ଉମା ଶଙ୍କର ମାଝୀ

Tragedy Inspirational Others

2.6  

ଉମା ଶଙ୍କର ମାଝୀ

Tragedy Inspirational Others

ଓଟିଇଟି ପରୀକ୍ଷା କିଛି ସ୍ମୃତି

ଓଟିଇଟି ପରୀକ୍ଷା କିଛି ସ୍ମୃତି

3 mins
180


ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟିର ପ୍ରଥମ ପତ୍ର ଓ ଦ୍ଵିତୀୟ ପତ୍ର ପରୀକ୍ଷା ମୋର ସରସ୍ବତୀ ଶିଶୁ ମନ୍ଦିର ବରଗଡ଼ ରେ ପଡିଥିଲା । ପ୍ରଥମ ପତ୍ର ୮ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମ ପତ୍ରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇଥିଲେ । ସେହିଭଳି ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପତ୍ର ପରୀକ୍ଷା ହୋଇଥିଲା lଆମ ଗାଁ ରୁ ମୋ ପରୀକ୍ଷା ସେଣ୍ଟର ର ଦୂରତା ପ୍ରାୟ 220 କି.ମି ଥିଲା l ସକାଳୁ ପରୀକ୍ଷା ହେତୁ ତାହାର ପୂର୍ବଦିନ ଆମେ ବାଇକ ଯୋଗେ ଆଉ ଜଣେ ସାରଙ୍କ ସହ ମିଶି ଭବାନୀପାଟଣା -କେସିଙ୍ଗା- ବଲାଙ୍ଗୀରବରପାଲି- ବରଗଡ଼ ରାସ୍ତା ରେ ଗଲୁ l

ଆଉ ବୋଧେ ସନ୍ଧ୍ୟା 7.30 ସମୟରେ ବରଗଡ଼ ରେ ପହଞ୍ଚିଲା ପରେ ଗୁଗୁଲ ମ୍ୟାପ ସାହାଯ୍ୟରେ ଆମ ପରୀକ୍ଷା ସେଣ୍ଟର ଉଭୟ ଙ୍କର ଖୋଜିବାକୁ ପ୍ରାୟ ଘଣ୍ଟାଏ ଲାଗିଗଲା l

ଦୁହିଁଙ୍କର ପରୀକ୍ଷା ସେଣ୍ଟର ମଧ୍ୟରେ ଦୂରତା ପ୍ରାୟ 3 କି.ମି ହେବ lଏହାପରେ ଆମେ ରହିବା ପାଇଁ ଗୋଟିଏ ଲଜ ଖୋଜିବା ପାଇଁ ଦୁହେଁ ବାହାରିଲୁ ବିଶ୍ୱାସ କରିବେ ନାହିଁ ସବୁ ବରଗଡ଼ ସହର ର ଯେତେ ଲଜ ହୋଟେଲ ପଚାରି ବୁଝିଲୁ ର ଲଜ ରହଣି ପାଇଁ ପଚାରିଲୁ କେଉଁଠି ମଧ୍ୟ ସ୍ଥାନ ନ ଥିଲା l ଆମ ପରି ଅନେକ ବନ୍ଧୁ ମାନେ ଚାଲି ଚାଲି ସହର ସାରା ଲଜ ଖୋଜିବାରେ ବ୍ୟସ୍ତ ଥିଲେ lଯେଉଁ ଲଜର ଗୋଟିଏ ରୁମ ର ଦାମ ଗୋଟିଏ ଦିନ ରହଣି କୁ ଗୋଟିଏ ଦିନ ବୋଧେ 5000 ରୁ 6000 ସେମିତି ବି ଗଲୁ କିନ୍ତୁ ସବୁ ଠାରୁ ନିରାଶ ହେବାକୁ ପଡିଲା lପୁଣି ମନେ ପଡିଲା ଆଡମିଟ କାର୍ଡ ଆମେ ଡ଼ାଉନଲୋଡ଼ କରିନାହୁଁ ତେଣୁ ଲଜ ଖୋଜା ଛାଡ଼ି ସେହି କାମରେ ଧ୍ୟାନ ଦେଲୁ l ଆମେ ଭାବୁଥିଲୁ ଲଜ ମିଳି ସାରିଲେ କେଉଁ ଗୋଟିଏ ଦୋକାନ ରୁ ଆଡମିଟ କାର୍ଡ ବାହାରକରିବୁ କେତେ ସମୟ ଲାଗିବ ଯେ ?ସମୟ 9.30 ରୁ 10.00 ଭିତରେ ଅଧିକାଂଶ ବୁକ ଷ୍ଟୋର କି ଜେରକ୍ସ ସେଣ୍ଟର ଖୋଲା ନାହିଁ l ଶେଷରେ ଜଣେ ବୟସ୍କ ବ୍ୟକ୍ତି ପ୍ରାୟ 70 ରୁ ଅଧିକ ହେବ ତାଙ୍କୁ ଆଡମିଟ କାର୍ଡ଼ ବାହାର କରିବା ପାଇଁ କହିଲୁ କିନ୍ତୁ ଦୁର୍ଯୋଗ ନେଟ ଫେଲ ଯୋଗୁଁ ସମ୍ଭବ ହେଲାନାହିଁ l

ଏହାପରେ ଆଉ ଲଜ ଖୋଜିବା ପାଇଁ ବାହାରିଲୁ l

ଭାବିଲୁ ସକାଳେ ଆଡମିଟ କାର୍ଡ କୁ ଡ଼ାଉନଲୋଡ଼ କରିନେବୁ କିନ୍ତୁ ଗୋଟିଏ ଲଜ ର ମାଲିକ କହିଲେ 9.00 ପୂର୍ବରୁ କୌଣସି ଦୋକାନ ଖୋଲେ ନାହିଁ lକିଛି ସମୟପରେ ଯେତେବେଳେ ନେଟ ଆସିଲା ବୋଧେ ସମୟ 10.45 ହେବ l ମୋବାଇଲ ରେ ଆଡମିଟ କାର୍ଡ଼ ଡ଼ାଉନଲୋଡ଼ କରି ପୁଣିଥରେ ବୁଢ଼ା ଅଜା ଦୋକାନୀ ଙ୍କୁ ଫୋନ କଲୁ l ଆଜ୍ଞା କେତେବେଳେ ଦୋକାନ ଖୋଲିବେ ? ଆଡମିଟ କାର୍ଡ ଡ଼ାଉନଲୋଡ଼ କରିବୁ ?

ସେ କହିଲେ :- ଦୋକାନ 9.00 ରେ ସକାଳେ ଖୋଲିବୁ ?

ମୁଁ କହିଲି ସାର, ଆମ ପରୀକ୍ଷା ସକାଳେ 8.00 ରେ ଆରମ୍ଭ ହେବ ଟିକେ ଆସିବେକି ଆଡମିଟ କାର୍ଡ଼ ଟିକେ ବାହାର କରିଦେଇଥାନ୍ତେ ? ସେ କହିଲେ ତୁମେ ଆସ ଦୋକାନକୁ ଆମ ଘର ଦୋକାନରୁ ତିନି କି.ମି ହେବ ତଥାପି ମୁଁ ତୁମ ମାନଙ୍କ ପାଇଁ ମୁଁ ଦୋକାନ ଖୋଲିବି l ପ୍ରାୟ 15 ମିନିଟ ପରେ ସେହି ଦୋକାନୀ ଅଜା ଆସିଲା ପରେ ଆମ ଆଡମିଟ କାର୍ଡ଼ ବାହାର କରାଗଲା lସେ ଗୋଟିଏ ସୁନ୍ଦର କଥା କହିଲେ :-

ଛାତ୍ର ଜୀବନ ହେଉଛି ସଂଘର୍ଷ ର ସମୟ l ଆଉ ଯିଏ ଛାତ୍ର ଜୀବନରେ ସଂଘର୍ଷ କରିନାହିଁ ସେ ପ୍ରକୃତ ଜୀବନ ର ମହତ୍ତ୍ୱ ଜାଣିପାରିବ ନାହିଁ lକେବେ ସମୟ କୁ ନଷ୍ଟ କରିବ ନାହିଁ l ଯେ କୌଣସି ପରିସ୍ଥିତି ହେଉ ନା କାହିଁକି ସମସ୍ୟା ଆସିଲେ ନିରାଶ ନ ହୋଇ ସମାଧାନ ବାଟ ବାହାର ପାଇଁ ଚେଷ୍ଟା କରିବ ନିଶ୍ଚୟ କିଛି ଗୋଟିଏ ସମାଧାନ ର ବାଟ ବାହାରିଯିବ l

ଆଉ ହଁ l ଯଦି ସୁଯୋଗ ମିଳେ କାହାକୁ ସାହାଯ୍ୟ କରିବାକୁ ସୁଯୋଗ ହାତଛଡା କରିବ ନାହିଁ l ମୋତେ ବି ଛାତ୍ର ଜୀବନରେ

ବହୁତ ଲୋକ ସାହାଯ୍ୟ ର ହାତ ବଢ଼େଇଛନ୍ତି l

ମୁଁ ମୋ ଛାତ୍ର ଜୀବନରୁ ଶିଖିଛି ଜୀବନରେ ପରୋପକାର ଠାରୁ ବଡ଼ କିଛି ନାହିଁ l ସବୁ ବେଳେ ସକାରାତ୍ମକ ଭାବନା ରଖିବ ଦେଖିବ ଜୀବନରେ ସୁଖ ଶାନ୍ତି ଆସିବ l "

ଆମେ ବୁଢ଼ା ଅଜାଙ୍କୁ ଧନ୍ୟବାଦ ଦେଲୁ l ଯଦି ଆପଣ ଆସିନଥିଲେ ପ୍ରଥମ ପତ୍ର ନ ଦେଇ ଦ୍ଵିତୀୟ ପତ୍ର ପରୀକ୍ଷା ଦେବୁ ବୋଲି ଭାବି ସାରିଥିଲୁ l

ସେ ହସିଲେ କହିଲେ :-ଯଦି ମୁଁ ଏବେ ଆସି ନ ଥାନ୍ତି ପରୋକ୍ଷରେ ନିଜକୁ କ୍ଷମା କରିନ ଥାନ୍ତି I ଯାହା ମୋ ଦ୍ୱାରା ହେଉଛି ତାହା ଅନ୍ୟକୁ ସାହାଯ୍ୟ କଲେ କ୍ଷତି କଣ I

ତାଙ୍କ କଥା ଶୁଣି ଆମ ମଥା ଆପେ ତାଙ୍କ ସାଧାରଣ ଜୀବନଶୈଳୀ ( Simple life style) ନଇଁ ଗଲା l ସେ ହସି ଦୋକାନ ବନ୍ଦ କରି ଘରକୁ ଗଲେ l

ଜୀବନରେ କିଛି ନୂଆ କଥା ଶିଖିବାକୁ ମିଳିଲା l

ସକାରାତ୍ମକ ଭାବନା ସୁଖ ଶାନ୍ତି ର ଚାବିକାଠି l

ଏହାପରେ ଶେଷରେ ବହୁତ ଯୋଗାଯୋଗ ପରେ ଜଣେ ବନ୍ଧୁଙ୍କ ସମ୍ପର୍କୀୟ ଘରେ ରାତ୍ରି ରହଣି ର ସୁବିଧା ମିଳିଲା l

ସକାଳୁ ସକାଳୁ ପ୍ରସ୍ତୁତି ହୋଇ ପରୀକ୍ଷା ପାଇଁ ବାହାରିଲୁ ଆଉ ପରୀକ୍ଷା ରେ ବି ସୁଖର କାରଣ ବିଷୟ ରେ ସୁନ୍ଦର ଓଡ଼ିଆ ଅନୁଚ୍ଛେଦ ଟିଏ ଆସିଥିଲା l

ଯେ ଯାହା ହେଉ ବରଗଡ଼ ର ଓଟିଇଟି ପରୀକ୍ଷା ଅନୁଭୂତି ଗୋଟିଏ ଅଲଗା ପ୍ରକାର ର ଥିଲା lତଥାପି ଓଟିଇଟି ପରୀକ୍ଷା ସେଣ୍ଟର ଯଦି ନିଜ ଜିଲ୍ଲା ରେ କରାହୁଅନ୍ତା ଜଣେ ତେବେ ସୁବିଧାରେ ଜଣେ ଘରୁ ଆସିପାରନ୍ତା l ସେହିଦିନ ଶହେ ରୁ ଅଧିକ ପରୀକ୍ଷା ଦେବାକୁ ଆସିଥିବା ପିଲା

ରହିବା ଅସୁବିଧା କାରଣରୁ ଟ୍ରେନ ଷ୍ଟେସନ ରେ ଶୋଇ ସକାଳ ପର୍ଯ୍ୟନ୍ତ ସମୟ ବିତେଇ ଥିଲେ l

ସତରେ :- Life is a struggle. Without struggle life is like an empty.

ଜୀବନ ହେଉଛି ସଂଘର୍ଷ l ସଂଘର୍ଷ ବିନା ଜୀବନର ମଧୁରତା ଅନୁଭବ କରିହୁଏନାହିଁ l



Rate this content
Log in

Similar oriya story from Tragedy