STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ଇଶ୍ୱର ପୁତ୍ର ପ୍ରିୟ ପାଳଭୂତ 

ଇଶ୍ୱର ପୁତ୍ର ପ୍ରିୟ ପାଳଭୂତ 

13 mins
6


ସେଦିନ ରାଜୁ ଯେବେ ମାଲିକ ଅରକ୍ଷିତଙ୍କ ନାଲିଆଖି ଆଉ ସହିପାରିବ ନାହିଁ କହି ଗାଁ କୁ ଯିବାକୁ ବାହାରିଲା ତଥାପି ଅରକ୍ଷିତ ତାକୁ ନାଲି ଆଖି ଦେଖାଇ କହିଥିଲେ ଯିବୁ ଯଦି ଯା କିନ୍ତୁ ମତେ ଅନାଥା ଆଶ୍ରମରେ ଛାଡ଼ି ଦେଇ ଯୁଆଡେ ଯିବୁ ଯା. ରାଜୁ ଭାବୁଥିଲା ଦେଖ ଏ ଲୋକ ବୁଢା ହେଲେଣି ପୁଣି ଆଙ୍କ ନାଲି ଆଖି ସହି ନପାରି ସ୍ତ୍ରୀ ଅନୀମା କୁଆଡେ ଗଲେ ଯେ ଗଲେ. ଝିଅ ଦୁହେଁ ଆସିଲେ ମଧ୍ୟ ତାଙ୍କୁ ସବୁବେଳେ ନାଲି ଆଖି ଦେଖେଇ ରୋଷେଇ ଠୁ ଆରମ୍ଭ କରି ସେମାନଙ୍କ ଚାଲି ଚଳଣି, ଖିଆ ପିଆ, ଆଚାର ବ୍ୟବହାର, ପିନ୍ଧା ପିନ୍ଧି ଉପରେ ସବୁବେଳେ ନାଲି ଆଖି ଦେଖେଇଲେ ସେମାନେ କେତେ ସହିବେ!ଶାଶୁଘର ଫେରିଯାଆନ୍ତି. ସ୍ତ୍ରୀ ଥିଲା ବେଳେ ମଧ୍ୟ ଏମିତି ରଖେଇ ବସେଇ ଦେଇ ନଥିଲେ ବିଚାରୀ ଅନିମା ଙ୍କୁ. ସେଦିନ ଦୁଇଝିଅ ବାହାଘର ପରେ ଅନିମା ଙ୍କୁ ଯେବେ ତୁମ ନିଜକୁ ସଂଣ୍ଠଣା ଜଣାନାହିଁ ତୁମେ କି ରୋଷେଇ କରିଛ, ଝିଅ ମାନଙ୍କୁ କି ଶିକ୍ଷା ଦେଇଛ. ଦେଖ ସେମାନେ ଯଦି ଫେରିନଆସିଛନ୍ତି ଶାଶୁ ଘରୁ ଇତ୍ୟାଦି ଏତେ କଥା କହିଲେ ନାଲି ଆଖି ଦେଖାଇ ଯେ ସ୍ତ୍ରୀ ଭାବୁଥିଲେ ସାନ ଝିଅ କଥା. ତା ବାହାଘର ଦିନ କୁଣିଆ ମଇତ୍ର, ବନ୍ଧୁ ବାନ୍ଧବ ଯିଏ ଯୋଉ ଖାମ ଦେଉଥାଆନ୍ତି ସେସବୁ ସ୍ୱାମୀ ଙ୍କ ହାତକୁ ବଢ଼େଇ ଦେଉ ଦେଉ ଗୋଟେ ଖାମ ସାନଝିଅ ମାଆ ଅନିମା ଙ୍କ ହାତକୁ ଦେଇ କହିଥିଲା ସବୁ ବାପାଙ୍କୁ ନଦେଇ ତୁ କିଛି ରଖିଥା ମାଆ. ଏଇ ନେ ଏ ଖାମ ଟା. ଏଇଟା ବାପାଙ୍କ ସହକର୍ମୀ ଜଣେ ଯିଏ ମତେ ନାଲି ଆଖି ଦେଖାନ୍ତି ବୋଲି ଡରି ମରି ମୁଁ ଛାନିଆଁ ହୁଏ ସେଇ ଦେଇ ଯାଇଛନ୍ତି. ଝିଅ ବିଦା ହୋଇସାରିବା ପରେ ଅନେକ କାମ ଭିତରେ ଥକି ପଡି ଅନିମା ସେ ଖାମଟିକୁ ସ୍ୱାମୀଙ୍କୁ ଦେଇପାରିନଥିବା ବେଳେ ସ୍ୱାମୀ ଅରକ୍ଷିତଙ୍କର ଆରମ୍ଭ ହୋଇଗଲା ନାଲିଆଖି ଦେଖା ଯେ ତାଙ୍କ ସହକର୍ମୀ ସନ୍ତୋଷ ବାବୁଙ୍କ ଖାମ କୁଆଡେ ଗଲା!ଅନିମା ଦେଉ ଦେଉ ଅନେକ କଟୁ କଥା କହିଲେ ସ୍ୱାମୀ ବିକାଶ. ଝିଅ ବିଦା ଦୁଃଖ ସାଙ୍ଗକୁ ସ୍ୱାମୀଙ୍କର ଏପରି ନାଲି ଆଖି ଦେଖା ଓ କଥା ନସହି ସେଦିନ ବର୍ଷଣମୁଖର ରାତିରେ ଘର ଛାଡିଲେ ଅନିମା. ବଡ଼ ଝିଅ ଜୋଇଁ ପହଁଞ୍ଚି ଥାନାରେ ଜଣେଇ ଯେତେ ଯାହା କଲେ ଓ ବନ୍ଧୁ ବାନ୍ଧବ ଘର ଖୋଜିଲେ ବି ଅନିମା ମିଳିନଥିଲେ. ଶେଷକୁ ପାରାଲିସିସରେ ପଡି ହୁଇଲ ଚେୟାରରେ ବସି ମଧ୍ୟ ଅରକ୍ଷିତଙ୍କର ନାଲି ଆଖି ଦେଖା ଛାଡ଼ିନଥିଲା ତ ଏବେ ରାଜୁ ଚାଲିଯିବ କହୁଛି ଗାଁକୁ.
     ଦୁଇଝିଅ ଆସି ପହଁଞ୍ଚି ଥିଲେ ମଧ୍ୟ ରାଜୁ ଆଉ ରହିବାକୁ ରାଜି ହେଲାନି. ତରକାରୀ ପତ୍ର ହେଉ ବା ଜଳଖିଆ ହେଉ ଭଲ ମନ୍ଦ କହିବା ଗୋଟେ କଥା କିନ୍ତୁ ବାବୁଙ୍କ ନାଲିଆଖିର ତୋଡ ଆଉ ସହିପାରିବି ନାହିଁ କହି ସେ ଗାଁ କୁ ଚାଲିଯିବା ପରେ ପାଳି କରି ଦୁଇ ଭଉଣୀ ବାପାଙ୍କୁ ଚଳେଇବାକୁ ଯାଇ ମଧ୍ୟ ପାରିନଥିଲେ. ସହଜେ ସେମାନେ ଚାକିରିଆ ଥିଲେ ପୁଣି ବାପାଙ୍କର ପ୍ରତି କଥାରେ ନାଲି ଆଖି ସହ ଗାଳି ଗୁଲଜ ସହିବା କଷ୍ଟ ହେବାରୁ ବାପାଙ୍କ କଥା ରଖି ଦୁଇ ଭଉଣୀ ଟିକେ ଦୂର ଗୋଟେ ସହରରେ ଥିବା ଅନାଥଶ୍ରମରେ ଛାଡିଦେଇଥିଲେ ବାପା ଅରକ୍ଷିତ ଙ୍କୁ. ସେଠି ପହଁଚିଲା ପରେ ପଛ ଜୀବନ କଥା ସବୁ ଭାବି ଓ ବୟସ ତଥା ସମୟର ସହ ଆଗକୁ ବଢିବା ସହିତ ଟିକେ ଶାନ୍ତ ପଡ଼ିଥିଲେ ଅରକ୍ଷିତ . ସେଠାରେ ଥିବା ଅନ୍ତେବାସୀଙ୍କ ଉପରେ ନାଲି ଆଖି ଦେଖେଇ ଥରେ ଦିଥର ଠୋକର ଖାଇଲା ଭିତରେ ସେ ଦେଖିଥିଲେ ଜଣେ ବୟସ୍କା ବୃଦ୍ଧାଙ୍କୁ ଯିଏ କି କୌଣସି କଥା ବାର୍ତ୍ତା କରୁନଥିଲେ. ଆଉ ଦେଖା ଯାଉଥିଲେ ଅନିମା ଙ୍କ ବଢନ୍ତା ବୟସ ହୋଇଗଲାପରି ଅର୍ଥାତ ଅନିମାଙ୍କ ପରି ଦେଖାଯାଉଥିଲେ. ଦୁଇଝିଅଙ୍କୁ ଡାକି ଦେଖାଇବା ପରେ ସେମାନେ ମଧ୍ୟ ମାଆ ଭଳି ଦେଖାଯାଉଛନ୍ତି କହିଥିଲେ କିନ୍ତୁ ସେ ଯେତେବେଳେ ଅରକ୍ଷିତ କିମ୍ବା ଦୁଇଝିଅଙ୍କୁ ଚିହ୍ନୁ ନଥିଲେ କି ଦେଖି କିଛି ପ୍ରତିକ୍ରିୟା ପ୍ରକାଶ କରୁନଥିଲେ ସେ ଅନିମା ହୋଇନଥିବେ ବୋଲି କହି ଝିଅ ଦୁହେଁ ଫେରିଯାଇଥିଲେ. ଅରକ୍ଷିତ କିନ୍ତୁ ଥରେ ଦୁଇଥର ସେ ସ୍ତ୍ରୀ ଲୋକଙ୍କୁ ନାଲି ଆଖି ଦେଖାଇ ତୁମେ କାହିଁକି ପ୍ରାର୍ଥନା ସମୟରେ ଏକାଠି ହେଉନ କି ସମସ୍ତଙ୍କ ସହ ଜଣାଣ ଭଜନ କରୁନ କହିଥିଲେ ମଧ୍ୟ ତାଙ୍କର କିଛି ପ୍ରତିକ୍ରିୟା ନଥିଲା ବରଂ ଆଶ୍ରମର ରେଜିଷ୍ଟାର ତାଙ୍କ ମୁଣ୍ଡ କାମ କରୁନି କହିଥିଲେ.ଷ୍ଟେସରେ ପଡ଼ିଥିବା ଅବସ୍ଥାରେ ସେ ଟେକା ହୋଇ ଏଠିକୁ ଆସିଛନ୍ତି ଶୁଣି ଏଣିକି କିନ୍ତୁ ଅରକ୍ଷିତ ସେହି ସ୍ତ୍ରୀ ଲୋକଙ୍କ ଗତିବିଧି ଲକ୍ଷ କରୁଥିଲେ ଖୁବ.
    ସେଦିନ ସମସ୍ତେ ଖାଇବା ପୂର୍ବରୁ ଜଳାଶୟରେ ହାତ ମୁଁହଁ ପରିଷ୍କାର କରୁ କରୁ ସବା ଶେଷରେ ସେହି ଚୁପଚାପ ସ୍ତ୍ରୀ ଲୋକ ଜଣଙ୍କ ଗୋଡ଼ ଖସି ଭାସିଯାଉଥିବା ଦେଖି ଅରକ୍ଷିତ ପାଟି କରିଥିଲେ ମଧ୍ୟ ସମସ୍ତେ ଥାଳି ଧରି ଧାଡି କରିସାରିଥିଲେ ଓ ଘଣ୍ଟା ଶବ୍ଦ ଭିତରେ କାହାକୁ ଶୁଭୁ ନଥିଲା ତ ଅରକ୍ଷିତ ଆଗେଇ ଯାଇ ସେହି ସ୍ତ୍ରୀ ଲୋକଙ୍କୁ ଉଦ୍ଧାର କରିବା ବେଳେ ସେ ପ୍ରଥମ କରି କହିଥିଲେ ତୁମେ ଏଠି? ଅରକ୍ଷିତ କହିଲେ ଘର ଛାଡ଼ି ତୁମେ ଚାଲିଗଲା ପରେ ମୋ ଅବସ୍ଥା ଖରାପ ହୋଇଗଲା. ପାରାଲିସିସରେ ଆକ୍ରାନ୍ତ ହୋଇ ମୁଁ ହୁଇଲ ଚେୟାର ଉପରେ ବସିଲି. ସେଦିନ ରବିବାର ଥାଏ. ସବୁ ରବିବାର ଦୁଇଭଉଣୀ ବାପାଙ୍କୁ ଦେଖିବାକୁ ଆସି ଦେଖୁଥିଲେ ବାପା ମାଆଙ୍କର ଏ ଅପୂର୍ବ ମିଳନ. ବାପା ହୁଇଲ ଚେୟାର ଛାଡ଼ି ଚାଲୁଛନ୍ତି ଓ ହଜିଯାଇଥିବା ମାଆ ଅନୀମା ମିଳିଯାଇଛନ୍ତି. ସୌଭାଗ୍ୟ କ୍ରମେ ପୁଣି ବାପା ମାଆ ଘରକୁ ଫେରିବା ଦେଖି ଲୋକେ କହୁଥିଲେ ଅରକ୍ଷିତ ଙ୍କ ନାଲି ଆଖି ଦେଖି ଭାଗ୍ୟରୁ ଦୁଃଖ ମଧ୍ୟ ଛାଡ଼ି ଚାଲିଗଲା କିନ୍ତୁ ଅରକ୍ଷିତ ଆଉ ନାଲିଆଖି ଦେଖାଉନଥିଲେ ତ ରାଜୁ ମଧ୍ୟ ଫେରି ଆସିଥିଲେ. ଦୁଇ ଝିଅ ଏବେ ଶାନ୍ତିରେ ନିଶ୍ୱାସ ମାରୁଥିଲେ.
     ରାଜୁ ଘର ଗାଁରେ ଅରକ୍ଷିତଙ୍କ ବନ୍ଧୁ ଦିବାକର ବାବୁ ରହୁଥିଲେ.ବାପା ଦିବାକର ଓ ମାଆ ସୀତା ଦେବୀ ଦୁହେଁ ପିଲାମାନଙ୍କ ସଙ୍ଗେ ଯିବାକୁ ରୋକ ଠୋକ ମନା କରିଦେଲେ. ଏ ବୟସରେ ଏକୁଟିଆ କେମିତି ଘରେ ରହିବ କହିବାରୁ ଦୁହେଁ କହିଥିଲେ ଆମେ ଦୁଇଜଣ ତୁମମାନଙ୍କୁ ମଣିଷ କରିବାରେ ସମୟ ବିତାଇ ନିଜ ସୁଖ ଦୁଃଖ କେବେ ବାଣ୍ଟିନୁ, ପରସ୍ପର ପରସ୍ପରକୁ ମନ କଥା ଖୋଲି କହିପାରିନୁ ତ ସେହି ସମୟ ଏବେ ଉପସ୍ଥିତ ତେଣୁ ଆମ ହାତ ଗୋଡ଼ ଚାଲୁଥିଲା ପର୍ଯ୍ୟନ୍ତ, ଗାଁକୁ ହକର ଆସି ସମାଜ ଓ ସମ୍ବାଦ ପତ୍ର ଦେଇଯାଉଥିବା ପର୍ଯ୍ୟନ୍ତ ଆମକୁ ଛାଡ଼ିଦେଇ ତୁମେ ଶାନ୍ତିରେ ନିଶ୍ୱାସ ନିଅ. ହାତ ଗୋଡ଼ ନଚାଲିଲେ ଆସି ନେଇଯିବ ବା ଦେଖିବା କଣ ହେବ ସେତେବେଳେ! ବଡ଼ ବୋହୁ ମୁଁହଁ ମୋଡ଼ିଥିଲା ଓ ଫିସ ଫିସ ହୋଇ କହୁଥିଲା ଏବେ ତ ଆମ ପିଲାମାନଙ୍କ କାମ କିଛି କରିବନି, ଟିକେ ସ୍କୁଲରେ ଛଡା ଅଣା କରିବାକୁ ଯିବେନି ତ ହାତ ଗୋଡ଼ ରହିଲା ବେଳକୁ ଗଲେ ଖାଲି ବୋଝ. ସାନ ବୋହୁ ବି କହୁଥିଲା ପିଲାଟା ମୋର ଜେଜେ ଓ ଜେଜେ ମାଆ ବୋଲି ଏବେଠୁ କଣ ଜାଣିଲେ ଯେ ସେବେ ଗଲେ କୋଉ ତାକୁ ଭଲ ଲାଗିବ!ପୁଅ ଦୁହେଁ କିନ୍ତୁ କହୁଥିଲେ ବାପା ମାଆ ଗାଁରେ ନରହିଲେ ଘର, ଜମି, ଗଡିଆ, ଗଛ ସବୁ ରହିବକି! ସେମାନେ ବରଂ ଗାଁରେ ରହନ୍ତୁ. . ଶାଶୁ ସୀତା ଦେବୀ ବଞ୍ଚେଇ କହିଲେ ଆରେ କିଛି ଦିନ ଗାଁରେ ରହିଲା ପରେ ମନ ବୁଝିଗଲେ ବଳେ ତୁମ ପାଖକୁ ଚାଲିଯିବୁନି! ଶଶୁର ଦିବାକର କିନ୍ତୁ ଗାଁରେ ବିନ୍ଦାସ ଚଳନ୍ତି. ବାଡ଼ି ବଗିଚାରେ ଫଳୁଥିବା ତଟକା ପନିପରିବା ସହ ଗଡିଆ ମାଛ ଓ ପୋଖରୀ ହୁଡ଼ାର ପିତାଶାଗ ସହିତ ଜମି ଧରିଥିବା ଗାଁ ଭାଇ ମାନେ ଦେଇଯାଆନ୍ତି ରକମ ରକମ ଶାଗ. ଆଉ ସୀତା ଥରକୁ ଥର ଚା ସଜାଡି ଦେଇ ହାତକୁ ବଢ଼େଇ ଦିଅନ୍ତି ସେଦିନର ଖବର କାଗଜ. ଦିବାକର ଖବର ଭିତରେ ବୁଡିଗଲା ବେଳେ ଶାଗ ବାଛୁ ବାଛୁ ସୀତା ମଧ୍ୟ ବୁଡ଼ିଯାଆନ୍ତି ଏଇ ଗାଁ କୁ ଏକସଙ୍ଗେ ବୋହୁ ହୋଇ ଆସିଥିବା ଓ ଦୁଃଖ ସୁଖ ଭଲ ମନ୍ଦରେ ସାମିଲ ହୋଇ ଚଳିଥିବା ଅନୀମା ଙ୍କ କଥା. ସହରରେ ଘର କରିବା ପରେ ବଦରାଗୀ ସ୍ୱାମୀଙ୍କ ନାଲି ଆଖି ଦେଖି ପ୍ରତି କଥାରେ ଜିରାରୁ ଶିରା କାଢ଼ୁଥିଲେ ତ ଦିନେ ଅନ୍ଧାର ରାତିରେ ଘର ଛାଡ଼ି କୁଆଡେ ଚାଲିଗଲେ ଅନୀମା ଯେ ଏଯାଏଁ ଖୋଜ ଖବର ନାହିଁ. ସୀତା ମଧ୍ୟ ସ୍ୱାମୀଙ୍କ ଚାକିରୀ ଜାଗାରେ ଏଠିକୁ ସେଠିକି ବଦଳି ହୋଇ ଖୁବ ବୁଲିବା ଭିତରେ ଅନିମା ଙ୍କ କଥା ଭୁଲିଯାଇଥିଲେ. ସ୍ୱାମୀ ତାଙ୍କର କେତେ ଖୋଜିଥିଲେ ଓ ଝିଅ ଦୁହେଁ ମଧ୍ୟ ଖୁବ ଥାନା କଚେରୀ ଦଉଡି ଦଉଡି ଶେଷକୁ ଖବର କାଗଜରେ ଅନିମାଙ୍କ ସନ୍ଧାନ ମିଳିଲେ ତାଙ୍କ ଠିକଣାରେ ଜଣେଇବାକୁ ସହୃଦୟ ଵ୍ୟକ୍ତି ବିଶେଷ ମାନଙ୍କୁ ଅନୁରୋଧ କରି ଛାପିଥିଲେ. ତା ପରଠୁ କାହିଁକି କେଜାଣି ସୀତା ଆଉ କେବେ ଖବର କାଗଜ ଓଲଟାଉ ନଥିଲେ.ଆଜି ହଠାତ ସ୍ୱାମୀ ଦିବାକର ଚିଲେଇ ଚିଲେଇ କହୁଥିଲେ ଜାଣିଲଣି ତୁମ ପାଇଁ ଜବର ଖବର. ତୁମ ସାଙ୍ଗ ଅନିମା ମିଳିଯାଇଛନ୍ତି ମୋ ସାଙ୍ଗ ଅରକ୍ଷିତ ବାବୁଙ୍କୁ. ଏଇ ପଢୁନା ତାଙ୍କ କଥା ଗୋଟେ ଗଳ୍ପ ଭଳି କୌଣସି ସମ୍ପାଦକ ଭାଇ ଛାପିଛନ୍ତି. ହେଡିଙ୍ଗ ଦେଇଛନ୍ତି ମିଛ ଲାଗୁଥିଲେ ବି ସତ. ସୀତା ଉତ୍କଣ୍ଠା ର ସହିତ କହିଲେ ପଢ଼ିଲ ପଢ଼ିଲ କଣ କେମିତି ଲେଖା ଯାଇଛି ତ ଆଜିର ତାଙ୍କ ପାଇଁ ଜବର ଖବରଟିକୁ ପଢୁଥିଲେ ସ୍ୱାମୀ ଦିବାକର.    
      ସେଦିନ ରାଜୁ ଯେବେ ମାଲିକ ଅରକ୍ଷିତ ଙ୍କ ନାଲିଆଖି ଆଉ ସହିପାରିବ ନାହିଁ କହି ଗାଁ କୁ ଯିବାକୁ ବାହାରିଲା ତଥାପି ଅରକ୍ଷିତ ବାବୁ ତାକୁ ନାଲି ଆଖି ଦେଖାଇ କହିଥିଲେ ଯିବୁ ଯଦି ଯା କିନ୍ତୁ ମତେ ଅନାଥା ଆଶ୍ରମରେ ଛାଡ଼ି ଦେଇ ଯୁଆଡେ ଯିବୁ ଯା. ରାଜୁ ଭାବୁଥିଲା ଦେଖ ଏ ଲୋକ ବୁଢା ହେଲେଣି ପୁଣି ଆଙ୍କ ନାଲି ଆଖି ସହି ନପାରି ସ୍ତ୍ରୀ ଅନୀତା କୁଆଡେ ଗଲା ଯେ ଗଲା. ଝିଅ ଦୁହେଁ ଆସିଲେ ମଧ୍ୟ ତାଙ୍କୁ ସବୁବେଳେ ନାଲି ଆଖି ଦେଖେଇ ରୋଷେଇ ଠୁ ଆରମ୍ଭ କରି ସେମାନଙ୍କ ଚାଲି ଚଳଣି, ଖିଆ ପିଆ, ଆଚାର ବ୍ୟବହାର, ପିନ୍ଧା ପିନ୍ଧି ଉପରେ ସବୁବେଳେ ନାଲି ଆଖି ଦେଖେଇଲେ ସେମାନେ କେତେ ସହିବେ!ଶାଶୁଘର ଫେରିଯାଆନ୍ତି. ସ୍ତ୍ରୀ ଥିଲା ବେଳେ ମଧ୍ୟ ଏମିତି ରଖେଇ ବସେଇ ଦେଇ ନଥିଲେ ବିଚାରୀ ଅନିମା ଙ୍କୁ. ସେଦିନ ଦୁଇଝିଅ ବାହାଘର ପରେ ଅନିମା ଙ୍କୁ ଯେବେ ତୁମ ନିଜକୁ ସଂଣ୍ଠଣା ଜଣାନାହିଁ ତୁମେ କି ରୋଷେଇ କରିଛ, ଝିଅ ମାନଙ୍କୁ କି ଶିକ୍ଷା ଦେଇଛ. ଦେଖ ସେମାନେ ଯଦି ଫେରିନଆସିଛନ୍ତି ଶାଶୁଘରୁ ଇତ୍ୟାଦି ଏତେ କଥା କହିଲେ ନାଲି ଆଖି ଦେଖାଇ ଯେ ସ୍ତ୍ରୀ ଭାବୁଥିଲେ ସାନ ଝିଅ କଥା. ତା ବାହାଘର ଦିନ କୁଣିଆ ମଇତ୍ର, ବନ୍ଧୁ ବାନ୍ଧବ ଯିଏ ଯୋଉ ଖାମ ଦେଉଥାଆନ୍ତି ସେସବୁ ସ୍ୱାମୀ ହାତକୁ ବଢ଼େଇ ଦେଉ ଦେଉ ଗୋଟେ ଖାମ ସାନଝିଅ ମାଆ ଅନିମାଙ୍କ ହାତକୁ ଦେଇ କହିଥିଲା ସବୁ ବାପାଙ୍କୁ ନଦେଇ ତୁ କିଛି ରଖିଥା ମାଆ. ଏଇ ନେ ଏ ଖାମ ଟା. ଏଇଟା ବାପାଙ୍କ ସହକର୍ମୀ ଜଣେ ଯିଏ ମତେ ନାଲି ଆଖି ଦେଖାନ୍ତି ବୋଲି ଡରି ମରି ମୁଁ ଛାନିଆଁ ହୁଏ ସେଇ ଦେଇ ଯାଇଛନ୍ତି. ଝିଅ ବିଦା ହୋଇସାରିବା ପରେ ଅନେକ କାମ ଭିତରେ ଥକି ପଡି ଅନିମା ସେ ଖାମଟିକୁ ସ୍ୱାମୀଙ୍କୁ ଦେଇପାରିନଥିବା ବେଳେ ସ୍ୱାମୀ ଅରକ୍ଷିତଙ୍କର ଆରମ୍ଭ ହୋଇଗଲା ନାଲିଆଖି ଦେଖା ଯେ ତାଙ୍କ ସହକର୍ମୀ ସନ୍ତୋଷ ବାବୁଙ୍କ ଖାମ କୁଆଡେ ଗଲା!ଅନିମା ଦେଉ ଦେଉ ଅନେକ କଟୁ କଥା କହିଲେ ସ୍ୱାମୀ ଅରକ୍ଷିତ. ଝିଅ ବିଦା ଦୁଃଖ ସାଙ୍ଗକୁ ସ୍ୱାମୀଙ୍କର ଏପରି ନାଲି ଆଖି ଦେଖା ଓ କଥା ନସହି ସେଦିନ ବର୍ଷଣ ରାତିରେ ଘର ଛାଡିଲେ ଅନିମା. ବଡ଼ ଝିଅ ଜୋଇଁ ପହଁଞ୍ଚି ଥାନାରେ ଜଣେଇ ଯେତେ ଯାହା କଲେ ଓ ବନ୍ଧୁ ବାନ୍ଧବ ଘର ଖୋଜିଲେ ବି ଅନିମା ମିଳିନଥିଲେ. ଶେଷକୁ ପାରାଲିସିସରେ ପଡି ହୁଇଲ ଚେୟାରରେ ବସି ମଧ୍ୟ ଅରକ୍ଷିତଙ୍କର ନାଲି ଆଖି ଦେଖା ଛାଡ଼ିନଥିଲା ତ ଏବେ ରାଜୁ ଚାଲିଯିବ କହୁଛି ଦୁଇଝିଅ ଆସି ପହଁଞ୍ଚି ଥିଲେ ମଧ୍ୟ ରାଜୁ ଆଉ ରହିବାକୁ ରାଜି ହେଲାନି. ତରକାରୀ ପତ୍ର ହେଉ ବା ଜଳଖିଆ ହେଉ ଭଲ ମନ୍ଦ କହିବା ଗୋଟେ କଥା କିନ୍ତୁ ବାବୁଙ୍କ ନାଲିଆଖିର ତୋଡ ଆଉ ସାହିପାରିବି ନାହିଁ କହି ସେ ଗାଁ କୁ ଚାଲିଯିବା ପରେ ପାଳି କରି ଦୁଇ ଭଉଣୀ ବାପାଙ୍କୁ ଚଳେଇବାକୁ ଯାଇ ମଧ୍ୟ ପାରିନଥିଲେ. ସହଜେ ସେମାନେ ଚାକିରିଆ ଥିଲେ ପୁଣି ବାପାଙ୍କର ପ୍ରତି କଥାରେ ନାଲି ଆଖି ସହ ଗାଳି ଗୁଲଜ ସହିବା କଷ୍ଟ ହେବାରୁ ବାପାଙ୍କ ବୁଝାମଣା ରେ କଥା ରଖି ଦୁଇ ଭଉଣୀ ଗୋଟେ ସହରରେ ଥିବା ଅନାଥଶ୍ରମରେ ଛାଡିଦେଇଥିଲେ ବାପା ଅରକ୍ଷିତ ଙ୍କୁ. ସେଠି ପହଁଚିଲା ପରେ ପଛ ଜୀବନ କଥା ସବୁ ଭାବି ଓ ବୟସ ତଥା ସମୟର ସହିତ ଆଗକୁ ବଢିବା ସହିତ ଟିକେ ଶାନ୍ତ ପଡ଼ିଥିଲେ ଅରକ୍ଷିତ. ସେଠାରେ ଥିବା ଅନ୍ତେବାସୀଙ୍କ ଉପରେ ନାଲି ଆଖି ଦେଖେଇ ଥରେ ଦିଥର ଠୋକର ଖାଇଲା ଭିତରେ ସେ ଦେଖିଥିଲେ ଜଣେ ବୟସ୍କା ବୃଦ୍ଧାଙ୍କୁ ଯିଏ କି କୌଣସି କଥା ବାର୍ତ୍ତା କରୁନଥିଲେ. ଆଉ ଦେଖା ଯାଉଥିଲେ ଅନିମା ଙ୍କ ବଢନ୍ତା ବୟସ ହୋଇଗଲାପରି ଅର୍ଥାତ ବୃଦ୍ଧା ଅନିମା ଙ୍କ ପରି ଦେଖାଯାଉଥିଲେ. ଦୁଇଝିଅଙ୍କୁ ଡାକି ଦେଖାଇବା ପରେ ସେମାନେ ମଧ୍ୟ ମାଆ ଭଳି ଦେଖାଯାଉଛନ୍ତି କହିଥିଲେ କିନ୍ତୁ ସେ ଯେତେବେଳେ ଅରକ୍ଷିତ କିମ୍ବା ଦୁଇଝିଅଙ୍କୁ ଚିହ୍ନୁ ନଥିଲେ କି ଦେଖି କିଛି ପ୍ରତିକ୍ରିୟା ପ୍ରକାଶ କରୁନଥିଲେ ସେ ମାଆ ଅନିମା ହୋଇନଥିବେ ବୋଲି କହି ଝିଅ ଦୁହେଁ ଫେରିଯାଇଥିଲେ. ଅରକ୍ଷିତ କିନ୍ତୁ ଥରେ ଦୁଇଥର ସେ ସ୍ତ୍ରୀ ଲୋକଙ୍କୁ ନାଲି ଆଖି ଦେଖାଇ ତୁମେ କାହିଁକି ପ୍ରାର୍ଥନା ସମୟରେ ଏକାଠି ହେଉନ କି ସମସ୍ତଙ୍କ ସହ ଜଣାନ ଭଜନ କରୁନ କହିଥିଲେ ମଧ୍ୟ ତାଙ୍କର କିଛି ପ୍ରତିକ୍ରିୟା ନଥିଲା ବରଂ ଆଶ୍ରମର ରେଜିଷ୍ଟାର ତାଙ୍କ ମୁଣ୍ଡ କାମ କରୁନି କହିଥିଲେ.ଷ୍ଟେସନ ରେ ପଡ଼ିଥିବା ଅବସ୍ଥାରେ ସେ ଏଠିକୁ ଆସିଛନ୍ତି ଶୁଣି ଏଣିକି କିନ୍ତୁ ଅରକ୍ଷିତ ବାବୁ ସେହି ସ୍ତ୍ରୀ ଲୋକଙ୍କ ଗତିବିଧି ଲକ୍ଷ କରୁଥିଲେ ଖୁବ.    ସେଦିନ ସମସ୍ତେ ଖାଇବା ପୂର୍ବରୁ ଜଳାଶୟରେ ହାତ ମୁଁହଁ ପରିଷ୍କାର କରୁ କରୁ ସବା ଶେଷରେ ସେହି ଚୁପଚାପ ସ୍ତ୍ରୀ ଲୋକ ଜଣଙ୍କ ଗୋଡ଼ ଖସି ଭାସିଯାଉଥିବା ଦେଖି ଅରକ୍ଷିତ ପାଟି କରିଥିଲେ ମଧ୍ୟ ସମସ୍ତେ ଥାଳି ଧରି ଧାଡି କରିସାରିଥିଲେ.ଘଣ୍ଟା ଶବ୍ଦ ଭିତରେ କାହାକୁ ଶୁଭୁ ନଥିଲା ତ ଅରକ୍ଷିତ ଆଗେଇ ଯାଇ ସେହି ସ୍ତ୍ରୀ ଲୋକଙ୍କୁ ଉଦ୍ଧାର କରିବା ବେଳେ ସେ ପ୍ରଥମ କରି କହିଥିଲେ ତୁମେ ଏଠି? ଅରକ୍ଷିତ କହିଲେ ଘର ଛାଡ଼ି ତୁମେ ଚାଲିଗଲା ପରେ ମୋ ଅବସ୍ଥା ଖରାପ ହୋଇଗଲା. ପାରାଲିସିସରେ ଆକ୍ରାନ୍ତ ହୋଇ ମୁଁ ହୁଇଲ ଚେୟାର ଉପରେ ବସିଲି. ସେଦିନ ରବିବାର ଥାଏ. ସବୁ ରବିବାର ଦୁଇଭଉଣୀ ବାପାଙ୍କୁ ଦେଖିବାକୁ ଆସି ଦେଖୁଥିଲେ ବାପା ମାଆଙ୍କର ଏ ଅପୂର୍ବ ମିଳନ. ବାପା ହୁଇଲ ଚେୟାର ଛାଡ଼ି ଚାଲୁଛନ୍ତି ଓ ହଜିଯାଇଥିବା ମାଆ ଅନୀତା ମିଳିଯାଇଛନ୍ତି. ସୌଭାଗ୍ୟ କ୍ରମେ ପୁଣି ବାପା ମାଆ ଘରକୁ ଫେରିବା ଦେଖି ଲୋକେ କହୁଥିଲେ ଅରକ୍ଷିତ ଙ୍କ ନାଲି ଆଖି ଦେଖି ଭାଗ୍ୟରୁ ଦୁଃଖ ମଧ୍ୟ ଛାଡ଼ି ଚାଲିଗଲା କିନ୍ତୁ  ଆଉ କଥା କଥାକେ ପାନରୁ ଚୂନ ଖସିଲେ ନାଲିଆଖି ଦେଖାଉନଥିଲେ ଆରକ୍ଷିତ ବାବୁ ତ ରାଜୁ ମଧ୍ୟ ଫେରି ଆସିଥିଲା. ଦୁଇ ଝିଅ ଏବେ ଶାନ୍ତିରେ ନିଶ୍ୱାସ ମାରୁଥିଲେ.
ଏସବୁ ଶୁଣି ସୀତା କାନ୍ଦିପକେଇଥିଲେ ଖୁସିରେ ଆଉ ସେଦିନର ପିତା ଶାଗ ଭଜା ହାତ ଚାଟି ଖାଉଥିଲେ ସ୍ୱାମୀ ଦିବାକର.ଦୁହେଁ ଅପେକ୍ଷା କରି ରହିଥିଲେ ଅରକ୍ଷିତ ଓ ଅନିମାଙ୍କୁ.ହାତ ଗୋଡ଼ ନଚାଲିଲେ ମଧ୍ୟ ଦୁଇ ବନ୍ଧୁ ଗାଁରେ ଶେଷ ଜୀବନ ବିତାଇବେ ଭାବି ମନ ଟାଣ କରି ରଖୁଥିଲେ ଦୁଇ ବନ୍ଧୁ ଓ ଦୁଇ ବାନ୍ଧବୀ.ଏଣିକି ଦିବାକର, ସୀତା ଦେବୀ, ଅରକ୍ଷିତ ଓ ଅନିମା ଦେବଙ୍କର ରାଜୁଙ୍କ ପାଇଁ ଗାଁରେ ପୁନ୍ନର୍ମିଳନ ଘଟିଥିଲା.
      
     ସେଦିନ ଗଳ୍ପ ଶୁଣୁଥିଲେ ଚାରି ନାତି ନାତୁଣୀ.ଡକ୍ଟର କଲାମ ରାଷ୍ଟ୍ରପତି ଥିବାବେଳେ ଥରେ ସେ କନ୍ନୁର ଗସ୍ତରେ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଯେତେବଳେ ଜାଣିବାକୁ ପାଇଲେ ସେଠାର ମିଲିଟାରୀ ହସ୍ପିଟାଲର
ଫିଲ୍ଡ_ମାର୍ଶାଲ_ସାମ_ମାନେକ୍ସା ଚିକିତ୍ସିତ ହେଉଛନ୍ତି ,       ସେ ତାଙ୍କୁ ଭେଟିବା ପାଇଁ  ଇଚ୍ଛା ପ୍ରକାଶ କଲେ.ରାଷ୍ଟ୍ରପତିଙ୍କର ସ୍ଥିରୀକୃତ ଗସ୍ତ ସୂଚୀରେ ଏହା ନଥିବାରୁ ତୁରନ୍ତ ବ୍ୟବସ୍ଥା କରାଗଲା.ଡକ୍ଟର କଲାମ ମାନେକ୍ସା ସାହାବଙ୍କ ବିଛଣା ପାଖରେ ତାଙ୍କ ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ସମ୍ବନ୍ଧରେ ପଚରାପଚରି କଲେ.ତାଙ୍କ ପାଖରେ ପନ୍ଦର ମିନିଟ ପର୍ଯ୍ୟନ୍ତ ରହି ପରେ ବାହାରିବା ସମୟରେ "ଆପଣ ଖୁସିରେ ଅଛନ୍ତି ତ ? ନା ମୋତେ କିଛି କରିବାକୁ ପଡ଼ିବ ! ଆପଣଙ୍କର କିଛି ଅଭିଯୋଗ ଅଛିକି ? ଆପଣଙ୍କର କିଛି ଅସୁବିଧା ଅଛିକି ,ଯାହା ଦୂର ହୋଇ ପାରିଲେ ଆପଣ ଅଧିକ ଖୁସି ହେବେ ?
ସାମ ମାନେକ୍ସା  କହିଲେ,ହଁ ମହାମହିମ ,ମୋର ଗୋଟିଏ ଅଭିଯୋଗ ଅଛି.ଦୁଃଖିତ ଏଵଂ ଆଚମ୍ବିତ ହେଇଗଲେ ରାଷ୍ଟ୍ରପତି କଲାମ.ଏହି ଅଭିଯୋଗ କଣ ବୋଲି ସେ ସାମ ମାନେକ୍ସାଙ୍କୁ ପଚାରିଲେ। ସେ ଉତ୍ତରରେ କହିଲେ ,ମୋର ଅଭିଯୋଗ ଓ ଦୁଃଖ ହେଉଛି ଯେ ମୁଁ ମୋ ପ୍ରିୟ ଦେଶର ଅନନ୍ଲୋଲୋକପ୍ରିୟ ରାଷ୍ଟ୍ର ମୁଖ୍ୟଙ୍କୁ ଠିଆ ହୋଇ ସାଲ୍ୟୁଟ କରି ପାରୁନାହିଁ.କଲାମ ସାହେବ୍ ଜେନେରାଲ ମାନେକ୍ସାଙ୍କ ଦୁଇ ହାତକୁ ଚାପି ଧରିଲେ :..... ଉଭୟଙ୍କ ଆଖିରେ ଲୁହ 
ସାମ_ମାନେକ୍ସା ପୁଣି କହିଲେ, ମୁଁ ମୋର ପଦବୀ ଫିଲ୍ଡ ମାର୍ଶାଲ ଅନୁସାରେ ଆଜିଯାଏଁ ୨୦ବର୍ଷ ହେଲାଣି ପେନସନ ପାଇ ନାହିଁ. ବିକ୍ଷୁବ୍ଧ ରାଷ୍ଟ୍ରପତି ଦିଲ୍ଲୀ ଫେରିଗଲେ.ଗୋଟିଏ ସପ୍ତାହ ମଧ୍ୟରେ ତାଙ୍କର ବାକିଥିବା ସବୁ ପେନସନ୍ ଅନୁମୋଦନ କରିଦେଲେ.ପ୍ରାୟ ଏକ କୋଟି ୨୫ ଲକ୍ଷ ଟଙ୍କାର ଚେକ୍ ଦିଫେନ୍ସ ସେକ୍ରେଟାରୀ ଙ୍କ ହାତରେ ଏକ ସ୍ବତନ୍ତ୍ର ବିମାନ ଦ୍ଵାରା ସାମ_ମାନେକସା ଅସୁସ୍ଥ ହୋଇ ଚିକିଛିତ ହେଉଥିବା ଉଟି ସ୍ଥିତ ୱେଲିଂଟନ କୁ ପଠାଇ ଦେଲେ.ସେଦିନ ସେ କେତେ ଖୋଲା ହସ ହସିଥିଲେ କେହି ଦେଖିନଥିଲେ କିନ୍ତୁ ଜେଜେମାଙ୍କ ପାଖରୁ କଥାଟି ଶୁଣି କୁନା କୁନି ମୁନା ମୁନି ଖୁବ ଖୋଲା ହସ ହସି କହିଥିଲେ ଆମକୁ ବୈଜ୍ଞାନିକ ତଥା ରାଷ୍ଟ୍ରପତି ଏ ପି ଜେ ଅବଦୁଲ କାଲାମଙ୍କ କଥା ଆଉ କୁହନା ଜେଜମାଆ. ହଁ ହଁ କହିବି କହି ଜେଜେମାଆ ସଞ୍ଜ ଦେବା ପାଇଁ ଉଠିଗଲେ.
    ଜେଜେ ଓ ଜେଜେମାଆ, ଜେଜେଙ୍କ ଅବସର ପରେ ଗାଁରେ ରହିବାକୁ ସ୍ଥିର କରି ଦିବାକର ବାବୁ ଓ ସୀତା ଦେବୀ ଦୁଇ ପୁଅଙ୍କର ଦୁଇପୁଅ କୁନା ଓ ମୁନାଙ୍କୁ ଆଣି ପାଖରେ ରଖିଛନ୍ତି. ବଡ଼ ବୋହୁ ପ୍ରଥମେ ପ୍ରଥମେ ଘୋର ବିରୋଧ କରିଥିଲା ଯେ ମୋ ପୁଅ କାହିଁକି ଗାଁରେ ରହିବ ବରଂ ବାପା ମାଆ ଆସି ଆମ ପାଖରେ ରୁହନ୍ତୁ. ବଡ଼ ପୁଅ କିଛି ନକହି ମଧ୍ୟ ଅନୁଭବ କରିଥିଲା କି ତା ବାପା ମାଆ ଗାଁରେ ରହି ନାତିକୁ ରଖିଲେ ତା ପୁଅ କୁନାର କିଛି ଅସୁବିଧା ହେବ ନାହିଁ ବରଂ ଆଜିକାଲିର ପିଲାମାନେ ସଂସ୍କୃତି, ସଂହତି, ପରମ୍ପରା ଭୁଲି ଯାଉଥିବା ବେଳେ ପୁଅ କୁନା ସବୁ ଶିଖିବା ସହ ନିଜ ମାତୃଭାଷା ମଧ୍ୟ ଶିଖିପାରି ଜନନୀ ଜନ୍ମଭୂମି ଶ୍ଚ ସ୍ବର୍ଗଦପୀ ଗରୀୟସୀ ବୋଲି କଣ ବୁଝିବ ଜାଣିବ. ଯୋଉ ସ୍ବାଧୀନତା ବାପା ମାଆ ଏଠି ରହିଲେ ପାଇବେ ନାହିଁ ବରଂ ରୋଗ ଓ ଦୁଶ୍ଚିନ୍ତା ମାଡିବସିବ. ସତକୁ ସତ କୁନା ଜେଜେ ଓ ଜେଜେମାଆ ପାଖରେ ରହି ଗାଁ ସ୍କୁଲରେ ପାଠ ପଢିବା ସହ ରଚନା ଲେଖିବା, ଖେଳକୁଦ ପ୍ରତିଯୋଗିତାରେ ଭଗନେଇ ଶରୀର ସୁସ୍ଥ ରଖିବା ଇତ୍ୟାଦି ପରିବେଶ ପାଉଥିଲା. ସାଇକେଲ ଚଳେଇ, ନଈରେ ପହଁରି, ମାଛ, ଗଛ, ପକ୍ଷୀ ଦେଖି ତାଙ୍କ ଚିତ୍ର ଆଙ୍କୁଥିଲା. ସ୍କୁଲ ଯିବା ବାଟରେ ଭୟ ପରିବର୍ତ୍ତେ ସମସ୍ତଙ୍କ ସଙ୍ଗେ ମିଶି ସାମାଜିକତା, ଗଣେଶ ଓ ସରସ୍ବତୀ ପୂଜାରେ ତଥା ଜାତୀୟ ଦିବସ ଅଗଷ୍ଟ ପନ୍ଦର ଓ ଜାନୁଆରୀ ଛବିଶ ସହିତ ଗାନ୍ଧି ଜୟନ୍ତୀ, ଗୁରୁଦିବସ, ଶିଶୁ ଦିବସ ସହ ଅନେକ ଅଭୁଲା ଦିବସ ପାଳନ କରି ଆମ ଦେଶର ଜାତୀୟ ଦିବ୍ୟପୁରୁଷ ମାନଙ୍କୁ ଚିହ୍ନି ପାରୁଥିଲା. ଏସବୁ ଦେଖି ସାନ ପୁଅ ମଧ୍ୟ ତା ପୁଅ ମୁନାକୁ ଆଣି ବାପା ବୋଉଙ୍କ ପାଖରେ ଛାଡ଼ି ଦୁଇଭାଇଙ୍କୁ ଏକାଠି ରହି ପଢି ବଢି ଓଡିଶା ମାଟି ମାଆର ଗର୍ବ ଗୌରବ ପାଇଁ ଆଗ ନିଜ ଗାଁର ପରିବେଶ ତଥା ପରିମଳ ଠିକ ରଖିଲେ ଓ ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର.. ସ୍ବର୍ଗୀୟ ସମାନ ଅଟେ ସେଇ ଗାଁ, ଦେଶ ଓ ସହର ବୋଲି ହୃଦବୋଧ କରୁଥିଲେ.
    କିଛି ଦିନ ପରେ ଦିବାକବାବୁଙ୍କ ସାଙ୍ଗ ଅରକ୍ଷିତ ବାବୁ ଓ ତାଙ୍କ ସ୍ତ୍ରୀ ଅନିମା ଦେବୀ ମଧ୍ୟ ସହର ରେ ଥିବା ଘରଟିକୁ ଦୁଇଝିଅଙ୍କ ମଧ୍ୟରେ ବାଣ୍ଟି ଦେଇ ଦୁଇଝିଅଙ୍କର ଦୁଇ ଝିଅ କୁନି ଓ ମୁନି କୁ ନେଇ ଗାଁକୁ ଆସି ଆଈ ଅଜାଙ୍କ ପାଖେ ଛାଡ଼ି ଯାଇ ଥିଲେ. ପ୍ରଥମତଃ ଦୁଇ ଝିଅ ଚାକିରିଆ ଥିଲେ ଦ୍ୱିତୀୟତଃ ପିଲାଦିନ ସାଙ୍ଗ ଦିବାକର ଓ ସୀତା ଦେବୀଙ୍କ ଗାଁରେ ରହିବା ନିଷ୍ପତ୍ତି ସେ ଦୁଇ ଅଜା ଆଈଙ୍କୁ ମଧ୍ୟ  ଗ୍ରାମାଭୁମୁଖୀ କରାଇଥିଲା. ଦିବାକର ଓ ଅରକ୍ଷିତ ଏବେ ଖାଲି ଦୁଇବନ୍ଧୁ ନଥିଲେ ବରଂ ଦୁଇଭାଇ ପରି ଚଳୁଥିଲେ. ଚାରି ନାତି ନାତୁଣୀ ଏକତ୍ର ପଢିବା, ଖାଇବା ସହ ଏକା ପରି ପୋଷାକ ପିନ୍ଧୁଥିଲେ. ସବୁଦିନ ରାତିରେ ପାଳି କରି ଦୁଇ ଜେଜେ ରମାୟଣ ଓ ମହାଭାରତ କଥା ସହିତ ଗାନ୍ଧି, ଗୋପବନ୍ଧୁ, ଲାଲବହାଦୁର ଶାସ୍ତ୍ରୀ, ଜବାହରଲାଲ ନେହେରୁ ତଥା ସୁବାଷ ବୋଷ, ଶ୍ରୀମା, ଅରବିନ୍ଦ, ସ୍ୱାମୀ ବିବେକାନନ୍ଦ ଇତ୍ୟାଦି ମହାପୁରୁଷ ତଥା ଦେଶଭକ୍ତଙ୍କ କଥା ଶୁଣାଉଥିଲେ. ସ୍କୁଲରେ ସୁରଭି କାର୍ଯ୍ୟକ୍ରମରେ ଭାଗ ନେଇ ନିଜର ସୃଜନଶୀଳତା ବଢ଼ାଇ ଚାଲିଥିଲେ ନାତି ନାତୁଣୀମାନେ. ତା ସହିତ ପ୍ରକୃତିରେ ଥିବା ନଈ, ଝରଣା, ପାହାଡ଼, ପୋଖରୀ, ନଦୀ ସମସ୍ତେ ଜଳ ଉତ୍ସ ହୋଇଥିଲେ ମଧ୍ୟ ପ୍ରାକୃତିକ ଓ କୃତ୍ରିମ କଣ ଉଦାହରଣ ଦେଇ ଜେଜେ ଦୁହେଁ ବୁଝେଇ ଦେଉଥିଲେ. ଜେଜେମାଆ ଖାଦ୍ୟ ଫୋପାଡି ନଦେଇ ଆମ ଚାରିପାଖରେ ଥିବା ଓ ମଣିଷ ଉପରେ ନିର୍ଭର କରୁଥିବା ପଶୁ ଯଥା ଗାଈ, ଛେଳି, ମଇଁଷି, ଘୁଷୁରି,କୁକୁର, ବିଲେଇ ଇତ୍ୟାଦି ପଶୁମାନଙ୍କର ର ସହାୟତା କରିବା ଶିଖି ଖାଣ୍ଟି ଓଡ଼ିଆ ପିଲା ହୋଇଥିବା ଦେଖି ଦିବାକରଙ୍କ ଦୁଇପୁଅ ଓ ଦୁଇବୋହୁ ସହ ଅରକ୍ଷିତ ଙ୍କ ଦୁଇ ଝିଅ ଓ ଦୁଇ ଜୋଇଁ ମଧ୍ୟ ଖୋଲା ହସ ହସନ୍ତି.
   ସେଦିନ ଅନିମା ଜେଜେମାଆଙ୍କ ପାଳି ଥାଏ ତ ତାଙ୍କୁ ଆଜି ଗୁରୁଙ୍କ ବିଷୟରେ କିଛି କହିବାକୁ ଅଳି କରୁଥିଲେ କୁନା, ମୁନା ତଥା କୁନି ଓ ମୁନି. ଜେଜେମାଆ କହିଥିଲେ ହଉ ହଉ ତେବେ ପକା କମ୍ବଳ ପୋତ ଛତା କହୁଛି ନାତି ନାତୁଣୀ ଗୁରୁଙ୍କ କଥା. ସବୁ ନାତି ନାତୁଣୀ ଖୋଲା ହସ ହସି ଗାଡିଯାଉଥିବା ବେଳେ ଅନିମା ଜେଜେ ମାଆ ଆରମ୍ଭ କଲେ ଥରେ ଜଣେ ଶିଷ୍ୟ ଗୁରୁଙ୍କୁ ପଚାରିଲା--ମହାତ୍ମା, ମୋ ମନରେ ଗୋଟିଏ ପ୍ରଶ୍ନ ଅନେକ ଦିନ ହେଲା ଉଠୁଛି. ତାହା ପଚାରିବି ପଚାରିବି ବୋଲି ଅନେକ ଥର ଭାବିଛି, ହେଲେ ପଚାରିପାରୁ ନଥିଲି. ଆଜି କିନ୍ତୁ ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ. ମୋର ପ୍ରଶ୍ନଟି ହେଲା--ଭଗବାନ କାହିଁକି ଅପାତ୍ରରେ ଦିଅନ୍ତି ? ଗୁରୁ କହିଲେ--ତାହା ବୁଝିବା ଲାଗି ମୋ ଠାରୁ କଥାଟିଏ ଶୁଣ. ଗୋଟିଏ ଆମ୍ବ ଗଛ ଥିଲା.ସେଥିରେ ଫଳୁଥିଲା ଦୁର୍ଲଭ ଆମ୍ବ.କିନ୍ତୁ ଆମ୍ବ ଫଳୁଥିଲା ବହୁତ.ଯେଉଁ ସ୍ଥାନରେ ଗଛଟି ଥିଲା ସେଠାକାର ଲୋକମାନେ ଗଛଟିକୁ ଅତି ପବିତ୍ର ବୋଲି ମାନୁଥିବାରୁ କେହି ଗଛ ଚଢି ବା ପଥର ମାରି ଆମ୍ବ ଝଡାଉ ନଥିଲେ.କେବଳ ଆମ୍ବ ପାଚି ଝଡିଲେ ଯାଇ ଲୋକେ ତାକୁ ନେଉଥିଲେ.ଥରେ ରାଜାଙ୍କର ସେ ଗଛର ଆମ୍ବ ଖାଇବାକୁ ଇଚ୍ଛା ହେଲା. ରାଜାଙ୍କ କର୍ମଚାରୀମାନେ ଆସି ଗଛ ମୂଳରେ ଜଗି ରହିଲେ ଯେ ଆମ୍ବ ପଡିଲେ ନେଇ ରାଜାଙ୍କୁ ଦେବେ. ଗଛରେ ପାଚିଲା ଆମ୍ବ ଥିଲା କିନ୍ତୁ ଅନେକ ଦିନ ପର୍ଯ୍ୟନ୍ତ ଗୋଟିଏ ବି ଝଡିଲା ନାହିଁ. ଦିନେ ଜଗିଥିବା କର୍ମଚାରୀମାନେ ଅପେକ୍ଷା କରି କରି ଧୈର୍ଯ୍ୟହରା ହୋଇ ଟିକିଏ ମଉଜ ଲାଗି ପାଖ ଗାଁକୁ ଚାଲିଗଲେ.ସେମାନେ ଯିବା ପରେ ପରେ ଆମ୍ବଟିଏ ପଡିଲା.ସେଇ ବାଟେ ଯିଏ ଯାଉଥିଲା ସେ ତାକୁ ପାଇ ନେଇଗଲା.ଆମ୍ବ ପାଚି ଆପେ ଆପେ ପଡିବା କାର୍ଯ୍ୟଟି ଯଦି ଭଗବାନଙ୍କ ଦ୍ବାରା ହେଉଛି ବୋଲି ଆମେ ଭାବିବା ତେବେ ଗୋଟିଏ କଥା ପରିଷ୍କାର ଯେ ଭଗବାନ ରାଜାଙ୍କ ଲାଗି ଆମ୍ବଟିଏ ପକାନ୍ତି ନାହିଁ. ଆମ୍ବଟି ଠିକଣା ଭାବେ ପାଚିଲେ ହିଁ ତଳେ ପଡିବ.ସେତିକି ବେଳେ ସେଠି ଯିଏ ଥିବ ସେ ତାହା ପାଇବ.ସେ ପାତ୍ର କି ଅପାତ୍ର ତାହା ଭଗବାନ ବୁଝନ୍ତି ନାହିଁ.ଭଗବାନଙ୍କ ଠାରେ ଧ୍ୟାନ ରଖିଥିବା ସମସ୍ତ ଵ୍ୟକ୍ତି ତାଙ୍କ ପାଖରେ ସମାନ. ସେମିତି ଦିଅନ୍ତି ସେ ପାତ୍ର ଅପାତ୍ର ନବୁଝି.ଏଥର ଜେଜେମାଆ କହୁଥିଲେ ବୁଝିଲତ ସବୁ କାମ ଠିକ ଠିକ କରୁଥିଲେ ତୁମେ ସବୁ ଭଗବାଙ୍କର ପ୍ରିୟପାତ୍ର ହୋଇଯିବ. ଆପେ ଆପେ ତୁମକୁ ସବୁ ମିଳିଯିବ. ଏଥର ଖୋଲା ହସ ହସୁ ହସୁ କୁନା, ମୁନା, କୁନା କୁନି ଗମ୍ଭୀର ଦିଶିବାରୁ ସୀତା ଜେଜେମାଆ ପହଁଞ୍ଚି କହୁଥିଲେ ଆରେ ତୁମେ ସବୁଜମିରେ ପାଳଭୂତ କୁ ଦେଖିଛ ନା ନାହିଁ. ଆମରି ପରି ମଣିଷ ତାଙ୍କୁ ଗଢ଼ିଛି ଶଶ୍ୟ ସବୁକୁ ପଶୁ ପକ୍ଷୀ ନଷ୍ଟ କରିଦେଉଛନ୍ତି ତ ପାଳଭୂତ ଦେଖି ଆଉ କେହି ଶଶ୍ୟ ଉଜାଡିବେ ନାହିଁ. ସେ ପାଳଭୂତ ମଧ୍ୟ ଖରା, ବର୍ଷା,କାକର, ଶୀତ ସହି ତା କାମ କରିଯାଏ. ଆମେ ମଣିଷ ସବୁ ମଧ୍ୟ ଭଗବାଙ୍କ ଦ୍ୱାରା ତିଆରି ପାଳଭୂତ. ଆମେ ଆମ କର୍ମ ସବୁକୁ ସୁଚାରୁ ରୂପେ କରି ପାରିଲେ ଭଗବାନ ଆମକୁ ସବୁ ଦେବେ.ଚାରି ନାତି ନାତୁଣୀ ଖୋଲା ହସ ହସିଦେଇ ତା ପରଠୁ ସକାଳୁ ଉଥିଲେ ବଡମାନଙ୍କ ପାଦ ଛୁଇଁ, ଠାକୁଙ୍କ ଜଣାଣ ବୋଲି ନିଜ କାମ ନିଜେ କରିଯାଆନ୍ତି.ପୁଣି ସନ୍ଧ୍ୟାରେ ଖେଳ ସାରି ଆସିବା ପରେ ଭଜନ ବୋଲି ଠାକୁରଙ୍କୁ ମୁଣ୍ଡିଆ ମାରି ହିନ୍ଦି ସାରଙ୍କଠାରୁ ହିନ୍ଦି ଶିଖନ୍ତି କାରଣ ବାପା ମାଆ ସବୁ ଯୋଉଠି ଅଛନ୍ତି ସେଠିକୁ ଗଲେ ହିନ୍ଦି ଓ ଇଂରାଜି କହିପାରୁଥିବା ଆବଶ୍ୟକତା ଅଛି ବୋଲି ଦୁଇ ଜେଜେ ଓ ଦୁଇ ଜେଜମାଆ ବୁଝିସାରିଥିଲେ. ନିଜ ଭାଷା, ସଂସ୍କୃତି ପରମ୍ପରା ସହ ଅନ୍ୟର ସଂସ୍କୃତି ପରମ୍ପରା ବୁଝିବାକୁ ସବୁ ଭାଷାର ଶିକ୍ଷା ଗ୍ରହଣ କରିବା ବ୍ୟବସ୍ଥା ଦେଖି ଦିବାକର ଙ୍କ ଦୁଇପୁଅ ଓ ଅରକ୍ଷିତ ଙ୍କ ଦୁଇଝିଅ ରାଗ ରୁଷା ଓ ହିଂସା ପରିବର୍ତ୍ତେ ମନଖୋଲି ହସୁଥିଲେ ଖୋଲା ହସ.ପିଲାମାନେ ପଚାରୁଥିଲେ ପାଳଭୂତ ହସେ ନା!ସମସ୍ତ ହଁ ହଁ କହି ହସି ହସି ବେଦମ ହେଉଥିଲେ ସରସ୍ବତୀ ପୂଜାକୁ ଗାଁକୁ ଆସିଥିବା ବେଳେ. ପିଲାମାନେ ନୂଆ ଡ୍ରେସ ପିନ୍ଧି ବାଗଦେବୀ ଙ୍କ ପୂଜା ପାଇଁ ସ୍କୁଲ ଗଲା ବେଳେ ବାଟରେ ପାଳଭୂତକୁ ଦେଖି, ଆମେ ସମସ୍ତେ ତୋ ପରି କହି ହସୁଥିଲେ ସମସ୍ତେ.ସମସ୍ତଙ୍କୁ ଲାଗୁଥିଲା ପାଳଭୂତ ମଧ୍ୟ ଖୋଲା ହସ ହସୁଛି.
        .


Rate this content
Log in

Similar oriya story from Classics