Ram Prasad Bisoi

Others


3  

Ram Prasad Bisoi

Others


ରିବନ

ରିବନ

4 mins 287 4 mins 287

କଜ୍ବଳଗାର ଲଗା ବନ୍ଦ ଆଖିଭିତରୁ ତରବର ହେଇ ଗଡି ଯିବାକୁ ଚାହୁଁ ଥିବା କେଇ ବୁନ୍ଦା ଲୁହ ,ଅମାନିଆ ଫେନିଳ ଧାର ଅତର୍କିତ ଭାବେ ପାହାଡ଼ ଉପରୁ ହସି ଝରି ପଡୁଥିବା ଛାତି ତଳେ ପୁଞ୍ଜିଭୁତ କୋହ,

କେତେବେଳେ କି କେଉଁଠି କେମିତି ମିଳି ଯିବ କିଏ ଜ।ଣେ ! ଆଖି ନ ଦେଖିପାରୁଥିବା ସେ ଦୁରତା ,ସବୁ ସମ୍ପର୍କ ଡୋର ଛିଣ୍ଡାଇଛି ସେ । କାଲି ଆପଣାର କହୁଥିବା ମଣିଷ ଠାରୁ ଆଖି ବନ୍ଦ କରି ଆଖି ଖୋଲିଲେ ଦିଶୁଥିବ ତା ଚେହେରା । କିନ୍ତୁ ସେ ନ ଥିବ ବନି ଯାଇଥିବ ଆଉ କାହାର । ବାଟୋଇର ଭୁଲ କେଉଁଠି ! ଏକ ଆକସ୍ମିକ ଦୁର୍ଘଟଣାରେ ଏମିତି ଗୋଟିଏ ପରପୁରୁଷ ଭାବନାରେ ବାନ୍ଧି ହୋଇ ଗଲେ କଣ ନଷ୍ଟ ହୋଇଯାଏ ସତିତ୍ୱ ? କି ସଂକୀର୍ଣ୍ଣ ମାନସିକତା ? ଏ ଭଳି ଦୋହରାଉଥିଲା ତା ସହକର୍ମଣି ନିବେଦିତା ।

କିନ୍ତୁ ଆନମିକାର ଭୋକିଲା ଆଖି ଗୁଡିକୁ ଦେଖିଲେ ଭୟ ଲାଗେ । ତା ଦେହ କେମିତି ଲାଜରେ ଜଡ଼ ସଡ଼ ହୋଇଯାଏ । ଏଇତ କାଲି ତା ବନ୍ଧୁ ସାଗର କହୁଥିଲା -" ଆନମିକା ଆଜିକାଲି କଣ ତୁମକୁ ଭେଟିବାକୁ ତୁମ ଅନ୍ଧ ବୁଢା ବାପଙ୍କର ଅନୁମତି ଆବଶ୍ୟକ । ଆଗତୁରା ସାକ୍ଷାତ ପାଇଁ ଅନୁମତି ନେବାକୁ ପଡିବ"। ସେ କାଳେ ରୋକ ଠୋକ କହି ଦେଇଥିଲ। -" ତୁମ ଭାବି ପତ୍ନୀ ନୁହେଁ ,ନୁହେଁ ବି ପ୍ରେମିକା ,ତୁମେ ତୁମ ପ୍ରେମିକାକୁ ସେଭଳି ଦୋଷାରୋପ କରିପାରିବ ମୋ ବାପଙ୍କ ମୋ ସମ୍ପର୍କ ଭିନ୍ନ ସ୍ଵାଦରେ ଗଢ଼ା ଏତେଟା ସ୍ୱାର୍ଥପର ହୋଇ ପାରିବି ନାହିଁ ।" ଲହଡି ଯେତେ ଉପରକୁ ଉଠିଲେ ବି ବେଳାଭୂମି ନିକଟରେ ମୁଣ୍ଡ ନୂଆଇଁବାକୁ ବାଧ୍ୟ । ଆକାଶ ,ପାଣି ,ମାଟି ସମସ୍ତେ ନିବନ୍ଧିତ ସମୟ ସହ । ଯଦି ଅନ୍ଧ ବାପା ତୁମ ପାଇଁ ଏକ ବର୍ଜ୍ୟ ବସ୍ତୁ ସଜନ୍ତି । ତାହା ତ ଅକ୍ଷମଣୀୟ ।ଏହା କହି ସେ ଫେରି ଆସିଥିଲା ସେ ଦିନ ଠାରୁ ଆଉ ସାଗର ସହ ବି ଦେଖା ହୋଇନି ।

ପିଲାଟି ଦିନରୁ ମା ଚେଉଁଣ୍ଡ ,ବାପା ବିଳମ୍ବରେ ବିବାହ କରିଥିଲେ ତେଣୁ ବର୍ତ୍ତମାନ ସେ ଚାକରି ରୁ ଅବ୍ୟାହତ ନେଇ ସାରିଛନ୍ତି କେବଳ ଏକା ତାଙ୍କ କଥା ବୁଝିବାକୁ ସ୍ୱଳ୍ପ ବେତନ ତାରି ଭିତରେ ବାପା ଓ ଝିଅଙ୍କ ସଂସାର ।

ବାପା କହନ୍ତି ଚେଷ୍ଠା କରିବା ଲୋକ କେବେ ହାରେ ନାହିଁ,ନୌକା ଯଦି ଲହଡିକୁ ଡରିବ ତା ହେଲେ ସେ କେବେ ଦାରିଆପାର କରି କୂଳରେ ପହଞ୍ଚି ପାରିବ ନାହିଁ ।

ଘରେ ପହଞ୍ଚିଲି ଅନ୍ଧାର ବସିଥାନ୍ତି ବାପା,ତାଙ୍କ ପୁରୁଣା ଟାଇପ ମେସିନ ନେଇ । ଘରଟି ଅନ୍ଧାର,ସିଗାରେଟ ଧୂଆଁରେ ଭର୍ତ୍ତି ,ତାଙ୍କ ପାଇଁ ଅବଶ୍ୟ ଅନ୍ଧାର ଆଲୋକ ଭିତରେ କିଛି ଫରକ ନାହିଁ । ଝିଅ ପଚାରିଲା - "ବାପ ଏମିତି ମୁଁ ତୁମ ଠାରୁ ଅଧିକା ଧୁଆଁ ପିଇବାରେ ଅଭ୍ୟସ୍ତ ହେଇଗଲିଣି । ଆଜିକାଲି ତୁମକୁ ଚାହା କି କଫିର ଫରକ ଜଣ। ପଡୁନି । କେତେଦିନ ଏମିତି ମୁଁ ଦୌଡ଼ ଲଗାଇ ଚାଲିଥିବି । କେତେବେଳେ ହସ୍ପିଟାଲ କେତେବେଳ ଆଉ କୁଆଡେ ନିଜ କାମ ନିଜେ କରିବାର ଶିଖ । ରାତି ସାରା ତୁମ ଟାଇପ ମେସିନର ଟିକ ଟିକ ଶବ୍ଧ ଶୋଇ ବି ପାରୁନାହିଁ ।"

ବାପା କହିଲେ - "ଦେଖ ମାଁ ! ମୁଁ ଲେଖିଛି କେହି ହେଲେ ଜଣେ ତ କିଣିବ ମୋ କାହାଣୀ । ମୁଁ ଜାଣେ ବିନା ପଇସାରେ ଚଳିବା କେତେ କଷ୍ଠ । " ଏଇକ୍ରମରେ ସେଦିନ ଏମିତି ସେ ବାହାରି ପଡ଼ିଥିଲେ ଏକୁଟିଆ ମିଶିବାକୁ ଜଣେ ନିର୍ଦ୍ଧେଶକଙ୍କୁ । ମନା କରିବା ସତ୍ବେ ଶୁଣିଲେନି କିଛି ।

ତାପରେ ସେ ଦିନ ହିଁ ବାପାଙ୍କ ଆକ୍ସିଡେଣ୍ଟ ଆଖି ଦୁଇଟି ହରାଇବାକୁ ପଡିଥିଲା ।

ଘରେ ପଶୁ ପଶୁ ବାପା କହିଲେ ଝିଅ ଦେଖିଲୁ କଣ ଲେଖିଛି ପଢିଲୁ କେମିତି ହୋଇଛି ।ତଳେ ବିଛା ହୋଇ ପଡ଼ିଥିଲା କେଇ ଖଣ୍ଡ କାଗଜ । ଏ କଣ ସବୁ ଲେଖା ଅସ୍ପଷ୍ଠ । ଝିଅ କହିଲ। - ବାପା ତୁମ ଟାଇପ ମେସିନର ରିବନ ସରିଯାଇଛି କେତେ ଥର କହିବି ବାପା ରିବନ ସରିବା ପୂର୍ବରୁ ମତେ କୁହନ୍ତୁ ମୁଁ ନେଇ ଆସିବି ।

ବାପା କହିଲେ - ହଁ କୋରସ ରିବନ ନେଇ ଆସିବୁ ମୋ ଭଳି ଏ ଟାଇପ ମେସିନ ବି ଘସରା ହୋଇ ଯାଅଛି ।

ଏଇ କିଛି ଦିନ ହେବ ସେ ଦିନ ତମାମ କେଇ କପ ଚାହା ସିଗାରେଟ ଓ ଟାଇପ ମେସିନର ଟିକ ଟିକ ଶବ୍ଧ ସହ କେବଳ ଜଡିତ । ନା ଖାଇବା ନା ଗାଧେଇବା ନା ଅନ୍ୟ କିଛି । ନିଜ ଭିତରେ ବୋଧେ ସେ ନିଜ ପରିଚୟ ଯେମିତି ଖୋଜି ଚାଲିଛନ୍ତି ।

ତା ପରଦିନ ଫେରି ଟାଇପ ମେସିନରେ ରିବନ ଯୋଡ଼ିଦେବ। ସଙ୍ଗେ ଆରମ୍ଭ ହେଇଗଲା ବାପାଙ୍କ ପୁଣି ଟିକଟିକ ।

" ବାପା ସମ୍ପର୍କ କଣ ? "

ସେ କହିଲେ -" ସେ ଏକ ସମ ପରିମାଣର ମିଶ୍ରଣ ସେଥିରେ ଭାଵ,ଭକ୍ତି,ପ୍ରେମ ଓ ବିଶ୍ୱାସ ଜଡିତ ଯଦି ଏଥିରୁ କୌଣସି ଗୋଟିଏ ର ଭାଗ ମାପ ବିଚ୍ୟୁତ ଘଟେ ସମ୍ପର୍କରେ ଫାଟସୃଷ୍ଟି ହୁଏ" ।

ତା ପର ଦିନ ଘରକୁ ଫେରୁ ଫେରୁ ବାପା ହଠାତ ଉଠିଲେ ଆଲୁଅ ଜଳିଦେଲେ ଆଉ କହିଲେ ଏତେ ଦିନ ହେଲା ମୁଁ ଯାହା ଲେଖିବାକୁ ଚାହୁଁ ଥିଲି ଆଜି ଲେଖି ଦେଲି ତୁ ଭାବୁଥିଲୁ ନା ମା ହସ୍ପିଟାଲ ରେ ଶୋଇ ରହି ମୁଁ କଣ କରୁଥିଲି ମୁଁ ସ୍ୱପ୍ନରେ ଗଢି ଚାଲିଥିଲି ମୋ କାହାଣୀର ଚରିତ୍ର ଗୁଡିକୁ । ଆଉ ସେଗୁଡିକୁ ଆଜି ଠିକ ରୁପେ ମୋ କାହାଣୀରେ ରୂପ ଦେଇଛି । ତୁ ପଢ଼ିନେ ମା । ଆଉ ତତେ ସୁବିଧା ହେବ ବୋଲି ଆଲୁଅ ଜଳିଦେଲି । ଜଣେ ନିଶ୍ଚୟ ମୋ କାହାଣୀକୁ କିଣି ନେବ । ଆମର ସମସ୍ତ ଅସୁବିଧା ଦୂର ହେବ ଓ ମତେ ବି ଗୋଟିଏ ପରିଚୟ ମିଳି ଯିବ । ଯେଉଁ ପରିଚୟକୁ ମୁଁ ଏ ଯାବତ ଖୋଜି ଚାଲିଛି ।

ଆନାମିକା ଦେଖିଲେ ଟାଇପ ମେସିନରୁ ବାହାରି ଗୁଡ଼ାଏ ଧଳା କାଗଜ ଏପଟେ ସେପଟେ ଚଟାଣରେ ପଡିଛି ଓ ଟାଇପ ମେସିନର ରିବନଟି ଛିଣ୍ଡି ଝୁଲୁଛି ତା ପାଟିରୁ ବାହାରି ପଡ଼ିଲା - ଓଃ ରିବନ !

ବାପ କହିଲେ - ହଁ ! କୋରସ ରିବନ ।

©®Ram Prasad Bisoi

କାଶ୍ୟପ, ରାୟଗଡା ।


Rate this content
Log in