ଉମା ଶଙ୍କର ମାଝୀ

Tragedy Thriller Others

4.0  

ଉମା ଶଙ୍କର ମାଝୀ

Tragedy Thriller Others

ବାହାଘର ର ଲଫାପା

ବାହାଘର ର ଲଫାପା

2 mins
159



ମନ୍ଦିରରୁ ରଞ୍ଜିତ ଆଉ ସୀମା ପୂଜା ସାରି ବାହାରୁଥିବା ବେଳେ ରଞ୍ଜିତ ପିଲାଦିନର ସାଙ୍ଗ ତପନକୁ ଭେଟିଲା l ନିଜ ପତ୍ନୀକୁ ଦେଖେଇ କହିଲା :- ଏ ଦେଖ, ଏହାର ନାମ ତପନ I ମୋ ସହ କଲେଜ ଯାଏ ପାଠ ପଢ଼ୁଥିଲା I ମୁଁ ତାହା ବାହାଘରରେ ଏକ ହଜାର ଟଙ୍କା ଲଫାପାରେ ଭର୍ତ୍ତି କରି ଯାଇଥିଲି କିନ୍ତୁ ଜାଣିଛ ଆମ ବାହାଘରକୁ ମାତ୍ର ଶହେଟଙ୍କା ଲଫାପା ଭିତରେ ଭରି ଆସିଥିଲା ଆଉ ବୋଧେ ଲାଜରେ ଭୋଜି ବି ଖାଇଲାନି ପଳେଇଲା I

ସ୍ୱାମୀଙ୍କ କଥା ଶୁଣି ରଞ୍ଜିତ ଦା ସ୍ତ୍ରୀ ସୀମା ବି ତପନକୁ ଦେଖି ହସିବାକୁ ଲାଗିଲା I

ରଞ୍ଜିତର କଥା ଶୁଣି ତପନ କହିଲା :- ସାଙ୍ଗ ତୁ ଭଲରେ ଥା I ଆମ ପରି ସାଙ୍ଗ ତୋତେ ଆଉ ଜୀବନରେ ନ ମିଳୁ ଯିଏ କି ତୋର ପୁଅ ଝିଅ ବାହାଘରରେ ବି ଲଫାପାରେ ଶହେ ଟଙ୍କା ଧରି ଯିବ ଆଉ ତୋର ଷ୍ଟାଟସକୁ ଅପମାନିତ ବୋଧ କରିବ I


ଏହାପରେ ତପନ ମନ୍ଦିର ଭିତରକୁ ଗଲା I


ଠିକ ତପନ ଗଲାପରେ ରଞ୍ଜିତର ବାପାଙ୍କ ମୋବାଇଲରୁ ଫୋନ ଆସିଲା :- ଆରେ ରଞ୍ଜିତ ତୁ ଆସିଲା ବେଳେ ତପନ ତୋର ଯେଉଁ ସାଙ୍ଗ ତାକୁ ଭେଟି ସନ୍ଧ୍ୟାରେ ଆମ ଘରକୁ ଆସିବାକୁ କହିବୁ I


ରଞ୍ଜିତ:- ତାହା ସହିତ କଣ କାମ ଥିଲା ବାପା ?


ରଞ୍ଜିତର ବାପା କହିଲେ :- ଆରେ ସେମିତି କିଛି କାମ ନାହିଁ I ଆସନ୍ତା ମାସରେ ତପନର ସାନ ଭଉଣୀର ବାହାଘର ଅଛି I ତୋ ମାଆଙ୍କ ଯେଉଁ କିଡ଼ନୀ ଟ୍ରାନ୍ସଫର ଅପରେସନ ହୋଇଥିଲା ସେତେବେଳେ ମୋତେ ସେଥିପାଇଁ ସେ ସମୟରେ ଆହୁରି ଦେଢ଼ ଲକ୍ଷ ଟଙ୍କାର ଦରକାର ପଡିଲା ଆଉ ମୁଁ କୌଣସି ଠାରୁ ସାହାଯ୍ୟ ନ ପାଇଁ ଅସହାୟ ହେଉଥିଲା ବେଳେ ତୋର ସାଙ୍ଗ ତପନ ତା ଭଉଣୀର ବାହାଘର ପାଇଁ ରଖିଥିବା ଦୁଇ ଲକ୍ଷ ଟଙ୍କା ମୋତେ ଦେଇ କହିଥିଲା ରଞ୍ଜିତ ର ମାଆ କଣ ମୋ ମାଆ ପରି ନୁହେଁ ?

ମାଆ ଭଲ ହୋଇଯାନ୍ତୁ ଆପଣ ମୋତେ ଟଙ୍କା ପରେ ଫେରେଇବେ l ମୁଁ ତିନି ଟି ଯେଉଁ ଏଲଆଇସି କରିଥିଲି ତାହାର ମ୍ୟାଚୁରିଟି ଦୁଇ ମାସତଳେ ପୁରିଥିଲା ଆଜି ଦଶ ଲକ୍ଷ ମିଳିଲା I

ତପନକୁ ତାହାର ଟଙ୍କା ଫେରେଇବାକୁ ହେବ l ସେ ଆମକୁ କେତେବଡ ବିପତ୍ତି ରେ ସାହାଯ୍ୟ କରିଛି ଏ ସମୟରେ ତାହାର ଟଙ୍କା ନିତ୍ୟାନ୍ତ ଆବଶ୍ୟକ l ଏମିତି ବନ୍ଧୁ ସମସ୍ତଙ୍କୁ ମିଳନ୍ତୁ l


ବାପାଙ୍କ କଥା ସରି ଫୋନ କଟି ଗଲାପରେ କେଉଁ ମୁହଁରେ ରଞ୍ଜିତ ସାଙ୍ଗ ତପନକୁ ସାମନା କରି କଥାବାର୍ତ୍ତା କରିବ ଭାବୁଥିଲା ! ! !


Rate this content
Log in

Similar oriya story from Tragedy