ହୋମିଓପ୍ୟାଥି
ହୋମିଓପ୍ୟାଥି
ଆପଣଙ୍କ ଚରିତ୍ର, ଆତ୍ମା,ପାଞ୍ଚ ମନ ଓ ପଚିସି ପ୍ରକୃତି ଯେତେ ସଭ୍ୟ,ମାର୍ଜିତ,ଗାରିମାମୟ ହେଉ ସେଥିରେ କିଛି ଯା ଆସ ନାହିଁ...
ଯଦି ଆପଣଙ୍କ ବାହ୍ୟ ଆବରଣରେ ଦାଗ ଦେଖାଦେଲା କଥା ସରିଲା।
ଆଜିକାଲି "ଦାଗ୍ ଅଛେ ହୈ "କହୁଥିବା ସର୍ଫ୍ କମ୍ପାନୀ ମାନେ ଦାଗ ସହଜରେ କପଡାରୁ ଛଡାଇ ତ ଦିଅନ୍ତି କିନ୍ତୁ କପଡା ତଳେ ଚର୍ମର ଦାଗ କଣ ଏତେ ସହଜରେ ଯିବ ?
କଳା ଲୋକ ଶରୀରରେ ଯଦି ଧଳା ଦାଗ କେଇଟା ଆସିଗଲା ତାହେଲେ କଥା ସରିଲା।ପୁନେଇ ଚାନ୍ଦରେ ସେ ଭାଲୁ ନାଚିବା ଦୃଶ୍ୟଟି ଆଖିକୁ ଖାଁ ଖାଁ ଚାଲି ଆସେ।ଯଦି ସେ ଅମାନିଆ ଦାଗ ମୁଖ ମଣ୍ଡଳରେ ହେଲା କଥା ସରିଲା।
ଦାଗ ବିଭିନ୍ନ ପ୍ରକାର ।ଆମ ଅସ୍ଥି ଆବରଣ ବାହାରେ ତଥା ଅସ୍ଥି ଗୁଡିକୁ ଜାବୁଡି ଧରିଥିବା କଅଁଳିଆ ମାଉଁସକୁ ଆବୁରୀ ଥାଏ ଚମ।
ଏହି ଚମ ସ୍ତର ସ୍ତର ହେଇଥାଏ।ଶେଷ ସ୍ତର ଆମକୁ ଦେଖାଯାଏ,ଯେଉଁ ସ୍ତରକୁ ନେଇ ମଣିଷ ମନରେ ଘୃଣା,ଭଲ ପାଇବା ଶତ୍ରୁତା ମିତ୍ରତା ତଥା ବିଶ୍ଵଯୁଦ୍ଧ ଭଳି ପରିସ୍ଥିତି ହୁଏ।
ସେହି ଶେଷ ଆବରଣର କଳା ରଙ୍ଗ ପାଇଁ ବଢ଼ିଲା ଝିଅର ବାହାଘର ଭାଙ୍ଗିଯାଏ।ଚଳଚ୍ଚିତ୍ରରେ ନାୟିକା ହେବାଟା ସ୍ୱପ୍ନ ହେଇଯାଏ।
ଆଉ ତା ଉପରେ ସଫା ତଥା ଛେଉ ଛେଉକା ଦେଖାଦେଲେ ମନୋବଳ ଭାଙ୍ଗିଯାଏ।କାରଣ ଏହି ଚମଡା ତ ଆକର୍ଷଣ।ସଫା ଚମଡା, ଗୋରା ଚମଡା ସଭିଙ୍କ ପ୍ରିୟ।ଯଦି ଶରୀରରେ ଚର୍ମ ଜନିତ କିଛି ତ୍ରୁଟି ଯେପରି ଛୋଟ ଛୋଟ କୋଳି ଭଳି ଫଳିଯିବା, ନାଲି ରଙ୍ଗର ଘିମିର ଅତ୍ୟାଧିକ ବେକ ଭାଗରେ ଦେଖାଯିବା, ଓଠର ଦୁଇପାଖ କାଉ ପାଟିଆ ହେଇଯିବ।ଏହିପରି ସମସ୍ୟା ଦେଖାଦେଲେ ଏଲୋପାଥିକ ମାନେ ହାତ ଉଠାଇ ଦିଅନ୍ତି।
ଆଗକୁ ଆସନ୍ତି ହୋମିଓପ୍ୟାଥିକ।
ହୋମିଓପ୍ୟାଥିକ ମାନେ ଡେରିରେ କାମ କରାନ୍ତି କିନ୍ତୁ ସ୍ଥାୟୀ କାମ କରାନ୍ତି ବୋଲି ଲୋକଙ୍କ ବିଶ୍ଵାସ। ପାର୍ଶ୍ଵ ପ୍ରତିକ୍ରିୟା ନଥାଏ କହିଲେ ଚଳେ।
ହୋମିଓପ୍ୟାଥିକମାନେ କୁଆଡେ ମୂଳୋତ୍ପାଟନ କରନ୍ତି।
କିନ୍ତୁ ପଥି ଖୁବ ଧୀରେ ଧୀରେ କାମ କରେ।ସେ ସାବୁଦାନରେ କଣ ମିଶାନ୍ତି ମା ଗଙ୍ଗେଙ୍କୁ ଜଣା।ହୋମିଓପ୍ୟାଥି ଯେମିତି ଧୀରେ ଧୀରେ କାମ କରେ ଠିକ ସେମିତି ହୋମିଓପ୍ୟାଥିକ ଡାକ୍ତରମାନଙ୍କ ଚାଲି ତାଙ୍କ ଚାଲି ଚଳନୀ, ଆଚାର ଵିଚାର, ଅତର ବସ୍ତର ଆଦି।
ପୁରା ଧୀର ଗମ୍ଭୀର ...ଯେମିତି ମନସ୍ତାତ୍ୱିକ ସ୍ତରରେ ରୋଗର ଅଜଣା କମ୍ପୋଜିସନ ସହ ଟେଲି ପାଥି କରୁଥାନ୍ତି।କିଛି ପାଣି ଔଷଧ କଷା ଲାଗିଲେ ମଧ୍ୟ ପିଇବାକୁ ପଡେ,କାରଣ ଉପାୟ କିଛି ନଥାଏ।
ଦିନକୁ ସର୍ବନିମ୍ନ ମାତ୍ରା ୪ ଥର।ଖାଉଥା ବସି।ମୁଁ ଭୁକ୍ତ ଭୋଗି ଭାବେ ଓଠ ଦୁଇପାଖେ ଥିବା ସେ ଟିକଟ ଦାଗକୁ ଏଇଥର ହୋମିଓପଥିକ ହେଇ ତଡି ଦେବି ବୋଲି ଶପଥ ନିଏ କିନ୍ତୁ ପୁରା କୋଟା ସମ୍ପୂର୍ଣ୍ଣ କରି ପାରେ ନାହିଁ।ଅଯଥାରେ ବିରକ୍ତି ଆସିଯାଏ।ଭାବେ ଏ କାମ ନୁହେଁ।ଚଉଦ ମହଣ ଘିଅ ହେବ ନା ରାଧା ନାଚିବ।
ପୁଣି ଯେଉଁ କଥାକୁ ସେୟା ..ମନେ ମନେ ଭାବେ ହୌମିଓପଥିକ କଣ ସତରେ ମୂଳଉତ୍ପାଟନକାରୀ ଅସ୍ତ୍ର !!!!
ଏହାର ପ୍ରୋଗ୍ରାମିଂଗ ବଦଳାଇ ଏହାକୁ ବେଗଗାମୀ କରି ହୁଅନ୍ତା ନାହିଁ!!
