ଉମା ଶଙ୍କର ମାଝୀ

Children Stories Tragedy Inspirational

3  

ଉମା ଶଙ୍କର ମାଝୀ

Children Stories Tragedy Inspirational

ଏମଡ଼ିଏମ ଅଣ୍ଡା

ଏମଡ଼ିଏମ ଅଣ୍ଡା

1 min
150



ଦୃଶ୍ୟ :- 1


ଜିଲ୍ଲା ଶିକ୍ଷା ନିରୀକ୍ଷକ କାର ରେ ଗଲାବେଳେ ରାସ୍ତାରେ ପିଲାଟିଏ ମହୁଲ ଗଛରୁ ପଡୁଥିବା ମହୁଲ ତାହାର ଟୋକେଇରେ ଗୋଟେଇ ଥିବାର ଦେଖିଲେ l କାରରୁ ବାହାରି କହିଲେ ଏ ପୁଅ କାହିଁକି ଆଜି ସ୍କୁଲ ଯାଇନାହୁଁ l ଆଜିପରା ଶନିବାର ଆଜି ସ୍କୁଲରେ ଅଣ୍ଡା ଦିଆଯିବ ତୁ ସ୍କୁଲକୁ ଗଲେ ସିନା ଖାଇବାକୁ ପାଇଥାନ୍ତୁ l

ପିଲାଟି ଟିକିଏ ମୁହଁକୁ ଶୁଖେଇ ଉତ୍ତର ଦେଲା :- ସାର,ମୋ ବାପା ମାଆ କେହି ନାହାନ୍ତି l ଗତବର୍ଷ ରୋଗରେ ପଡି ମୋ ବାପା ଚାଲିଗଲେ l ବାପା ଚାଲିଯିବାର ତିନିମାସ ପରେ ମାଆ ବି ରୋଗରେ ପଡି ଚାଲିଗଲା l ମୋର ଗୋଟିଏ ସାନ ଭଉଣୀ ଅଛି ସେ ଏବେ ତୃତୀୟ ଶ୍ରେଣୀରେ ପଢୁଛି l ଆଉ ମୁଁ କାମ ନ କଲେ ମୋ ସାନ ଭଉଣୀକୁ କିଏ ପୋଷିବ ?

ଏମିତି ବି ଏ ବର୍ଷ ମୋର ନବମ ଶ୍ରେଣୀ ହୋଇଥାନ୍ତା ଆଉ ଆମକୁ କିଏ ଏମଡିଏମ ଅଣ୍ଡା ଦେବ l ମୋ ଭଉଣୀ ଏମଡିଏମ ଅଣ୍ଡା ଖାଇ ପାଠ ପଢୁଛି ସେଥିରେ ମୁଁ ଖୁସି l ଆମ ଗରିବ ଲୋକର ବେଶୀ ସ୍ବପ୍ନ ଦେଖିବାକୁ ବେଳ କାହିଁ ?

ଏମଡିଏମ ଅଣ୍ଡା ଏବେ ମୁଁ ନ ଖାଇଲେ ବି ଖୁସି ! ! !


Rate this content
Log in