ମିଶ୍ରରାଗ
ମିଶ୍ରରାଗ
ଅନାମିକା କଣ୍ଠଶିଳ୍ପୀ ଷ୍ଟୁଡ଼ିଓରୁ ରେକର୍ଡ଼ିଂଗ ସାରି ଫେରିଥାନ୍ତି ,
ଘରେ ପଶିଲେ ,ଟିଭି ସ୍ୱିଚ ଅନ୍ କଲେ , ଟିଭିରେ ଚାଲିଥାଏ ଗୋଟିଏ ସୁନାମଧନ୍ୟ କଳାକାରଙ୍କ ସଂଳାପ ଏମିତି :
.… କାମିନୀ କାଞ୍ଚନ ଚିର ପବିତ୍ର.... ସ୍ପର୍ଶଭୋଗ୍ୟା ହୋଇପାରେ ଶରୀର.... କିନ୍ତୁ ନାରୀର ମନ ହିଁ ସବୁ କିଛି ଆଉ ପ୍ରକୃତ ନାରୀତ୍ବ.... ଚରିତ୍ର ଚିର ସବୁଜ,ଅଗ୍ନି ପରି ଜାଜ୍ୱଲ୍ୟମାନ,ନାରୀ ମୁଖମଣ୍ଡଳ ନୁହେଁ,
ନୁହେଁ ତାର ନିଶିଦ୍ଧ ପ୍ରତ୍ୟଙ୍ଗ ବିଶେଷ ଆବଶ୍ୟକୀୟ ପରିଚୟ....।
ଏ ସଂକୀର୍ଣ୍ଣ ମାନସିକତାରୁ ଉର୍ଦ୍ଧ୍ଵକୁ ଉଠି ଦେଖ...ଆତ୍ମା କେବେ କଳୁଷିତ ହୁଏନି ।
ଛୁଇଁ ଗଲା ଅନାମିକାଙ୍କ ମନକୁ ,
ଏଇ କିଛି ଶବ୍ଧ ,
ଆଖିବନ୍ଦ କରି ଚାଲିଗଲେ ଅତୀତକୁ,
ମନେ ପଡିଗଲା ତାଙ୍କ ବିବାହ ବିଚ୍ଛେଦର କାହାଣୀ ,
ଏଇତ କାଲି ଫୋନ କରି ତାଙ୍କ ପୂର୍ବତନ ପତିଙ୍କ ଭଉଣୀ କହୁଥିଲେ ସେ ଦ୍ଵିତୀୟ ବିବାହ କରୁଛନ୍ତି ।ମୋର କିଛି କହିବାର ନ ଥିଲା ଖାଲି ଏତକ ଭାବୁଥିଲି ,କି କଷ୍ଠ ଏ ବେସାହାରା ଜୀବନ ?
ଘରକୁ ଫେରିଲେ ଏକାନ୍ତ କେମିତି ଲାଗେ ଖାଁ ଖାଁ,।
ଏତେ ବଡ଼ ସହର କିନ୍ତୁ କେହି ନାହାନ୍ତି,
ଆପଣାର ବୋଲି କହିବାକୁ, ଜଣେ ସ୍ୱାମୀ ପରିତ୍ୟକ୍ତା,ବେସାହାରା ପ୍ରତିଷ୍ଠିତ କଣ୍ଠଶିଳ୍ପୀ ପାଖରେ ସବୁ କିଛି ଅଛି, ଯଦି କେହି ନାହାନ୍ତି ତ ଜଣେ ମନର ମଣିଷ ।
କଲିଂବେଲ ବାଜିଲା ,ଅନାମିକା ମୁଖ୍ୟ ଦରଜା ଖୋଲିଲେ, ଭିତରକୁ ପଶି ଆସିଲେ ଅନିମେଷ ,
କଣ ହେଲା ଏତେ ରାତିରେ ଚାଲି ଆସିଲୁ,
ମନ ଖରାପ ଲାଗିଲା,ଚାଲି ଆସିଲି ,
ହଉ ଆସ ,ବସ , କିଛି ଖାଇଛ ନା କହିଲେ ଅନାମିକା .
ଅନିମେଷ କହିଲେ ଆଜି ହୋଇଗଲା ବ୍ରେକଅପ, କହି ଚାଲିଗଲା ସୁମି ! ସୁଟିଂ ସେଟରେ କଣ କହିଲା କେଜାଣି ସିରିଏଲର ପ୍ରଡୟୁସରକୁ ଆସି , ମନ ଇଛା ବକିଗଲା, ମୁଁ ବି
ଗୂଡ଼ବାୟ କହିଦେଲି ସିରିୟଲର ନିର୍ଦ୍ଦେଶନାକୁ,ଅନାମିକା ।
ଆଜିକାଲି ସମାଜ ବି ଏତେ ହିପୋକ୍ରାଟ ଯେ, ତୋ ଘରକୁ ଯିବା ଆସିବା ବେଳେ ତୋ ଫ୍ଲାଟର ୱାଚମେନ କେମିତି ଘୁରି ଦେଖୁଛି ,ତୋ ପଡୋଶୀ ସ୍ତ୍ରୀଟା ଯିବା ଆସିବାବେଳେ ନିଘା ରଖୁଛି,
ଏମିତି ଦେଖୁଛି ଯେମିତି ଗିଳି ଖାଇ ଯିବ ।
ଅନାମିକା କହିଲେ ମୋର ଏସବୁ ଗୁଡିକ ଚିନ୍ତାକରିବାକୁ ସମୟ ନାହିଁ ।
ଠିକ, ଏତିକି ବେଳେ ଫୋନ ଘଣ୍ଟି ବାଜିଲା , ଅନାମିକା ଉଠାଇଲେ ଆରପଟେ ସମେରେଶ ପଚାରିଲେ ଫେରିଲ କି ? ଫ୍ରି ଅଛ ଯଦି କିଛି କହିବି , ଅନାମିକା କହିଲେ ବ୍ୟସ୍ତ ଅଛି ପରେ କଥା ହେବି ।
ଏହା ଶୁଣି ଅନିମେଷ ଚାଲିଗଲେ ବାଲକୋନୀ ଉପରକୁ ସିଗାରେଟ ଟାଣିବା ଲାଗି ।
ଅନିମେଶ ମୋର ଜଣେ ଭଲ ବନ୍ଧୁ କିଛି ଅଛପା ରଖିନ୍ତି ନାହିଁ, ଅତି ଯତ୍ନଶୀଳ ମୋ ପ୍ରତି ,ବ୍ୟବହାର ମାର୍ଜିତ ,ମତେ ସବୁବେଳେ ସୁରକ୍ଷିତ ଲାଗେ ତାଙ୍କ ସାନ୍ନିଧ୍ୟ ।
କେବେ ସୀମା ସରହଦ ପାର କରିବାକୁ ଚେଷ୍ଠା ବି କରିନାହାନ୍ତି ।
ଅପରପଟେ ,ସମେରେଶ ଗତକାଲି ବ୍ୟକ୍ତ କରିଥିଲେ ଯେ ସେ ମତେ ଭଲପାଆନ୍ତି ଯଦି ମୁଁ କହେ, ତାଙ୍କ ସ୍ତ୍ରୀଙ୍କୁ ସେ ଦେଇ ପାରିବେ ଛାଡପତ୍ର, ସମରେଶ ଗୋଟିଏ ଦାମୀ ଫିଲ୍ମ ପତ୍ରିକାର ସମ୍ପାଦକ । ଭଲ ଲେଖନ୍ତି, ଭଲ ପାଆନ୍ତି ମୋ ଗୀତ ଶୁଣିବାକୁ । କିଶନ ମ୍ୟୁଜିକ କମ୍ପାନୀର ମାଲିକ ଯେ ଅନେକ ମୋ ଗୀତର ଆଲବମ ରିଲିଜ କରନ୍ତି, ଏଇ ତ କାଲି ସେ କହିଲେ ମୋ ହାତ ଧରିତାଙ୍କ ଅଫିସ କେବିନ ଭିତରେ, ଅନାମିକା ମୁଁ ତୁମକୁ ଭଲ ପାଉଛି କିନ୍ତୁ ତୁମକୁ ସ୍ତ୍ରୀର ମର୍ଯ୍ୟାଦା ଦେଇ ନ ପାରେ ତମେ କିନ୍ତୁ ମୋ ଫାର୍ମ ହାଉସରେ ରହିପାରିବ, ସେଠି ମୁଁ ତୁମକୁ ନେଇ ଗୋଟିଏ ସଙ୍ଗୀତ ବିଦ୍ୟାଳୟ ଖୋଲିବାକୁ ଚାହେଁ ।
ଏମିତି ଭାବନାର ଖିଅ ଭିତରେ ସେ କିଛି ଖାଇବା ବନାଇ ନେଲେ , ଅନିମେଷଙ୍କୁ ଡାକିଲେ ଖାଇବାକୁ । ଅନିମେଷ ଖାଇସାରି
କହି ଚାଲି ଗଲେ, କାଲି ମୁଁ ପୁରା ଫ୍ରି ଯଦି କିଛି କାମ ଅଛି କହିଦେବୁ ।
ପୁଣି ଆରମ୍ଭ ହେଲା ଟିଭି ,
ଦେଖିଲେ ଆନମିକା, ଇଣ୍ଟରଭ୍ୟୁ ଦେଉଛନ୍ତି ଅଶି ଦଶକର ଜଣେ ପ୍ରଖ୍ୟାତ ଅଭିନେତ୍ରୀ ଶଯ୍ୟାଶାୟୀ ଅବସ୍ଥା ଗୋଟିଏ କେଉଁ ହସ୍ପିଟାଲର ବେଡ଼ରେ ଶୋଇଥାନ୍ତି । ସେ ଉତ୍ତର ଦେଉଥିଲେ ଏମିତି କିଛି, ମାୟାନଗରର ମାୟାର କୁହେଳିକା ଏଠି ଟଙ୍କା, ପ୍ରତିଷ୍ଠା,ସମ୍ମାନ ପଛରେ ଦୌଡ଼ି ସବୁ କିଛି ପଛରେ ରହିଯାଏ ଏମିତି କି ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଏ ପ୍ରାଣ, ଆପଣାର ମଣିଷଟିଏ ବି ପଛରେ ରହିଯାଏ ଜଣା ପଡେନି, ପ୍ରତିଷ୍ଠାର ପ୍ରଲୋଭନ ଯେ ଏକ ମୃଗତୃଷ୍ନା ଏମିତି ଖୋଜୁ ଖୋଜୁ ହଜିଯାଏ ଶୋଷ ।
ମରିଯାଏ ମରୀଚିକା ,ସତ୍ୟ ଯାହା ଚିର, ଶାଶ୍ୱତ, ତା ଆଗରେ,ଯିଏ ଆସେ ପିଇବାକୁ ମୁନ୍ଦେ ପାଣି ପାଖକୁ, ପିଇଯାଏ ଖୁସିରେ ,ତୃଷ୍ନା ମେଣ୍ଟିବା ପର୍ଯ୍ୟନ୍ତ, ଯେତେ ଅନୁନୟ ହେଲେ ବି କେବେ ରହିବାକୁ ଚାହେଁ ନି ବେକରେ ଗଳାଇବାକୁ ହାଡ଼ ମାଂସର ଶରୀର ।
ପୁଣି ଏ ସଂଳାପ କେଇଟା ପକାଇ ଥିଲା ଅନାମିକାଙ୍କୁ ମନେ ଗଭୀର କ୍ଷତ ।
ତାଙ୍କ ପିଲା ଦିନକଥା ଝଲସି ଉଠିଲା, ଯେତେବେଳେ ଗୁରୁ ବୁଝାଉଥିଲେ ଶାସ୍ତ୍ରୀୟ ସଙ୍ଗୀତର ମିଶ୍ରରାଗ ।
ଗୁରୁଙ୍କ ଶେଷ କଥା ଥିଲା ଏମିତି "ପ୍ରତି ଇତି ଗୋଟିଏ ନୂଆ ଆରମ୍ଭ"
ସେତେବେଳେ,ଘଣ୍ଟା ଦେଖିଲେ ସକାଳ ପାଞ୍ଚ ତାରିଖ ଫେବୃୟାରୀ ଆଠ ।
ସଙ୍ଗେ ସଙ୍ଗେ ଉଠାଇଲେ,ଫୋନ, ଫୋନ କଲେ ,ଗୁଡ଼ାଏ ରିଙ୍ଗ ପରେ ଉଠାଇ ଅନିମେଷ ପଚାରିଲେ କଣ ହେଲା ଅନୁ ? କଣ ସାରାରାତି ଶୋଇନୁ ? ମୁଁ ଏଇନେ ବାହାରି ଆସୁଛି ,ସାଙ୍ଗ ହେଇ ଚାହା ପିଇବା ବାଲକୋନିରେ ଦୁହେଁ ମିଶି ।
କିଛି ସମୟପରେ କଲିଂବେଲ ବାଜିଲା ,କବାଟ ଖୋଲୁ ଖୋଲୁ ଭିତରକୁ ପଶି ଆସିଲେ ଅନିମେଷ ,
ପଚାରିଲେ ଅନୁ,କଣ ହେଇଛି ତୋର ?
ଅନାମିକା କହିଲେ, ଅନିମେଷ ତମେ ମତେ ବାହା ହୋଇ ପାରିବ ।
ସକାଳର ରଙ୍ଗୀନ ଆଭା ,କୋକିଳ ତାନ ,ତା ସହ ବାହୁ ମେଲାଇ ଛିଡା ହୋଇଥାନ୍ତି ଅନେମେଷ ,ଯନ୍ତ୍ରବତ ଦୌଡ଼ି ଚାଲି ଯାଇ,ମୁଣ୍ଡ ଥାପି ଦିଅନ୍ତି ଅନାମିକା । ଚାରି ଆଡ଼େ ଗୁଞ୍ଜରିତ ହୋଇ ଉଠୁଥାଏ
ମିଶ୍ରରାଗ ,କହି ଚାଲି ଥାଏ ଇତି ନୁହେଁ ଏଇତ ଆରମ୍ଭ।
©® କାଶ୍ୟପ,
ରାମ ପ୍ରସାଦ ବିଶୋଇ,
ରାୟଗଡା ।