STORYMIRROR

Ram Prasad Bisoi

Romance

3  

Ram Prasad Bisoi

Romance

ଗରମ ଚାହା ପିଆଲା

ଗରମ ଚାହା ପିଆଲା

1 min
467

ଗରମ ଚାହା ପିଆଲା ।

ବେଶ ଚମକପ୍ରଦ ଥିଲା

ସେ ଶୀତୁଆ ସକାଳ

ଯେଉଁ ଦିନ ତମେ ଥିଲା ମୁଁ ଥିଲି ତା ସହ ଥିଲା ଦୁଇକପ ଚାହା।

ରାତିର ନିଶା ସେମିତି ଥିଲା ଯେଉଁ ରାତିରେ ଦୁଇଟିପ୍ରାଣ ଦୁଇଟିହୃଦୟ ଏକ ହୋଇଥିଲେ।

ସକାଳୁ ତମ ଲାଜମିଶା ମୁହଁକୁ ଦେଖି ମୁଁ ଢେର ହସିଥିଲି

ତମେ ଚାପ ଗଳାରେ କହି ଚାଲିଥିଲ

ଛି ଦୁଷ୍ଟ ! ଛି ଛି ଦୁଷ୍ଟ କେଉଁଠି କାର ।

ମୁଁ କହିଥିଲି ଏମିତି -

ସୁରକ୍ଷା ତୁମ ସହ ଦୁଷ୍ଟାମି କରିବି ନାହିଁ ତ ଆଉ କାହା ସହ କରିବି।

ତା ପରେ ଜୀବନ ନେଲା ଭିନ୍ନ ମୋଡ଼ ,

ଅତିକ୍ରାନ୍ତ ହୋଇଗଲା ଅନେକ ବର୍ଷ ମାସ ଦିନ ଦଣ୍ଡ ,

ଅନେକ କିଛି ପରିବର୍ତ୍ତନ ହେଇ ଗଲା ।

ବୟସ ଅତି କ୍ରାନ୍ତ ହୋଇ ଷାଠିଏ ରେ ପହଞ୍ଚି ଗଲା,

ପୁଣି ଥରେ ତମ ସହ ଦୁଷ୍ଟାମି କରିବାର ଇଛା

ପ୍ରବଳରୁ ପ୍ରବଳତ୍ତର ହେଇଗଲା।

ହେଲେ,ଆଜି ବାଲକୋନିରେ ସେଇ ଦୁଇଟିଚୌକି

ସେମିତି ଅଛି, ହାତରେ ସେଇ ଖବର କାଗଜ ଓ

ସେଇ ଶୀତୁଆସକାଳର କେବଳ ଦୁଇକପ ଚାହା,ବଦଳରେ ଅଛି ଗୋଟିଏ କପ ।

ଏତେ ତରବର ତମର ଥିଲା ଯଦି ଯିବାର ଟିକେ ଆଗରୁ କହି ନ ଥାନ୍ତ ,

ଦେଖ କେମିତି ନିରୀହ ଶୀତୁଆ ସକାଳଟି ସେମିତି ଚାହିଁ ବସିଛି ତମ ଫେରିବା ରାସ୍ତାକୁ।

ସେ କେମିତି ଜାଣନ୍ତା ଯେ ତମ ଗସ୍ତ ଯେ ଅଫେରନ୍ତା ରାଜ୍ୟକୁ,

ମୁଁ କିନ୍ତୁ ଆଜି ବି ଯୋର ପାଟିରେ ଡାକି ଦିଏ,ଏ ଶୁଣୁଛ! ଚାହଁ ! କପଟି ଥଣ୍ଡା ହେଇଗଲା ଆଉଥରେ ଟିକେ ଗରମ କରି ନେଇ ଆସନ୍ତା ନି ?

ତା ପରେ ମନେପଡେ ତୁମ ତ ନାହଁ, ଆଉ କିଏ ଆଣିଦେବ ଯେ ମୋ ଲାଗି ଅନ୍ୟ ଏକ କପ ଗରମଚାହା ପିଆଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance