ଓଃ ! ଭିଣୋଇ
ଓଃ ! ଭିଣୋଇ
ମୁଁ ସୌରଭ l ମ. ରାମପୁର ରେ ରୁହେ l
ଠିକ ଆଜି ମୁଁ ଘରେ ଏକାକୀ ଅଛି l ମୋ ଧର୍ମପତ୍ନୀ ମାଆ ଘରକୁ ଯାଇଛନ୍ତି ତେଣୁ ନିଜେ ଖାଇବାର ବ୍ୟବସ୍ଥା ପାଇଁ ରାମପୁରସ୍ଥିତ ହୋଟେଲ "ସୋମ୍ୟା" କୁ ଗଲି l ଭାବିଲି ଯାଏ ଆଜି ନିରାମିଷ ଭୋଜନ ପାଇଁ ପନିର ସହ ରୁଟି ଦୁଇପଟ ଖାଇବି l
ସେଥିପାଇଁ ହୋଟେଲ ଅଭିମୁଖେ ବାହାରିଲି l
ସେଠି ପହଞ୍ଚିଲା ପରେ ମୋ ପାଇଁ ୬ ପଟ ରୁଟି, ଗୋଟିଏ ଚଣା ମସଲା ଓ ପନିର ହାଫ ଅର୍ଡ଼ର ଦେଇ ହୋଟେଲ ବାହାରେ ଚୌକିରେ ବସି ପଡିଲି
କିଛି ସମୟ ଏମିତି ବିତିଗଲା....
ହଟାତ ଗୋଟିଏ କାର ରଖି ପାଞ୍ଚ ଜଣ ପିଲା ବାହାରିଲେ l କାରରୁ ବାହାରି ସେମାନେ ହୋଟେଲ ବାହାରେ ବସି କିଛି ଥଣ୍ଡା ପାନୀୟ ବାହାର କରି ପିଇଲେ ଆଉ ସେମାନଙ୍କ ଭିତରେ କଥାବାର୍ତ୍ତା ହେବାକୁ ଲାଗିଲା l ଅପେରା ରାମପୁରରେ ଆଜି ଶେଷ ରଜନୀ ତେଣୁ ବହୁତ ଭିଡ଼ ତେଣୁ ଟିକେଟ ଜଲଦି କାଟିବା ବୋଲି ଜଣେ କହିଲା l
ସେମାନଙ୍କ ଭିତରୁ ଆଉ ଜଣେ କହିଲା ଆରେ ଭାଇ ତୋ ଭିଣୋଇର ଘର ଏଇ ପାଖରେ ଶୁଣିଛି ଏଇଠି ଟିକିଏ ଫୋନ କରନ୍ତୁ ନାହିଁ l
ଠିକ ଅଛି କହି ଅଜୟ ଫୋନ କରିଛି l
ଆରପଟରୁ ପାଟି ଶୁଭାଗଲା :- ହେଲା...
ଅଜୟ କହିଛି :- "ସ୍ନେହା ଦିଦି ! ମୁଁ ଅଜୟ କହୁଛି ଆମେ ଅପେରା ଦେଖିବାକୁ ଆସିଛି ସାଙ୍ଗ ମାନଙ୍କ ସହ l
ସ୍ନେହା:- ଆରେ ଭାଇ ଅଜୟ, ମୋତେ ଆଉ ତୋର ଭିଣୋଇ କୁ ବି ଅପେରା ପାଇଁ ଟିକେଟ କାଟନ୍ତୁ ନାହିଁ l କେଜାଣି କାହିଁକି ବହୁତ ଦିନପରେ ଅପେରା ଦେଖିବାକୁ ଇଚ୍ଛା ହେଉଛି l
ଏହି କଥା ଶୁଣି ଅଜୟ କହିଛି :- ଦିଦି ଟିକେଟ କାଟନ୍ତି ଯେ ମୋ ପାଖରେ ସେତେ ପଇସା ନାହିଁ I ଯଦି କିଛି ଟଙ୍କା ପଠାନ୍ତୁ ତେବେ ଟିକେଟ ପାଇଁ ଭଲ ହୁଅନ୍ତା l ମୁଁ ତୁମ ଦୁଇଜଣ ପାଇଁ ଟିକେଟ କାଟି ଦିଅନ୍ତି l ହେଲେ ମୁଁ ଜାଣିଛି ତୁମେ ପଇସା ପଠେଇବ ନାହିଁ l ହଉ ରହୁଛି l
ଏତିକି କହି ଫୋନ କାଟି ଦେଇଛି l
ଆଉ ତାହାର ସାଙ୍ଗ ମାନଙ୍କୁ କହିଛି ବୁଝିଲ ଭାଇ ମାନେ ମୋ ଭିଣୋଇ ଦୁନିଆରେ ର ଏକ ନମ୍ବର କଂଜୁସ ଆଉ ଭଲ ଲୋକ ନୁହଁ l
ଆମେ କେତେ ଧନୀ ଘରର ଅଟୁ ଅଥଚ ମୋ ବଡ ଭଉଣୀ କେଜାଣି କାହିଁକି ଏମିତି ଗୋଟିଏ ଲୋକକୁ ବିବାହ କଲା ଯିଏ ଗରିବ ଯିଏକି ତାହାକୁ ଖୁସିରେ ରଖି ପାରିବ ନାହିଁ l ମୋତେ ଭିଣୋଇ କହିବାକୁ ବି ଲାଜ ଲାଗେ l
ଜଣେ ସାଙ୍ଗ କହିଲା :- ଯେତେବେଳେ ହେଲେ ବି ସିଏ ତୋର ବଡ ଭଉଣୀର ସ୍ୱାମୀ ତୋର ଭିଣୋଇ l ଏମିତି କହିବା ଠିକ ନୁହେଁ l
ଅନ୍ୟ ଜଣେ ସାଙ୍ଗ କହିଲା :- ଠିକ ତା କହୁଛି ଗରିବକୁ ଗରିବ କହିଲେ ଭୁଲ କଣ ?
ଅଜୟ କହୁଛି :- ମୁଁ ଜାଣିଛି ମୋତେ ଆଉ କୁହନାହିଁ ସେ କେତେ ଭଲ ପୁରା ଅପଦାର୍ଥ l ଦେଖିଲୁ ମୁଁ ଜାଣିଶୁଣି ସେମିତି କହିଲି ଯେ ମୋ କଥା ମୋ ଭିଣୋଇ ଶୁଣି ଅପମାନ ହୁଅନ୍ତୁ ଜାଣନ୍ତୁ କିପରି ଧନୀ ଆଉ ଗରିବର ପ୍ରଭେଦ କେତେ ? ଯିଏ ନିଜ ମୋ ଦିଦି ଆଶା ପୂରଣ କରି ପାରିବ ନାହିଁ ସେ କଣ ମୋର ଭିଣୋଇ ହେବ ?
ଆଉ ମୋ ଦିଦି ବି ଜାଣୁ କେମିତି ଗୋଟିଏ ଗରିବ ଲୋକଙ୍କୁ ବିବାହ କରି ଜୀବନରେ ବଡ ଭୁଲ କରିଛି l ଦେଖିବୁ ଆଉ ଲାଜରେ ଫୋନ କରିବ ନାହିଁ l କଥା ନ ସରୁଣୁ ଫୋନ ଆସିଲା l
ଆରେ ଚୁପ ରୁହ !
ଦିଦି ଫୋନ କରିଛି !
କଣ ଆଉ କହିବ ଯେ ?
ଏବେ ମନା କରିବ ଆମେ ଅପେରା ଦେଖିବାକୁ ଯିବ ନାହିଁ ବୋଲି କହିବ ! ! !
ଫୋନ ଉଠେଇଲା ପରେ ଅପାର ପାର୍ଶ୍ୱରୁ ଶୁଣାଗଲା :- ଆରେ ଅଜୟ ମୁଁ ତୋ ଭିଣୋଇ ମିତ୍ରଭାନୁ କହୁଛି l ତୋ ଦିଦିକୁ ଫୋନ କରିଥିଲୁ କୁଆଡେ ଆମ ଏରିଆ ରାମପୁର କୁ ଅପେରା ଦେଖିବାକୁ ଆସିଛୁ l ହଉ ମୋର ଅପେରା ଦେଖାରେ ସେତେ ଆଗ୍ରହ ନାହିଁ କିନ୍ତୁ ଯେତେବେଳେ ତୋର ଦିଦି କହିଛି ଅପେରା ଦେଖିବାକୁ ନିଶ୍ଚିତ ଯିବୁ I
ଆଚ୍ଛା କେତେ ଜଣ ଅପେରା ଦେଖି ଆସିଛ କାରରେ ?
ଅଜୟ :- ପାଞ୍ଚ ଜଣ...
ଭିଣୋଇ କହିବା ଆରମ୍ଭ କଲେ - ହଉ ଠିକ ଅଛି ତୁମେ ପାଞ୍ଚଜଣ ଆମ ଘରକୁ ଆସ l ତୋ ବଡ ଦିଦି ଆଉ ମୁଁ ମଧ୍ୟ ମିଶି ଅପେରା ଦେଖିବାକୁ ଯିବା l ରାମପୁରରୁ ତ ଆମ ଘର 3 କିମି ହେବ l
ଆଉ ହଁ ତୁମ ପାଞ୍ଚ ଜଣଙ୍କ ଅପେରା ଟିକେଟ ଆଉ ଆମ ଦୁଇ ଜଣଙ୍କ ଅପେରା ଟିକଟ ମୋଟ ସାତଟି ଟିକଟ କାଟି ଆସିବୁ ମୋ ତରଫରୁ ଅପେରା ଟିକଟ l ନିଜ ସାନ ଶଳା ଆସିଛି ଏତିକି ସେବା କରିପାରିବିନି l
ହଁ ଆହୁରି ଗୋଟିଏ କଥା କାରରେ ପେଟ୍ରୋଲ ପକେଇବା ପାଇଁ ବି ଟଙ୍କା 200 ଆଉ ଅପେରା ପାଇଁ ଟଙ୍କା ହଜାରେ ମିଶେଇ ମୋଟ 1400 ପଠେଇ ଦେଇଛି I ଫୋନ ପେ ଚେକ କରେ l
ମାନୁଛି ତୁମେ ବଡ ଘରର ଲୋକ ଆମେ ଗରିବ ଲୋକ l କିନ୍ତୁ ଆମର ବି ସ୍ୱାଭିମାନ ଅଛି କାହା ପାଖରେ ହାତ ପତେଇବା ଶିଖିନାହୁଁ l ଆଉ ଯେଉଁ ତୁମ ବଡ ଭଉଣୀଙ୍କୁ ବିବାହ ପାଇଁ ମୋତେ ଦାୟୀ କର l ତୁମ ବଡ ଭଉଣୀ ସହ ମୋର କଳାହାଣ୍ଡି ବିଶ୍ୱ ବିଦ୍ୟାଳୟରେ ଏମ.ଏ ( ସ୍ନାତକୋତ୍ତର )ସାହିତ୍ୟ ବିଭାଗରେ ପ୍ରଥମ ଭେଟ ହୋଇଥିଲା ଆଉ କାଳକ୍ରମେ ଆମ ମାନଙ୍କ ମଧ୍ୟରେ ବନ୍ଧୁତା ଗଢ଼ି ଉଠିଥିଲା l ପ୍ରଥମେ ସିଏ ତାଙ୍କ ଆଡୁ ବିବାହ ପ୍ରସ୍ତାବ ଦେଇଥିଲେ ଆଉ ମୁଁ ବର୍ଷାଧିକାଳ ସେହି ପ୍ରସ୍ତାବକୁ ଟାଳି ଦେଇଥିଲି ଆଉ ମୋ ତରଫରୁ ଜଣେ ଧନୀ ଘରର ଝିଅ ଗରିବ ଘରର ପୁଅ ସହ ବିବାହ ଠିକ ହେବ ନାହିଁ ବୋଲି କହିଥିଲି l
କିନ୍ତୁ ତୁମ ବାପା ଯେବେ ସମ୍ପତ୍ତି ଲୋଭରେ ଜଣେ ଅଧିକ ବୟସ୍କ ବ୍ୟକ୍ତି ସହ ତୁମ ବଡ ଭଉଣୀର ବିବାହ ସ୍ଥିର ହେଲା ତେବେ ତୁମ ବଡ ଭଉଣୀ ତୁମ ଘରୁ ପଳେଇଆସି ମୋତେ ବିବାହ ନ କଲେ ସେ ଆତ୍ମହତ୍ୟା କରିବା ନିଶ୍ଚିନ୍ତ ବୋଲି କାହିଁ କ୍ରନ୍ଦନ କଲେ l ମୁଁ ଅନେକ ବୁଝେଇଛି ଘରକୁ ଫେରି ଯିବା ପାଇଁ କିନ୍ତୁ ତାଙ୍କ ନିଷ୍ପତ୍ତି ଆଗରେ ଶେଷରେ ହାର ମାନିବାକୁ ପଡିଲା l
ଯାହା ପାଇଁ ଆଜି ପର୍ଯ୍ୟନ୍ତ ସମାଜ ଆଗରେ ତୁମ ପରିବାର ଆଗରେ ଦୋଷୀ ହୋଇଯାଇଛି l
ସେ ଯାହା ହେଉ l
ତୁମ ଭଉଣୀ ମୋର ଧର୍ମପତ୍ନୀ l ତାଙ୍କ ଇଚ୍ଛାକୁ ପୂରଣ କରିବା ମୋର ସ୍ୱାମୀ ହିସାବରେ କର୍ତ୍ତବ୍ୟ l
ତୁମ ଭଉଣୀ ମୋତେ ଏତେ ଦିନ ହେଲା ମୁହଁ ଖୋଲି କେବେ କିଛି ମାଗି ନାହାଁନ୍ତି l ଆଜି ବହୁତ ବର୍ଷ ପରେ ମୋ ସହିତ ଆଉ ତୁମ ସହିତ ମିଶି ଅପେରା ଟିଏ ଦେଖିବାର ଛୋଟିଆ ଅଭିଳାଷ କରିଛନ୍ତି ତାହା ଯଦି ପୂରଣ ନ କରି ପାରିବି ତେବେ ସ୍ୱାମୀ ହିସାବରେ ନିଜକୁ କ୍ଷମା କରିବାରିବିନି l
ଭଲ ପାଇବା ପାଇଁ ଟଙ୍କାର ନୁହେଁ ଗୋଟିଏ ଭଲ ମନର ଆବଶ୍ୟକତା ପଡ଼େ l
ଯଦି ଟଙ୍କା ପାଖରେ ଥିବା ସହ ଯଦି ହୃଦୟ ମଧ୍ୟରେ ଅହଂକାର ଆଉ ଇର୍ଷା ଭାବ ଖୁନ୍ଦି ହୋଇ ରହିଥିବ ଅନ୍ୟକୁ ନୀଚ ଦେଖେଇବାର ପ୍ରଚେଷ୍ଟା ଥିବ ସେମିତି ଜୀବନରେ ଖୁସି ଖୋଜିଲେ ମିଳିବ କାହିଁ l
ହଉ ରହୁଛି l ତୁ ଜଲଦି ଆ l ତୋର ଅପେକ୍ଷାରେ ଅଛୁ l
ଫୋନ କଟିଗଲା ପରେ ଅଜୟ ମୁହଁରେ ଭାଷା ନାହିଁ l ସେ ନୀରବ ହୋଇ ମୁହଁପୋତି ବସିଛି ତାହାର ସାଙ୍ଗ ମାନଙ୍କୁ ଆଖି ମେଲେଇ ଚାହିଁବାର ସତ ସାହସ କରିପାରୁ ନାହିଁ l...
ଅଜୟ ନିର୍ବାକ ହୋଇ ପଡିଲା। ସେ ଭାବିଲା, କେତେ ସହଜରେ ସେ ନିଜ ଭିଣୋଇ ମିତ୍ରଭାନୁଙ୍କୁ “ଗରିବ” ବୋଲି ଅପମାନ କରିଦେଲା। ଯିଏ ନିଜ ସାଙ୍ଗମାନଙ୍କ ସାମ୍ନାରେ ଅଭିମାନରେ ଭରିଥିଲା, ସେ ଆଜି ଲଜ୍ଜାରେ ମୁହଁ ଲୁଚାଇବାକୁ ଲାଗିଲା। ମିତ୍ରଭାନୁଙ୍କ କଥାଗୁଡିକ ମଣିଷର ମନର ଅଭିମାନକୁ ଭିତରୁ ଭାଙ୍ଗି ଦେଇଥିଲା।
ସେ ଭାବିଲା — “ମୁଁ ଯିଏକି ଧନକୁ ଜୀବନର ସବୁଠୁ ବଡ଼ ଶକ୍ତି ଭାବୁଥିଲି, ସେ ଲୋକ ଆଜି ମୋତେ ଦେଖାଇଦେଲେ ଯେ ସତିକଥାର ଶକ୍ତି ହେଉଛି ମନ, ସ୍ୱାଭିମାନ ଓ ଭଲପାଇବା।”
ସାଙ୍ଗମାନେ ନିରବ। ସେମାନଙ୍କ ମଧ୍ୟରୁ ଜଣେ ଧୀର ସ୍ୱରରେ :- “ଭାଇ, ସତରେ ତୋ ଭିଣୋଇ ଭଲ ଲୋକ। ତୁ ଭୁଲ ବୁଝିଥିଲୁ।”
ଅଜୟ ଆଖିରେ ଲୁହ ଆସିଗଲା। ସେ କହିଲା, “ହଁ ଭାଇ, ମୁଁ ଭୁଲ କରିଥିଲି। ଯିଏକୁ ଗରିବ ଭାବି ଅବହେଳା କଲି, ସେ ଲୋକ ଆଜି ମୋତେ ଜୀବନର ସତ୍ୟ ଶିଖାଇଲେ। ଧନ ଥିଲେ ବି ମନ ନଥିଲେ, ମଣିଷ ଗରିବ ହୁଏ। ଆଉ ଯିଏ ମନରେ
ନିର୍ମଳତା ରଖେ, ସେଇ ହିଁ ଧନୀ।”
ସେ ତାହାର ଫୋନ ଉଠାଇ ଆଉଥରେ ମିତ୍ରଭାନୁଙ୍କ ନମ୍ବର ଡାୟାଲ କଲା। ଫୋନ ଉଠିଲା, ମିତ୍ରଭାନୁ ସାଧାରଣ ସ୍ୱରରେ କହିଲେ, “ହଁ ଅଜୟ,ଆସୁଛୁ କି ? କେତେ ଦୂର ହେଲ ? ”
ଅଜୟର ଆଖିରେ ଲୁହ ଜମିଗଲା। ସେ କହିଲା, “ଭିଣୋଇ, ମୁଁ ଦୁଃଖିତ। ମୋ ମୁହଁରୁ ଯାହା ଶୁଣିଲେ, ସେତିକି ଭାବି ବି ଲଜ୍ଜା ଲାଗୁଛି। ଆପଣ ଯେପରି ସରଳ ମନର ଲୋକ, ସେମିତି ମଣିଷକୁ ମୁଁ ଅପମାନ କରିଥିଲି। ଦିଦି ଭାଗ୍ୟବାନ ଯେ ସେ ଆପଣଙ୍କୁ ପାଇଛନ୍ତି।”
ଫୋନର ପାର୍ଶ୍ୱରୁ ମିତ୍ରଭାନୁ ହାଲୁକା ହସି କହିଲେ, “ଅଜୟ, ଜୀବନରେ ଭୁଲ ହେବା ସାଧାରଣ। କିନ୍ତୁ ଯିଏ ଭୁଲକୁ ମନେଇ ଶିଖେ, ସେଇ ମଣିଷ ବଡ଼। ତୁ ମୋ ଛୋଟ ଶଳା, ତୋପରି ଭୁଲକୁ ଧରି ରଖିଲେ ମୁଁ ବଡ଼ ହୋଇପାରିବି କି?”
ଏହି କଥା ଶୁଣି ଅଜୟ ମୁହଁରେ ହସ ଫୁଟିଲା। ସେ ସାଙ୍ଗମାନଙ୍କୁ ଦେଖି କହିଲା, “ଚାଳ, ଆମେ ତାଙ୍କ ଘରକୁ ଯିବା। ଆଜି ଅପେରା ଦେଖିବା ସହିତ ମୋର ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ।”
ସେମାନେ କାରରେ ବସିଲେ। କାର ଷ୍ଟାର୍ଟ ହେବା ପୂର୍ବରୁ ଅଜୟ ଜଣେ ସାଙ୍ଗକୁ ଧୀର ଅଥଚ ସ୍ପଷ୍ଟ ସ୍ୱରରେ କହିଲା, “ଧନ ସେତେବେଳେ ମିଠା ଲାଗେ ଯେତେବେଳେ ମନ ଶାନ୍ତ ଥାଏ। ଆଜି ମୁଁ ବୁଝିଲି, ଗରିବ ଲୋକ ହେବା ଲଜ୍ଜା ନୁହେଁ, ଅଭିମାନୀ ହେବା ହିଁ ଅପମାନ।”
ଅଜୟର ଆଖିରେ ଆଲୋକ ଓ ଅନୁତାପର ମିଶ୍ରଣ ଦେଖାଯାଉଥିଲା। ଜୀବନ ଏହିପରି ଶିକ୍ଷା ଦିଏ ଭାଇ, ଯେଉଁଠି ଶିକ୍ଷକ ନଥାଏ, ସେଠି ଅନୁଭବ ଶିଖାଏ।”
ଜୀବନରେ ସମ୍ପଦ ହେଉଛି ଟଙ୍କା ନୁହେଁ, ମଣିଷତା। ଗରିବ ହେଉ ବା ଧନୀ, ଯିଏ ଭଲପାଇବା ଜାଣେ, ସେଇ ହିଁ ସତେ ଧନୀ ମଣିଷ।
ସେମାନଙ୍କ କାର ଚାଲିଗଲା ପରେ ଲାଗିଲା ମୋତେ ଲାଗିଲା ଆକାଶରେ ଚନ୍ଦ୍ର ଅଲୋକିତ। ମନ ଶାନ୍ତ। ନିଜକୁ ନୂଆ ଭାବେ ଜନ୍ମିତ ପରି ଲାଗିଲା।
ଏହି ଘଟଣାରୁ ଶିଖିବାକୁ ମିଳିଲା
“ଖୁସି ନ ଧନରେ, ନ ପଦରେ, ଖୁସି ଥାଏ ନିଜ ମନର ନିର୍ମଳତା ଓ ଭଲପାଇବାରେ।”
ମୁଁ ମୋର ଖାଦ୍ୟ ପ୍ୟାକିଙ୍ଗ କରି ସାରି ଘରକୁ ଫେରିବା ବାଟରେ ପୁଣି ଭାବି ଭାବି ଭାବୁଥିଲି :- ପ୍ରକୃତରେ ଖୁସି କେଉଁଠି ଥାଏ ଧନରେ ନା ମନରେ ନା ଗର୍ବରେ ନା ସ୍ୱାଭିମାନରେ....
