Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Ram Prasad Bisoi

Others

2  

Ram Prasad Bisoi

Others

ରିବନ

ରିବନ

4 mins
504


କଜ୍ବଳଗାର ଲଗା ବନ୍ଦ ଆଖିଭିତରୁ ତରବର ହେଇ ଗଡି ଯିବାକୁ ଚାହୁଁ ଥିବା କେଇ ବୁନ୍ଦା ଲୁହ ,ଅମାନିଆ ଫେନିଳ ଧାର ଅତର୍କିତ ଭାବେ ପାହାଡ଼ ଉପରୁ ହସି ଝରି ପଡୁଥିବା ଛାତି ତଳେ ପୁଞ୍ଜିଭୁତ କୋହ,କେତେବେଳେ କି କେଉଁଠି କେମିତି ମିଳି ଯିବ କିଏ ଜଣେ ପୁଣି କରି ଦୂର ନିଜକୁ ନିଜେ ବିଛୁଡି ଯିବ । ଆଖିବନ୍ଧ ନ ଦେଖିପାରୁଥିବା ସେ ଦୁରତା ,ସବୁ ସମ୍ପର୍କ ଡୋର ଛିଣ୍ଡାଇ। କାଲି ଆପଣାର କହୁଥିବା ମଣିଷ ଠାରୁ ଆଖି ବନ୍ଦ ଆଖି ଖୋଲିଲେ ଦିଶୁଥିବ ତା ଚେହେରା କିନ୍ତୁ ସେ ନ ଥିବ ବନି ଯାଇଥିବ ଆଉ କାହାର ବାଟୋଇର ଭୁଲ କେଉଁଠି ସେ ତ ପ୍ରେମ ,ଏକ ଆକସ୍ମିକ ଦୁର୍ଘଟଣା ଏମିତି କଣ ଗୋଟିଏ ପରପୁରୁଷ ଭାବନାରେ ବାନ୍ଧି ହୋଇ ଗଲେ କଣ ନଷ୍ଟ ହୋଇଯାଏ ସତିତ୍ୱ ? କି ସଂକୀର୍ଣ୍ଣ ମାନସିକତା ? ଏ ଭଳି ଦୌରାହୁଥିଲା ତା ସହକର୍ମଣି ନିବେଦିତା କିନ୍ତୁ ଆନମିକା କୁ ଭୋକିଲା ଆଖି ଗୁଡିକୁ ଦେଖିଲେ ଭୟ ଲାଗେ ତା ଦେହ କେମିତି ଲାଜରେ ଜଡ଼ ସଡ଼ ବୁଡ଼ ହୋଇଯାଏ ଏଇତ କାଲି ତା ବନ୍ଧୁ ସାଗର କହୁଥିଲା ଆନମିକା ଆଜିକାଲି ମତେ କଣ ତୁମକୁ ଭେଟିବାକୁ ତୁମ ଅନ୍ଧ ବୁଢା ବାପଙ୍କର ଅନୁମତି ଆଗତୁରା ସାକ୍ଷାତ ପାଇଁ ନେବାକୁ ପଡିବ ।


ମୁଁ ରୋକ ଠୋକ କହି ଦେଇଥିଲି ମୁଁ ତୁମ ଭାବି ପତ୍ନୀ ନୁହେଁ ,ନୁହେଁ ବି ପ୍ରେମିକା ,ତୁମେ ତୁମ ପ୍ରେମିକାକୁ ସେଭଳି ଦୋଷାରୋପ କରିପାରିବ ମୋ ବାପଙ୍କ ମୋ ସମ୍ପର୍କ ଭିନ୍ନ ସ୍ଵାଦରେ ଗଢ଼ା ଏତେଟା ସ୍ୱାର୍ଥପର ହୋଇ ପାରିବି ନାହିଁ ।

ଲହଡି ଯେତେ ଉପରକୁ ଉଠିଲେ ବି ବେଳାଭୂମି ନିକଟରେ ମୁଣ୍ଡ ନୂଆଇଁ ବାକୁ ବାଧ୍ୟ ଦେଖୁନ ଆକାଶ ,ପାଣି ,ମାଟି ସମସ୍ତେ ସମୟ ସହ ନିବନ୍ଧିତ । ମୁଁ ବି ମୋ ବାପାଙ୍କ ସହ ନିବନ୍ଧିତ । ଆଜିଠାରୁ ମତେ ଡାକିବା ବି ଦରକାର ନାହିଁ ଯଦି ମୋ ଅନ୍ଧ ବାପା ତୁମ ପାଇଁ ଏକ ବର୍ଜ୍ୟ ବସ୍ତୁ ସଜନ୍ତି । ଏହା କହି ସେ ଫେରି ଆସିଥିଲା ।


ସେ ଦିନ ଠାରୁ ଆଉ ସାଗର ସହ ବି ଦେଖା ହୋଇନି ।

ପିଲାଟି ଦିନରୁ ମା ଚେଉଁଣ୍ଡ ,ବାପା ବିଳମ୍ବରେ ବିବାହ କରିଥିଲେ ତେଣୁ ବର୍ତ୍ତମାନ ସେ ଚାକରିରୁ ଅବ୍ୟାହତ ନେଇ ସାରିଛନ୍ତି କେବଳ ମୁଁ ଏକା ତାଙ୍କ କଥା ବୁଝିବାକୁ ସ୍ୱଳ୍ପ ବେତନ ତାରି ଭିତରେ ବାପା ଓ ଝିଅ ଆମ ଦୁହିଁଙ୍କ ସଂସାର ।


ବାପା କହନ୍ତି ,ଚେଷ୍ଟା କରିବା ଲୋକ କେବେ ହାରେ ନାହିଁ,ନୌକା ଯଦି ଲହଡିକୁ ଡରିବ ତା ହେଲେ ସେ କେବେ ଦରିଆପାର କରି କୂଳରେ ପହଞ୍ଚି ପାରିବ ନାହିଁ ।

ଘରେ ପହଞ୍ଚିଲି । ଅନ୍ଧାର ବସିଥାନ୍ତି ବାପା,ତାଙ୍କ ପୁରୁଣା ଟାଇପ ମେସିନ ନେଇ । ଘରଟି ସିଗାରେଟ ଧୂଆଁରେ ଭର୍ତ୍ତି,ତାଙ୍କ ପାଇଁ ଅବଶ୍ୟ ଅନ୍ଧାର ଆଲୋକ ଭିତରେ କିଛି ଫରକ ନାହିଁ।


ମୁଁ କହିଲି ବାପା,ଏମିତି ମୁଁ ତୁମ ଠାରୁ ଅଧିକା ଧୁଆଁ ପିଇବାରେ ଅଭ୍ୟସ୍ତ ହେଇଗଲିଣି।

ଆଜିକାଲି ତୁମକୁ ଚାହା କି କଫିର ଫରକ ଜଣା ପଡୁନି ? କେତେଦିନ ଏମିତି ମୁଁ ଦୌଡ଼ ଲଗାଇ ଚାଲିଥିବି । କେତେବେଳେ ହସ୍ପିଟାଲ କେତେବେଳ ଆଉ କୁଆଡେ ନିଜ କାମ ନିଜେ କରିବାର ଶିଖ ।


ରାତିସାରା ତୁମ ଟାଇପ ମେସିନର ଟିକ ଟିକ ଶବ୍ଦ ଯୋଗୁଁ ଶୋଇବି ପାରୁନାହିଁ । ବାପା କହିଲେ ଦେଖ ମାଁ ମୁଁ ଲେଖିଛି କେହି ହେଲେ ଜଣେ ତ କିଣି ବ ମୋ କାହାଣୀ । ମୁଁ ଜାଣେ ବିନା ପଇସାରେ ଚଳିବା କେତେ କଷ୍ଟ । ସେଦିନ ଏମିତି ସେ ବାହାରି ପଡ଼ିଥିଲେ ଏକୁଟିଆ ମିଶିବାକୁ ଜଣେ ନିର୍ଦ୍ଧେଶକଙ୍କୁ ମୁଁ କହିଲି ବାପା ଆଜି ମୋ କଲେଜ କୁ ଯିବା ମନା କଲେ କାରଣ ତାଙ୍କୁ ତାଙ୍କ ପରିଚୟ ସହ ଏମିତି କିଛି ମାଧ୍ୟମ ଦରକାର ହେଲେ ଆଜିକାଲି ପରିଚୟ ନ ଥିବା କଥାକାରଙ୍କୁ କିଏ ସମୟ ଦେଉଛି ତା ପରେ ସେ ଦିନ ହିଁ ବାପାଙ୍କ ଆକ୍ସିଡେଣ୍ଟ ଆଖି ଦୁଇଟି ହରାଇବାକୁ ପଡିଥିଲା ।


ବାପା କହିଲେ ଝିଅ ଦେଖିଲୁ କଣ ଲେଖିଛି ପଡ଼ିଲୁ କେମିତି ହୋଇଛି । ମୁଁ ଗୋଟାଇ ନେଲି ତଳେ ବିଛା ହୋଇ ପଡ଼ିଥିବା କେଇ ଖଣ୍ଡ କାଗଜ ଦେଖିଲି ଏ କଣ ସବୁ ଲେଖା ଅସ୍ପଷ୍ଟ ବାପାଙ୍କୁ କହିଲି ବାପା ତୁମ ଟାଇପ ମେସିନର ରିବନ ସରିଯାଇଛି କେଟ ଥର କହିବି ବାପା ରିବନ ସରିବା ପୂର୍ବରୁ ମତେ କୁହନ୍ତୁ ମୁଁ ନେଇ ଆସିବି ବାପା କହିଲେ ହଁ କୋରସ ରିବନ ନେଇ ଆସିବୁ ମୋ ଭଳି ଏ ଟାଇପ ମେସିନ ବି ଘସରା ହୋଇ ଯାଅଛି ।


ଏଇ କିଛି ଦିନ ହେବ ସେ ଦିନ ତମାମ କେଇ କପ ଚାହା ସିଗାରେଟ ଓ ଟାଇପ ମେସିନର ଟିକ ଟିକ ଶବ୍ଦ ସହ କେବଳ ଜଡିତ ନା ଖାଇବା ନା ଗାଧେଇବା ନା ଅନ୍ୟ କିଛି ନିଜ ଭିତରେ ବୋଧେ ସେ ନିଜ ପରିଚୟ ଯେମିତି ଖୋଜି ଚାଲିଛନ୍ତି ଅବା ନିଜ ଲେଖା ମାଧ୍ୟମରେ ମୁକ୍ତି କିମ୍ବା ଅମରତ୍ୱ ।


ତା ପରଦିନ ଫେରି ଆସିଲି ଟାଇପ ମେସିନରେ ରିବନ ଯୋଡ଼ିଦେଲେ ସଙ୍ଗେ ଆରମ୍ବ ହେଇଗଲା ବାପାଙ୍କ ଟିକଟିକ । ବାପାଙ୍କୁ ପଚାରିଲି ବାପା ସମ୍ପର୍କ କଣ ? ଏମିତି ଭଙ୍ଗା ଗଢ଼ା ଭିତରେ ଚାଲିଥାଏ ।


ସେ କହିଲେ ସେ ଏକ ସମ ପରିମାଣର ମିଶ୍ରଣ ସେଥିରେ ଭାଵ,ଭକ୍ତି,ପ୍ରେମ ଓ ବିଶ୍ୱାସ ଜଡିତ ଯଦି ଏଥିରୁ କୌଣସି ଗୋଟିଏ ର ଭାଗ ମାପ ବିଚ୍ୟୁତ ଘଟେ ସମ୍ପର୍କରେ ଫାଟ ସୃଷ୍ଟି ହୁଏ ।


ତା ପର ଦିନ ମୁଁ ଘରକୁ ଫେରୁ ଫେରୁ ବାପା ହଠାତ ଉଠିଲେ ଆଲୁଅ ଜଳିଦେଲେ ଆଉ କହିଲେ ଏତେ ଦିନ ହେଲା ମୁଁ ଯାହା ଲେଖିବାକୁ ଚାହୁଁ ଥିଲି ଆଜି ଲେଖି ଦେଲି ତୁ ଭାବୁଥିଲୁ ନା ମା ହସ୍ପିଟାଲ ରେ ଶୋଇ ରହି ମୁଁ କଣ କରୁଥିଲି ମୁଁ ସ୍ୱପ୍ନରେ ଗଢି ଚାଲିଥିଲି ମୋ କାହାଣୀର ଚରିତ୍ର ଗୁଡିକୁ ଆଉ ସେଗୁଡିକୁ ଆଜି ଠିକ ରୁପେ ମୋ କାହାଣୀରେ ରୂପ ଦେଇଛି ତୁ ପଢ଼ିନେ ମା ଆଉ ତତେ ସୁବିଧା ହେବ ବୋଲି ଆଲୁଅ ଜଳିଦେଲି ଜଣେ ନିଶ୍ଚୟ ମୋ କାହାଣୀକୁ କିଣି ନେବ ଆମର ସମସ୍ତ ଅସୁବିଧା ଦୂର ହେବ ଓ ମତେ ବି ଗୋଟିଏ ପରିଚୟ ମିଳି ଯିବ ଯେଉଁ ପରିଚୟକୁ ମୁଁ ଏ ଯାବତ ଖୋଜି ଚାଲିଛି ।


ଆନମିକା ଦେଖିଲେ ଟାଇପ ମେସିନରୁ ବାହାରି ଗୁଡ଼ାଏ ଧଳା କାଗଜ ଏପଟେ ସେପଟେ ଚଟାଣରେ ପଡିଛି ଓ ଟାଇପ ମେସିନର ରିବନଟି ଛିଣ୍ଡି ଝୁଲୁଛି ମୋ ପାଟିରୁ ବାହାରି ପଡ଼ିଲା ଓଃ ରିବନ ବାପ କହିଲେ ହଁ କୋରସ ରିବନ ।



Rate this content
Log in