ଉମା ଶଙ୍କର ମାଝୀ

Tragedy Classics Thriller

2.5  

ଉମା ଶଙ୍କର ମାଝୀ

Tragedy Classics Thriller

ନିଜର ଲୋକ

ନିଜର ଲୋକ

2 mins
224



ରବି ବାବୁ ସହ ସନ୍ଧ୍ୟା ଭ୍ରମଣ ସାରି ରାସ୍ତାରେ ଘରକୁ ଫେରି ଆସୁଥିବା ବେଲେ ଅମରେନ୍ଦ୍ର ବାବୁଙ୍କ ପାଖକୁ ଭିକାରୀ ପିଲା ଟିଏ ଚାଲି ଆସି ଆସିଲା l


କହିଲା:- ବାବୁ ଦୁଇଦିନ ହେଲା କିଛି ଖାଇନି କିଛି ଟଙ୍କା ଦିଅନ୍ତୁ l


ପିଲାଟିର କଥା ଶୁଣି ଅମରେନ୍ଦ୍ର ବାବୁ କହିଲେ :- ଶୁଣୁଛ ରବି ବାବୁ, ଏମିତି ଭିକାରୀ ଗୁଡିକ ଦେଶକୁ ନଷ୍ଟ କରିଦେଲେଣି l

ସତ କହିଲେ ମୁଁ ନିଜେ ମୋ ନିଜ ଲୋକ କି ସାଙ୍ଗସାଥି ଯେତେ ନିଜର ହେଉ ପଛେ ଅଯଥା ଖର୍ଚ୍ଚ କରିବାକୁ ଟଙ୍କା ଦିଏନାହିଁ l


ଟଙ୍କା କଣ ଗଛରେ ଫଳେ ?


ଆମଦ୍ୱାରା ସମାଜ ସେବା ପରୋପକାର ପରି ଫାଲତୁ ସମୟ ନଷ୍ଟ କାମ ହୋଇପାରିବନାହିଁ l ଆପଣ ବି ଜାଣନ୍ତୁ କେବେ ବି ଏମିତି କୌଣସି ଭିକାରୀ ହେଉ କି ନିଜ ଲୋକ ହେଉ ଅଯଥା ଖର୍ଚ୍ଚ କରିବେନାହିଁ I ଏହାକହି ଭିକାରୀ ପିଲାକୁ ବହେ ଗାଳି କରି ସେ ସ୍ଥାନରୁ ଆଗକୁ ଦୁହେଁ ଚାଲିଲେ l


ବାଟରେ ଅମରେନ୍ଦ୍ର ବାବୁଙ୍କ ବନ୍ଧୁ ହରିବନ୍ଧୁ ସହ ଦେଖାହେଲା l


ହରିବନ୍ଧୁ ସାଙ୍ଗରେ ତାଙ୍କ ଛୋଟ ପିଲାମଧ୍ୟ ଥିଲା l


ହରିବନ୍ଧୁ କହିଲେ :- ବୁଝିଲ ଅମରେନ୍ଦ୍ର ବାବୁ,ଏହି ମୋ ସାନ ପୁଅ ଗୁଲୁ l କାଲିଠୁ କଣ୍ଢେଇଟିଏ କିଣିବା ପାଇଁ ଜିଦି କରୁଛି l ଗୋଟିଏ ଭଲ କଣ୍ଢେଇର ଦାମ ଏକହଜାର କି ତହିଁରୁ ଅଧିକ ହେବ l ପଢ଼ିବା ବହି କି କଣ କିଣିବା ପାଇଁ କହିଲେ ଚଳନ୍ତା କିନ୍ତୁ ଛୋଟ ପିଲାର ଜିଦି ସବୁ କଣ ପୁରା କରିହୁଏ ?


ଏହାପରେ ସେହି ଛୋଟିଆ ପିଲାଟି ଅମରେନ୍ଦ୍ର ବାବୁ ପାଖକୁ ଆସି କହିଲା :- ଅଙ୍କଲ,ପାପା ଙ୍କୁ କୁହନ୍ତୁ ମୋ ପାଇଁ କଣ୍ଢେଇ କିଣିଦେବେ ?


ପିଲାଟିର କଥା ଶୁଣି ଅମରେନ୍ଦ୍ର ବାବୁ କହିଲେ :- " ଗୁଲୁ ବାବା, ତୁମ ବାପା ନୁହଁ ତୁମ ଅଙ୍କଲ ତୁମ ପାଇଁ କଣ୍ଢେଇ କିଣିଦେବେ ବ୍ୟସ୍ତ ହୁଅନାହିଁ l"


ଏହାକହି ପାଖ ଦୋକାନକୁ ଯାଇ 2000 ଟଙ୍କା ମୂଲ୍ୟ ର କଣ୍ଡେଇଟିଏ ଗୁଲୁ ପାଇଁ କିଣି ଦେଲେ l


ଏ ଘଟଣା ଦେଖି ଅମରେନ୍ଦ୍ର ବାବୁଙ୍କୁ ହରିବନ୍ଧୁ ବାବୁ କହିଲେ :- ଆରେ ଏ କଣ କଲେ ?


ଗୁଲୁ ପାଇଁ କାହିଁକି ଏତେ ଦାମ ଦେଇ କଣ୍ଢେଇଟେ କିଣିଦେଲେ ?


ଅଯଥାରେ ଆପଣଙ୍କ ଏତେ ଟଙ୍କା ନଷ୍ଟ ହେଲା l


ଏହା ବଦଳରେ କୌଣସି ଗରିବ ଭିକାରୀକୁ ଯଦି ଖାଇବାକୁ ଦେଇଥାନ୍ତେ ମୋ ମତରେ ଭଲ ହୋଇଥାନ୍ତା l ଅଯଥାରେ ଆପଣଙ୍କ ଏତେ ଖର୍ଚ୍ଚ ହୋଇଗଲା l


ଛାଡ଼ନ୍ତୁ ! କଣ୍ଢେଇ ଆପଣ କିଣିତ ଦେଲେନି କଣ କରିବା ?


ଏମିତି କେତେବାଜେ ଖର୍ଚ୍ଚ ଜୀବନରେ କରିଥିବେ ଆପଣଙ୍କ ପାଇଁ ଦୁଇହଜାର ଗୋଟିଏ କେତେ ଟଙ୍କା ?


ହଉ ଆମେ ଆସୁଛୁ କହି ଗୁଲୁ କୁ ଧରି ହରିବନ୍ଧୁ ବାବୁ ଚାଲିଗଲେ l


ଏହାପରେ ଅମରେନ୍ଦ୍ର ବାବୁ ଭାବୁଥିଲେ ସତରେ ସେହି ଭୋକିଲା ଭିକାରୀ ପିଲା କୁ ଖାଲି ହାତରେ ଫେରେଇଦେବା ଠିକ ଥିଲା କି ?


ଯଦି ମୁଁ କିଛି ସାହାଯ୍ୟ କରିପାରୁନାହିଁ ତେବେ ଜଣଙ୍କ ଅବସ୍ଥା ଦେଖି କଟୁ କଥା କହିବା କେତେଦୂର ଠିକ ?


ପୁଣି ଦୁଇହଜାର ଦେଇ କଣ୍ଡେଇ ବନ୍ଧୁଙ୍କ ପୁତ୍ରଙ୍କୁ କିଣିଦେବାର ସତରେ କଣ ପ୍ରୟୋଜନ ଥିଲା ?


ସତରେ ସେ ଭିକାରୀ ପିଲା ନିଜ ଲୋକ ନ ଥିଲା ନା ବନ୍ଧୁ ହରିବନ୍ଧୁ ଅତି ନିଜର ଲୋକ ଥିଲେ ?


ନିଜର ବନ୍ଧୁ ପିଲାକୁ ଏତେ ଦାମର କଣ୍ଢେଇ କିଣି ଗରିବ ପିଲାକୁ ତାତ୍ସଲ୍ୟ କରିବା କଣ ଉଚିତ ଥିଲା ?


ଏ ପ୍ରଶ୍ନ ତାଙ୍କୁ ଅସମାହିତ ପରିଲାଗିଲା ଓ କେଜାଣି କାହିଁକି ରବି ବାବୁଙ୍କୁ ମୁହଁକୁ ଦେଖିବାର ତାଙ୍କ ସାହସ ଜୁଟାଇ ପାରୁନ ଥିଲେ  l  




Rate this content
Log in

Similar oriya story from Tragedy