Ram Prasad Bisoi

Tragedy


3  

Ram Prasad Bisoi

Tragedy


ହାଇୱେ

ହାଇୱେ

3 mins 553 3 mins 553

ଗରମ ଭାତ ଓ ଆଳୁ ଭଜା ନ ଖାଇ ଆଠ ଦିନ ହେଲାଣି ମା । ଆଜି ବି ସେଇ ତୋରାଣି ଓ ଲଙ୍କା' ସାତ ବର୍ଷୀୟା ଝିଅ କହି ଚାଲିଥିଲା । ମା ଲୁହ ଛଳ ଛଳ ଆଖିରେ କହିଲେ, ' ଆଜି ଖାଇନେ। । କାଲି ଗରମ ଭାତ ଆଳୁ ଭଜା କରିଦେବି ଖାଇବୁ ।'

ସନ୍ଦିପ ବାହାରୁ ଫେରିଲେ ଦେଖିଲେ ଝିଅ ବାରଣ୍ଡାରେ ଖେଳୁଛି ପଚାରିଲେ ମା କଣ କରୁଛୁ ଖାଇଲୁ ଝିଅ କହିଲା ହଁ ଖାଇ ସାରି ଖେଳୁଛି ବାପା । ତା ମୁଣ୍ଡଟାକୁ ଆଉଁସି ଭିତରକୁ ଗଲେ ଯାଇ ବସି ପଡିଲେ । ସ୍ତ୍ରୀ ଚନ୍ଦନା ପାଖକୁ ଆସି ହାତରେ ପାଣି ବଢ଼ାଇ କହିଲେ ହେଟି ଶୁଣୁଛ ଖାଇବ । ସନ୍ଦିପ କହିଲେ ନା ଏଇନେ ରାତି ଆଠ ହେଇଛି, ଟିକେ ପରେ ଖାଇବି । ଚନ୍ଦନା କହି ଚାଲିଲେ ଏ ଶୁଣୁଛ ଟି ଘରେ କିଛି ରାସନ ନାହିଁ। । ଗତ ଆଠ ଦିନ ହେଲା ସାଇ ପଡିଶା ଲୋକଙ୍କୁ ମାଗି ପିଲାଟାକୁ ଭାତ ଗଣ୍ଡେ ଦେଉଛି । କାଲି ଯେମିତି ହେଲେ କିଛି ବ୍ୟବସ୍ଥା କରିବାକୁ ପଡିବ, ନ ହେଲେ ସଂସାର ଚଳିବ ନାହିଁ ।

କିଛି ନ କହି ସନ୍ଦିପ ଚାଲିଲେ ହାଇୱେ ଆଡ଼କୁ କିଛି ବ୍ୟବସ୍ଥା ସନ୍ଧାନ କରିବାକୁ । ଆଗରୁ ସେ ଛୋଟିଆ ଦୋକାନରେ କାମ କରୁଥିଲେ କେମିତି ଗୁଜରାଣ ମେଣ୍ଟି ଯାଉଥିଲା । କିନ୍ତୁ ଗତ ଦଶ ଦିନ ତଳେ ଦୋକାନ ମାଲିକଙ୍କ ଦେହାନ୍ତ ହୋଇଗଲା । ଦୋକାନ ବନ୍ଦ ପଡିଛି । ହାତରେ କାମ ବି କିଛି ନାହିଁ କି ବାକିଆ ଦରମା ବି ପାଇ ନାହାନ୍ତି । ମାଲିକ ଘରକୁ ଯାଇ କେମିତି କିଛି ଟଙ୍କା ମାଗିବେ ବୁଝା ପଡୁ ନ ଥାଏ । ଏମିତି ଚାଲି ଚାଲି ହାଇୱେ କଡର ସବୁ ଦୋକାନ କୁ ପଚାରିଲେ। । ଯେଉଁଭଳି କାମ ହେଲେ ବି ସେ କରିବାକୁ ହେଲେ ପ୍ରସ୍ତୁତ । ତେବେ କେହି ତାଙ୍କୁ କାମ ଦେବାକୁ ନାରାଜ ।

ହାଇୱେ କଡ଼ରେ ଥିବା ବେଞ୍ଚରେ ବସି ପଡିଲେ । କିଛି ଦୂରରେ ସୁନ୍ଦରୀ ଝିଅଟିଏ ଛିଡା ହୋଇଛି ଓ ତାଙ୍କ ଆଡ଼କୁ ଦେଖି ହସୁଛି । ମୁହଁ ଫେରାଇ ନେଇ ଆଖି ବନ୍ଦ କରି ଭାବିବାକୁ ଲାଗିଲେ କଣ କେମିତି ସେ ରେଶନ ଗଣ୍ଡେ ଯୋଗାଡ଼ କରିବେ ।
କିଛି ସମୟ ଅତିବାହିତ ହେଲା ପରେ କାହାର ମୃଦୁ କଣ୍ଠ ଶୁଭିଲା ବାବୁ ଯିବେକି , ଆଖି ଖୋଲି ଦେଖିଲେ ସେଇ ଝିଅ ଟି ତାଙ୍କ ପାଖରେ ବସିଛି । ଆଖି ଖୋଲିବା ଦେଖି ଝିଅଟି କହିଲା ଚାଲନ୍ତୁ ପୁରା ଖୁସି କରିଦେବି । ସନ୍ଦିପ ଟିକେ ହସି କହିଲେ ଏଠି ତୁମ ଭଳି ମୋ ଅବସ୍ଥା ଦୁଇଗୁଣ୍ଡା ଭାତର ଚିନ୍ତା । ତିନି ପ୍ରାଣୀ ଗତ ଆଠ ଦିନ ହେଲା କେହି ଖାଇନୁ । ଝିଅଟି କହିଲା, 'ହଁ ବାବୁ ମୋ ଅବସ୍ଥା ବି ସେୟା ଗତ ଆଠ ଦିନ ହେଲା କେହି ଗରାଖ ନାହାନ୍ତି । କଣ ରାସ୍ତା କାମ ଚାଲିଛି ହାଇୱେରୁ ଗାଡି ସବୁ ଅନ୍ୟରାସ୍ତା ଦେଇ ଯାଉଛି । ତମେ ମତେ ଟିକେ ସାହାଯ୍ୟ କର ମୁଁ ତୁମକୁ ମୋ କମାଇର ତିରିଶି ପ୍ରତିଶତ ଦେବି ।'
ସନ୍ଦିପ କହିଲେ କଣ କରିବାକୁ ପଡିବ ?
କିଛି ନୁହେଁ ଦଲାଲି । ଏଇ ଦେଖନ୍ତୁ କାର୍ ଟି ଛିଡା ହୋଇଛି ଯାଇ ପଚାରନ୍ତୁ ମାଲ ଦରକାର କି ବାବୁ ? ପୁରା ମିଯାଜ ଖୁସ ହେଇ ଯିବ । ବେଶି ନୁହେଁ ଖାଲି ହଜାରେ । ଆଉ ଦୁଇ ଘଣ୍ଟା ପୁରା ମଜ୍ଜା ।

କିଛି ନ କହି ସନ୍ଦିପ ଆଗକୁ ପାଦ ବଢାଇଲେ ଏବଂ କିଛି ସମୟ ପରେ ତାଙ୍କ ହାତରେ ଥିଲା ତିନୋଟି ଶହେ ଟଙ୍କା ନୋଟ ।

ହସିଲେ ଟିକେ । କହିଲେ ଭୋକ ର ପରିଚୟ କେବଳ ମିଳେ ଭୋକିଲା ପାଖରୁ । ଯାହା ବି ହେଉ କଣ ସେ ଦଲାଲି । ମୋ ଝିଅ ତ ସକାଳୁ ଖାଇବ ଗରମ ଭାତ ସହ ଆଳୁ ଭଜା । ଧନ୍ୟବାଦ ତତେ ଭୋକ, ଭୋକିଲା ଓ ହାଇୱେ ।

©®କାଶ୍ୟପ,
ରାମ ପ୍ରସାଦ ବିଶୋଇ
ରାୟଗଡା ।


Rate this content
Log in

More oriya story from Ram Prasad Bisoi

Similar oriya story from Tragedy