ଝଡ
ଝଡ
ଗତ କାଲି ର ଘଟଣା ପରେ ନିଜକୁ ବୁଝେଇ ଯେତେ ସହଜ ଆଉ ସ୍ଵାଭାବିକ ହେବାକୁ ଚେଷ୍ଟା କରୁଛି ନିଖିଲ୍ ସେ ସେତିକି ପଛକୁ ଫେରି ଯାଉଚି....ଯେଉଁ ଝଡ ତା ଜୀବନ ର ଗତିପଥ କୁ ଘୁରେଇ ଦେଲା.ତାକୁ କଣ ଭୁଲି ହୁଏ..? ରଙ୍ଗୀନ ସ୍ଵପ୍ନ ...ଯେତେ ଆଶା.. ନିଛକ.ପ୍ରେମ... ମହଣ ମହଣ ଭଲ ପାଇବା. ଆଉ ମନର ସବୁ ଭାବନା କୁ ଗୋଟେ ସେକେଣ୍ଡ ରେ ମାଟିରେ ମିଶେଇ ଦେଲା ପ୍ରକୃତ ରେ ସେ .. ଭୁଲିନି ନୁହେଁ..... ତାକୁ ଭୁଲି ବାକୁ ଚାହିଁ ନାହିଁ... ସେତିକି ତ, ତା ବଞ୍ଚିବା ପାଇଁ ଆଶ୍ୱାସନା । ଜୀବନ ଜିଇଁ ବା ବଡ଼ ଜଟିଳ ...ପ୍ରତି ମୁହୂର୍ତ୍ତ ରେ ମାରିବାକୁ ପଡ଼େ ନିଜ ଭିତରେ ନିଜକୁ... କେମିତି ନା... କେମିତି...ବରଂ ମରିଗଲାପରେ ବଞ୍ଚି ହୁଏ ଅନ୍ୟ ମାନଙ୍କ ପାଖରେ.। କାହା ଛାତି ତଳେ ତ କାହା ଆଖିରଲୁହରେ...ଯେମିତିବଞ୍ଚିଛି....ନିର୍ଲିପ୍ତା ....ନିଖିଳ ର ବର୍ତ୍ତମାନ ରେ । ରବିବାର ...,ଛୁଟି ଦିନ .... ପୁଣି ଶୀତ ...ସକାଳୁ କମ୍ବଳ ଭିତରୁ ପୁରୁଣା ସ୍ମୃତି କୁ ସାଉଁଟି ଗୋଟେ ପରେ ଗୋଟେ ସିଗାରେଟ ଟାଣି ଚାଲିଛି..।..ବନ୍ଦ କୋଠରୀ ର ଧୂଆଁ ଭିତରେ ନୀର୍ଲିପ୍ତା ର ହସ କାନ୍ଦ ମୁହଁ ଟା ଯେମିତି ଘୂରି ବୁଲୁଛି...। ନିଖିଳ ବି ତାକୁ ବର୍ତ୍ତମାନ ଭାବି କେତେବେଳେ ହସୁଛି ତ କେତେବେଳେ ନୀରବ ଦୁଇ ବୁନ୍ଦା ଲୁହ ଗଡ଼େଇ ଦଉଚି..କିଏ ବୁଝି ପାରିବ ତାର ସେ ଭାବ ଆଉ ଭାଷା କୁ । ଯଦି ସେଦିନ ନିର୍ଲୀପ୍ତା ର ବାପା, ଭାଇ ସେମାନଙ୍କ ର ସମ୍ପର୍କ କୁ ବୁଝି ପାରି ଥାଆନ୍ତେ ... ତା ହେଲେ ...ଆଜି ଯେଉଁ ଜୀବନ ଜୀଉଁଚି ନିଖିଲ ...କିଛି ଅଲଗା ହୋଇଥାନ୍ତା.... ସେ ନିର୍ଲିପ୍ତା ର ବାହୁ ବନ୍ଧନ ଭିତରେ ନିଜକୁ ସୁନ୍ଦର ଭବିଷ୍ୟତ ସ୍ବପ୍ନ ରେ ହଜେଇ ଦେଇ ଥାଆନ୍ତା.. । କି ସୁନ୍ଦର ଥିଲା ସେହି ଦିନଗୁଡିକ। ମିଠା ମିଠା ଅଭିମାନ...ବୁନ୍ଦା ବୁନ୍ଦା ଲୁହ ....ଖିଲି ଖିଲି ହସ...ଯେମିତି ପରି ରାଇଜ ରୁ ଓହ୍ଲେଇ ଆସିଥିଲା ନିବିଡ଼ ପ୍ରେମ ଆଉ ନିଛକ ଭଲ ପାଇବାର କଥା କୁହା କଣ୍ଢେଇ ଟିଏ। ନିର୍ଲିପ୍ତା ତା ଭଉଣୀ ନବ୍ୟା ର ସାଙ୍ଗ ... ବେଳ ଅବେଳ ରେ ଚାଲି ଆସୁଥିଲା ତାଙ୍କ ଘରକୁ । ଝିଅ ମାନଙ୍କ ସହିତ କଥା ହେବାକୁ ପସନ୍ଦ କରୁ ନ ଥିବା ନିଖିଲ ଦୂରତା ରଖି ଚାଲି ଥିଲା ..ତଥାପି ବାରମ୍ବାର ଭେଟ ହେବା ପରେ ତା ମନ ଭିତରେ ନିର୍ଲିପ୍ତା ପାଇଁ କିଛି ଦୁର୍ବଳତା ସେ ଅନୁଭବ କରୁଥିଲା .... ଭଲ ପାଇ ବସିଲା ....ନିଜ ଅଜାଣତରେ । ପ୍ରେମ କେତେବେଳେ କାହାକୁ କେମିତି ହୋଇଯିବ କେହି କହି ପାରିବନି ।. ସାନ ଭଉଣୀ ନବ୍ଯା ତାର ଦୁର୍ବଳତା କୁ ଧରିପାରିଥିଲା ,ସେଥିପାଇଁ ସବୁବେଳେ ତାକୁ ଚିଡ଼େଇ ନିର୍ଲିପ୍ତା କଥା ହିଁ କହୁଥିଲା ..। ମାଆ ବି ଝିଅ ପରି ତାକୁ ବହୁତ୍ ଭଲ ପାଉଥିଲେ । ସମସ୍ତଙ୍କ ର ନିର୍ଲିପ୍ତା ପ୍ରତି ଗୋଟେ ଆତ୍ମୀୟ ଭାବ ଥିଲା । କ୍ରମଶଃ ନିଖିଲ ର ଭଲ ପାଇବା ବଢୁଥିଲା ନୀର୍ଲିପ୍ତ। କୁ ନେଇ। । ନବ୍ଯା ର ବାହାଘର ସଙ୍ଗୀତ ରେ ଯେବେ ମେହେନ୍ଦି ଲଗେଇ ନିର୍ଲିପ୍ତା ମେରେ ହାତୋ ମେଁ ..... ଚୁଡିଆଁ ହେ.. ଥୋଡା ଠେ ରୋ..ସାଜନ୍...... ନାଚିଥିଲା ....,ସେଦିନ ନିଖିଲ ତାର ଆଉ ଗୋଟେ ରୂପ ଦେଖିଥିଲା ... ନିଜ କୁ ସମ୍ଭାଳି ପାରି ନ ଥିଲା। ନିର୍ଲିପ୍ତା ପାଣି ପିଇବାକୁ ଆସି ମେହେନ୍ଦି ଲାଗିଥିବାରୁ ଗ୍ଲାସ ଉଠେଇ ନ ପାରି ପଛୁଆ ଫେରି ଯାଉ ଯାଉ ନିଖିଲ ସହିତ ଧକ୍କା ଖାଇ ପଡ଼ିଗଲା ବେଳେ ନିଖିଲ ତାକୁ ଦୁଇ ହାତରେ ଧରି ପକେଇ ପାଣି ପିଆଇ ଦେଉ ଦେଉ କହିଦେଲା .. ତମ ହାତକୁ ମେହେନ୍ଦି ଖୁବ୍ ସୁନ୍ଦର ମାନୁଚି। ବାଃ ବଢିଆ ନାଚିଲ,.. ମ..। ସୁଯୋଗ ଅପେକ୍ଷା ରେ ଥିବା ନିର୍ଲିପ୍ତା କହିଲା ବାସ୍...ଏତିକି ଆଉ କିଛି କହିବନି। ମୋର କିନ୍ତୁ ଇଚ୍ଛା କେବେ ଏମିତି ନାଚ ଗୀତ ଭିତରେ ତମ ହାତ ଧରି ଏ ଘରକୁ ସବୁଦିନ ପାଇଁ ଚାଲି ଆସନ୍ତି ? ନିଖିଲ ପାଟିରୁ ବାହାରି ପଡ଼ିଲା ଆରେ ବାପ୍ ରେ ଖତର ନାକ ... .. ଝିଅ.। ନିର୍ଲିପ୍ତା କିଛି ଘଟି ନ ଥିବା ପରି ଚାଲିଗଲା।
ଭଉଣୀ ବାହାଘରରେ ବ୍ୟସ୍ତ ଥିବା ନିଖିଲ ଏବଂ ତା ପରିବାର ର ସବୁ ଦାୟିତ୍ଵ ନେଇଥିଲା ନିର୍ଲିପ୍ତା...। ନାବ୍ୟା ବଡ଼ ବ୍ୟସ୍ତ ହୋଇ ଭାଇ କୁ କହିଥିଲା..ଦିନ ଯାକ ଏତେ କାମ... ନ ଖାଇ ପିଇ ଥକି ଗଲାଣି ନିର୍ଲିପ୍ତା ତା ଖବର ଟିକେ ବୁଝି ନେ। ନିଖିଲ ଯେତେ ବେଳେ ନିର୍ଲିପ୍ତା କୁ ଖାଇ କି ରେଷ୍ଟ ନେବାକୁ କହିଲା....ଓଲଟା ଉତ୍ତର ଥିଲା... ଏ ...ହିରୋ ... ମୋ ସାଙ୍ଗ ବାହାଘର.... ଏଟା ମୋ ଘର...ବେଶୀ ଫର୍ମାଲିଟି ଦେଖେଇ ବନି । ନିଖିଲ ଚଟାପଟ୍ କହିଦେଲା ...କି ଅଜବ ଝିଅ ତମେ....ହେ...ଜବରଦସ୍ତି ... ପ୍ରେମ ! ତମେ କରୁନ... ତା ହେଲେ... । ନବ୍ଯା ମୋତେ ମିଛ କହିଥିଲା .... ମୁଁ ଭାବି ନେଇ ଥିଲି ତମେ.... ମୋତେ ...ତା ପାଟିରେ ହାତ ଦେଇ ନିଖିଲ କହିଥିଲା...ସେମିତି କୁହନି plz... ମୁଁ ବି ତମକୁ ବହୁତ୍ ଭଲପାଏ ....ଦୁଇହାତମେଲିଦେଖଏତେ....ଏତେ.... କିନ୍ତୁ ବୁଝିବାକୁ ଚେଷ୍ଟା କର ଆମ ପରିସ୍ଥିତି ଭିନ୍ନ ..ମୁଁ ତୁମ ପାଇଁ ଉପଯୁକ୍ତ ନୁହେଁ....।.ବାସ୍ତବତା କୁ ଫେରି ଆସ... ଯାହା ସମ୍ଭବ ନୁହେଁ .... ତମେ ଧନୀ ଘରର ଝିଅ..ତମ ପାଇଁ ପୁଅ ମାନଙ୍କର ଲମ୍ବା ଲ
ାଇନ ଲାଗି ଯିବ... ଆଉ ମୁଁ ନୂଆ ହୋଇ ଗଢିଥିବା ପ୍ରାଇଭେଟ୍ କଲେଜ ର ଅଧ୍ୟାପକ..ଯାହା ର ଭବିଷ୍ୟତ କିଛି ନାହିଁ ..ବେକାର କହିପାର... ତେଣୁ ଆଗକୁ ବଢିବା ପୂର୍ବ ରୁ ପଛକୁ ଫେରି ଯିବା ଉଚିତ୍... । ନିର୍ଲିପ୍ତା କିଛି ବୁଝି ନ ଥିଲା ବୁଝିବାକୁ ଚାହୁଁ ନ ଥିଲା .କହିଲା..ତୁମ ଭଲ ପାଇବା ରେ ମୋର ସେତିକି ବିଶ୍ୱାସ ଓ ଭରସା ଅଛି। ତୁମେ ମୋତେ ଦୁନିଆଁ ର ସବୁ ସୁଖ ଓ ଖୁସି ଦେଇ ପାରିବ। କିଛି ନ କହି ନିର୍ଲିପ୍ତା ର ହାତକୁ ନିଜ ହାତରେ ଭିଡ଼ି ଧରିଥିଲା..। ଚଟାପଟ୍ ନିର୍ଲିପ୍ତା କହିଲା ମନେ ରଖ....କଥା ଦେଉଚି ମୁଁ ବଞ୍ଚିବି ଆଉ ମରିବି ତୁମରି ପାଇଁ ... ଯେତେ ଝଡ ଝଞ୍ଜା ଆସୁ ତୁମେ ହାତ ଛାଡ଼ି ଦେବନି ମୋର ।
ୟା,ଭିତରେ ୧୦ ବର୍ଷ ବିତିଗଲାଣି...ଘଟଣା ଟା କାହାଣୀ ହେଇଗଲାଣି ଅନ୍ୟ ମାନଙ୍କ ପାଇଁ । ନିଖିଲ ବି ବଞ୍ଚିଛି..ନିଜକୁ ପ୍ରତିଷ୍ଠିତ ବି କରିପାରିଛି...ସେଥିପାଇଁ ଯୁବ ଉଦ୍ୟୋଗପତି ଭାବରେ ଏହା ତାର କ୍ରମାଗତ ତୃତୀୟ ବର୍ଷ ପୁରସ୍କାର। ଗତକାଲି ର ପୁରସ୍କାର ଉତ୍ସବ ରେ ତାର ଭେଟ ହୋଇଗଲା ନିର୍ଲିପ୍ତା ଭାଇଙ୍କ ସହିତ କେମିତି ଭୂଳିବ ? ଏ ଭିଡ଼ ଭିତରେ ସେ ହାତ ବଢ଼େଇ ସ୍ବାଗତ କରିଥିଲେ ସେତେ ବେଳେ ନିଖିଲ ର ମଥା ରୁ ପାଦ ଯେମିତି ନିଆଁ ରେ ଜଳୁଥିଲା.ସେ ତାର ହାତକୁ ସେମିତି ଛାତିରେ ଜାକି ଆଗକୁ ବଢ଼ିଗଲା..। କେମିତି ହାତ ମିଶାଇ ପାରି ଥାଆନ୍ତା ......ଯିଏ ଦିନେ ତାର ଭଲପାଇବା କୁ ତା ହାତରୁ ଛଡେଇ ନେଇଥିଲେ ...,ଗୋଟିଏ କାରଣ ପାଇଁ ଯେ ସେ ବେକାର...ତାଙ୍କ ଭଉଣୀ ଙ୍କୁ ସେ ସମସ୍ତ ସୁଖ ସୁବିଧା ମିଳିବ ନାହିଁ ଯାହା ଆଜି ପର୍ଯ୍ୟନ୍ତ ସେ ପିଲାଦିନରୁ ପାଇଚି । ସେଠି ନିର୍ଲିପ୍ତା ର କରୁଣ ଅନୁନୟ କି ନିଖିଲ ମା ବାପା ଙ୍କ ର ନିର୍ଲିପ୍ତା କୁ ଖୁସି ରଖିବା ର ସମସ୍ତ ପ୍ରତିଶ୍ରୁତି କାମ ଦେଲାନହି । କେବଳ ତିରସ୍କାର.. ବେରୋଜୋଗାରିଆ ପୁଅ ର ଆର୍ଥିକ ପରିସ୍ଥିତି କୁ ନେଇ ବିଭିନ୍ନ ସମାଲୋଚନା । ଆଉ ଦୋଷୀ ଟେ ପରି ଆଖିବୁଜି ଠିଆ ହୋଇ ସମସ୍ତ ଅପମାନ କୁ ସେ ସହିଯାଉଥିଲ ନିର୍ଲିପ୍ତା ପାଇଁ।। ନିର୍ଲିପ୍ତା ର ବାହାଘର ତର ବରିଆ ଭାବେ ଠିକ୍ ହୋଇଗଲା ତା ବିନା ସ୍ଵୀକୃତି ରେ । ସରଳ ସ୍ଵଭାବ ଆଉ ସବୁବେଳେ ଖିଲି ଖିଲି ହସି..ପ୍ରଜାପତି ପରି ଘୁରି ବୁଲୁଥିବା ଚୁଲ୍ ବୁଲି ନିର୍ଲିପ୍ତା ଗୋଟେ ବଡ଼ ନିଷ୍ପତ୍ତି ନେଇ ଘରୁ ଲୁଚି ଚାଲି ଆସିଥିଲା ସବୁଦିନ ପାଇଁ।।..ନିଖିଲ ର ମା ବାପା ବି ରାଜି ଥିଲେ ମନ୍ଦିର ରେ ହେଉ ବା କୋର୍ଟ ରେ ବାହାଘର କରିଦେବେ। କିନ୍ତୁ ନିଖିଲ ସେଥିରେ ରାଜି ହୋଇ ନ ଥିଲା ..। ଝିଅ ଟେ ତା ବାପା ମା ସର୍ବୋପରି ତା ପରିବାର ର ଆତ୍ମ ସମ୍ମାନ। ବାହାଘର କେବଳ ଦୁଇ ଜଣ ଙ୍କ ଭିତରେ ହୁଏ ନାହିଁ ବରଂ ଦୁଇ ପରିବାର ର ସମ୍ମତି ରେ ହୁଏ ।ଏମିତି ଲୁଚି ଛପି ବାହା ହେବା ଠିକ୍ ନୁହେଁ ବରଂ ନିର୍ଲିପ୍ତା କୁ ବୁଝେଇ ଘରେ ଛାଡ଼ି ଆସିଥିଲା । ଯାହା ହେଲେ କିଛି ଗୋଟେ ସମାଧାନ କରିବା ର ପ୍ରତିଶ୍ରୁତି ଦେଇ ।କିନ୍ତୁ କଣ ହେଲା କେଜାଣି ... ତା ...ପ୍ରତିଶ୍ରୁତି କୁ ବୋଧେ ଭରସା କରି ପାରିଲାନି ନିର୍ଲିପ୍ତା ...ଆଉ ..ହାତକୁ କାଟି ସେଇ ରାତିରେ ରକ୍ତ ରେ ମଥାରେ ସିନ୍ଦୂର ପରି ପିନ୍ଧି ସାଦା କାଗଜ ରେ ରକ୍ତ ରେ ନିଖିଲ ବୋଲି ଲେଖି ଚିର ନିଦ୍ରା ରେ ଶୋଇଗଲା ସମସ୍ତଙ୍କ ଉପରେ ଅଭିମାନ କରି । ଖବର ପାଇ ନିଖିଲ ପାଗଳ ପରି ଧାଇଁ ଯାଇଥିଲା। ତାକୁ ଦେଖା କରିବାର ସୁଯୋଗ ଟା ବି ମିଳିଲାନି। କେତେ ରାତି ଉଜାଗର ହୋଇ ସେ ଶ୍ମଶାନ ରେ ନିର୍ଲିପ୍ତା ଜୁଇ ର ପାଉଁଶ ରେ ସେ ଶୋଇଚି ତାର କିଛି ମନେ ନାହି। କେବେ ଚିତ୍କାର କରି କାନ୍ଦିଚି ତ କେବେ ନୀରବ ରେ। ନିଜ ର ଭୁଲ୍ ପାଇଁ ଏମିତି ହେଲା ..ଯଦି ସେ ସେଦିନ ନିର୍ଲିପ୍ତା କୁ ତାଙ୍କ ଘରେ ରହିବାର ସୁଯୋଗ ଦେଇ ଥାଆନ୍ତା ଏମିତି ଦୁର୍ଘଟଣା କେବେ ଘଟି ନ ଥାଆନ୍ତା । ସେହି ଘଟଣା ପରେ ତାକୁ ସାମାନ୍ୟ ହେବାକୁ ସମୟ ଲାଗିଥିଲା... ଅଣାନିଶ୍ୱାସି ହୋଇଗଲା...ନିଜକୁ କେବଳ ଘୃଣା ହିଁ କଲା। ଦିନେ ସେ ତାର ଜନ୍ମିତ ,ପରିଚିତ ସହର ର ସବୁ ବନ୍ଧନ ଭୁଲି ଚାଲି ଆସିଲା ଏ ଅପରଚିତ ସହର ରେ ନିଜର ନୂଆ ପରିଚୟ ସୃଷ୍ଟି କରି ବଞ୍ଚିବାକୁ।
ଗତ କାଲି ର ସମ୍ଭର୍ଦ୍ଧିତ ସଭା ପରେ ସାମ୍ବାଦିକ ମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। କେହି ଜଣେ ସାମ୍ବାଦିକ ପଚାରି ଦେଲେ ଆପଣଙ୍କ ର ସଫଳତା ଶ୍ରେୟ କାହାକୁ ଦେବେ...ସେ ଉତ୍ତରରେ କହିଥିଲା ....କୁହାଯାଏ ସବୁ ପୁରୁଷ ଙ୍କ ସଫଳତା ପଛରେ ଗୋଟେ ନାରୀ ର ହାତ ଥାଏ...ସେମିତି ମୋ ସଫଳତା ର ଶ୍ରେୟ purseରେ ଥିବା ଫଟୋ କୁ ଦେଖେଇ କହିଥିଲା ...ମୋର ଧର୍ମପତ୍ନୀ ନିର୍ଲିପ୍ତା ପଟ୍ଟନାୟକ ଙ୍କୁ ଦେବି । ଯାହାଙ୍କ ପ୍ରେରଣା ଓ ବଳିଦାନ ମୋ ଜୀବନ ରେ ଏହି ସଫଳତା ଆଣିଦେଇଛି । ଆଜିର ଏହି ସମ୍ମାନ ଓ ପୁରସ୍କାର ମୁଁ ତାଙ୍କୁ ହିଁ ସମର୍ପଣ କରୁଚି । ଏତେ ଦିନ ପରେ ସେ ମନେ ମନେ ଖୁସି ବି ହେଇଗଲା...ସର୍ବ ସମ୍ମୁଖ ରେ ନିର୍ଲିପ୍ତା କୁ ନିଜ ପତ୍ନୀ ବୋଲି ସ୍ଵୀକାର କରି ତାକୁ ଜୀବିତ ଅବସ୍ଥା ରେ ଯେଉଁ ସମ୍ମାନ ଦେଇ ପାରିନି କମ୍ ସେ କମ୍ ସେ ମରିଗଲା ପରେ ଦେଇ ଆଶ୍ବସ୍ତ ହେଲା। ଯେଉଁସ୍ଥାନ କେହି ନେଇ ପାରିନି କି ପାରିବନି ମଧ୍ୟ । ଆଉ କଣ ବା କରି ପାରିବ ସେ ନିର୍ଲିପ୍ତା ପାଇଁ।