Ram Prasad Bisoi

Tragedy Inspirational

3  

Ram Prasad Bisoi

Tragedy Inspirational

ହସ ! ପିତୃତ୍ବର

ହସ ! ପିତୃତ୍ବର

6 mins
428



ବିମଲ ବାବୁ ଦୀର୍ଘ ଚାଳଶି ବର୍ଷର ଚାକିରିକାଳ ପରେ ଏଇ କିଛି ଦିନ ତଳେ ଅବସର ଗ୍ରହଣ କରିଥିଲେ। ଚାକିରି ବି ଏମିତି କିଛି ବଡ଼ ଚାକିରି ନଥିଲା । ପରିବାର କହିଲେ ସେ,ତାଙ୍କ ସ୍ତ୍ରୀ ଅନୁ ଓ ଏକମାତ୍ର ପୁଅ ଅନିମେଶ, ଯିଏ ବର୍ତ୍ତମାନ ବିଦେଶରେ କାର୍ଯ୍ୟରତ । ମୁଣ୍ଡ ଗୁଞ୍ଜିବାକୁ ବାପ ଅମଳରୁ ଘର ଖଣ୍ଡିଏ ବିମଲ ବାବୁ ପାଇଥିଲେ । ସମ୍ପତ୍ତି କହିଲେ ତାଙ୍କ ତିରିଶି ବର୍ଷର ସାଥି ପୁରୁଣା ହେଚମଟି ଘଣ୍ଟା ଓ ହେରକୁଲେସ ସାଇକେଲ ,ଫିଲିଫସ ରେଡ଼ିଓ, କଳା ଧଳା କୋଣାର୍କ ଟିଭି । ଏତକରେ ତାଙ୍କ ସଂସାର ଚାଲିଥିଲା । ଅନେକ ସଂଗ୍ରାମ ତାଙ୍କୁ କରିବାକୁ ପଡିଥିଲା । ସବୁବେଳେ ନିଜ ଇଚ୍ଛା ଗୁଡିକକୁ ଜବରଦସ୍ତ ବେକ ମୋଡି ମାରିବାକୁ ପଡିଥିଲା ପୁଅର ବି ଛୋଟିଆ ଛୋଟିଆ ଇଚ୍ଛା ଗୁଡିକକୁ ପୂରଣ କରିବାକୁ । ଅନୁ ଜଣେ ସହଧର୍ମଚାରିଣୀ ଭାବେ ସବୁଥିରେ ତାଙ୍କୁ ସହଯୋଗର ହାତ ବଢ଼ାଇ ଥିଲେ । ସେମିତି ତାଙ୍କର ବି କିଛି ଚାହିଦା ନଥିଲା । ଦୁଇ ଚାରି ଖଣ୍ଡ ସମ୍ବଲପୁରୀ ଶାଢୀରେ ଚଳି ଯାଇଥିଲା ତାଙ୍କ ତିରିଶି ବର୍ଷର ଘରକରଣା। ଚାକିରିରୁ ଅବସର ନେବା ପରେ ଜିପିଏଫ ଟଙ୍କା ପାଖା ପାଖି ପଚିଶି ଲକ୍ଷ ଟଙ୍କାର ଚେକ ଆସି ପହଞ୍ଚିଥିଲା । ବୁଢା ବାପ ମୁହଁରେ ହସ ଦେଖି ଅନୁ କହିଥିଲେ ; ହେ ଶୁଣ ଏ ଟଙ୍କା ସବୁ ମୋ ପୁଅର ତାକୁ ଗିଫ୍ଟ କରି ଦିଅ । ହସି ହସି ବିମଲ ବାବୁ କହିଥିଲେ ନିଶ୍ଚୟ କିନ୍ତୁ ତାକୁ ଏ ବିଷୟରେ କିଛି କହିବୁ ନାହିଁ ଅନୁ, ତାକୁ ମୁଁ ସରପ୍ରାଇଜ ଗିଫ୍ଟ ଦେବି କାରଣ ତତେ କୁଆଡେ କହୁଥିଲା ଅନିମେଶ, ଯେ ସେ ଆମେରିକାରେ ଘର ଖଣ୍ଡେ କିଣିବ ତା କାମରେ ଲାଗିବ ଆମ ପାଇଁ ତ ପେନସନରେ କାମ ଚଳିଯିବ । 


ଅନିମେଶ ଜଣେ ମେଧାବୀ ଛାତ୍ର । ଇଞ୍ଜିନିୟରିଂ ସରିବା ପରେ ଗୋଟିଏ ବହୁ ରାଷ୍ଟ୍ରିୟ କମ୍ପାନୀରେ ଅବସ୍ଥାପିତ । ସେଇ କମ୍ପାନୀରେ ଚାକିରି କରନ୍ତି ସୁହାସିନୀ ଯାହାଙ୍କୁ ଏଇ କିଛି ଦିନ ତଳେ ଅନିମେଶ ବିବାହ କରିଥିଲେ । ସେଥି ପ୍ରତି ଚିରା ଚରିତ ପଦ୍ଧତି ଅନୁଯାୟୀ ବାପ ମାଆଙ୍କର ଆପତ୍ତି ନଥିଲା। ବିବାହ କରି ସରିବା ପରେ ବି ବାପା ଓ ମାଙ୍କ ଆଶ୍ରିବାଦ ଲୋଡି ନଥିଲେ କି ଘରକୁ ଆସି ନଥିଲେ । 


ଇତି ମଧ୍ୟରେ ଚାକିରି ଅବସର ଗ୍ରହଣ କରିବା ପରେ ପୁଅ ପାଖକୁ ଚିଠି ଲେଖି ତାଙ୍କ ଆମେରିକା ବୁଲି ଯିବା ବିଷୟ ଜଣାଇଥିଲେ । ଅନିମେଶ ମଧ୍ୟ ତାଙ୍କ ବାପାଙ୍କ ପାଇଁ ଟିକେଟ ପଠାଇଥିଲେ । ସଫଳ ପିତୃତ୍ବର ହସ ବିମଳ ବାବୁଙ୍କ ମୁହଁରେ ପୁଣି ଉଙ୍କି ମାରିଥିଲା । ସେ ଏତେ ଖିସି ଏତେ ଥିଲେ ଯେ ତାଙ୍କ ଯୁବ ସୁଲଭ ଗୁଣ ଦ୍ବିଗୁଣିତ ହୋଇ ଯାଇଥିଲା ।


ଆଜି ସେ ଭରୁଛନ୍ତି ତାଙ୍କ ଜୀବନର ପ୍ରଥମ ଉଡାଣ । ମନେ ମନେ ଭାବି ଚାଲିଛନ୍ତି ଆମେରିକାରେ ସେ ରହିବେ ଦୀର୍ଘ ଦୁଇ ମାସ ଏବଂ ତାଙ୍କ ରହଣି କାଳରେ ସେ ଘୁରି ବୁଲିବେ ପୁରା ଆମେରିକା । ଦେଖିବେ ସାରା ପୃଥିବୀକୁ ଚକିତ କରିଚାଲିଥିବା ଆମେରିକାର ସଭ୍ୟତା ଓ ସଂସ୍କୃତି । ତା ଠାରୁ ଅଧିକା ଖୁସି ପୁଅ ବୋହୂ ସହ କାଟିବେ ଢେର ସାରା ସମୟ । ଏମିତି ଭାବୁ ଭାବୁ ତାଙ୍କ ବିମାନ ଆମେରିକାର ଟେକ୍ସସ ସହରର ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କଲା ।


ପୁଅ ! ଅନିମେଶ ବିମାନ ବନ୍ଦରରେ ବିମଲ ବାବୁଙ୍କୁ ଅପେକ୍ଷା କରିଥିଲା । ଦୀର୍ଘ ତିନି ବର୍ଷ ବ୍ୟବଧାନ ପରେ ସେ ଦେଖୁଛନ୍ତି ପୁଅକୁ । ଅଶ୍ରୁ ଗୁଡିକ ବି ଏତେ ଅମାନିଆ ଯେ ଆଖିରୁ ଆପେ ଆପେ ଝରି ପଡିଲେ । ପୁଅକୁ ନିରେଖି ଦେଖିଲେ ସେ ବଦଳି ଯାଇଛି । ତା ଚାଲି ଚଳନ ବ୍ୟବହାର ସବୁ କିଛି ବଦଳି ଯାଇଛି ଯାହା ଯେମିତି ଶୁଣିଥିଲେ ତାଙ୍କ ସାଙ୍ଗ ଠାରୁ ଠିକ ସେମିତି ଅନିମେଶ ଦେଖିବାକୁ ଜଣେ ପ୍ରବାସୀ ଭାରତୀୟ । ଉମେଶ ତାଙ୍କ ବାଲ୍ୟ ବନ୍ଧୁ ଯେ ଆମେରିକାରେ ରହନ୍ତି । ଅତି ଘନିଷ୍ଠ ଦୁହେଁ ଥିଲେ । ବିମଳ ବାବୁଙ୍କ ପଡୋଶୀ ବି ରହିଥିଲେ । ସେତେବେଳେ ସେ ବି ଜଣେ କିରାଣୀ ଥିଲେ ଓ ଅବିବାହିତ ଥିଲେ । ଅନେକ ପରିଶ୍ରମ କରି ଉମେଶ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ଏମବିଏ ସାରିଥିଲେ । ତା ପରେ ସେ ବି ପ୍ରବାଶୀ ଭାରତୀୟ ବନି ଟେକ୍ସସ ସହରରେ ରହୁଥିଲେ । ରତିମତ୍ତ ସେ ବିମଳ ବାବୁଙ୍କ ସହ ସମ୍ପର୍କ ରଖିଥିଲେ । 


ଘରେ ପହଁଚିଲେ ବିମଳ ବାବୁ । ଏକ ବହୁ ତାଲା ବିଶିଷ୍ଠ ଘର । ନିଜେ ତରବର ହୋଇ ପଶି ଗଲେ ତାଙ୍କ ଉଦ୍ଧିଷ୍ଟ ବଖରାକୁ ଓ ଗାଧେଇ ସାରି ବୋହୂକୁ କହିଲେ ମା ରେ ମତେ ଘର ଖାନା ଟିକେ ମୋ ଲାଗି ବନେଇ ଦେବୁ ଭାତ ଡାଲମା ଆଉ ଆଳୁ ଭର୍ତ୍ତା । 


ମୁହଁ ବୁଲାଇ ଚାଲିଗଲେ ତାଙ୍କ ବୋହୂ ସୁହାସିନୀ । 


ମାତ୍ର 9 ଟାରେ ଖାଇବାକୁ ବସିଲେ ଦେଖିଲେ ଟେବୁଲ ଉପରେ ପାଉଁରୁଟି ଜାମ ଵଟର ନୁଡୁଲସ । ଚୁପ ଚାପ ଖାଇ ସାରି ପୁଅକୁ କହିଲେ ଅନିମେଶ ମୋ ହାତ ଘଣ୍ଟାଟା ବହୁତ ପୁରୁଣା ହେଇ ଯାଇଛି । ବେଳେବେଳେ ବନ୍ଦ ବି ହେଇ ଯାଉଛି କାଲି ଯେତେବେଳେ ବୁଲି ଯିବା ପ୍ରଥମେ ମୋ ଲାଗି ନୂଆ ଘଣ୍ଟାଟିଏ କିଣି ଦେବୁ ଆଉ ଗୋଟିଏ ଏସେଏଲଆର କ୍ୟାମେରାଟିଏ । ଖୁବ ସାରା ଫୋଟ ଉଠାଇବି ଏବଂ ଘରକୁ ଗଲେ ତୋ ମା’କୁ ଦେଖାଇବି । ତିରିଶି ବର୍ଷର ଚାକିରି ଜୀବନରେ ଯେତେସବୁ ଇଚ୍ଛା ଗୁଡିକୁ ମାରି ଏ ଯାବତ ବଞ୍ଚି ଚାଲିଛି ସବୁ ଇଚ୍ଛା ଗୁଡିକୁ ତୋ ପାଖରେ ଏହି ତିନି ମାସ ଭିତରେ ପୁରଣ କରିବି । 


ଅନିମେଶ କହିଲେ ବାପା ଏଠି ଆମେ ସମସ୍ତେ ବ୍ୟସ୍ତ । ତମେ ତ ଜାଣ ମୋର କି ତୁମ ବୋହୂର ସମୟ ଅଭାବ । ତେଣୁ ଘରେ ତମ ନିଜକୁ ଖାଇବା ବନାଇବାକୁ ପଡିବ ! ଯଦି ତୁମକୁ ଭାତ ଡାଲମା ଖାଇବାର ଅଛି ଆଉ ଏଠି ସବୁକିଛି ଯୋଜନା ବନାଇବାକୁ ପଡେ ବାହାରକୁ ବୁଲି ଯିବା ଯଦି ଛାହିଁଲେ । ଏ ଭାରତ ନୁହେଁ ଆମେରିକା । 


ତା ପରେ ଖାଇ ସାରି ଦୁହେଁ ତାଙ୍କ ବେଡ଼ରୁମକୁ ଚାଲି ଗଲେ । ସୁହାସିନି ଅନେମେଶଙ୍କ ସହ ଝଗଡା କରୁଥାଏ ଯେ ତାଙ୍କ ବାପା କାହିଁକି ତିନି ମାସ ରହିବେ । ଆଗରୁ ସେ କଥା ସେ କାହିଁକି ଜଣାଇଲେ ନାହିଁ । କୈଫତ ଦେଇ ଅନିମେଶ କହୁଥାନ୍ତି ସେ ବିଷୟରେ ସେ ବି ଜାଣିନଥାନ୍ତି।

 

ଏହା ଭିତରେ ଅନୁଙ୍କ ଫୋନ ଆସିଥିଲା ସେଠାକାର ବିଷୟରେ ସେ ପଚାରିଥିଲେ । ବିମଳ ବାବୁ କହିଲେ ସବୁ ଭଲ କିନ୍ତୁ ସେ ଏଯାବତ ତାଙ୍କ ସରପ୍ରାଇଜ ଗିଫ୍ଟ ଅନିମେଶକୁ ଦେଇ ନାହାନ୍ତି । ତା ପରେ ବିମଳ ବାବୁ ଶୋଇପଡିଲେ ସକାଳୁ ଉମେଶ୍ ଙ୍କ ଫୋନ ଆସଥିଲା । ବିମଲ ବାବୁ ତାଙ୍କୁ ରାତି ଡିନରରେ ନିମନ୍ତ୍ରଣ ଦେଇଥିଲେ ସେ ବି ରାଜି ହୋଇ ଯାଇଥିଲେ । ସକାଳୁ ନିତ୍ୟକର୍ମ ସାରି ବିମଲ ବାବୁ ଗଲେ କିଚେନକୁ ନିଜ ହାତରେ ବନାଇଲେ ବ୍ରେକ ଫାଷ୍ଟ ଓ ଲଞ୍ଚ । ବ୍ରେକ ଫାଷ୍ଟରେ ଥିଲା ବ୍ରେଡ଼ ଟୋଷ୍ଟ ସହ କାଫି ଓ ଲଞ୍ଚରେ ଭାତ ,ଡାଲମା ଓ ଆଳୁ ଭର୍ତ୍ତା । 


ସକାଳୁ ବିମଲ ବାବୁ ପୁଅ ବୋହୂଙ୍କୁ ପରୋଶି ଦେଲେ ବ୍ରେକ ଫାଷ୍ଟ ଓ କହିଲେ ଯେ ଲଞ୍ଚ ପ୍ରସ୍ତୁତ ଅଛି ଆଜି ସେମାନେ ଅଫିସକୁ ଟିଫିନରେ ଭାରି ନିଅନ୍ତୁ । ତା ପରେ ବିମଲ ବାବୁ କହିଲେ କି ସେ ରାତିକୁ ଉମେଶ ବାବୁଙ୍କୁ ନିମନ୍ତ୍ରଣ କରିଛନ୍ତି ତେଣୁ ଅନିମେଶ ଓ ସୁହାସିନୀଙ୍କୁ ଅନୁରୋଧ କଲେ କି ସେମାନେ ସନ୍ଧ୍ୟାରେ ଚେଷ୍ଠା କରିବେ ଯେମିତି ଶୀଘ୍ର ଫେରିବେ । ଏହାର ପ୍ରତିକ୍ରିୟାରେ ଅନିମେଶ କହିଲେ ବାପା ଆପଣ ଆମକୁ ନ ପଚାରି କେମିତି ଉମେଶ ବାବୁଙ୍କୁ ଡାକିଲେ ।


ପ୍ରତିକ୍ରିୟା ନ ଦେଖାଇ ବିମଳ ବାବୁ ପୁଣି ହସିଲେ ଓ କହିଲେ ସେ ତ ଆସୁଛନ୍ତି ତେଣୁ ତମେ ଦୁହେଁ ଚେଷ୍ଠା କର ଶୀଘ୍ର ଫେରିବାକୁ । ସୁହାସିନୀ କହିଲେ ସେ ରାତି ଦଶଟାରେ ଫେରିବେ ତାଙ୍କର ବୋର୍ଡ ମିଟିଂ ଅଛି। ଅନିମେଶ କହିଲେ ସେ ଫେରିବେ ଠିକ ସମୟରେ ଆଉ ବାପାଙ୍କୁ ଅନୁରୋଧ କଲେ କି ସେ ଡିନରର ବ୍ୟବସ୍ତା କରି ଦେଇଥିବେ ବିମଳ ବାବୁ ସନ୍ଧ୍ୟାରେ ସବୁ ବ୍ୟବସ୍ଥା କରି ଦେଇଥିଲେ ଠିକ ସମୟରେ ଉମେଶ ଓ ଅନିମେଶ ଦୁହେଁ ପହଞ୍ଚି ଯାଇଥିଲେ । ଦୁଇ ବନ୍ଧୁ କିଛି ଆଳାପ ପରେ ଖାଇବାକୁ ବସିଲେ । ଉମେଶ କହି ଚାଲିଥିଲେ ଅନିମେଶଙ୍କୁ ତାଙ୍କ ବାପାଙ୍କ ଲକ୍ଷ୍ୟ ଏତେ ମାତ୍ରାରେ ଅଧିକା ଥିଲା ଯେ ସବୁବେଳେ କେମିତି ଅନିମେଶଙ୍କ ସବୁ ଚାହିଦା ପୂରଣ ହେବ । ସେଥିପାଇଁ ବନ୍ଧୁ ମହଲରେ ତାଙ୍କୁ କଞ୍ଜୁଶ ବୋଲି ଡାକୁ ଥିଲେ ସେଥ ପ୍ରତି ସେ କେବେ ବି ଭ୍ରୁକ୍ଷେପ କରୁନଥିଲେ । ଉମେଶ ବାବୁ ଏ କଥା ବି କହିଥିଲେ, ଯେ ବିମଳ ବାବୁ ସବୁ ସ୍ୱପ୍ନ ଅନିମେଶ ଆଖିରେ କେମିତି ଦେଖୁଥିଲେ । ଏକଥା ଶୁଣି ଅନିମେଶ ଟିକେ ବିଚଳିତ ହେବା ବିମଳ ବାବୁ ଲକ୍ଷ୍ୟ କଲେ କଥାର ମୋଡ଼ ବଦଳାଇ ଦେଇଥିଲେ ।  ଉମେଶ ଅନେକ ଦିନ ପରେ ଡାଲମା ଭାତ ଖାଇ ବେଶ ଖୁସି ଜାହିର କରିଚାଲିଗଲେ ।  ରାତିରେ ସୁହାସିନୀ ଫେରିଲେ ପୁଣି ଝଗଡା ହେଲା ଦୁହିଁଙ୍କ ଭିତରେ ବିମଳ ବାବୁଙ୍କ ଉପସ୍ଥିତିକୁ ନେଇ ।


ବିମଳ ବାବୁ କାନ ଡେରି ସବୁକିଛି ଶୁଣିଥିଲେ । ସକାଳୁ ଉଠିଲେ ଅନିମେଶ ସିଧା ଯାଇ ବାପାଙ୍କ ରୁମରେ ପହଞ୍ଚିଲେ ଦେଖିଲେ ବାପା ସେଠାରେ ନାହାଁନ୍ତି । ଘରଟା ସାରା ଖୋଜିଲେ ,କେଉଁଠି ବି ପାଇଲେ ନି ତାଙ୍କୁ । ହଠାତ ଟେବୁଲ କଡ଼ରେ ଗୋଟିଏ ଚିଠି ପାଇଲେ । ସେଥିରେ ବିମଳ ବାବୁ ଲେଖିଥିଲେ -;


ଅନିମେଶ ଜୀବନଟା ବଞ୍ଚୁ ବଞ୍ଚୁ କେମିତି ଏତେ ଦିନ କାଟି ଗଲା ମୁଁ ଜାଣି ପାରିଲି ନାହିଁ । ସବୁ ବେଳେ ପରିବାର ମାନେ ତୁ ଓ ମୁଁ ତୋ ମା ଏ କଥା ଚିନ୍ତା କରି କରି କାଟି ଦେଲି । ଜାଣି ପାରିଲିନାହିଁ । ୟା ଭିତରେ କେମିତି ଗଢି ଉଠିଲା ଆଉ ଗୋଟିଏ ପରିବାର ସେଇଟା ଏକାନ୍ତ ତୋ ନିଜସ୍ୱ ସେଥିପାଇଁ ମୁଁ ସକାଳ ଫ୍ଲାଇଟ ନେଇ ଘରକୁ ଫେରିଯାଉଛି ।


ବର୍ତ୍ତମାନ ବୁଝି ଗଲି ଜୀବନ ବଞ୍ଚି ବାର ମନ୍ତ୍ର ଯେତେ ଦିନ ଅଛି ତୋ ମା ଓ ମୋର ସବୁ ଅବଦମିତ ଇଚ୍ଛା ଗୁଡିକୁ ପୂରଣ କରିବାକୁ ଚେଷ୍ଠା କରିବି । ମତେ ଏଇଠୁ ଘାରିଲା ବଞ୍ଚିବାର ନିଶା । ଦୁଃଖ କରିବୁ ନାହିଁ କି ଆମ ବିଷୟରେ ଚିନ୍ତା କରିବୁନାହିଁ । ମୋର କାଲି ବି ନଥିଲା ସ୍ୱପ୍ନ ଆଜି କିନ୍ତୁ କିଛି ସ୍ୱପ୍ନକୁ ପାଳିବା ଆରମ୍ଭ କରିଛି ସେଥିରେ ନାୟିକା ତୋ ମା ଆଉ ନାୟକ ମୁଁ । ଯାହାସବୁ ବିଗତ ଦିନରେ କିଛି କରି ପାରି ନାହିଁ ଚେଷ୍ଠା କରିବି ପୁରଣ କରିବାକୁ । ଶୁଣିଥିଲି ପୁତ୍ର ଯେ ପର୍ଯ୍ୟନ୍ତ ପିତୃତ୍ବର ସନ୍ଧାନ ପାଏ ନାହିଁ ବୁଝି ପାରେ ନାହିଁ ପିତାର ମୂଲ୍ୟ ।  ଫେରି ଯାଉଛି ହସ ! ପିତୃତ୍ବର ନେଇ ।



Rate this content
Log in

Similar oriya story from Tragedy