ନୀଳ ଲଫାଫା
ନୀଳ ଲଫାଫା
ଦେଖିଲି ତୁମ ଚେହେରା ,ଜାଣିଲି ଭିନ୍ନ ପରିଚୟ ଦେଇ କଥା ହେଉଥିବା ,
ଆଗନ୍ତୁକା ଜଣକ କିଏ ? ? ?
ହୃଦୟ କଣ ? ଚିହ୍ନିବାରେ ଭୁଲ କରେ ଛଳନାକୁ ,ମୁଁ କିନ୍ତୁ ଭଲପାଏ ; ତୁମକୁ ତୁମ ପ୍ରତି ଦୁର୍ବଳତାକୁ,
ମୋ ଭଲ ପାଇବା ତୁମକୁ ବାଧ୍ୟ କରି ଚାଲିଛି ତୁମକୁ ମତେ ନ ଭୁଲି ଯିବାକୁ ତୁମ ସେଇ ନ ଭୁଲିପାରିବା ପଣରେ ଲୁଚି ରହିଛି ,ମୋ ଭଲ ପାଇବାର ସାର୍ଥକତା ।
ଆପଣାପଣ ଜାହିର କରାଯାଇଥାଏ ଯେଉଁଠି ଥାଏ ଭଲ ପାଇବା।
ନୀଳ ଲଫାଫାରେ ବନ୍ଦ ହୋଇ ପଡ଼ିଥିବା ଚିଠିଟିର କେବେଳ ଅଢେଇ ଅକ୍ଷର କେବଳ 'ମୁଁ' ଗୋଟିଏ ଅକ୍ଷର ପଢିବାରେ ଏ ଯାବତ ସମର୍ଥ ହୋଇ ପାରିଛ,
ଲଫାପାଟି ସେମିତି ବନ୍ଦ ହୋଇ ପଡିଛି ।
ନୀଳ ଲଫାଫା-----ଠିକଣାଟା ଲେଖି ପୋଷ୍ଟ କରିଦେବ, ଜାଣେ ଏ ଯାବତ ଠିକଣାଟା ହଜି ନି--
ଫେରିବାର ଶୁଭେଛା ସହ-@କାଶ୍ୟପ ।
,