STORYMIRROR

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ଝୁମାର ଭକ୍ତି

ଝୁମାର ଭକ୍ତି

3 mins
5


  ସାଙ୍ଗମାନଙ୍କୁ ଅପେକ୍ଷା କରି ରହିଥାଏ ଝୁମା. ଆଜି ତାଙ୍କ ସ୍କୁଲର ବାର୍ଷିକ ଉତ୍ସବ. ବାଛି ବାଛି ବଜାରରୁ ବଢିଆ ଧଳା ଫ୍ରକଟିଏ କିଣି ଆଣି ଦେଇଛନ୍ତି ବାପା. ଦୋକାନ ଦୋକାନ ବୁଲି ସେ ନିଜେ ପସନ୍ଦ କରିଛି ଏ ଧଳା ରଙ୍ଗର ଫ୍ରକଟିକୁ. ଲୁନା ଆସିଲେ ସେ ସାଙ୍ଗ ହୋଇ ସ୍କୁଲ ଯିବ. କେତେ କିଏ ସାଙ୍ଗସବୁ ତାଙ୍କ ଘର ବାଟ ଦେଇ କିଏ କାହା ବାପାଙ୍କ ସଙ୍ଗେ ତ କିଏ କାହା ଜେଜେ, କିଏ କାହା ଅଜା, କିଏ ନିଜ ମାଆ ବା ଜେଜେମାଆ କି ଆଈ ସଙ୍ଗେ ହାତ ଧରି ଯାଉଥାଆନ୍ତି. ଲୁନା ଠିକ ସମୟରେ ଆସି ପହଁଚିଲା. ସେ ଯେଉଁ ଧଳା ଡ୍ରେସ ପିନ୍ଧିଥିଲା ତାକୁ ଖୁବ ମାନୁଥିଲା ଓ ଝୁମା ଘରେ ସମସ୍ତେ ତାକୁ ସେହି ଡ୍ରେସ ଲାଗି ଖୁବ ପ୍ରଶଂସା କରିଥିଲେ. ସେ ଦୁହେଁ ସାଙ୍ଗ ହୋଇ ସ୍କୁଲ ଯିବା ପରେ ସେଠି ଅନେକ ସାଙ୍ଗ ତଥା ଉପର ଓ ତଳ କ୍ଲାସ ପିଲାମାନେ ଦୁହିଁଙ୍କୁ ତାଙ୍କ ଡ୍ରେସ ପାଇଁ ବହୁତ ସୁନ୍ଦର ହୋଇଛି ଓ ଦୁହେଁ ଖୁବ ସୁନ୍ଦର ଦିଶୁଛ କହିଥିଲେ ମଧ୍ୟ ଝୁମାକୁ ଲାଗିଲା ତା ଅପେକ୍ଷା ଲୁନାର ଡ୍ରେସକୁ ସମସ୍ତେ ଅଧିକ ପସନ୍ଦ କରୁଛନ୍ତି. ତା ମନ ଦୁଃଖ ହୋଇଗଲା. ମନ ଓ ଦେହ ସୁସମ୍ପର୍କିତ ହୋଇଥିବାରୁ ଝୁମାର ଦେହ ମଧ୍ୟ ଭଲ ଲାଗିଲା ନାହିଁ. ସ୍କୁଲରେ ନାଚ ଗୀତରେ ଭାଗ ନେଇଥିଲେ ମଧ୍ୟ ଦେହ ଓ ମନ ଖରାପ ଲାଗିବାରୁ ଝୁମା ସବୁଥିରେ ଭାଗ ନେଇଥିଲେ ମଧ୍ୟ ଭଲ ପଦର୍ଶନ କରିପାରିଲା ନାହିଁ. ବାପାଙ୍କ ସହ ସ୍କୁଲରୁ ଫେରିଲା ବେଳେ ଝୁମାର ମନଦୁଃଖ ଦେଖି ବାପା ପଚାରିଥିଲେ ଝିଅକୁ କାହିଁକି ମନଦୁଃଖ ମୋ ମାଆର? ତ ଝୁମା କହିଥିଲା ଲୁନାର ଧଳା ଫ୍ରକଟିକୁ ସମସ୍ତେ ଖୁବ ପ୍ରଶଂସା କରିଥିଲେ. ସେତିକିରୁ ବାପା ବୁଝିଯାଇଥିଲେ ଝିଅ ମନ ତଳ କଥା ଓ ବ୍ୟଥା.

  ଘରକୁ ଫେରିବା ପରେ ବାପା ତାକୁ ବାଡ଼ିପଟକୁ ଡାକି ନେଇଥିଲେ. ଫୁଲ ବଗିଚାରେ ଫୁଟିଥିବା ଜାତି ଜାତି ଫୁଲକୁ ଦେଖାଇ ପଚାରିଥିଲେ, ଏହି ଫୁଲ ସବୁର ରଙ୍ଗ ଏକା ନା ଅଲଗା କହିଲୁ ମାଆ. ଝୁମା ଅଲଗା କହିବା ପରେ ବାପା କହିଥିଲେ ଏଥିରୁ ସବୁଠୁ କୋଉଟା ତତେ ଖୁବ ପସନ୍ଦ ଆଉ କୋଉ ରଙ୍ଗର ଫୁଲ ତତେ ଭଲଲାଗୁନି କହିପାରିବୁ ମାଆ? ଝୁମା ସବୁ ଫୁଲ ଗୁଡିକ ପାଖକୁ ଯାଇଥିଲା କିନ୍ତୁ ସମସ୍ତଙ୍କ ରଙ୍ଗ ତାକୁ ଭଲଲାଗୁଥିଲା. ଏଥର ସନ୍ଧ୍ୟା ଆକାଶର ବଉଦ ଓ ରାତି ଆକାଶର ଜହ୍ନ, ତାରା, ଉଲକା ତଥା ଦିନର ସୂର୍ଯ୍ୟଙ୍କ ରଙ୍ଗ ଏକା ନା ଅଲଗା କହିପାରିବୁ ଝିଅ ଝୁମା ବୋଲି ପଚାରି ଥିଲେ ବାପା ତ ଝୁମା କହିଥିଲା ସମସ୍ତଙ୍କର ପ୍ରାୟେ ଏକା ରଙ୍ଗ ଧଳା. ଆଛା ଏମାନଙ୍କ ଭିତରୁ ସବୁଠୁ ତୋର ପ୍ରିୟ କିଏ ଆଉ କାହାକୁ ତତେ ଭଲଲାଗେନା କହି ପାରିବୁ ଝିଅ? ଝୁମା ହସିଦେଇ କହିଥିଲା ସମସ୍ତେ ସମସ୍ତଙ୍କ ଜାଗାରେ ଖୁବ ସୁନ୍ଦର.ସମସ୍ତେ ମୋର କଣ ଆମ ସମସ୍ତଙ୍କର ଅତି ପ୍ରିୟ ବାପା ବୋଲି କହିଥିଲା ଝିଅ ଝୁମା.

  ବାପା ଏଥର ବୁଝେଇ ଦେଇଥିଲେ ଠିକ ସେମିତି ଲୁନାର ଧଳା ଡ୍ରେସ ଯେତିକି ସୁନ୍ଦର ତୋ ଧଳା ଡ୍ରେସ ମଧ୍ୟ ସେତିକି ସୁନ୍ଦର କିନ୍ତୁ ଆମ ଏଇ ମଣିଷ ଭିତରେ ଲୁଚି ରହି ଥିବା କିଛି ମନ୍ଦଗୁଣ ଯଥା ଅନ୍ୟ କାହାର ପ୍ରଶଂସା ଆମେ ସହିପାରୁନାହିଁ ତେଣୁ ଆମ ମନ ଦୁଃଖ ହୁଏ. ଯିଏ ଯୋଉ ସ୍ଥାନରେ ଅଛି ଯେମିତି ସୁନ୍ଦର. ପ୍ରତ୍ୟେକ ପ୍ରାକୃତିକ ପଦାର୍ଥ ଓ ହାତଗଢା ଜିନିଷ ମଧ୍ୟ ସେତିକି ସୁନ୍ଦର. ଏଥର ଝୁମା ବୁଝିପାରିଲା ତା ମନରେ ନକାରାତ୍ମକ ଚିନ୍ତାଧାରା ଆସିବା ଫଳରେ ସେ ନିଜ ଡ୍ରେସକୁ ଲୁନା ଡ୍ରେସ ସହିତ ତୁଳନା କରି ମିଛଟାରେ ମନଦୁଃଖ କରୁଛି. ତା ପରଦିନ ସେ ଖୁସିରେ ସ୍କୁଲ ଯାଇ ଶୁଣିଥିଲା ସେ ଓ ଲୁନା ଦୁହେଁ ଦେଶାତ୍ମକ ସଂଗୀତ ଓ ନାଚରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି. ଖୁସିରେ ସେ ଲୁନାକୁ କୁଣ୍ଢେଇ ପକାଇବା ସହ ସବୁ ଗୁରୁମା ଗୁରୁଜୀ ମାନଙ୍କୁ ପ୍ରଣାମ ଜଣେଇ ଘରକୁ ଫେରିଲା ପରେ ମାଆ ଓ ବାପାଙ୍କୁ ପ୍ରଣାମ କଲାବେଳେ କହୁଥିଲା ସତରେ ବାପା ମାଆ ସରସ୍ବତୀଙ୍କୁ ଡାକି ତାଙ୍କ ଦୟାରେ ନାଚ ଗୀତରେ ସଫଳତା ପାଇଛି. ହଁ ମାଆ କାହା ପ୍ରତି ମନରେ ହିଂସା, ଦ୍ୱେଷ, ରାଗ, ଅହଙ୍କାର ରଖୁନଥିବା ପିଲାମାନଙ୍କ ଭକ୍ତିରେ ମାଆ ସରସ୍ବତୀ ପ୍ରସନ୍ନ ହୁଅନ୍ତି. ବାଗଦେବୀ ସରସ୍ବତୀଙ୍କୁ ଭକ୍ତିଭରେ ପୂଜି ସମସ୍ତଙ୍କୁ ସ୍ନେହ ପ୍ରେମ ବାଣ୍ଟିଯିବି ବାପା. ବାପା କହୁଥିଲେ ନିଶ୍ଚୟ ଝିଅ. ଭକ୍ତିର ଅପେକ୍ଷାର ଫଳ ଭାରି ମିଠା ।


Rate this content
Log in

Similar oriya story from Classics