ଶିଶୁ ଦିବସ ରେ କଥା ଦି ପଦ
ଶିଶୁ ଦିବସ ରେ କଥା ଦି ପଦ
ମୋ ପ୍ରିୟ ର ଛାତ୍ରଛାତ୍ରୀ ମାନେ ,
ତୁମ ମାନଙ୍କୁ ପବିତ୍ର ଶିଶୁ ଦିବସ ର ଅଭିନନ୍ଦନ l ପ୍ରତିବର୍ଷ ନଭେମ୍ବର ମାସ 14 ତାରିଖ କୁ ସାରା ଭାରତ ରେ ଶିଶୁ ଦିବସ ରୂପରେ ପାଳନ କରାଯାଏ l
ପିଲା ମାନେ ତୁମେ ମାନେ ହେଉଛ ଦେଶ ର ଭବିଷ୍ୟତ l ଆଉ ତୁମ ମାନଙ୍କ ପରିଶ୍ରମ ବଳରେ ତୁମେ ନିଜେ ଆଗକୁ ବଢ଼ିବା ସହିତ ନିଜ,ନିଜ ପରିବାର ତଥା ଆମ ରାଜ୍ୟ ଓ ଦେଶ ର ନାମ କୁ ଗୌରବାନ୍ୱିତ କରିପାରିବ l
ପିଲା ମାନେ ଛାତ୍ର ଜୀବନ ହେଉଛି ନିଜକୁ ତିଆରି କରିବାର ସମୟ l ଆଉ ଯେଉଁ ଛାତ୍ରଛାତ୍ରୀ ନିଜ ଜୀବନର ଏହି ସମୟ କୁ ଠିକ ଭାବରେ ଉପଯୋଗ କରି ପାରିବ ତାହାର ଭବିଷ୍ୟତ ଉଜ୍ଜ୍ୱଳମୟ ଏଥିରେ ସନ୍ଦେହ ନାହିଁ l
ମୋ ପ୍ରିୟ ଛାତ୍ରଛାତ୍ରୀ ମାନେ ଆଜିର ଶିଶୁ ଦିବସ ଅବସର ରେ ତୁମ ମାନଙ୍କୁ କିଛି କହିବାକୁ ଚାହେଁ ଆଶା ସେହି କଥା କୁ ତୁମେ ମାନେ ଜୀବନ ରେ ନିଶ୍ଚୟ ଗ୍ରହଣ କରି ନିଜକୁ ଉପଯୁକ୍ତ ହିସାବରେ ଗଢ଼ିତୋଳିବ l
ପିଲାମାନେ ଆମକୁ ଆମ ପିତାମାତା ମାନେ ପାଞ୍ଚ ବର୍ଷ ପୁରିଗଲା ପରେ ବିଦ୍ୟା ଅଧ୍ୟୟନ ପାଇଁ ବିଦ୍ୟାଳୟ କୁ ପଠାନ୍ତି l
ଆଉ ସେଥିରୁ ଆମ ବିଦ୍ୟା ଅଧ୍ୟୟନ ର ଅୟ ଆରମ୍ଭ ହୁଏ ଯାହା
ମହା ବିଦ୍ୟାଳୟ,ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ ଏହି ପଢ଼ିବା ଆଉ ଶିଖିବା ଧାରା ଜାରି ଥାଏ l
ପ୍ରଥମେ ଆମେ ବିଦ୍ୟାଳୟ ର ସୁନ୍ଦର ପରିବେଶ ମଧ୍ୟରେ ଆମେ ଆମ ଶିକ୍ଷକ ଙ୍କ ପ୍ରେରଣା ରେ ଆଗକୁ ଭଲ ପାଠପଢ଼ି ନିଜକୁ ଉପଯୁକ୍ତ କରି ଗଢ଼ି ତୋଳିବାର ତାଲିମ ରେ ନିଜକୁ ସାମିଲ କରୁ କହିଲେ କିଛି ଭୁଲ ହେବ ନାହିଁ l
ପିଲା ମାନେ ତୁମ ମାନଙ୍କୁ ଆଗକୁ ଯିବାକୁ ହେଲେ ଛାତ୍ର ଜୀବନରେ କେତୋଟି କଥା ଉପରେ ଧ୍ୟାନ ଦେବାକୁ ହେବ l ଆଉ ସେହି ବିଷୟରେ ତୁମ ମାନଙ୍କ ସମ୍ମୁଖରେ ତାହା ମୁଁ ଉପସ୍ଥାପନା କରୁଛି l
କଥାରେ ଅଛି :- ଯାହା ନ ହୋଇଛି ବାଲ୍ୟ କଲେ.. ତାହା କି ହେବ ହେବ ପାଚିଲା ବେଳେ....
ଅର୍ଥାତ ପିଲା ମାନେ ତୁମ ମାନଙ୍କୁ ଛାତ୍ର ଜୀବନରୁ ହିଁ ନିଜକୁ ପ୍ରସ୍ତୁତ କରିବାକୁ ପଡିବ l ଆଉ ଉପଯୁକ୍ତ ପ୍ରସ୍ତୁତି ପାଇଁ ନିଜକୁ ସେପରି ହିସାବରେ ଗଢ଼ିବାକୁ ହେବ l ଛାତ୍ର ଜୀବନ ସମୟ ଗତ ହେଲା ପରେ ଆଉ ଫେରି ଆସିବ ନାହିଁ କେବଳ ପଶ୍ଚାତାପ ହିଁ ସାର ହେବ l ପିଲା ମାନେ ତୁମକୁ ଛାତ୍ର ଜୀବନ ରେ ପାଞ୍ଚଟି
କଥା ପ୍ରତି ଗୁରୁତ୍ୱ ଦେବାକୁ ପଡିବ l ସେ ଗୁଡିକ ହେଲା :-
1. ସମୟାନୁବର୍ତ୍ତିତା
ପିଲା ମାନେ ତୁମେ ମାନେ ଯେତେଦୂର ସମ୍ଭବ ଯେଉଁ ସମୟରେ ଯେଉଁ କାମ ତୁମକୁ ଦିଆଯାଇଛି ସେହି କାମ ତୁମେ ସମ୍ପୂର୍ଣ୍ଣ କରିବାକୁ ପ୍ରଚେଷ୍ଟା କର l କାରଣ ସମୟ ସହ ତାଳ ଦେଇ ଚାଲିଲେ ହିଁ ସଫଳତା ର ପୁଞ୍ଜି କୁ ଏକାଠି କରିପାରିବ l
ତେଣୁ କୁହନ୍ତି - Time management is life management.
2.ସହଯୋଗ ମନୋବୃତ୍ତି
ପିଲା ମାନେ ଛାତ୍ର ଜୀବନ ରୁ ତୁମେ ମାନେ ସାହାଯ୍ୟ ସହଯୋଗ ମନୋବୃତ୍ତି କୁ ଆପଣେଇ ନିଅ l ବୟସ ରେ କେହି ଆମଠାରୁ ସାନ ହେଉ କିମ୍ବା ବଡ ହେଉ ଯଦି କିଛି ସାହାଯ୍ୟ କରିବାର ଅବସର ମିଳିଲା ତେବେ କେବେ ବି ହାତ ଛଡ଼ା କରନାହି l ବର୍ତ୍ତମାନ ସମୟରେ ସାହାଯ୍ୟ ସହଯୋଗ ର ମନୋବୃତ୍ତି ବହୁତ କମ ଦେଖିବାକୁ ମିଳେ l ଆଉ ଏହି ସହଯୋଗ ମନୋବୃତ୍ତି ସୁନ୍ଦର ଗୁଣ ଯାହା ପାଖରେ ଥାଏ ତାହା ନିକଟରେ କେବେ ମଧ୍ୟ ଗର୍ବ, ଅହଂକାର ପରି ଦୁର୍ଗୁଣ ଗୁଡିକ ପାଖକୁ ଆସେ ନାହିଁ l ତେଣୁ ଆମ ମନ ଭିତରେ ଏହି ଗୁଣ କୁ ଆହରଣ ପାଇଁ ପ୍ରଯତ୍ନ ପାଇଁ ଚେଷ୍ଟିତ ହେବା l
3. ଶିଖିବା ମନୋବୃତ୍ତି
ପିଲା ମାନେ କଥାରେ ଅଛି :-
"ମନୁଷ୍ୟ ଶିଖିବାର ଆରମ୍ଭ ଜନ୍ମ ରୁ ଆରମ୍ଭ ହୋଇ ମୃତ୍ୟୁ ରେ ଶେଷ ହୁଏ I " ଏହା ପୁରାପୁରି ନିରାଟ ସତ୍ୟ କଥା l ଶ୍ରେଣୀରେ ପାଠପଢ଼ା ହେଉ କିମ୍ବା ଯେ କୌଣସି ବିଷୟରେ ଜାଣିବା ହେଉ ତୁମ ମାନଙ୍କୁ ଶିଖିବା ମନୋବୃତ୍ତି କୁ ଗୁରୁତ୍ୱ ଦେବାକୁ ପଡିବ l ଏହା ଦ୍ୱାରା ତୁମ ମାନଙ୍କ ଦୁଇଟି ଲାଭ ହେବ ତାହା ହେଲା :-
ନୂତନ ଜ୍ଞାନ ଆହରଣ କରିବ ଓ ନିଜ ଭିତରେ ଥିବା କୁଅଭ୍ୟାସ ତ୍ୟାଗ କରିବ l
ଗଙ୍ଗାଧର ମେହେର କହିଛନ୍ତି :-
ଯା'ଠାରୁ ଯେ ବେଶୀ ଜାଣେ ଗୁରୁ ସେ ତାହାର,
ପାଇବାକୁ ଯୋଗ୍ୟ ସେହି ଗୁରୁ ବ୍ୟବହାର l
ଯଦି କିଏ କୌଣସି ବିଷୟରେ ଆମଠାରୁ ଅଧିକ ଜାଣିଛି ତାଙ୍କ ଠାରୁ ନୂତନ ଜ୍ଞାନ ଗ୍ରହଣ ରେ କିଛି ଅସୁବିଧା ନାହିଁ l
ତେଣୁ କୁହାଯାଏ :- learning is life.
ଏ ପରିପ୍ରେକ୍ଷୀ ରେ ଗୋଟିଏ ସୁନ୍ଦର କଥା ମନେ ପଡ଼େ :-
"ଆମେ ଆମ ଜୀବନ ରେ ମାଛି ନ ହୋଇ ମହୁମାଛି ହେବା, ଘା ରେ ନ ବସି ଫୁଲ ରେ ବସିବା I "
ଆମ ଶିଖିବା ଗୁଣ ମନ୍ଦ ଗୁଣ ପରିତ୍ୟାଗ କରି ଭଲ ଗୁଣ ଗ୍ରହଣ କରିବା ଜୀବନ ର ଲକ୍ଷ୍ୟ ହେଉ l
4.ଶୃଙ୍ଖଳିତ ଜୀବନ
ଛାତ୍ର ଜୀବନ ହେଉଛି ଶୃଙ୍ଖଳିତ ଜୀବନ ର ବଞ୍ଚିବାର ପ୍ରଥମ ସିଡ଼ି I ପିଲାମାନେ ଆମ ଜୀବନ ସେତେବେଳେ ସରସ ଆଉ ସୁନ୍ଦର ହୁଏ ଯେତେବେଳେ ଆମେ ଜୀବନରେ ଶୃଙ୍ଖଳା ର ଗୁରୁତ୍ୱ କୁ ଅନୁଭବ କରୁ l ଶୃଙ୍ଖଳା ର ଅର୍ଥ କୌଣସି ବାଧା ନ ଦେଇ ଠିକ ନୀତି ହିସାବରେ କମ କରିବା l ଆମ ଶୃଙ୍ଖଳିତ ଜୀବନ ର ତାଲିମ ବିଦ୍ୟାଳୟ ରୁ ଆରମ୍ଭ ହୁଏ I ବିଦ୍ୟାଲୟ ରେ ଧାଡ଼ି ବାନ୍ଧି ଯିବା, ଶ୍ରେଣୀ ପ୍ରକୋଷ୍ଠ ରେ ଶିକ୍ଷକ ପଢ଼ାଉଥିବା ସମୟରେ ନୀରବତା ଅବଲମ୍ବନ କରିବା,କୌଣସି ବିଷୟ ଅବୁଝା ହେଲେ ନମ୍ର ସହକାରେ ପଚାରିବା,ବୟସ ରୁ ଛୋଟ ପିଲା ମାନଙ୍କୁ ହଇରାଣ ନ କରି ବଡ଼ ଭାଇ ଭଉଣୀ ପରି ସାହାଯ୍ୟ କରିବା,ଶ୍ରେଣୀ କୋଠରୀ ବାହାରେ ସମସ୍ତେ ସଜେଇ ଚପଲ ରଖିବା, ବିଦ୍ୟାଳୟ ରେ ପ୍ରାର୍ଥନା ବେଳେ ନୀତି ନିୟମ ପାଳନ ପୂର୍ବକ କାର୍ଯ୍ୟ କରିବା, ଶ୍ରେଣୀ କୋଠରୀ କୁ ତଥା ନିଜ କୋଠରୀ କୁ ସଫା ରଖିବା ଏହିସବୁ ଆମ ଶୃଙ୍ଖଳିତ ଜୀବନ ର ଅଂଶ ବିଶେଷ l ସେଠି ପାଇଁ କୁହାଯାଏ :-
A dicipline life is Always best life.without dicipline life like Empty.
5. କଠିନ ପରିଶ୍ରମ ଓ ସଂଘର୍ଷ
ପିଲା ମାନେ ବର୍ତ୍ତମାନ ଅଧିକାଂଶ ଛାତ୍ରଛାତ୍ରୀ ବା ଲୋକଙ୍କ ହେଉ ଲକ୍ଷ୍ୟ ରହୁଛି ବିନା ପରିଶ୍ରମ ବା କମ ପରିଶ୍ରମ ରେ ଅଧିକ ସଫଳତା ଲାଭ କରିବା l କିନ୍ତୁ ମନେରଖ ପିଲା ମାନେ ନିଜକୁ ସଫଳତା ଲାଭ କରିବାର ଅଛିତ କେବଳ କଠିନ ପରିଶ୍ରମ ଛଡ଼ା ଅନ୍ୟ ବିକଳ୍ପ କିଛି ନାହିଁ l ସେଠି ପାଇଁ କୁହାଯାଏ :-
Hardwork and Struggle is keys of
Success.
ପରିଶ୍ରମ କଲେ ସବୁ କିଛି ସମ୍ଭବ l ଅସମ୍ଭବ ବୋଲି ଶବ୍ଦ ଦୁନିଆରେ କିଛି ନାହିଁ l ନେପୋଲିଅନ ବୋନାପର୍ଟ କହିଥିଲେ :-
Impossible is a word only found is foolish dictionary.
ଅସମ୍ଭବ ଶବ୍ଦ କେବଳ ବୋକା ମାନଙ୍କ ଅଭିଧାନରେ ଶୋଭା ପାଏ I
ଗୋଟିଏ ପଦରେ କଥା କହିଲେ Impossible re ହିଁ possible ଲୁଚି ରହିଛି I
Impossible:-- I'm possible
ଗୋଟିଏ ସୁନ୍ଦର କଥା ମନେ ପଡ଼େ I କିଛି ଭାରତୀୟ କେନିଆ ଦେଶ କୁ ବୁଲିଯାଇଥିଲେ I ସେମାନେ ଦେଖିଲେ ଜଣେ ସତୁରୀ ବର୍ଷ ର ବୁଢ଼ୀ ଗୋଟିଏ ଗାଈ ଗୁହାଳ ରୁ ଗୋଟିଏ ବଡ଼ ଷଣ୍ଢ କୁ ହାତରେ ଉଠେଇ ବାହାରକୁ ଆଣିଲେ ଓ କିଛି ସମୟପରେ ପୁଣି ତାହାକୁ ହାତରେ ଉଠେଇ ଗାଈଗୁହାଳ ଭିତରେ ରଖିଦେଲେ I ଏହି ଦୃଶ୍ୟ ଦେଖି ସେଥିକୁ ବୁଲିଯାଇଥିବା ଭାରତୀୟ ବନ୍ଧୁ ମାନେ ବିସ୍ମୟ ହେଲେ ଓ ଏହା କିପରି ସମ୍ଭବ ପଚାରିଲେ I
ସେହି ବୁଢ଼ୀ ମାଆ ଙ୍କ ଉତ୍ତର ଅତି ସୁନ୍ଦର ଥିଲା :- ପିଲା ମାନେ ତୁମ ମାନଙ୍କ ଆଖିରେ ଯାହା ଆଶ୍ଚର୍ଯ୍ୟ ଲାଗୁଛି ସେଥିରେ କିଛି ଆଶ୍ଚର୍ଯ୍ୟ ହେବାର କାରଣ ନାହିଁ l ମୁଁ ବିବାହ ହୋଇ ଆସିଲା ସମୟରୁ ଏହି ଗାଈଗୁହାଳ ସକାଳେ ସଫାକରେ ଭିତରେ ଥିବା
ବାଛୁରୀ କୁ ନିଜ ହାତରେ ଉଠେଇ ବାହାରକୁ ଆଣେ ଓ ସଫା କରିସାରି ପୁଣି ତାକୁ ନେଇ ଗୁହାଳ ରେ ବାନ୍ଧିଦିଏ l ଏମିତି ସେହି ବାଛୁରୀ ବଡ଼ ହୋଇଯାଏ କିନ୍ତୁ ଆଜି ବି ମୋ ପାଇଁ ସେ ବାଛୁରୀ ସହ ସମାନ l ପରିଶ୍ରମ କଲେ କିଛି ବି ଅସମ୍ଭବ ନୁହେଁ l ଯାହା ଆମକୁ ଅସମ୍ଭବ ଲାଗେ ସେଥିରେ ପ୍ରକୃତରେ କଠିନ ପରିଶ୍ରମ ଓ ସଂଘର୍ଷ ର ଅବଦାନ ଲୁଚିଥାଏ l
ଶେଷ କଥା ପିଲା ମାନେ ଅନେକ ସମୟେ ଆମେ ଶିକ୍ଷକ ମାନେ ତୁମ ମାନଙ୍କୁ ତୁମ ଭୁଲ ପାଇଁ ଦଣ୍ଡ ଦେଇଥାଉ ଏପରିକି କିଛି ମନକୁ କଷ୍ଟ ଦେଲାପରି କଥା ବି କହିଥାଉ ତାହା ତୁମ ମାନଙ୍କ ମଧ୍ୟରେ ବେଳେ ବେଳେ ରାଗ ବି ଲାଗୁଥିବ l
ପିଲା ମାନେ ଶିକ୍ଷକ ଶିକ୍ଷୟତ୍ରୀ ଯାହା କରନ୍ତି ଛାତ୍ରଛାତ୍ରୀ ଙ୍କ ଭଲ ପାଇଁ ଏ କଥା ସଦା ମନେରଖିଥିବ I
ପିଲାମାନେ ତୁମେ ଦେଖିଥିବ ଘୋଡା ଦୌଡ ପ୍ରତିଯୋଗିତା ହୁଏ ଓ ପ୍ରତି ଘୋଡା ଉପରେ ଜଣେ ଘୋଡା ସବାରୀ ଥାନ୍ତି l ଆଉ ସେହି ପ୍ରତିଯୋଗିତା ରେ ଯେଉଁ ଘୋଡା ଦୌଡ଼ ରେ ଆଗେ ରହି
ଥାଏ ସେ ଶେଷରେ ବିଜୟୀ ହୁଏ l ଆଉ ସେ ଦୌଡୁ ଥିବା ସମୟରେ ଘୋଡା ଉପରେ ବସିଥିବା ବ୍ୟକ୍ତି ଘୋଡା କୁ ବହୁତ ପିଟିଥାଏ ଓ ଆହୁରି ଜୋରରେ ଦୌଡିବାକୁ କୁହେ l ସେ ସମୟରେ ଘୋଡା ଭାବିପାରେ :-
"ଆରେ ମୁଁ ତ ଦଉଡୁଛି ମୋ ମାଲିକ ମୋତେ କାହିଁ ଏତେ ମାରୁଛି ?
ପ୍ରକୃତ କଥା ହେଲା ଘୋଡା ଉପରେ ବସିଥିବା ବ୍ୟକ୍ତି ଆହୁରି ଘୋଡା କୁ ପରିଶ୍ରମ ପାଇଁ ତାହାକୁ କଷ୍ଟ ଦିଏ ଓ ଶେଷରେ ଘୋଡା ଟି ବିଜୟୀ ହୁଏ l ଆଉ ସେହି ଘୋଡା କୁ ଜିତେଇବା ସେହି ବ୍ୟକ୍ତି ର ପ୍ରକୃତ ମୂଳ ଲକ୍ଷ୍ୟ ଥାଏ l ଯାହା କଠିନ ପରିଶ୍ରମ ଓ ସଂଘର୍ଷ ଯୋଗୁଁ ସମ୍ଭବ ହୁଏ l
ସେ ଯାହା ହେଉ ମୋ ପ୍ରିୟ ଛାତ୍ରଛାତ୍ରୀ ମାନେ ମୁଁ ତୁମ ମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରୁଛି l ତୁମେ ମାନେ ଭଲ ପାଠପଢ଼ି ନିଜ ନାମ, ବାପାମାଆ ନାମ, ଜିଲ୍ଲା, ରାଜ୍ୟ ଓ ଦେଶ ର ନାମ ଉଜ୍ଜ୍ଵଳ କରି ଭଲ ମଣିଷ ଟେ ହୁଅ l
ଈଶ୍ୱର ତୁମ ମାନଙ୍କ ମଙ୍ଗଳ କରନ୍ତୁ I
