ଉମା ଶଙ୍କର ମାଝୀ

Children Stories Horror Thriller

2.0  

ଉମା ଶଙ୍କର ମାଝୀ

Children Stories Horror Thriller

ଭାଗ୍ୟହୀନ ଓ ଭାଗ୍ୟଶାଳୀ ବ୍ୟକ୍ତି

ଭାଗ୍ୟହୀନ ଓ ଭାଗ୍ୟଶାଳୀ ବ୍ୟକ୍ତି

4 mins
213



ଆଜି ନାତି ଟୋକା ଅଜା ପାଖରେ ବସି କହୁଛି :


ଅଜା ସତରେ କଣ ଭାଗ୍ୟ ଅଛି କି ?

ଭାଗ୍ୟ ବା ଯାହାକୁ ଆମେ ଇଂରାଜୀରେ "luck " କହୁ ସତରେ କଣ ଭାଗ୍ୟ ଭଲ ଥିଲେ ମନୁଷ୍ୟ ଯେତେବଡ ବିପଦରୁ ବଞ୍ଚିପାରେ l ଏମିତି କିଛି ଘଟଣା ଯଦି ଏ ଦୁନିଆରେ ଘଟିଛି ମୋତେ ସେହି ଅନୁଭୂତି କୁହ ନା l "


ଅଜା କହିଲେ :- "ହଉ ଶୁଣେ,


ମନୁଷ୍ୟ ଜୀବନ ବିଚିତ୍ର I ଜନ୍ମ ହେଲେ ମୃତ୍ୟୁ ଧ୍ରୁବ ସତ୍ୟ କିନ୍ତୁ ଏ ଦୁନିଆରେ ଏମିତି ବି ବ୍ୟକ୍ତି ଅଛନ୍ତି ଯେଉଁମାନେ ବିଭିନ୍ନ ସମୟରେ ବଡ଼ ଦୁର୍ଘଟଣା ରୁ ଥରେ ନୁହେଁ ଅନେକ ଥର ବଞ୍ଚି ଯାଇଛନ୍ତି ଆଉ ପ୍ରମାଣ କରିଦେଇଛନ୍ତି ଯେ ଭାଗ୍ୟର ଯୋଗ ଟାଣ ଥିଲେ ଜଣେ ବ୍ୟକ୍ତିର କିଛି ବି ହୋଇପାରିବ ନାହିଁ l


ସେମିତି ଏକ ବ୍ୟକ୍ତି ଥିଲେ ଫ୍ରେନ ସେଲକ l ନିଜ ଜୀବନରେ ସାତ ସାତ ଥର ମୃତ୍ୟୁର ଦ୍ୱାରଦେଶ ରୁ ଫେରି ଆସିଥିବା ସେହି ଲୋକଟିକୁ କେହି ଦୁନିଆର ସବୁଠାରୁ ଭାଗ୍ୟହୀନ ବ୍ୟକ୍ତିତ କିଏ 

ଭାଗ୍ୟଶାଳୀ ବ୍ୟକ୍ତି ମନେ କରନ୍ତି l

ଆସ ସେହି ବ୍ୟକ୍ତିର ଜୀବନରେ ଘଟିଥିବା ସେହି ଲୋମହର୍ଷଣ କାରୀ ଘଟଣା ସମ୍ପର୍କ ରେ ଜାଣିବା l


କ୍ରୋଏସିଆ ଦେଶ l ସେହି ଦେଶରେ 14 ଜୁନ,1929 ରେ ଫ୍ରେ ନ ସେଲକ ଙ୍କ ଜନ୍ମ ହୋଇଥିଲା l ବୃତ୍ତିରେ ସେ ଥିଲେ ଜଣେ ସଂଗୀତ ଶିକ୍ଷକ l କିନ୍ତୁ ତାଙ୍କ ଜୀବନରେ ଏମିତି ଅନେକଥର ଏମିତି ଏମିତି ଭୟାନକ ପରିସ୍ଥିତି ଆସିଥିଲା ଆଉ ଯେଉଁ ପରିସ୍ଥିତିରେ ସାଧାରଣ ବ୍ୟକ୍ତି ର ମୃତ୍ୟୁ ସୁନିଶ୍ଚିତ କିନ୍ତୁ ସବୁବେଳେ ସେ ସେହି ବର୍ତ୍ତିଯାଉଥିଲେ l


ପ୍ରଥମ ଘଟଣା :- ଜାନୁଆରୀ ମାସ 1962 l ଶୀତ ଦିନ l ପାଗ ସେତେ ଭଲ ନ ଥିଲା l ଫ୍ରେନ ସେଲକ ସର୍ଜିଭୋ(sarajevo) ରୁ ଡ଼ର୍ବିବୋନି କୁ ଟ୍ରେନ ରେ ଯାତ୍ରା କରୁଥିଲେ l ଟ୍ରେନର ଧାରଣା (ଲାଇନ) ଖରାପ ହେତୁ ଟ୍ରେନଟି ରେଳ ଧାରଣା ରୁ ଚ୍ୟୁତ ହୋଇ ପାଖରେ ବହିଯାଉଥିବା ବରଫଆଚ୍ଛାନ୍ନ ନଦୀରେ ପଡ଼ିଗଲା l ଏହି ଦୁର୍ଘଟଣା ରେ 17 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହେଲା l ସୌଭାଗ୍ୟବଶତଃ ଫ୍ରେନ ସେଲକ ଙ୍କ ଗୋଟିଏ ହାତ ଭାଙ୍ଗିଯାଇଥିବା ସହ କିନ୍ତୁ ଲୋକ ମାନଙ୍କ ଦ୍ୱାରା ଉଦ୍ଧାର ହୋଇ ଏତେ ବଡ଼ ଦୁର୍ଘଟଣା ରୁ ରକ୍ଷା ପାଇଗଲେ l


ଦ୍ଵିତୀୟ ଘଟଣା :- ତାହାର ଏକବର୍ଷ ପର 1963 ଘଟଣା l ସେଲକ ନିଜ ମାଆ କୁ ବହୁତ ଭଲ ପାଉଥିଲେ l ଯେତେବେଳେ ନିଜ ମାଆ ର ବେମାର ପଡ଼ିଥିବା କଥା ଶୁଣିଲେ ସେତେବେଳେ ଶୀଘ୍ର ନିଜ ମାଆକୁ ଭେଟିବା ପାଇଁ ବିମାନରେ ଜେଗରେକ ବିମାନବନ୍ଦର ରୁ ରିଜିକା କୁ ଯିବାର ନିଷ୍ପତ୍ତି ନେଲେ l କିନ୍ତୁ ସେଦିନ ସେ ଯିବାକୁ ଥିବା ବିମାନରେ ସମସ୍ତ ଟିକେଟ ବିକ୍ରି ହୋଇସାରିଥିଲା କିନ୍ତୁ କୌଣସି ପ୍ରକାରେ ଅନୁନୟ

ବିନୟ କରି ସମସ୍ତ ଯାତ୍ରୀମାନଙ୍କ ପାଇଁ ଉଦ୍ଧିଷ୍ଟ ଫ୍ଲାଇଟ ରେ ଫ୍ଲାଇଟ ଏଟେଣ୍ଡଡେଣ୍ଟ ସହ ପଛପଟେ ବସି ଯିବାର ସୁଯୋଗ ପାଇଲେ l

ମଝି ରାସ୍ତାରେ ଜାହାଜର ଉଭୟ ଇଞ୍ଜିନ ଖରାପ ହେଲା କିନ୍ତୁ ସେଲକ ଝରକା ଉଡ଼ିଯିବା ପରେ ଜାହାଜରୁ ପାରାଶୁଟ ପିନ୍ଧା ଅବସ୍ଥାରେ ଡେଇଁପଡ଼ିଲେ l ଏହି ଦୁର୍ଘଟଣାରେ ସେଥିରେ ଥିବା ସମସ୍ତ 19ଜଣ ଯାତ୍ରୀମାନଙ୍କ ମୃତ୍ୟୁ ହେଲା କିନ୍ତୁ ଏତେ ଶହ ଶହ ମିଟର ଉପରୁ ପଡୁଥିବା ବେଳେ ଗୋଟିଏ ପାଳଗଦା ଉପରେ ପଡି ସେ ବଞ୍ଚିଗଲେ l ଏହା ତାଙ୍କର ପ୍ରଥମ ଓ ଶେଷ ଉଡ଼ାଜାହାଜ ଯାତ୍ରା ଥିଲା l ଭୟରେ ସେ ଆଉ କେବେ ବି ଏରୋପ୍ଲେନ ରେ ଯାତ୍ରା କରିବାର ସାହସ କରିନଥିଲେ l


ତୃତୀୟ ଘଟଣା :- ଏହା 1966 ର ଘଟଣା l ରାସ୍ତାରେ ବହୁତ ବରଫ ପଡ଼ିଥିଲା  l ସେ ବସରେ ଗୋଟିଏ ସ୍ଥାନକୁ ଯାଉଥିବାବେଳେ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଗୋଟିଏ ନଦୀରେ ପଡ଼ିଗଲା l ଏହି ଦୁର୍ଘଟଣା ରେ ଚାରିଜଣ ଯାତ୍ରୀଙ୍କ ମୃତ୍ୟୁ ହେଲେ କିନ୍ତୁ ସେଲକ ଅଳ୍ପ କ୍ଷତବିକ୍ଷତ ସହ ସେନଦୀରେ ପହଁରି ପହଁରି ଏତେ ବଡ଼ ଦୁର୍ଘଟଣା ରୁ ବଞ୍ଚିଗଲେ lଏହି ଘଟଣା ପରେ କୁହାଯାଏ ଯେତେବେଳେ ଲୋକେ ଜାଣୁଥିଲେ ତାଙ୍କ ସହ ସେଲକ ବି ଯିବେ ଲୋକମାନେ ନିଜ ଟିକେଟ କୁ କ୍ୟାନସଲ କରିଦେଉଥିଲେ l 


ଚତୁର୍ଥ ଘଟଣା :-ଏହା 1970 ଘଟଣା l ସେଲକ ସାର୍ବଜନୀନ ରେଳଗାଡ଼ି,ବସରେ ଯାତ୍ରା ନ କରି ନିଜପାଇଁ ଗୋଟିଏ କାର କିଣିଲେ l ଥରେ ସେ କାର ରେ ଯାଉଥିବା ବେଳେ ତାଙ୍କ କାର ରେ ନିଆଁ ଲାଗିଗଲା l ସେ ଠିକ ସମୟରେ କାରରୁ ବାହାରି ଡିଆଁ ମାରିଲେ l କିଛି ସେକେଣ୍ଡ ମଧ୍ୟରେ ତାଙ୍କ ଆଖି ସାମନାରେ ଇଂଜିନ ଟ୍ୟାଙ୍କ ରେ ବିସ୍ପୋରଣ ଘଟି ସେ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଗଲେ l


ପଞ୍ଚମ ଘଟଣା :- ଏହା 1973 ମସିହାର ଘଟଣା l ପୁନଶ୍ଚ ଆଉ ଥରେ କାରର ଦୁର୍ଘଟଣା ହେଲା l କାରର ଇଞ୍ଜିନ ପମ୍ପ ଭାଙ୍ଗିଗଲା ଫଳରେ ଇଞ୍ଜିନ ରେ ଭୀଷଣ ନିଆଁ ଲାଗିଗଲା lସେ ଅତି କଷ୍ଟରେ କାରରୁ ବାହାରିପାରିଲେ l ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡର ବାଳ ପୁରାପୁରି ପୋଡିଗଲା ତଥାପି ଫ୍ରେନ ସେଲକ ଏତେ ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ l


ଷଷ୍ଠ ଘଟଣା :- ଏହା 1995 ର ଘଟଣା l ଜେରବ ନାମକ ସ୍ଥାନରେ ତାଙ୍କ କାର ରେ ଥିବା ବେଳେ ଗୋଟିଏ ବସ ସମ୍ମୁଖ ଭାଗରୁ ପିଟିଦେଇ ଗୋଟିଏ ବଡ଼ ଦୁର୍ଘଟଣା କଲା l ଏହି ଦୁର୍ଘଟଣାରେ

ତଥାପି ସେଲକ କିଛି ଖଣ୍ଡିଆଖାବରା ହୋଇ ପୁନଶ୍ଚ ନୂତନ ଜୀବନ ପାଇଲେ l


ସପ୍ତମ ଘଟଣା :- ଏହା 1996 ରା ଘଟଣା l ଫ୍ରେନ ସେଲକ କ୍ରୋଏସିଆ ପାହାଡ ରାସ୍ତାରେ ନିଜ କାରରେ ଯାଉଥିବା ବେଳେ ସଂଯୁକ୍ତ ରାଷ୍ଟ୍ର (UN) ର ଗୋଟିଏ ଟ୍ରକ ସହ ସିଧା ତାଙ୍କ କାର ର ଦୁର୍ଘଟଣା ହେଲା l କାରଟି ପାହାଡଉପରୁ 300 ମିଟର ତଳକୁ ଖସିପଡ଼ି ନିଆଁ ଲାଗି ଜଳିପୋଡ଼ି ଗଲା l

କିନ୍ତୁ ଏହି ଦୁର୍ଘଟଣାରେ ସେଲକଙ୍କ କାର୍ଯ୍ୟ କୌଣସି ହଲିଉଡ ସିନେମା ଠାରୁ କମ ରୋମାଞ୍ଚକର ନୁହେଁ l ସେ କାର ପର୍ବତ ତଳକୁ ପଡିବା ବେଳେ ସେ ଡେଇଁପଡ଼ି ଗୋଟିଏ ଗଛ ଡାଳକୁ ଧରି ସେ ଜୀବନ ର ଏହି ସଂଘର୍ଷମୟ ଘଟଣାରେ ପୁନଶ୍ଚ

ଅପରାଜୟ ରହିଲେ l


ଏହିପରି ଥିଲା ଫ୍ରେନ ସେଲକ ଙ୍କ ସଂଘର୍ଷମୟ ଘଟଣାବଳୀ l


ଏହାପରେ 2003 ମସିହାରେ 73 ବର୍ଷ ବୟସରେ ସେ ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ଆଠ କୋଟି ଟଙ୍କାର ଲଟେରୀ ଜିତିଲେ l ସେ ଜିତିଥିବା ଟଙ୍କାରେ ଦୁଇଟି ବଡ଼ ଘର ଗୋଟିଏ ବଡ଼ ପାଣି ଜାହାଜ କିଣିଲେ ଆଉ ଖୁସିରେ ବଞ୍ଚିଲେ  l


2010 ସେ କେଜାଣି କାହିଁକି ଫ୍ରେନ ସେଲକ ମିତବ୍ୟୟୀ ଜୀବନ ବଞ୍ଚିବାର ନିଷ୍ପତ୍ତି ନେଲେ l ସେ ନିଜ ଅଧିକାଂଶ ଧନକୁ ନିଜ ସମ୍ପର୍କୀୟ ଆଉ ବନ୍ଧୁ ମାନଙ୍କ ମଧ୍ୟରେ ବାଣ୍ଟିଦେଲେ l


2016 ତାଙ୍କ ମୃତ୍ୟୁ ହୋଇଥିଲା l ଏହାର ଗୋଟିଏ ବର୍ଷ ପୂର୍ବରୁ ନିଜ ପାଇଁ ରହିଥିବା ସମ୍ପତ୍ତି କିଛି ସାମାଜିକ ଅନୁଷ୍ଠାନ ଓ ଅନାଥାଶ୍ରମ କୁ ଦାନ କରିଦେଇଥିଲେ l


ସତରେ ଫ୍ରେନ ସେଲକ ଏକ ବିଚିତ୍ର ବ୍ୟକ୍ତିତ୍ୱ ଥିଲେ ଯିଏକି ସାତଟି ବଡ଼ ଦୁର୍ଘଟଣାରୁ ବଞ୍ଚିଯାଇ ପ୍ରମାଣିତ କରିଥିଲେ :-

ଭାଗ୍ୟବାନ ବ୍ୟକ୍ତି ଦୁନିଆରେ କ୍ଵଚିତ ଦେଖାଯାନ୍ତି l

ଅଜାଙ୍କ ଠାରୁ ଫ୍ରେନ ସେଲକ ଙ୍କ କାହାଣୀ ଶୁଣିସାରି ନାତି କହିଲା :- ଅଜା ! ଆଜି କି ସୁନ୍ଦର ଗୋଟିଏ ବ୍ୟକ୍ତିର ଜୀବନରେ ଘଟିଥିବା ଘଟଣାକୁ କହିଲ l


ଗୋଟିଏ କଥା ଶିଖିଲି :- ପରିସ୍ଥିତି ସେମିତି ହେଉ ହତାଶ ହେବାର ନାହିଁ l କର୍ମ କରିବାର ଅଛି l

କର୍ମଫଳ ଡେରିରେ ହେଉପଛେ ନିଶ୍ଚୟ ଭଲ ହିଁ ହେବ l


Rate this content
Log in