୍ମରଣ କରି ମନେ ମନେ ସ୍ମରଣ କରି କହୁଥିଲା ତୁମକୁ କାନ୍ଥେଣି ଠଣାରେ ରଖି ପିଲାଦିନେ ମିଛି ମିଛି ଭୋଗ, ପୂଜା କେତେ କରିଛି ଠାକୁର. ମତେ ସଦଵୁଦ୍ଧି ଦିଅ. ସଦବୁଦ୍ଧି ପ୍ରାପ୍ତ ହେବା ଓ ଭାଗ୍ୟ ଭଲ ରହିବା ଏକକଥା ନୁହେଁ ବୋଲି ବୁଝିନଥିବା ଆନି ବଡ଼ ହେଲାପରେ ରୁଦ୍ର ଭଳି ଧନୀ ଯୁବକ ଓ ସୁନ୍ଦର ସ୍ୱାମୀ ପାଇ ଉଲ୍ଲସିତ ହୋଇ କଳାଜହ୍ନଙ୍କୁ ଧନ୍ୟବାଦ ଜଣାଉଥିଲା.କିଛି ନେଲେ କିଛି ଦିଅନ୍ତି ଠାକୁର ବିଶ୍ୱାସରେ ବାଟ ଚାଲୁଥିଲା ଆନି କାଳଜହ୍ନଙ୍କ ଭରଷାରେ ଏଣିକି .ସ୍ୱାମୀ ଯେବେ ପୁରୀ ଯାଇ ଆନିଙ୍କ କଳାଜହ୍ନ ରୂପୀ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଡାକିଲେ ଆନିଙ୍କ ମାଗୁଣି ଥିଲା ଖାଲି ପୁରୀ ନୁହେଁ ମତେ ଚାରିଧାମ ଦର୍ଶନ କରିବାର ଅଭିଳାଷ ଅଛି. ସର୍ତ୍ତ ରଖିଥିଲେ ସ୍ୱାମୀ କହିଥିଲେ ଚାରିଧାମ ବିଷୟରେ କଣ ଜାଣିଛ କହିବ ଓ ମୋ ମନକୁ ଯଦି ପାଇବ ତେବେ ନେବି.ତ ଆନି କହିଥିଲେ କିଛି.ଆନି କହିଚାଲିଥିଲେ 
      ଭାରତର ଚାରିଦିଗ ଯଥା ପୂର୍ବ, ପଶ୍ଚିମ, ଉତ୍ତର ଦକ୍ଷିଣ ଦିଗରେ ନିର୍ମିତ ଧାମ ବା ମନ୍ଦିର ଗୁଡିକ ବିଷ୍ଣୁଙ୍କୁ ସମର୍ପିତ. ବିଷ୍ଣୁ ସ୍ନାନ କରନ୍ତି ରାମେଶ୍ଵର ଧାମରେ, ଭୋଜନ କରନ୍ତି ପୁରୀ ଧାମରେ, ଧ୍ୟାନ କରନ୍ତି ବଦ୍ରୀନାଥଧାମରେ ଏବଂ ଶୟନ ବା ବିଶ୍ରାମ କରନ୍ତି ଦ୍ୱାରିକାନାଥ ଧାମରେ. ଧାମ ଅର୍ଥ ପବିତ୍ର ସ୍ଥଳ. ଅଷ୍ଟାଦଶ ଶତାବ୍ଦୀରେ ଶଙ୍କରାଚାର୍ଯ୍ୟ ଏହି ଚାରି ପବିତ୍ର ସ୍ଥଳୀ ବା ଚାରିଧାମ ସ୍ଥାପନ କରିଥିଲେ. ମନୁଷ୍ୟ ତା ଜୀଵନ କାଳ ଭିତରେ ଏହି ଚାରିଧାମ ଦର୍ଶନ କରିପାରିଲେ ମୋକ୍ଷ ପ୍ରାପ୍ତି ହୁଏ ଅର୍ଥାତ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ପାଇଥାଏ.
    ବଦ୍ରୀନାଥ ଧାମ -ଭାରତର ଉତ୍ତର ଦିଗରେ ଥିବା ଉତ୍ତରାଖଣ୍ଡ ରାଜ୍ୟରେ ଥିବା ଅଳକାନନ୍ଦା ନଦୀର ବାମ ପାର୍ଶ୍ୱରେ ଥିବା ନର ଓ ନାରାୟଣ ନାମକ ଦୁଇଟି ପାହାଡ଼ ମଝିରେ  କଳାପଥର ନିର୍ମିତ ଏହି ମନ୍ଦିର ଅବସ୍ଥିତ. ଏହି ଧାମକୁ ପୃଥିବୀର ବୈକୁଣ୍ଠ କୁହାଯାଏ. ପ୍ରଥମେ ଏହି ଭୂଇଁ ଶିବଙ୍କର ଥିଲା ମାତ୍ର ବିଷ୍ଣୁଙ୍କର ଧ୍ୟାନ କରିବା ପାଇଁ ସ୍ଥାନ ଦରକାର ପଡିବାରୁ ଏହି ସ୍ଥାନ ଶିବଙ୍କ ଠାରୁ ବିଷ୍ଣୁ ମାଗିନେଇଥିଲେ. ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ ମାତା ଲଷ୍ମୀ ବିଷ୍ଣୁଙ୍କ ଠାରୁ ଋଷିଯିବା କାରଣରୁ ଲଷ୍ମୀଙ୍କୁ ମନାଇବା ପାଇଁ ବିଷ୍ଣୁ ଧ୍ୟାନରେ ବସିଲେ. ଧ୍ୟାନରେ ଏତେ ମଗ୍ନ ରହିଗଲେ ଯେ ପ୍ରଭୁ ବାହାରେ କଣ ସବୁ ଘଟୁଛି ଅଜ୍ଞ ରହିଲେ.ବିଷ୍ଣୁଙ୍କ ଅଜ୍ଞତା କାରଣରୁ ଅରାଜକତା ବ୍ୟାପୀ ବାତାବରଣ ଖରାପ ହେବା ପୂର୍ବରୁ ମାତା ଲଷ୍ମୀ ବଦ୍ରି ଗଛର ରୂପ ଧରି ଭଗବାନ ବିଷ୍ଣୁଙ୍କୁ ରକ୍ଷା କରିଥିଲେ ବୋଲି ଏହି ଧାମର ନାମ ବଦ୍ରୀନାଥ ବୋଲି ବିଶ୍ୱାସ କରାଯାଏ. ଯିଏ ଏହି ଧାମ ଦର୍ଶନ କରିବ ତାକୁ ପୁନର୍ବାର ଜନ୍ମ ନେବାକୁ ପଡେ ନାହିଁ ବୋଲି ମାନ୍ୟତା ଅଛି.
    ଦ୍ୱାରିକା ଧାମ -ଭାରତର ପଶ୍ଚିମ ଭାଗରେ ଥିବା ଗୁଜୁରାଟ ରାଜ୍ୟର ଆରବସାଗର ତଟରେ ଏହି ଧାମ ଅବସ୍ଥିତ.ଏହା ଶ୍ରୀକୃଷ୍ଣଙ୍କ ନିବାସସ୍ଥଳୀ ଥିବା ସତ୍ୱେ ଏଠାରେ ଶଙ୍ଖାଶୁର ନାମକ ରାକ୍ଷାସକୁ ବଦ୍ଧ କାରିଥିଲେ ବିଷ୍ଣୁ.କିମ୍ବଦନ୍ତୀ ଅନୁସାରେ ଦ୍ୱାରିକା ନାମ ଗ୍ରହଣର ପ୍ରମୁଖ କାରଣ କଂସ ଶ୍ରୀକୃଷ୍ଣଙ୍କ ଦ୍ୱାରା ନିହତ ହେଲା ପରେ, କଂସର ଶଶୁର ଜରାସନ୍ଧ ଯାଦବ ବଂଶ ଓ ଶ୍ରୀକୃଷ୍ଣଙ୍କ ନାଶ ପାଇଁ ପତିଜ୍ଞା କରି ମଥୁରାବାସୀ ଯାଦବମାନଙ୍କ ଉପରେ ବାରମ୍ବାର ଆକ୍ରମଣ କରୁଥିଲେ. ତେଣୁ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଗୋଟିଏ ରାତି ମଧ୍ୟରେ ବିଶ୍ୱକର୍ମା ଏହି ଦ୍ୱାରିକାଧାମ ନିର୍ମାଣ କାରିଥିଲେ. ଯାଦବଙ୍କ ରକ୍ଷା ନିମନ୍ତେ ମଥୁରା ଛାଡି ଏହି ନୂଆନଗରୀ ଦ୍ୱାରିକା ନାଗରୀରେ, ଶ୍ରୀକୃଷ୍ଣ ଛତିଶ ବର୍ଷ ଧରି ରାଜତ୍ୱ ସାରି ବୈକୁଣ୍ଠକୁ ପ୍ରସ୍ଥାନ କଲା ପରେ ଏହି ନଗରୀ ଜଳମଗ୍ନ ହୋଇଯାଇଥିଲା. ଶ୍ରୀକୃଷ୍ଣଙ୍କ ବଂଶଜ ବ୍ରଜନାଭ ପରେ ଦ୍ୱାରିକାର ମୁଖ୍ୟ ମନ୍ଦିର ନିର୍ମାଣ କରାଇ ସ୍ୱର୍ଗଦ୍ୱାର ଓ ମୁଖ୍ୟଦ୍ୱାର ରୂପେ ଦୁଇଟି ଦ୍ୱାର ସ୍ଥାପନା କରି ରଖିଥିଲେ.
    ରମେଶ୍ବରମ ଧାମ -ଭାରତର ଦକ୍ଷିଣ ଦିଗରେ ଅବସ୍ଥିତ ତାମିଲନାଡୁ ରାଜ୍ୟର, ରାମନାଥପୁରମ ଜିଲ୍ଲାରେ ପ୍ରବାହିତ ବଙ୍ଗୋପସାଗର ଓ ଆରବସାଗର ସଙ୍ଗମସ୍ଥଳରେ ନିର୍ମିତ ଏହି ମନ୍ଦିର. ରାମାୟଣ କାହାଣୀ ସହିତ ଏହାର ସମ୍ପୃକ୍ତି ରହିଛି. ରାମେଶ୍ଵରମ ଠାରେ ଜ୍ୟୋତିର୍ଲିଙ୍ଗ ରୂପେ ପୂଜା ପାଇବାକୁ ଶିବ ଶଙ୍କର ପ୍ରଭୁ ହର ହର ମହାଦେବ କାମନା କରିଥିବାରୁ ପ୍ରଭୁ ଶ୍ରୀରାମ ଏହି ମନ୍ଦିର, ଶିବଙ୍କ ଶ୍ରଦ୍ଧା ଓ ଭକ୍ତଙ୍କ ଭକ୍ତି ଉପାସନା ପାଇଁ ସ୍ଥାପନା କାରିଥିଲେ ବୋଲି କୁହାଯାଏ. ଅନ୍ୟ ଏକ କିମ୍ବଦନ୍ତୀ କହେ ମାତା ସୀତାଙ୍କୁ ଠାଵ କରିବାକୁ ଖୋଜି ଖୋଜି ପ୍ରଭୁ ଶ୍ରୀରାମ,ଲଷ୍ମଣ ଓ ବାନରସେନା ଜ୍ୟୋତିର୍ଲିଙ୍ଗଙ୍କୁ ପୂଜୁ ପୂଜୁ ଚିରକାଳ ଏଠାରେ ଶିବ ପୂଜା ପାଇଲେ. ପୁଣି ଶୁଣିବାକୁ ମିଳେ ସେତୁବନ୍ଧ ବାନ୍ଧି ଅସୁର ରାବଣକୁ ବଦ୍ଧ କରି ବ୍ରହ୍ମହତ୍ୟା ପାପରୁ ମୁକ୍ତି ପାଇଁ ସାଧୁ ସନ୍ଥଙ୍କ ପରାମର୍ଶ କ୍ରମେ ସମୁଦ୍ର ତଟରେ ଶିବ ଲିଙ୍ଗ ପ୍ରତିଷ୍ଠା କରିବା ପାଇଁ ଭକ୍ତଶ୍ରେଷ୍ଠ ହନୁମାନଙ୍କୁ ଶିବ ଲିଙ୍ଗ ଆଣିବାକୁ ପଠାଇଥିଲେ ମାତ୍ର ବିଳମ୍ବ ହେବାରୁ ଵିଧି ପୂର୍ବକ ମାତା ସୀତାଙ୍କ ଦ୍ୱାରା ବାଲୁକା  ଲିଙ୍ଗ ସ୍ଥାପନା ହୋଇଥିବା ବେଳେ ପରେ ହନୁମାନଙ୍କ ଦ୍ୱାରା ଆନିତ ଲିଙ୍ଗ ମଧ୍ୟ ସେଠାରେ ହନୁମନ୍ତେଶ୍ଵର ରୂପେ ସ୍ଥାପନ କରାଯାଇଥିଲା.ସେତୁବନ୍ଧର କିୟଦଂଶ ରାମସେତୁ ରୂପେ ଏଠାରେ ଦେଖିବାକୁ ମିଳେ.
     ପୁରୀ ଧାମ ବା ଜଗନ୍ନାଥ ଧାମ -ଭାରତର ପୂର୍ବ ଦିଗରେ ଓଡିଶା ରାଜ୍ୟର ପୁରୀ ଜିଲ୍ଲାରେ ବଙ୍ଗୋପସାଗର ସମୁଦ୍ର କୂଳରେ ଏହି ମନ୍ଦିରର ସ୍ଥାପନା ହୋଇଥିଲା. କଳି ଯୁଗରେ ଭଗବାନ ଶ୍ରୀକୃଷ୍ଣ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସ୍ୱପ୍ନରେ ଆସି କହିଥିଲେ କି ଶବର ରାଜା ବିଶ୍ୱାବସୁଙ୍କ ନୀଳମାଧବ ଏବେ କାଠଗଣ୍ଡି ରୂପେ ସମୁଦ୍ରରେ ଭାସୁଛନ୍ତି. ତାଙ୍କୁ ଆଣି ମୂର୍ତ୍ତି ଗଢି ବଡଦେଉଳରେ ସ୍ଥାପନା କର. ମାତ୍ରକ କେହି ମୂର୍ତ୍ତି ଗଢିବାକୁ ସମର୍ଥ ନହୁଅନ୍ତେ ବୃଦ୍ଧ ବେଶରେ ନିଜେ ବିଶ୍ୱକର୍ମା ସର୍ତ୍ତ ରଖି ମୂର୍ତ୍ତି ଗଢିଲେ ବନ୍ଦ କବାଟ ଘର ମଧ୍ୟରେ. ମୂର୍ତ୍ତି ଗଢିବା ଠକ ଠାକ ଆବାଜ ନଶୁଣି ରାଣୀ ଗୁଣ୍ଡିଚା ଖୋଲିଦେଲେ କବାଟ. ଅଧାଗଢ଼ା ଚତୁର୍ଦ୍ଧା ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରୂପେ ରତ୍ନ ସିଂହାସନରେ ଉଭା ହୋଇ ପୂଜା ପାଇଲେ ଜଗତର ନାଥ ଜଗନ୍ନାଥ . ପ୍ରତ୍ୟେକ ଆଷାଢ଼ ମାସ ଦ୍ଵିତୀୟା ତିଥିରେ ଜଗତର ନାଥ ଜଗନ୍ନାଥଙ୍କର ଭବ୍ୟ ରଥଯାତ୍ରା ଅନୁଷ୍ଠିତ ହୁଏ.ନବଦିନବ୍ୟାପୀ ଏହି ରଥଯାତ୍ରାରେ ଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ନଅର ବା ବାଡ଼ି ବା ମନ୍ଦିର ବା ମାଉସୀମାଆ ଘରକୁ ବୁଲିବାକୁ ଯାଇଥାନ୍ତି. ପରୋକ୍ଷରେ ଏହା ମନୁଷ୍ୟଭଳି ଆଚ୍ଚରଣ ହେଲେ ମଧ୍ୟ ଭକ୍ତି ଓ ଭକ୍ତର ମିଳନରେ ବଡଦାଣ୍ଡରେ ଭବ୍ୟ ଦର୍ଶନ ହୁଏ.  
      ପୁରୀ ଧାମର ଏହି ବଡମନ୍ଦିର ବିଷୟରେ ଅନେକ ରୋଚକ ପୂର୍ଣ୍ଣ ଗୁପ୍ତ ତଥ୍ୟ ନିହିତ ରହିଛି. ଏହାର ଧ୍ବଜା ନୀଳଚକ୍ରବାନା ବା ପତିତପାବନ ବାନା ସର୍ବଦା ପବନର ବିପରୀତ ଦିଗରେ ଉଦିଥାଏ. ଅଷ୍ଟଧାତୁ ନିର୍ମିତ ନୀଳଚକ୍ର ଉପରେ ଉଡୁଥିବା ବାନା  ହିଁ ଜଗନ୍ନାଥଙ୍କ ସ୍ୱରୂପ ବୋଲି ବିବେଚନା କରାଯାଏ. ଏହାର ରୋଷ ଘର ଓ ରୋଷେଇ ପ୍ରଣାଳୀ ସ୍ୱତନ୍ତ୍ର. ବାଇସି ପାହାଚର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି. ଏଠାରେ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା, ଅଧାଗଢ଼ା ତ୍ରିମୂର୍ତ୍ତି ରୂପେ କଳି ଯୁଗରେ ଅଷ୍ଟମ ଅବତାର ଶ୍ରୀକୃଷ୍ଣଙ୍କୁ ସମର୍ପିତ.
   ସ୍ତବ୍ଧ ଓ ବିଭୋର ହୋଇ ଏସବୁ ଶୁଣୁଥିବା ସ୍ୱାମୀ ରୁଦ୍ର ତାଳି ମାରି କହିଥିଲେ ଖୁବ ବଢିଆ. ଆଉ ଯାହା ଜାଣିନ, ପ୍ରତେକ୍ଷ ଦର୍ଶନ ପରେ ଜାଣିଯିବ. ଆନିଙ୍କ ଗୋଡ଼ ପାଞ୍ଚହାତରେ ପଡୁଥିଲା.


Rate this content
Log in

Similar oriya story from Classics