ଉମା ଶଙ୍କର ମାଝୀ

Comedy Drama Inspirational

4  

ଉମା ଶଙ୍କର ମାଝୀ

Comedy Drama Inspirational

ହିନ୍ଦୀ ସାରଙ୍କ ମାଡ଼

ହିନ୍ଦୀ ସାରଙ୍କ ମାଡ଼

7 mins
206


 ( ଗୋଟିଏ ଛାତ୍ର ର ବାସ୍ତବ ଘଟଣା ର ଅନୁଭୂତି )


ଆମେ ଯେତେବେଳେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲୁ ସେତେବେଳେ ଆମ ହିନ୍ଦୀ ସାର ଥିଲେ ଶେଷଦେବ ଭୋଇ I ସେ ହିନ୍ଦୀ ଓ ଓଡ଼ିଆ ବହୁତ ସୁନ୍ଦର ପଢ଼ାନ୍ତି I ତେଣୁ ସେ ସମସ୍ତଙ୍କ ପ୍ରିୟ ଥିଲେ I ସାରଙ୍କୁ ସମସ୍ତେ ବହୁତ ଭଲ ପାଉଥିଲୁ I 


ବର୍ତ୍ତମାନ ସମୟରେ ଷଷ୍ଠରୁ ହିନ୍ଦୀ ପାଠପଢ଼ା ଯାଉଛି I ଆମ ସମୟରେ ମଧ୍ୟ ଷଷ୍ଠ ଓ ସପ୍ତମରେ ହିନ୍ଦୀ ପୁସ୍ତକ ଥିଲା କିନ୍ତୁ ହିନ୍ଦୀ ଶିକ୍ଷକ ନ ଥିବାରୁ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପଢ଼ା ହେଉନ ଥିଲା I  ତେଣୁ ସପ୍ତମ ପାସ ହୋଇ ଅଷ୍ଟମ ଶ୍ରେଣୀ ଗଲାପରେ ହିନ୍ଦୀ ପ୍ରଥମରୁ ସମସ୍ତ ବହି ପଢ଼ିବା ବହୁତ କଷ୍ଟକର ଆମ ପାଇଁ ଥିଲା I 


ବର୍ଣ୍ଣମାଳା "ଅ" ରୁ "କ୍ଷ " ପଯ୍ୟନ୍ତ ଶିଖି ପୁଣି ହିନ୍ଦୀ ମାତ୍ରା ଓ ଯୁକ୍ତାକ୍ଷର ଶିଖିବା ପାଇଁ ଆମ ମାନଙ୍କୁ ଭଲ ଲାଗୁନଥିଲା ,ଭାବିବେ ଯେମିତି ଆମେ ହିନ୍ଦୀ ନାମ ଶୁଣିଲେ ଆମେ ଅଳସୁଆ ହୋଇଯାଉଥିଲୁ ଓ ଶିକ୍ଷକଙ୍କୁ ଯେତେଦୂର ସମ୍ଭବ ଠକିବାକୁ ଚେଷ୍ଟା କରୁଥିଲୁ I ତେଣୁ ହିନ୍ଦୀ ବିଷୟ ଆମ କିଛି ଛାତ୍ର ଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ବୋଲି ଭାବୁଥିଲୁ I ଏମିତି ହିନ୍ଦୀ ସାର ଆସନ୍ତି ଆଉ ସମସ୍ତ ଅକ୍ଷର ଶିକ୍ଷା ପରେ ଆମକୁ ମାତ୍ରା,ଏହାପରେ ଯୁକ୍ତାକ୍ଷର ଲଗେଇ ବାକ୍ୟ ଓ କବିତା ପଢ଼େଇବା ଶିଖେଇଲେ I ଆମେ କିଛି ସାଙ୍ଗ ଭଲ ପଢ଼ୁଥିଲୁ କିନ୍ତୁ ହିନ୍ଦୀ ବିଷୟ ପଢ଼ିବା ସମୟରେ ଶ୍ରେଣୀ ର ଶେଷ ଧାଡି ବେଞ୍ଚ କୁ ଯାଇ ବସିଯାଉଥିଲୁ I ଯେପରି ଆମକୁ ଶିକ୍ଷକ ପ୍ରଶ୍ନ ପଚାରିବେ ନାହିଁ ଓ ଆମକୁ ହିନ୍ଦୀ ଶିଖିବାକୁ ପଡ଼ିବ ନାହିଁ I 


ଦିନେ ଶିକ୍ଷକ କହିଲେ ପିଲାମାନେ ତୁମେ ମାନେ ହିନ୍ଦୀ ବହି ପଢ଼ି ଜାଣ କି ନାହିଁ କାଲିକୁ ସମସ୍ତଙ୍କୁ କ୍ରମାନ୍ୱୟରେ ବହିପଢିବାକୁ ହେବ I ଏହା ଶୁଣି ଆମର ପିଳେହିପାଣି ଅବସ୍ଥା I ଆମେ ତ ଅକ୍ଷର ହିଁ ଶିଖିନାହୁଁ ବହି ପଢ଼ିବୁ କେତେଳେ ? ବାସ ପରଦିନ ହିନ୍ଦୀ ପିରିୟଡ଼ ଖାଇଛୁଟି ପର ପିରିୟଡ଼ ପଞ୍ଚମ ପିରିୟଡ଼ରେ ଥିଲା ତେଣୁ ପାଞ୍ଚଜଣ ସାଙ୍ଗ ଶ୍ରେଣୀ କୋଠରୀକୁ ନ ଆସି ପାଖ ପୋଖରୀ ପାଖରେ ଲୁଚିଗଲୁ I 


ଏ ଖବର ଯାଇ ପହଞ୍ଚିଲା ହିନ୍ଦୀ ସାର ପାଖରେ ସେ ଶ୍ରେଣୀରେ ପଢ଼େଇବେ କଣ ! ହାତରେ ଯଷ୍ଟି ଧରି ଆମକୁ ଦଉଡେଇବାକୁ ଲାଗିଲେ I ଆମେ ଡରରେ ଦୌଡିବାକୁ ଲାଗିଲୁ I ପାଖରେ ଅମରୀ ଗଛ ବହୁତ I ପ୍ରାୟ ଗୋଟିଏ ଅମରୀ ବଣ ପରି ଥାଏ I ମୁଁ ସବା ଆଗରେ ଥାଏ ଦୌଡିବାକୁ ଲାଗିଲୁ ଓ ଆମ ପଛେ ପଛେ ଆମ ହିନ୍ଦୀ ସାର I ବାସ ଅମରୀ ବଣକୁ ପଶିଗଲୁ I ପ୍ରାୟ ଅଧା କି.ମି ବ୍ୟାପି ଥିବା ଜାଗାରେ ଦୌଡ ହିନ୍ଦୀ ସାର ଆଉ ଦେଖି ନ ପାରି ଫେରିଗଲେ I ଅଧା ବାଟ ଯାଇଛୁକି ନାହିଁ ସେ ଗଛ ଭିତରେ ଗୋଟିଏ ଜାଗାରେ ବିରୁଡ଼ି ବସା ଥିଲା I ସେହିଁ ବିରୁଡ଼ି ମାନେ କାମୁଡିବା ପାଇଁ ଆମକୁ ଉଡ଼ି ଉଡ଼ି ଦଉଡେଇବାକୁ ଲାଗିଲେ I କାହାର ମୁହଁରେ,କାହାର ପେଟ ରେ,କାହାର ବେକରେ କାହାର ପିଠିରେ ବିରୁଡ଼ି କାମୁଡୁଥାନ୍ତି ଆଉ ଆମେ ପ୍ରାଣ ଭୟରେ ପଳେଇବାକୁ ଲାଗିଲୁ I ମୁହଁ ବିରୁଡ଼ି କାମୁଡ଼ାରେ ଫୁଲିଯାଇଥିଲା ତେଣୁ ଲଜ୍ଜାରେ ସ୍କୁଲରୁ ପରବର୍ତ୍ତୀ ପିରିୟଡ଼ ପଢିବାକୁ ଗଲୁନାହିଁ ଓ ଶେଷ ପିରିୟଡ଼ ଛୁଟି ଘଣ୍ଟି ବାଜିବା ପରେ ସ୍କୁଲ ରୁ ବହିପତ୍ର ଆଣି ଘରକୁ ପଳେଇଲୁ I 


ପରଦିନ ସ୍କୁଲକୁ ଆସି ଜାଣିଲୁ ହିନ୍ଦୀ ସାର ପନ୍ଦର ଦିନ ପାଇଁ ସ୍କୁଲ ରୁ ଛୁଟି ନେଇ ଯାଇଛନ୍ତି I ଆମେ ମାନେ ଭଗବାନକୁ ଧନ୍ୟବାଦ ଦେଲୁ I 


ପନ୍ଦର ଦିନ ପରେ ହିନ୍ଦୀ ସାର ଆସିଲେ ତାଙ୍କର ପାଞ୍ଚ ପିରିୟଡ଼ ରେ କ୍ଲାସ ଥିଲା I ଆମେ ସାଙ୍ଗ ମାନେ ସମସ୍ତେ ଭାବୁଥିଲୁ ହିନ୍ଦୀ ସାର ସେହି ଦିନର ଘଟଣା ଭୁଲିସାରିଥିବେଣି I ସ୍କୁଲ ରେ ପ୍ରଥମ ପିରିୟଡ଼ ରେ କ୍ଲାସ୍ ଟିଚର ଆମମାନଙ୍କୁ ଅର୍ଦ୍ଧବାର୍ଷିକ ପରୀକ୍ଷା(Haif yearly Examination) ର ଟାଇମ ଟେବୁଲ କଳାପଟାରେ ଲେଖିଦେଲେ I ଆଉ ପାଞ୍ଚ ଦିନ ବାକି ଥିଲା I


ପ୍ରଥମ ଦିନ ହିଁ ସାହିତ୍ୟ ଓ ହିନ୍ଦୀ ଥିଲା I ବାସ ବୋଧେ ସେହିଦିନ ଆମ ମାନଙ୍କ କିଛି ଭଲ ନ ଥିଲା କିନ୍ତୁ ଭବିଷ୍ୟତ ପାଇଁ ପରିବର୍ତ୍ତନ ନେଇ ଆସିଥିଲା I ହିନ୍ଦୀ ସାର ଆସିଲେ ପଞ୍ଚମ ପିରିୟଡ଼ ରେ ହାତରେ କିଛି ଅମରୀ ବାଡ଼ି ଧରି ! ! ! ଆସିବା କ୍ଷଣି କହିଲେ ତୁମର ଚାରିଦିନ ପରେ ଅର୍ଦ୍ଧବାର୍ଷିକ ପରୀକ୍ଷା ଅଛି I କିଏ କିଏ ବର୍ତ୍ତମାନ ଯାଏ ହିନ୍ଦୀ ଅକ୍ଷର ଶିଖି ନାହଁ କିମ୍ବା ପଢ଼ିପାରିବ ନାହିଁ ?


ଆମେ ନୀରବ ଥାଉ I 


ସାର ଆମ ଧାଡି ଆସି ଆମ ପାଞ୍ଚ ଜଣ ସାଙ୍ଗ କୁ ହିନ୍ଦୀ ବହି ପଢ଼ିବାକୁ କହିଲେ କିନ୍ତୁ କେହି ପଢ଼ିପାରିଲୁ ନାହିଁ ଫଳରେ ସେ ରାଗିଯାଇ ଆମ ସମସ୍ତଙ୍କୁ ଅମରୀ ବାଡ଼ି ରେ ଏମିତି ମାଡ଼ ଦେଲେ ଯାହା ଭାଷା ରେ ବର୍ଣ୍ଣନା କରିହେବ ନାହିଁ ! ସତ କହିଲେ ଆମକୁ ସପ୍ତମ ଶ୍ରେଣୀ ରେ ପଢ଼ିଥିବା ମାଡାହାଣ୍ଡି ଗଳ୍ପ ରେ ଚୋର ମାନେ ଖାଇଥିବା ପ୍ରକୃତ ମାଡ଼ ଖାଇବାର ବାସ୍ତବ ଅନୁଭୂତି ହେଲା I ହିନ୍ଦୀ ସାର ଆମ ସମସ୍ତଙ୍କୁ ଶ୍ରେଣୀ ରୁ ବାହାରକରିଦେଲେ ଓ କହିଲେ -"ଯଦି ତୁମେ ହିନ୍ଦୀ ପଢିନ ପାରିବ ଆସିବା ସ୍କୁଲ କୁ ଦରକାର ନାହିଁ I "


ଏହା ସହ ଛାତ୍ର ଛାତ୍ରୀ ମାନଙ୍କୁ ଯେଉଁ ସାତ ଟି ଯେଉଁ କଥା କହିଥିଲେ ଆଜି ବି ହୃଦୟ ମଧ୍ୟରେ ସ୍ମୃତି ରୂପରେ ଅଭୁଲା ହୋଇ ରହିଯାଇଛି I


1. ଛାତ୍ର ଜୀବନ:- ଛାତ୍ର ଜୀବନ ହେଉଛି ମନୁଷ୍ୟର ଗଢ଼ିବାର ସମୟ ଏହି ସମୟରେ ଯଦି ଜଣେ ଛାତ୍ର ପାଠ ନ ପଢ଼ି ଅବହେଳା କଲା ତାହାର ଭବିଷ୍ୟତ ସଦା ସର୍ବଦା ନିରାଶର ଦ୍ରୁମରେ ପରିଣତ ହୁଏ I 


2. ସମୟାନୁବର୍ତ୍ତିତା - ଛାତ୍ର ର ଗୋଟିଏ ବିଶେଷ ଗୁଣ ସମୟାନୁବର୍ତ୍ତିତା I କୁହାଯାଏ -Time and tait can not wait.ସମୟ ଓ ସ୍ରୋତ କାହାକୁ ଅପେକ୍ଷା କରେନାହି I ଯଦି ଯେଉଁ କାମ ତୁମକୁ ଦିଆ ଯାଇଛି ସେ ସମୟରେ ତୁମେ ନ କଲ ତେବେ ତୁମ ଜୀବନ ରେ ସମୟାନୁବର୍ତ୍ତିତା ର ଗୁରୁତ୍ୱ ବୁଝି ପାରିବ ନାହିଁ I 


3. ଜିଜ୍ଞାସା - ଜାଣିବାର ଇଚ୍ଛା ଜିଜ୍ଞାସା I ଯଦି ଛାତ୍ର ହେଉ କି ବ୍ୟକ୍ ହେଉ ଜିଜ୍ଞାସା ବା ଇଚ୍ଛା ଟି ସଦା ରହିବା ଉଚିତ I ଆମକୁ ଜାଣିବାର ଇଚ୍ଛା ହିଁ ଯେ କୌଣସି ବ୍ୟକ୍ତି କୁ ଆଗକୁ ନିଏ I


4. ଅକ୍ରୋଧ - ପିଲା ମାନେ କଥାରେ  

      " କ୍ରୋଧ ମାନବର ପରମ ଅରି,

        କ୍ଷଣ କେ ଚେତନା ନିଅଇ ହରି I"

 ଦୁନିଆରେ ପିଲା ମାନେ କ୍ରୋଧ ବା ରାଗ ଠାରୁ ଆଉ କୌଣସି ବଡ଼ ଶତ୍ରୁ ନାହିଁ I ତୁମେ ମାନେ ଅଧିକାଂଶ ସମୟରେ ବାପା ମାଆ,ସାଙ୍ଗସାଥି,ଶିକ୍ଷକ ହେଉ ତାଙ୍କ ଉପରେ ରାଗି ଥାଅ I ତୁମେ ଭାବ ସେମାନେ ତୁମକୁ ତୁମ ସ୍ୱାଧୀନତା ଛଡେଇ ନେଉଛନ୍ତି କିନ୍ତୁ ନା ପିଲା ମାନେ ଏଥିରେ ତୁମ ର ଭଲ ପାଇଁ ହିଁ ସମସ୍ତେ କହିଥାଉ I ତେଣୁ ମନ ରେ ରାଗ ନ ଆଣି ତୁମେ ଚେଷ୍ଟା ଶାନ୍ତ ମନରେ ବୁଝିବାକୁ ଚେଷ୍ଟା କରିବା ଦେଖିବ ତୁମ ମନ ରେ କ୍ରୋଧ ର ଭାବନା ଆସିବ ନାହିଁ I


5. ଉତ୍ତମ ଚିନ୍ତାଧାରା:-ଆମ ଜୀବନରେ ଆମର ଚିନ୍ତାଧାରା ଆମର ଭବିଷ୍ୟତ ନିର୍ଦ୍ଧାରଣ କରେ I ଯଦି ଜଣେ ଛାତ୍ର ଜୀବନ ରେ ମିଛକହି ,ଅନ୍ୟାୟ ଉପାୟରେ ସଫଳ ହେବାକୁ ଚାହିଁବି ଜଣେ ଭାବୁଛି କେବେ ମଧ୍ୟ ସଫଳତା ପାଇବ ନାହି I ଉତ୍ତମ ଚିନ୍ତାଧାରା ହିଁ ତୁମକୁ ଉତ୍ତମ ବ୍ୟକ୍ତିତ୍ୱ ରୂପେ ପରିଣତ କରିବ I ଯିଏ ଭାବେ ମୁଁ ଅନ୍ୟକୁ ଠକୁଛି,କେହି ଜାଣିପାରୁନାହାନ୍ତି ବାସ୍ତବରେ ସେ ନିଜକୁ ଠକୁଛି I ତେଣୁ ଏପରି ମାନସିକତା ରୁ ମୁକ୍ତ ହୋଇ ସଦା ସର୍ବଦା ଉତ୍ତମ ଚିନ୍ତାଧାରା କୁ ଗୁରୁତ୍ୱ ଦିଅ I


6.ମନୋବଳ- ଦୁନିଆରେ ସବୁଠାରୁ ବଡ଼ ବଳ ହେଉଛି ମନୋବଳ I ମନୋବଳ ଦୃଢ଼ ଥିଲେ ଯେ କୌଣସି ସମସ୍ୟା ହାରମାନିଥାଏ I ସାମାନ୍ୟ ପିମ୍ପୁଡି ଟିଏ ହସ୍ତୀ ପରି ଜୀବର ବିପଦ ର କାରଣ ହୋଇପାରେ I ଜଣେ ପଙ୍ଗୁ ମଧ୍ୟ ନିଜ ମନୋବଳ ଦ୍ୱାରା ପରିଶ୍ରମ କରି ହିମାଳୟ କୁ ଚଢ଼ିପାରେ I 

If you are mentaly strong you are not less than a king lion.


7.ପରିଶ୍ରମ ଓ ଅଭ୍ୟାସ- କଥାରେ ଅଛି ଛୋଟିଆ ପିଲା ଟିଏ ବାରମ୍ବାର ତଳେ ପଡ଼ିଗଲେ ମଧ୍ୟ କେବେ ଚାଲିବା ଅଭ୍ୟାସ କୁ ଛାଡ଼ି ନ ଥାଏ I ଆଉ ଏହି ଅଭ୍ୟାସ ଶିଶୁ କୁ ଆରାମରେ ଚାଲିବାରେ ସାହାଯ୍ୟ କରେ I 


Practice make you perfect.


କଠିନ ଅଧ୍ୟବସାୟ ବଳରେ ସବୁ କିଛି ସମ୍ଭ କଠିନ ପରିଶ୍ରମର ପୁରସ୍କାର ନିଶ୍ଚୟ ଡେରି ରେ ହେଲେ ମଧ୍ୟ ମିଳିବ ଏଥିରେ ସନ୍ଦେହ ନାହିଁ I ତେଣୁ ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ ହେଉଛି ଭଲ ପାଠପଢ଼ିବା I 


କିଏ କହିଲା ପାଠ ନ ହେବ ?


ପାଠ କୁ ଅଭ୍ୟାସ କର I ଆଉ ନିଜ ଭୁଲ କୁ ଅନ୍ବେଷଣ କର I ଜାଣିପାରିବ କେଉଁ ଭୁଲ ପାଇଁ ମୋ ଦ୍ୱାରା ଗୋଟିଏ ବିଷୟ ଭଲ ହେଉନାହିଁ ?


କାହିଁକି ପାଠ ମୋତେ ଆନନ୍ଦ ଦେବା ବଦଳରେ ଅଳସୁଆ ହେବାକୁ ଠକିବାକୁ ମୋ ମନୋବଳ କୁ ଦୁର୍ବଳ କରୁଛି I 


ପାଠକୁ ବୁଝିବାରେ ତ୍ରୁଟି କେଉଁଠି ରହିଲା ?


ପିଲାମାନେ ବିଦ୍ୟା ହେଉ କି ଯେ କୌଣସି ବିଷୟ ହେଉ ଅଭ୍ୟାସ ଦ୍ୱାରା ଚିରସ୍ଥାୟୀ ହୁଏ ନଚେତ ଵିସ୍ମରଣ ହୋଇଯାଏ I ବିଦ୍ୟାକୁ ଆୟତାଧିନ କରିହେବ ଯଦି ମନୋବଳ ଦୃଢ଼,ଉତ୍ତମ ଚିନ୍ତାଧାରା ସହ ପରିଶ୍ରମ କୁ ଯୋଡ଼ିଦେବା I ଦୁନିଆ ରେ କେବଳ ଗୋଟିଏ ଜିନିଷ ବିଦ୍ୟା ବାଣ୍ଟିଲେ ବଢ଼େ ତେଣୁ ତୁମେ ତୁମ ସାଙ୍ଗସାଥି,ପୁସ୍ତକ ,ଶିକ୍ଷକ ଠାରୁ ଜ୍ଞାନ ଆହରଣ କର I ଜ୍ଞାନ ଆହରଣ କରିବାରେ କିଏ ଛୋଟ ହୋଇଯାଏ ନାହିଁ ବରଂ ଜ୍ଞାନଅର୍ଜନ ଦ୍ୱାରା ବ୍ୟକ୍ତି ର ବ୍ୟକ୍ତିତ୍ୱ ବଦଳି ଯାଏ I  ଜ୍ଞାନ ଆହରଣ ରେ ଯିଏ ଛଳନା କରେ ସେ ସବୁ ବିଷୟ ପାଇପାରେ ନାହିଁ I 

ଆଶା କରୁଛି ତୁମେ ମାନେ ମୁଁ କହିଥିବା ସାତୋଟି କଥା ଶୁଣିଥିବ I (ଆମ ମାନଙ୍କୁ ଦେଖି ) ଆଉ ହଁ..ତୁମେ ମାନେ ଯଦି ହିନ୍ଦୀ ନ ଶିଖି ଆସିବ ମୋ ପିରିୟଡ଼ ରେ ଆସିବା ଦରକାର ନାହିଁ I 

 

ଏହାକହି ହିନ୍ଦୀ ସାର ଆମ ପାଞ୍ଚ ଜଣଙ୍କ ବହିପତ୍ର ସହ କ୍ଳାସରୁ ବାହାର କରିଦେଲେ I 


ଆମକୁ ଦେଖି ଆମ ଶ୍ରେଣୀର ଅଧିକାଂଶ ଛାତ୍ରଛାତ୍ରୀ ହସୁଥାନ୍ତି କିନ୍ତୁ ସେ ସମୟ ରେ ମୁଁ ଶପଥ ନେଲି ରହ ରହ ରେ ପିଲା ମାନେ ! ! ! ତୁମ ଠାରୁ ମୁଁ ହିନ୍ଦୀରେ ପରୀକ୍ଷାରେ ନିଶ୍ଚୟ ଅଧିକ ମାର୍କ ଆଣିବି ଆଉ ତୁମ ହସ ମୁହଁ ମଳିନ ହେବ I 


ଏଥିରେ କ୍ରୋଧ ବଦଳରେ ଥିଲା ମୋର ନିଜକୁ ଯୋଗ୍ୟ ପ୍ରମାଣ କରିବାର ମନୋବୃତ୍ତି ଓ ସକାରାତ୍ମକ ମାନସିକତା ! ! !


ଏହାପରେ ଘରକୁ ଆସି ଖାଇବା ବଦଳରେ ହିନ୍ଦୀ ବହି ବାହାରକଲି ଆଉ ଅଭ୍ୟାସ ଆରମ୍ଭ କଲି I ପ୍ରଥମେ ହିନ୍ଦୀ ଅକ୍ଷର "ଅ"ରୁ "କ୍ଷ" ଶିଖିବାକୁ ପଡିବ I ଏହାପରେ ମାତ୍ରା ପୁଣି ଯୁକ୍ତାକ୍ଷର ଅଭ୍ୟାସ କେମିତି କରିବି ? ପୁଣି ହିନ୍ଦୀ ଅକ୍ଷର ଜଣାନାହିଁ ? ପୁଣି ମନ ରେ ଦୃଢ଼ଭାବ ଯେମିତି ହେଉ ହିନ୍ଦୀ ଶିଖିବି ! ! ! ପାଖରେ ଶିକ୍ଷକ ନାହାନ୍ତି ପୁଣି ଶ୍ରେଣୀ ର ସାଥି ନାହାନ୍ତି I ମନରେ ପ୍ରଶ୍ନ କେଉଁଠି ତ ତ୍ରୁଟି ଅଛି ନିଶ୍ଚୟ !!! ଏହପରେ ଭାବିବାକୁ ଲାଗିଲି I କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆସେ I ମୋ ମନରେ ସେ ସମୟରେ ଓଡ଼ିଆ ବର୍ଣ୍ଣବୋଧର ବିଚାର ଆସିଲା I ଓଡ଼ିଆ ବର୍ଣ୍ଣବୋଧ ଆଣି ପୁଣି ପାଖରେ ହିନ୍ଦୀ ବହି ରଖି ଅଭ୍ୟାସ  କରିବାକୁ ଲାଗିଲି I  ସେ ସମୟରେ ଡ଼ିବିରି ଆଲୁଅ ରେ ପଢିବାକୁ ପଡୁଥିଲା I କେଜାଣି କାହିଁକି ସେଦିନ ରାତି ଖାଇଲିନାହିଁ I ମୋ ମନ ର ଜିଦି ମନୋଭାବ ମୋତେ ପ୍ରେରଣା ଯୋଗେଇଲା I ସବୁ ହିନ୍ଦୀ ବର୍ଣ୍ଣ ଶିଖିବା ପାଇଁ ମୋତେ ପ୍ରାୟ ତିନି ଦିନ ଲାଗିଲା I  ବର୍ଣ୍ଣ ଶିଖିବା ପରେ ଟିକିଏ ଟିକିଏ ଚେଷ୍ଟା କରି ହିନ୍ଦୀ ବହି ବି ପଢ଼ିପାରିଲି I


ଏହାପରେ ଯେତେବେଳେ ସାହିତ୍ୟ ପରେ ହିନ୍ଦୀ ପରୀକ୍ଷା ଦେବାକୁ ଗଲି ସେ ସମୟରେ ଭଲ ପରିବର୍ତ୍ତେ ଗୋଟିଏ ଆତ୍ମବିଶ୍ଵାସ ମୋ ପାଖରେ ବସା ବାନ୍ଧି ସାରିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ I 


କିଛି ଦିନ ପରେ ହିନ୍ଦୀ ସାର ଶ୍ରେଣୀ ରେ ହିନ୍ଦୀ ରେ ପାଇଥିବା ମାର୍କ ଦେଖଉଥାନ୍ତି I 


ଆମର ସର୍ବ ମୋଟ ହିନ୍ଦୀରେ 5୦ ମାର୍କ ଥିଲା I 

ମୁଁ 14 ପାଇ 1 ମାର୍କ ପାଇଁ ଫେଲହୋଇ ହେଲି ମୋର ବାକି ଚାରି ସାଙ୍ଗ ହିନ୍ଦୀ ରେ ଖାତା ହିଁ ଖୋଲି ପାରିନଥିଲେ I


ଏହାପରେ ଅଷ୍ଟମ ବାର୍ଷିକ ପରୀକ୍ଷାରେ ମୋର ମାର୍କ ହିନ୍ଦୀ ରେ 50 ରୁ 32 ଆସିଲା I 


କିନ୍ତୁ ସେତେବେଳେ ଆତ୍ମସନ୍ତୋଷ ଆସିଲା ଯେବେ ନବମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶ୍ରେଣୀରେ ହିନ୍ଦୀରେ ସବୁଠାରୁ ଅଧିକ ମାର୍କ ପାଇଁ ସାରଙ୍କ ପାଇଁ ପ୍ରଶଂସା ପାଇଥିଲି ଓ ମୋତେ ଅଷ୍ଟମରେ ହିନ୍ଦୀ ବିଷୟ ପାଇଁ ହସିଥିବା ସହପାଠୀମାନେ ମୁଁହପାତି ବସିଥିଲେ I 


ସତରେ ହିନ୍ଦୀ ସାରଙ୍କ ମାଡ଼ ଜୀବନର ମୋଡ଼ ବଦଳେଇଦେଲା I 


ମନେପଡେ ନେପୋଲିୟନଙ୍କ ଗୋଟିଏ ବାକ୍ୟ - Impossible is a word only found is foolish dictionary."

"ଅସମ୍ଭବ" ଶବ୍ଦ କେବଳ ବୋକା ମାନଙ୍କ ସମ୍ବିଧାନରେ ଥାଏ I


Rate this content
Log in

Similar oriya story from Comedy