STORYMIRROR

ଉମା ଶଙ୍କର ମାଝୀ

Children Stories Inspirational Thriller

4  

ଉମା ଶଙ୍କର ମାଝୀ

Children Stories Inspirational Thriller

ଅପେକ୍ଷା

ଅପେକ୍ଷା

3 mins
6


  ରାଜୁର ବାପା ଯେବେ ଜିଲ୍ଲାସ୍ତରରେ ତାଙ୍କ ପୁଅ ମାଟ୍ରିକ ପରୀକ୍ଷାରେ ପ୍ରଥମ ହେଲା ସେ ଗାଁ ସାରା ବୁଲି ସମସ୍ତଙ୍କୁ କହୁଥିଲେ ଦେଖ ମୋ ପୁଅ କେମିତି ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ହୋଇଛି l କାହାର ପୁଅ ମୋ ପୁଅ ପରି ହୋଇପାରିବ ?


 ତାଙ୍କୁ କେହି କିଛି କୁହନ୍ତିନି l ସେ ନିଜ କିମ୍ବା ନିଜ ପୁଅର ପ୍ରଶଂସାଠାରୁ ଅନ୍ୟକୁ ନିଜଠାରୁ କେତେହୀନ ଦେଖେଇବାର ପ୍ରଚେଷ୍ଟା ସୁଯୋଗ ମିଳିଲେ ହାତଛଡା କରନ୍ତିନି ସମସ୍ତେ ଜାଣନ୍ତି l ଏମିତି ଅନେକ ଥର ଘଟିଛି l


ରାଜୁ ଛୋଟ ଥିବା ସମୟରୁ ହିଁ ତାହାର ପ୍ରଶଂସା କରନ୍ତି ଆଉ ଗାଁର ସମସ୍ତଙ୍କ ପୁଅଝିଅକୁ ଅପାରଗ, ମୂର୍ଖ ବୋଲି ତାତ୍ସଲ୍ୟ କରନ୍ତି l 


ରାଜୁର ଘରକୁ ଛାଡି ଅମିତର ଘର l ନିଜ ଗରିବ ବିଧବା ମାଆ ସହ ରୁହେ l ଦୁଇବର୍ଷ ତଳେ ଅମିତର ବାପାଙ୍କ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି l ଅମିତର ବାପା ବହୁତ ଭଲ ଥିଲେ ବୋଲି ସମସ୍ତେ କୁହନ୍ତି l ପିତାଙ୍କ ମୃତ୍ୟୁପରେ ତାଙ୍କର ଘରର ଆର୍ଥିକ ଅବସ୍ଥା ଭଲ ନାହିଁ l କିନ୍ତୁ ଉଭୟ ମାଆ ଆଉ ପୁଅ ଅମିତର ବାପାଙ୍କ ପରି ପରୋପକାରୀ ଗୁଣ ଯୋଗୁଁ ଗାଁର ସମସ୍ତେ ଭଲ ପାଆନ୍ତି l


ରାଜୁର ବାପା ରମାକାନ୍ତ ଭାବିଲେ ଚାଲ ଟିକିଏ ବୁଢ଼ୀ ଆଉ ତାହାର ପୁଅକୁ ଅପମାନ ଦେଇ କହିବା ଯେ କେମିତି ମାଟ୍ରିକ ପରୀକ୍ଷାରେ ମୋ ପୁଅ ଜିଲ୍ଲାସ୍ତରରେ ପ୍ରଥମ ହୋଇଛି l 


ଅମିତର ମାଆକୁ ଦେଖି ରମାକାନ୍ତ ବାବୁ କହିଲେ :- ଦେଖ ଆଜି ମୋର ପୁଅ ମାଟ୍ରିକରେ ଆମ ଜିଲ୍ଲାରେ ପ୍ରଥମ ହୋଇଛି ଆଉ ତୁମ ପୁଅ ଅମିତ ମାତ୍ର ସେକେଣ୍ଡ କ୍ଳାସ ପାଇଛି l 

ତାହାର ଭବିଷ୍ୟତ କଣ ହେବ ?


ଅମିତର ମାଆ କହିଲେ - ରମାକାନ୍ତ ବାବୁ ଆପଣଙ୍କ ପୁଅ ଜିଲ୍ଲା ସ୍ତରରେ ମାଟ୍ରିକ ପରୀକ୍ଷାରେ ପ୍ରଥମ ହୋଇଛି ଶୁଣି ବହୁତ ଖୁସି ଲାଗିଲା l 

କିନ୍ତୁ ଆପଣ ନିଜ ପୁଅର ସଫଳତାରେ ଏତେ ହର୍ଷଉଲ୍ଲାସ ରେ ମାତିଛନ୍ତି ଯେ ଗାଁ ସାରାର ପଢ଼ୁଥିବା ପୁଅଝିଅ ମାନଙ୍କୁ ଅତି ହୀନ ଦୃଷ୍ଟିରେ ଦେଖୁଛନ୍ତି l 

ଏହା କିନ୍ତୁ ଠିକ ନୁହେଁ l ସମୟ ଆଉ ସ୍ରୋତ କାହାକୁ ଅପେକ୍ଷା କରେନାହି ଆଉ ଠିକ ସମୟରେ ଠିକ ଠିକଣାସ୍ଥଳ ରେ ଜବାବ ଦିଏ l


ରମାକାନ୍ତ ବାବୁ କହିଲେ :- ଛାଡ଼ ମୋ ପୁଅପରି କିଏ ହୋଇପାରିବ ଦେଖିବ ସମୟ ଆସିବ ମୋ ପୁଅ ଏମିତି ଉନ୍ନତି କରିବଯେ ତୁମେମାନେ ଗାଁ ସାରା ଲୋକେ ଦେଖୁଥିବ l ମୋ ପୁଅକୁ କେହି ପାଠରେ କି ଅନ୍ୟ କୌଣସି ଗୁଣରେ ଟପି ପାରିବେ ନାହିଁ l


ଏହା ଭିତରେ ସମୟ ବିତି ଯାଇଛି l 

ଆଜି ଯୁକ୍ତଦୁଇ ବିଜ୍ଞାନ ନେଇ ଉଭୟ ରାଜୁ ଆଉ ଅମିତ ଗୋଟିଏ କଲେଜ ରେ ପଢ଼ିଛନ୍ତି l


ଆଉ ଆଜି ଯୁକ୍ତ ଦୁଇ ଫଳାଫଳ ପ୍ରକାଶ ପାଇଛି l ଆଉ ପରୀକ୍ଷା ଫଳାଫଳରେ ରାଜୁ ୨ ପରୀକ୍ଷା ରେ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ଏ

ଅମିତ ରାଜ୍ୟସ୍ତର ରେ ବିଜ୍ଞାନ ଛାତ୍ର ହିସାବରେ ସବୁ ଠାରୁ ଅଧିକ ମାର୍କ ପାଇଁ ରାଜ୍ୟରେ ଟପ୍ପର ହୋଇଛି l 


ଟିଭିରେ ଏହି ଖବର ପ୍ରସାରଣବେଳେ ରମାକାନ୍ତ ବାବୁ ଆଖିକୁ ବିଶ୍ୱାସ କରିପାରୁନାହାନ୍ତି l 


ସତରେ ଏହା କଣ ସମ୍ଭବ l


ଯେଉଁ ଛାତ୍ର ମାଟ୍ରିକ ରେ ମାତ୍ର ସେକେଣ୍ଡ କ୍ଲାସ ରେ ପାସ କରିଥିଲା ସେ ପୁଣି ୨ ବିଜ୍ଞାନରେ ସାରା ରାଜ୍ୟରେ ଟପ୍ପର l 


ଏବେ କେଉଁ ମୁହଁରେ ଗାଁ ଲୋକଙ୍କୁ କହିବେ l


ଗାଁରେ ବିଭିନ୍ନ ଟିଭି ଆଉ ପତ୍ର ପତ୍ରିକାର ସାମ୍ବାଦିକମାନେ ଅମିତର ଇଣ୍ଟରଭିଉ ନେଇ ଯେତେବେଳ ପ୍ରଶ୍ନ ପଚାରୁଛନ୍ତି - ଅମିତ ତୁମେ ତୁମର ସଫଳତା ପାଇଁ 

କାହାକୁ ଶ୍ରେୟ ଦେବ?


ଏମିତି କହିବାକୁ ଆରମ୍ଭ କଲା :- ମୋ ସଫଳତା ପାଇଁ ମୋ ମାଆ, ମୋ କଲେଜର ଅଧ୍ୟାପକଗଣ,ଆମ ଗ୍ରାମର ସମସ୍ତ ଜନସାଧାରଣ ତଥା ମୋର ପ୍ରିୟ ବନ୍ଧୁ ରାଜୁଙ୍କ ବାପା ରମାକାନ୍ତ ବାବୁଙ୍କ ଆଶୀଷ ମୋତେ ପରିଶ୍ରମ କରିବା ପାଇଁ ପ୍ରେରଣା ଦେଇଛି ଯେ କିଏ କାହାଠାରୁ କୌଣସି ଗୁଣରେ କମ ନୁହଁନ୍ତି l ତେଣୁ କାହାକୁ ଆମେ ହୀନ ବିବେଚନା କରିବା ଉଚିତ l 


ପରିବେଶ ଆଉ ପରିସ୍ଥିତି ହିଁ ସଂଘର୍ଷ କରି ଆଗକୁ ବଢ଼ିବାକୁ ଆଉ କଠିନ ପରିଶ୍ରମ କରିବାକୁ ହୃଦୟରୁ ଆହ୍ୱାନ ଦିଏ l "


ଟିଭିର ପରଦାରେ ଦେଖାଯାଉଥିବା ଏହି ଅମିତର ସାକ୍ଷାତକାର କୁ ଦେଖି ରମାକାନ୍ତ ବାବୁଙ୍କ ରାଜୁର ମାଆଙ୍କ କଥା ମନେପଡ଼ିଥିଲା :-


  ଅପେକ୍ଷାର ଫଳ ସଦାସର୍ବଦା ମିଠା ହୋଇଥାଏ l





Rate this content
Log in