Ram Prasad Bisoi

Others Tragedy


3  

Ram Prasad Bisoi

Others Tragedy


ବିବିଦ୍ଧତା

ବିବିଦ୍ଧତା

5 mins 546 5 mins 546

ଅନାମିକା, ତୁମ ସହ ଆରମ୍ବ ହୁଏ ସକାଳ ଦିନର ପ୍ରଥମ ଚାହା ପିଆଲା ତା ସହ ଦିନ । ସକାଳ ସୁରଜର ରଶ୍ମି, ସନ୍ଧ୍ୟାର ପକ୍ଷୀ ମାନଙ୍କ ରାବଳି ତା ପରେ ରାତିର ନିଦ ଆଉ ସେ ନିଦରେ ବି ତୁମେ ଏମିତି ତୁମ ସହ କଟିଯାଏ ଜୀବନ। ଏହା ଠାରୁ ଅଧିକା ବା କଣ ତୁମକୁ ଦେଇ ପରିଥାନ୍ତି ?

ଦୈନିକ ଜୀବନଚର୍ଯ୍ୟା ,କାର୍ଯ୍ୟ ବ୍ୟସ୍ତତା କିଛି କରି ଦେଖାଇବାର ନିଶା ,ସେଥିରୁ କେମିତି ବାଦ ପଡ଼ିଥାନ୍ତି। ତୁମକୁ ଭଲ ପାଇ ବିବାହ କରିଥିଲି।

ଭାଗ୍ୟବଶତଃ ଚାକିରୀଟିଏ ବି ଯୋଗାଡ଼ କରି ପାରିଥିଲି ଯେ ହେତୁ ଆମେ ଦୁହେଁ ଭଲପାଇ ବିବାହ କରିଥିଲେ।ପରିବାର ସହ ବୁଝାମଣା ବି ଠିକ ରହି ପାରି ନଥିଲା,ତଥାପି ତୁମକୁ ନେଇ ଖୁସି।

ଲୋକେ କହନ୍ତି, ଆନ୍ତରିକତା ବୃଦ୍ଧି ଯଦି ହୁଏ ଜଣକ ଅନ୍ୟଜଣ ସହ

ସେ ମୂର୍ଖାମି ଛଡା ଅନ୍ୟ କିଛି ନୁହେଁ ଆଉ ସେଇ ମୂର୍ଖାମୀର କାରଣ ବି ଜଣା ପଡି ନ ଥାଏ ।

ଆଜି ଅଫିସରୁ କିଛି ସମୟ ପୂର୍ବରୁ ଘରକୁ ଫେରୁଛି।

ଅନେକ ଦିନ ହେଲା ଜୀବନ ଯେମିତି ଗୋଟିଏ ଯନ୍ତ୍ର ପାଲଟି ଯାଇଛି। ସକାଳ ଆଠରୁ ଆରମ୍ଭ ହୁଏ ଦୌଡ଼,ରାତି ଦଶରେ ଅନ୍ତଃ ହୁଏ। ଏମିତି କି ରବିବାର ବି କାମ କରିବାକୁ ପଡେ। ନିଜ ଉପର ହାକିମଙ୍କ ଖୁସିରେ ରଖିବାକୁ ପଡେ ନ ହେଲେ ଏତେ ଚଞ୍ଚଳ ସବୁ କିଛି ସହଜରେ ବନାଇବା ବି ସମ୍ଭବ ନୁହେଁ।

କାହିଁକି କେଜାଣି ଜୀବନର ଏତେ ଗୁଡ଼ାଏ ବିବଦ୍ଧତା ରଙ୍ଗ ଭିତରେ ମଣିଷକୁ ମରୀଚିକା ପଛରେ ଦୌଡିବାକୁ ବାଧ୍ୟ କରେ । ତାରି ଭିତରେ କିଛି ପାଇବାକୁ କିଛି ହରାଇବାକୁ ବି ପଡେ । ବ୍ୟକ୍ତିଗତ ସମୟର ତ୍ୟାଗ କରିବା ଛଡା ଅନ୍ୟ କିଛି ବିକଳ୍ପ ଉପଲବ୍ଧି ହାତରେ ନ ଥାଏ ।

ଦାମ୍ପତ୍ୟ ଜୀବନରେ ସାଲିସ ଅବା ବୁଝାମଣା ଉଭୟଙ୍କୁ କରିବାକୁ ପଡେ। ଶାରୀରିକ ଚାହିଦା ଯାହା ଦାମ୍ପତ୍ୟରେ ଅପିହାର୍ଯ୍ୟ ତାକୁ ବି ତ୍ୟାଗ କରିବାକୁ ପଡେ ।

ଏମିତି ଭାବନା ନେଇ ରାସ୍ତାରେ ଚାଲିଥାନ୍ତି ,ଅନିମେଷ । ଅନାମିକା ତାଙ୍କ ସ୍ତ୍ରୀ ଅତ୍ୟନ୍ତ ସୁନ୍ଦରୀ ,ଶିକ୍ଷାଗତ ଯୋଗ୍ୟତା ,ବୟସ ଦୁହିଁଙ୍କ ସମାନ ତଥାପି ଅନିମେଷଙ୍କ ଇଛା ବିରୁଦ୍ଧରେ ଯିବା ତାଙ୍କ ଇଛା ନ ଥାଏ ।

ଘର କାର୍ଯ୍ୟରେ ହିଁ ବ୍ୟସ୍ତ ରଖିଥାନ୍ତି ନିଜକୁ ଅନାମିକ । ଅନିମେଷଙ୍କ ନିବିଡ଼ ଭଲ ପାଇବା ବୋଧେ ତାଙ୍କୁ ବାଧ୍ୟ କରିଛି ତାଙ୍କ ଅଜାଣତରେ ନିଜ ପରିଚୟ ଓ ଠିକଣା ଅସ୍ତିତ୍ବ ହରାଇ ବସିଛନ୍ତି। ତାଙ୍କ ପରିଚୟ ଆରମ୍ଭ ଓ ଶେଷ ହୁଏ ଅନାମିକଙ୍କ ସହ। ଏଇ ବର୍ଷେ ଦୁଇ ବର୍ଷ ଭିତରେ ଅନାମିକା ସବୁକିଛି ତାଙ୍କର ବନି ଯାଇଛନ୍ତି ।

ରାସ୍ତା ଚାଲୁ ଚାଲୁ ମୁନିବାଇ ଫୁଲ ଵାଲି ପାଖେ ପହଞ୍ଚି ଯାଇ ମାଗିଲେ ମଲ୍ଲି ଫୁଲର ଗଜରାଟିଏ, ମୁନିବାଇ ମୁରକି ହସିଲେ ବୋଧେ ତାଙ୍କ ହାଵ ଭାଵ ସେ ଠଉରାଇ ପାରିଲେ ମୁରକି ଗଜରା ହାତକୁ ବଢ଼ାଇ ଦେଲେ ।

ତା ପରେ ଯନ୍ତ୍ରବତ୍ତ ପହଞ୍ଚି ଗଲେ ଲାଲୁରାମ ରାବଡୀ ଵାଲା ପାଖରେ ତା ଠାରୁ କିଛି ରାବଡୀ ଓ ଆଇସକ୍ରିମ କିଣିଲେ ପୁଣି ଉଠି ରାସ୍ତାରେ ଚାଲିବାକୁ ଆରମ୍ଭ କଲେ । ଆଜି ଅନୁଙ୍କ ସହ ମିଶି ବାଲକୋନି ରେ ବସି ସନ୍ଧ୍ୟା ଚାହା ପିଆହେବ, ତା ପରେ କିଛି ଗଜଲ ଶୁଣିବେ , କିଛି ରୋମାନ୍ସ ହେବ ।

ରାତ୍ରି ଭୋଜନ ହେବ ମହମବତୀ ଲଗା କେଉଁ ଏକ ପଞ୍ଚତାରକା ହଟେଲର ନିଭୃତ ଅନ୍ଧାର ବଖରାରେ ଏକାନ୍ତରେ ସେ ଆଉ ଆନମିକା ଧୀର ସଙ୍ଗୀତ ସହ ମହମ ବତୀ ର କ୍ଷୀଣ ଜଳିଥିବା ଆଲୋକ ସତରେ କି ହେବ ରୋମାଞ୍ଚକର ଅନୁଭୂତି ।

ଅନେକ ଦିନ ହେଲା ସୁନ୍ଦର ଭାବେ ସଜାଇ ହୋଇ ଥିବା ଅନୁଙ୍କ ସେ ଦେଖି ନାହାନ୍ତି । ତାଙ୍କ ସୌନ୍ଦର୍ଯ୍ୟକୁ ଦେଖି କେହି ଯଦି ଆପଲକ ନୟନରେ ଦେଖେ ତାଙ୍କୁ ବେଶ ଭଲ ଲାଗେ ସେ ନିଜକୁ ଗର୍ବ ଅନୁଭବ କରନ୍ତି ଯେ ତାଙ୍କ ସ୍ତ୍ରୀ ବଲିଉଡର କେଉଁ ନାମୀ ଦାମୀ ତାରକାଙ୍କ ଠାରୁ କମ ନୁହନ୍ତି । ଆପେ ମନ ତଳେ ଏମିତି କିଛି ଶବ୍ଧ ଉଙ୍କି ମାରେ ଯେ " ଚାନ୍ଦ ! ଏଇ ଏମିତି ଗତ କେଇ ବର୍ଷ ତଳେ ପୁଣି ଥରେ ହାତ ଠାରି ଡାକନ୍ତୁ ନି ମତେ ଥରେ ଯେମିତି ଡାକୁଥିଲୁ ।

ଭାବନାରେ ପହଞ୍ଚିଗଲେ ଘରେ ବେଲ ନ ଚିପି ନିଜ ତାଲାରେ ପ୍ଲାଟ କବାଟର ତାଲା ଖୋଲିଲେ । ସନ୍ତର୍ପଣ ଗତିରେ ଚାଲିଲେ ଘର ଭିତରକୁ ଆଜି ସେ ତାଜବୁ କରି ଦେବେ ହଠାତ ଅସମୟରେ ଘରେ ପହଞ୍ଚି । ଯେମିତି ଶୋଇବା ଘର କବାଟ ଖୋଲିଲେ ଦେଖିଲେ ଅନୁ ତାଙ୍କ ବନ୍ଧୁଙ୍କ ସହ ଏକାନ୍ତରେ ଶଯ୍ୟାସୁଖ ଭୋଗ କରିବାରେ ବ୍ୟସ୍ତ।

ଆଶ୍ଚର୍ଯ୍ୟ ହେଲେ କବାଟକୁ ବନ୍ଦକରି ଯେମିତି ଆଉଜା ହୋଇ ଥିଲା ସେମିତି ଆଉଜି ବାହାରି ଆସିଲେ ଘରୁ ପୁଣି ତାଲା ଦେଇ ଯେମିତି ଅନୁ ଓ ତାଙ୍କ ବନ୍ଧୁ ଜଣକ କିଛି ଯେମିତି ଜାଣି ପାରିବେ ନାହିଁ ।

ପୁଣି ରାସ୍ତାରେ ଚାଲିଲେ କିଛି ସମୟ ଅପ୍ରାକୃତିକ ,ଅବିଶ୍ୱାସନୀୟ ,ପାର୍କ ବେଞ୍ଚରେ ବସିତା ପରେ ବାରକୁ ଯାଇ କିଛି ଡ୍ରିଙ୍କ ପିଇ ଚାଲିଲେ ନିଜକୁ ଭୁଲିବାକୁ ଇଛା ହେଉଥାଏ ଯେମିତି ପ୍ରାଣ ଚାଲି ଯାଇଥାନ୍ତା କି ? ସେ ନିସ୍ୱତି ନେଲେ ଆତ୍ମହତ୍ୟା କରିବେ ।

ନିଶାଗ୍ରସ୍ତ ଭାବେ ରେଳ ଧାରଣା ଆଡ଼କୁ ମୁହାଁଇଲେ । ଏମିତି ତାଙ୍କୁ ଲାଗୁଥିଲା ଯେମିତି ସେଇ କ୍ଷଣ ନ ଜୀବନରେ ନ ଆସିଲେ ହୋଇ ନ ଥାନ୍ତା ଭଲ ।

ଚାଲିଛନ୍ତି ରେଳଧାରଣା କଡେ କଡେ ପ୍ରତୀକ୍ଷା କରିଥିଲେ କେଉଁ ଏକ ଟ୍ରେନର ଆସିବାକୁ ।

ନିଛାଟିଆ ଜାଗା କିଛି ଦୂର ଆଗେଇ ଯିବା ପରେ ସେ ଦେଖିଲେ ଜଣେ ସୁନ୍ଦରୀ ମହିଳା ରେଳଧାରଣା ଉପରେ ମୁଣ୍ଡ ରଖି ଶୋଇଛନ୍ତି । ପଶ୍ଚାତତାପର ଛାପି ସ୍ୱଷ୍ଟ ଭାବେ ତାଙ୍କ ମୁହଁରୁ ବାରି ହେଉଥିଲା । ଦୌଡ଼ିଗଲେ ତାଙ୍କୁ ଉଠାଇଲେ ଆଉ ଦି ଥାପଡ଼ ମାରି କହିଲେ ତୁମକୁ କିଏ ଅଧିକାର ଦେଲା ଆତ୍ମହତ୍ୟା କରିବାକୁ ଏମିତି କଣ ହେଇଛି ତୁମର ଯେ ତୁମେ ଏ ଭଳି ନିଷ୍ପତି ନେଲ ।

ଝିଅଟି କହିଲା ତା କାହାଣୀ ତାଙ୍କ କାହାଣୀ ସହ ଯାହା ଅନୁରୂପ ଠିକ ମେଳ ଖାଉଥିଲା। ସେ ଝିଅଟିର ଅନୈତିକ ସମ୍ପର୍କର କାହାଣୀ । ପ୍ରେମିକ ସହ ଧରା ପଡିବା ପରେ ସ୍ବାମୀ ପରିତ୍ୟାଗ କଲେ ଓ ପ୍ରେମିକ ଚମ୍ପଟ। ଅନ୍ୟ ଉପାୟ ନ ପାଇ ସେ ଆତ୍ମାହତ୍ୟା କରିବା ଶ୍ରେୟ ମନେ କଲେ ।

ଯେମିତି ସେମିତି ବୁଝାଇ ତାଙ୍କୁ ନେଇ ଆସିଲେ ଷ୍ଟେସନ ନିକଟରେ ଥିବା ଥାନାକୁ କିଛି ଖାଇବାକୁ ଦେଲେ ବୁଝାଇଲେ ଯେ ଜୀବନ କେତେ ମୂଲ୍ୟବାନ ମଣିଷକୁ ଜୀବନ ଏମିତି ଅନେକ ବିବିଦ୍ଧତା ଦେଖାଇ ଥାଏ ତା ବୋଲି ଜୀବନଟାକୁ ସମସ୍ୟା ନିକଟରେ ଜଳାଞ୍ଜଳି ଦେବା ମୂର୍ଖାମି ।

ଘରକୁ ଫେରିଲେ ଅନୁ କବାଟ ଖୋଲିଲେ ସେଏମିତି ଅଭିନୟ କରି ଚାଲିଥିଲେ ଯେମିତି କିଛି ହେଇ ନି । ଖାଇବାକୁ ପଚାରିଲେ ସେ ମନା କଲେ ଖାଇବେ ନାହିଁ ଆଉ ଯାଇ ଶୋଇବାକୁ ଚାଲିଗଲେ । ନିଦ ଆସିବ କୁଆଡୁ ସେ ଏତେ ଭଲ ପାଆନ୍ତି ଅନୁକୁ ଯଦି ପଚାରନ୍ତି ତା ହେଲେ ଅନୁଙ୍କ ଅବସ୍ଥା ଯଦି ସେ ଝିଅଟିର ଅନୁରୂପ ହୁଏ ତା ହେଲେ ତାଙ୍କ ଭଲ ପାଇବାର ମୂଲ୍ୟ କଣ ରହିବ । ଗୋଟିଏ ଭୁଲ ତା ପାଇଁ ଦୁଇଟି ଜୀବନକୁ ପ୍ରାଣଦଣ୍ଡ ଯାତାର୍ଥ କି ? ଏ ଭଳି ପଦକ୍ଷେପ ସେ ଓ ଆନମିକା ଉଭୟ ନେବାକୁ କେତେ ଦୂର କିଏ ଦାୟୀ ? ଦାମ୍ପତ୍ୟ କୁ ଯଦି କୁହାଯାଏ ଏକ ବୁଝାମଣାର ସମ୍ପର୍କ ତା ହେଲେ ସେ ସେଥିରେ କେତେଦୂର ସମର୍ଥ ହୋଇଛନ୍ତି ତାକୁ ସାର୍ଥକ କରିବାକୁ ?

ଏମିତି ଅନେକ ପ୍ରଶ୍ନ ତାଙ୍କ ମୁଣ୍ଡରେ ଚାଲିଥିଲା ।

ସାରାରାତି ଶୋଇ ନାହାଁନ୍ତି ସକାଳୁ ବାହାରିଲେ ଅଫିସକୁ ସିଧା ଚାଲିଗଲେ ତାଙ୍କ ଉପରିସ୍ତ ଅଧିକାରୀଙ୍କ ନିକଟକୁ ଯିଏ କିଛି ଦିନ ତଳେ ତାଙ୍କୁ ଅନ୍ୟସ୍ଥାନକୁ ବଦଳି କରିବାକୁ ଚାହୁଁ ଥିଲେ ଏବଂ ସେ ବଦଳି ଗ୍ରହଣ କଲେ ତାଙ୍କ ଉପରସ୍ତ ପଦବୀକୁ ପଦୋନ୍ନତି କରିଦେବେ ବୋଲି ତାଙ୍କୁ କହିଥିଲେ ।

ଅନିମେଷ କହିଲେ ସାର ମୁଁ କାଲି ହାଇଦ୍ରାବାଦ ଯିବାକୁ ଚାହେଁ ଯଦି ଆପଣ କହିବେ କାଲି ସେଠାକୁ ଯାଇ ସେ ଭାରଗ୍ରହଣ କରିବାକୁ ପ୍ରସ୍ତୁତ । ସଙ୍ଗେ ସଙ୍ଗେ ତାଙ୍କ ଉପରସ୍ତ ହାକିମ ,ତାଙ୍କ ହାତରେ ବଦଳି ଚିଠା ପ୍ରଦାନ କରି କହିଲେ ଅନିମେଷ ହଠାତ ଏ ନିଷ୍ପତି ପୁନାରୁ ସିଧା ହାଇଦ୍ରାବାଦ ।

ଅନିମେଷ କହିଲେ - ଜୀବନର ବିବଦ୍ଧତା ସହ ବୁଝାମଣା ଛଡା ସାର ଆଉ କିଛି ନୁହେଁ ।

କାଶ୍ୟପ,

ରାମ ପ୍ରସାଦ ବିଶୋଇ

ରାୟଗଡା ।


Rate this content
Log in