ଉମା ଶଙ୍କର ମାଝୀ

Children Stories Tragedy Thriller

4.3  

ଉମା ଶଙ୍କର ମାଝୀ

Children Stories Tragedy Thriller

ଥେଙ୍କୟୁ ମନିପର୍ସ

ଥେଙ୍କୟୁ ମନିପର୍ସ

3 mins
187



ମୃତ୍ୟୁଞ୍ଜୟ ପାଖରେ ସବୁ ବେଳେ ମନିପର୍ସଟି ଥାଏ l ସେ ଭିତରେ ଛୋଟିଆ ଡ଼ାଏରି, କିଛି ଖୁଚୁରା ଟଙ୍କା, କିଛି ସାଦା କାଗଜ ରହିଥିବ l ଛୋଟିଆ ଡ଼ାଏରିରେ କୌଣସି ଜାଗାରେ ଯଦି ଜଣେ ବ୍ୟକ୍ତି ଅସୁବିଧାରେ ପଡ଼ିଥିବା ବ୍ୟକ୍ତିର ସାହାଯ୍ୟ କରିବାର ଦେଖେ ତେବେ ନିଶ୍ଚିତ ଭାବରେ ସେ ସେହି ସାହାଯ୍ୟ କରିଥିବା ବ୍ୟକ୍ତି ଠାରୁ ଓଟୋଗ୍ରାଫଟେ ନିଶ୍ଚୟ ନେବ l

ଆଉ ମୃତ୍ୟଞ୍ଜୟକୁ ମାଆକୁହନ୍ତି ସବୁ ବେଳେ ଟଙ୍କାକୁ ସମ୍ମାନ ଦେବୁ ତା ମାନେ ନୁହେଁ ଟଙ୍କା କମେଇବା ପାଇଁ ଦୌଡ଼ବା, ନିଜ ପାଖେ ଥିବା ଟଙ୍କାର ଉପଯୁକ୍ତ ବିନିଯୋଗ କରିବା ଅଯଥାରେ ଅର୍ଥ ବ୍ୟୟ କରିବା ନାହିଁ l ଏହା ସହ ଯେବେ ବି ମନ୍ଦିର ଯିବ ନିଶ୍ଚିତ ଭିକାରୀ ମାନଙ୍କୁ କିଛି ଅର୍ଥ ତାହା ଏକ ଟଙ୍କା ହେଉ କି ଦୁଇ ଟଙ୍କା ସାମର୍ଥ୍ୟ ମୁତାବକ ଦାନ କରିବ, ଏହା ଦ୍ୱାରା ନିଶ୍ଚିତ ଇଶ୍ୱରଙ୍କ ଆଶୀର୍ବାଦ ମିଳିବ ବୋଲି ମାଆ ବରାବରକୁହନ୍ତି ଆଉ ମୃତ୍ୟୁଞ୍ଜୟ ବି ଅକ୍ଷର ଅକ୍ଷରରେ ମାଆଙ୍କ କଥାକୁ ପାଳନ କରେ l


ଆଉ ମୃତ୍ୟୁଞ୍ଜୟର ଅତି ପ୍ରିୟ ବିଭିନ୍ନ ଭାଷାର ଶବ୍ଦ ଗୁଡିକ ଶିଖିବା l ଯଦି କୌଣସି ଗୋଟିଏ ନୂଆ ଜାଗାକୁ ବୁଲି ଯାଇଛି ତେବେ କିଛି ଗୋଟିଏ ନୂଆ ଶବ୍ଦ କି କଥା ଶିଖିଲା ସେହି ସାଦା କାଗଜରେ ଲେଖେ ଯାହାକୁ ସେ ଟିପା ଖାତା ନାମ ଦେଇଛି l ମାଆକୁହନ୍ତି ଏମିତି ଟିପାଖତା ର ବ୍ୟବହାର ଆମ ଓଡ଼ିଶାର ବରପୁତ୍ର କବିବର ରାଧାନାଥ ରାୟ ସବୁବେଳେ କରୁଥିଲେ ଆଉ ଯେହେତୁ ତାଙ୍କ ସମୟରେ ସେ ରାଜ୍ୟରେ ଜଣେ ଶିକ୍ଷା ନିରୀକ୍ଷକ ଥିଲେ ତାଙ୍କୁ ବହୁତ ସ୍ଥାନ ଓଡ଼ିଶାର ସମସ୍ତ ଜିଲ୍ଲା ମାନଙ୍କରେ ବୁଲିବାକୁ ସୁଯୋଗ ମିଳୁଥିଲା l


ଆଜି ମୃତ୍ୟୁଞ୍ଜୟ ନିଜ ସାଙ୍ଗ ମାନଙ୍କ ସହ ବୁଲିବାକୁ ନୂଆ ଜାଗଟିଏ ଆସିଛି l ନିଜ ରହିବା ସ୍ଥାନରୁ ବହୁତ ଦୂରରେ ଏହି ଅଞ୍ଚଳ l ତାହାର ପରିଚିତ ଲୋକ ବି କେହି ନାହାନ୍ତି l

ଏ ଅସମୟରେ ତାହାର ବାଇକ ଖରାପ ହେବାର ଥିଲା l ପାଖରେ ମାତ୍ର 150 ଟଙ୍କା l

କଣ କରିବ ସେ ବୁଝି ପାରୁନାହିଁ l

ଗାଡିଟିକୁ ପାହାଡିଆ ରାସ୍ତାରେ ଠେଲି ଠେଲି ଯାଇ ଗୋଟିଏ ରାସ୍ତାରେ ଥିବାକୁଡ଼ିଆ ଘରେ ପହଞ୍ଚି ପାଣି ପିଇବାକୁ ମାଗିଲା l

ପାଣି ପିଇସାରି କହିଲା ଭାଇ ଏ ଆଖପାଖରେ ଗାଡି ସଜେଇବା ପାଇଁ କେଉଁ ମେକାନିକ ମିଳିବେକି ?

ଏ କଥା ଶୁଣିକୁଡ଼ିଆରୁ ବ୍ୟକ୍ତିଟି କହିଲା ଭାଇ ଏ ଆଖ ପାଖରେ ତ କେଉଁ ଦୋକାନ କି ମେକାନିକ ନାହାନ୍ତି l

ତଥାପି ମୋ ଛୋଟ ଭାଇ ସହରରେ ଆଇଟିଆଇ କରୁଥିଲା ପରେ ଗୋଟିଏ ଟ୍ରେନିଂଙ୍ଗ ସେଣ୍ଟର ରେ ତାହାର ଟ୍ରେନିଂଙ୍ଗ ସରିଯାଇଛି ସେ ଆସିଛି l ସେ ଯଦି କିଛି ସାହାଯ୍ୟ କରିପାରେ l ମୁଁ ସପ୍ତମ ଯାଏ ପଡିଛି ବାପା ମାଆ ମୃତ୍ୟୁ ପରେ ସାନ ଭାଇକୁ ପଢେଇବା ପାଇଁ ମୋତେ ପାଠ ପଢ଼ାରେ ଡୋରି ପକେଇବାକୁ ପଡିଲା l


ହଉ ମୁଁ ମୋ ସାନ ଭାଇକୁ ଡାକି ଦେଉଛି l ରମା,ଆସିଲୁ ଏ ଭାଇର ଗାଡି କଣ ହୋଇଛି ଟିକିଏ ଦେଖିଦେ ?


ରମା ବାହାରକୁ ଆସି ମୃତ୍ୟଞ୍ଜୟକୁ ଦେଖି :- ଆରେ ଭାଇ ତୁମେ ! କି ଭାଗ୍ୟ ମୋର ଆଜି ବହୁତ ଦିନ ପରେ ତୁମର ଭେଟ ହେଲା I

ଭାଇ ! ଏହାଙ୍କ ନାମ ମୃତ୍ୟୁଞ୍ଜୟ I ଆମେ ଯେଉଁ ସ୍ଥାନରେ ରହି ତାଲିମ ନେଉଥିଲୁ ସେ ପାଖରେ ଭାଇ ନିଜ ସାଙ୍ଗମାନଙ୍କ ସହ ରହି ପାଠ ପଢୁଥିଲେ l

ମନେ ଅଛି ବଡ଼ ଭାଇ ଯେବେ ତୁମେ ମୋ ପରୀକ୍ଷା ଫିସ ଟ୍ରେନିଂର ଦେବା ପାଇଁ ଡେରିକଲ ମୃତ୍ୟୁଞ୍ଜୟ ଭାଇ ଦେବଦୂତ ସାଜି ମୋ ଦୁଃଖ ରହିବାର କାରଣ ଜାଣି ତାଙ୍କ ମନିପର୍ସରୁ ଗୋଟିଏ ମାସର ଚଳିବା ଅଧା ଖର୍ଚ୍ଚ ମୋତେ ଦେଇଥିଲେ ଆଉ ମୁଁ ଶେଷ ପରୀକ୍ଷାର ଫର୍ମ ପୂରଣ କରି ପରୀକ୍ଷା ଦେଇ ପାରିଥିଲି l ଆଉ ହଁ ତୁମ ମନେ ଅଛି ମୁଁ ଘରକୁ ଥରେ ଆସିଥିବା ବେଳେ ମୋ ପ୍ୟାଣ୍ଟରୁ ଥିବା ଟଙ୍କା ପକେଟ ମାର ମାନଙ୍କ ଦ୍ୱାରା ଚୋରି ହୋଇଯିବା ପରେ ମୃତ୍ୟଞ୍ଜୟ ଭାଇ ମୁଁ କାନ୍ଦୁଥିବା ସମୟରେ ଗାଁକୁ ଆସିବା ପାଇଁ ସାହାଯ୍ୟ କରିଥିଲେ l


ଚିନ୍ତା କରନ୍ତୁନି ଭାଇ ମୁଁ ତୁମ ଗାଡି ସାଙ୍ଗେ ସାଙ୍ଗେ ଠିକ କରିଦେବି I ହେଲେ ଆରଥର ବୁଲିବାକୁ ଆସିଲେ ଆମ ଘରେ ରହିବାକୁ ଗୋଟିଏ ଦିନ ନିଶ୍ଚୟ ହେବ l


ମୃତୁଞ୍ଜୟର ମାଆଙ୍କ କଥା ମନେ ପଡିଲା :- ଦେଇ ଥିଲେ ପାଇ I


ମନେ ମନେ ମୃତ୍ୟୁଞ୍ଜୟ କହିଲା ଥ୍ୟାଙ୍କୟୁ ମାଆ.. ଥେଙ୍କୟୁ ମନିପର୍ସ !


Rate this content
Log in