Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Satyaprakash Sethy, M. A(UGC NET)

Crime Others


3  

Satyaprakash Sethy, M. A(UGC NET)

Crime Others


ଗୋଟିଏ ଭୂଲ କୋଟିଏ କ୍ଷତି

ଗୋଟିଏ ଭୂଲ କୋଟିଏ କ୍ଷତି

6 mins 222 6 mins 222

ଅନେକ ସମୟରେ ମଣିଷ ଜ୍ଞାତରେ ହେଉ ବା ଅଜ୍ଞାତରେ କିଛି ନା କିଛି ଭୂଲ କରି ବସିଥାଏ, ଯେଉଁ ଭୂଲ ପାଇଁକି ଦିନେ ତାକୁ ଅନେକ ମୂଲ୍ୟ ଦେବାକୁ ପଡିଥାଏ। ଯାହାର ହୁଏତ କଳନା କରିବା ସାଧାରଣ ମଣିଷ ପକ୍ଷେ ସହଜ ହୁଏ ନାହିଁ। ପରନ୍ତୁ ନାନାବିଧ ସମସ୍ୟା ତହୁଁ ନିତ୍ଯ ନୂତନ ସୃଷ୍ଟି ହୋଇ ଜୀବନ ପାଇଁ ଏକ ବିଷମୟ ପରିସ୍ଥିତି ଆଣି ଦେଇଥାଏ। ଗୋଟିଏ ଭୂଲରୁ କୋଟିଏ କ୍ଷତି ସାଧନ ହୋଇଥାଏ। ଭୂଲ କରିବା ଲୋକ ଜଣେ ଓ ଜଣଙ୍କର ଗୋଟିଏ ମାତ୍ର୍ ଭୂଲ କିପରି ଏକ ବିରାଟ ମାନବ ସମୁଦାୟର କ୍ଷତି ସାଧନ କରି ପରେ ତାହାର ଗୋଟିଏ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ହରିପୁର ମୌଜାରେ। ଗାଁଟି ଛୋଟିଆ ହୋଇଥିଲେ ହେଁ ଏହାର ଭୌଗୋଳିକ ଅବସ୍ଥିତି ଓ ପ୍ରାକୃତିକ ସୁଷମା ଅତି ମନୋରମ। ଏହି ଦୃଷ୍ଟିରୁକୋଣରୁ ଗାଁଟି ବେଶ୍ ସୁଶୋଭିତ ଓ ମନୋଲୋଭା ତା’ର ଦୀପ୍ତିମୟୀ କାନ୍ତି। ଖୁବ୍ ଅଳ୍ପ ଲୋକ ବସବାସ କରୁଥିଲେ ହେଁ ଶିକ୍ଷା ଓ ସଭ୍ୟତା ଦୃଷ୍ଟିରୁ ଗାଁଟିର ବାସ ଚୌଦିଗକୁ ଖୁବ୍ ବାସେ। ଏଭଳି ଏକ ଗାଁରେ କଳଙ୍କର କାଳିମା ଲାଗିବ ବୋଲି କାହାରି କେବେ ଧାରଣା ନଥାଏ।

ସେଦିନ ଏପରି ଏକ ସୁନ୍ଦର ସୁଠାମ ପରିବେଶରେ ଦିନାନ୍ତ ସ୍ପର୍ଶ କରୁଥିଲେ ଧରଣୀର କୋଳ। ଚାରିଆଡ଼େ ସୂର୍ଯ୍ୟର ରକ୍ତିମ ଆଭା। ସୁନେଲି କିରଣ ବୁଣି ହୋଇ ପଡ଼ୁଥିଲା ବାଡ଼ି ପଟ ଗଛ କ୍ରୋଡ଼ ପଞରରେ। ପଲ୍ଲୀ ରାଣୀ ପ୍ରକୃତି କୋଳରେ ବେଶ୍ ହସି ଉଠୁଥିଲା।ମୃଦୁ ମନ୍ଦ ସମୀରଣ ପ୍ରବାହିତ ହେଉଥିଲା। ଦେହରେ ଭରି ଉଠୁଥିଲା ମାଦକତା। କାମୁକ ପୁରୁଷ ମନରେ କାମ ଓ କାମନା ଉଦ୍ରେକ ହେଉଥିଲା।

ସେଦିନ ଏମିତି ଏକ ସନ୍ଧିକ୍ଷଣ ମୁହୂର୍ତ୍ତରେ ଦିନନାଥ ବାବୁ ବାଡ଼ି ପଟେ ବୃକ୍ଷ ଛାୟାମୂଳେ କ’ଣ ଏମିତି ଭାବୁଥାନ୍ତି କେଜାଣି ମନେ ମନେ ହସି ଉଠୁଥାନ୍ତି। ପାଖଘରୁ କେବେ ଠାରୁ ଆଲୁଅ ଖାଲି ହୋଇଗଲାଣି। ବିଦ୍ୟୁତ୍ ଆଲୁଅ ଜାଳି ତନ୍ଦ୍ରା ବସି ପଡିଥାଏ ପଢ଼ା ଟେବୁଲ ପାଖରେ। ବୟସ ତେର କି ଚଉଦ। ହେଲେ ଟିକିଏ ବଢିଲା କୁଢିଲା ଝିଅ ହୋଇଥିବାରୁ ତା’ର ଅଙ୍ଗ ସୌଷ୍ଠବ ବେଶ୍ ପରିସ୍ଫୁଟ ହୋଇ ଦିଶୁଥାଏ। ତନ୍ଦ୍ରା ଉପରେ ଆଖି ପଡିଯିବାରୁ ବୟସ୍କ ଦିନନାଥଙ୍କ ମନଟା ଚହଲି ଗଲା। ସେ ଭୁଲି ଗଲେ ଯେ ତାଙ୍କର ଦୁଇଟି ଶିଶୁ ପୁତ୍ର ଓ ଘରେ ସୁନ୍ଦରୀ ସ୍ତ୍ରୀ ଅଛି ବୋଲି। ଭୁଲିଗଲେ ତନ୍ଦ୍ରା ତାଙ୍କ ଝିଅ ବୟସର ବୋଲି। ଭୂଲି ଗଲେ ତନ୍ଦ୍ରାର ବାପା ମାଆ ଆଜି କୌଣସି ଗୋଟେ ଜରୁରୀ କାମରେ ବାହାରକୁ ଯାଇଛନ୍ତି, ସେମାନେ ଆସି ପହଁଞ୍ଚିଲେ କ’ଣ ହେବ ବୋଲି। ଭୂଲି ଗଲେ ସବୁ କିଛି। କାମୁକ ମଣିଷ ଆଖିରେ ଅନ୍ଧ ପୁଟୁଳି ଦେଇ ତା ହିସାବରେ ସେ ଦୁନିଆକୁ ଦେଖେ। ପରିଣତି ପ୍ରତି ଚିନ୍ତା ତାହାର ରହେ ନାହିଁ। ଯମ ଯେ ନେଇ ଅଧା ନଇରେ ଛାଡେ ଏକଥା ସେ ଅପରିଣାମଦର୍ଶୀ ମଣିଷ ସହଜରେ ବୁଝିପାରେ ନାହିଁ। ହିତାହିତ ଜ୍ଞାନ ଭୂଲି ସେ ଅହେତୁକ କାଣ୍ଡ କରିବସେ।

ଦିନନାଥ ଏକୁଟିଆର ସୁଯୋଗ ନେଇ ଆସ୍ଥେ କରି ଘର ଭିତରକୁ ପଶି ଆସି ତନ୍ଦ୍ରା ଉପରକୁ ଝାମ୍ପି ପଡୁଥିଲେ। ତନ୍ଦ୍ରା ଏ କ’ଣ ହେଉଛି କହି ଖୁବ୍ ଜୋହରରେ ଚିଲେଇ ଉଠିବାରୁ ଦିନନାଥ ଅକୃତକାର୍ଯ୍ୟ ହୋଇ ଦୌଡ଼ି ଫେରି ଯାଉଥିଲେ। ହେଲେ ତନ୍ଦ୍ରା ତ ସହଜେ ଛାଡ଼ିବା ଝିଅ ନୁହଁ, ସେ ହାତରେ ଗୋଟେ ଚପଲ ଧରି ଧାଇଁ ଗଲା ଦିନନାଥ ଘର ପର୍ଯ୍ୟନ୍ତ। ସମସ୍ତଙ୍କ କାନକୁ କଥାଟା ଗଲା, ସମସ୍ତେ କେତେ ଛି ଛାକର କଲେ। ଦିନନାଥଙ୍କ ଏପରି କର୍ମ କାଣ୍ଡକୁ ନିନ୍ଦା କଲେ। କେହି କେହି ମଧ୍ୟ କହିଲେଣି ତନ୍ଦ୍ରାର ବାପା ମାଆ ଆସିଲେ ଏ ଅଭଦ୍ରକୁ ସହଜରେ ଛାଡିବେ ନାହିଁ, ବାଡ଼େଇ ବାଡ଼େଇ ଠିକ୍ କରିଦେବେ। କାରଣ ବିନା କଡା ଶାସନରେ ଏମାନେ ସହଜରେ ସୁଧୁରିବେ ନାହିଁ।ଏମାନେ ହେଉଛନ୍ତି ସମାଜରେ କଳଙ୍କ। ଘରେ ସ୍ତ୍ରୀ ଓ ମାଆ ମଧ୍ୟ ଶୁଣି ଘୃଣା ଓ ବିରକ୍ତିରେ କଟୁ ମନ୍ତବ୍ୟ ଦେବାକୁ ଭୂଲିଲେ ନାହିଁ।

ଏଥର ଦିନନାଥର ବୁଦ୍ଧି ହଜିଗଲା। କ୍ଷଣିକ ଉତ୍ତେଜନାରେ ବଶବର୍ତ୍ତି ହୋଇ ସେ ଯେଉଁ ଭୂଲ କରିବାକୁ ଯାଉଥିଲା ସେଥିପାଇଁ ଅନୁତାପ ନିଆଁରେ ସେ ଜଳିବାକୁ ଲାଗିଲା। ଲଜ୍ଜା ଓ ଅପମାନରେ ମୁହଁ ତଳକୁ ହୋଇଗଲା। ଭୟ ଓ ଅପବାଦରେ ଲୁଚି ବାଡ଼ି ପଟ ଦେଇ କେଉଁଆଡ଼େ ଚାଲିଗଲା। ତାକୁ କେହି ଆଉ ଦେଖି ନାହିଁ।

ଦେଖିଲା ବେଳକୁ ଟ୍ରେନ୍ ଲାଇନରେ କଟି ମରିଯାଇଛି। ପୋଲିସ୍ ଆସିଲା। ଘଟଣାର ତଦନ୍ତ ଓ ଖୋଳ ତାଡ(investigation & enquiry) ଚାଲିଲା।ତନ୍ଦ୍ରାର ବାପ ଓ ଭାଇକୁ ପୋଲିସ୍ ବାନ୍ଧିଲା। ଦିନନାଥର ହତ୍ୟା ଅପରାଧରେ ଦୁହେଁ ଗିରଫ ହେଲେ। କାରଣ ଦିନନାଥର ପତ୍ନୀ ଓ ପୁଅ ସାକ୍ଷୀ ଦେଲେ ଯେ ଏମାନେ ମାରି ଦେଇଛନ୍ତି। ଆଉ ଗୋଟେ ଅଧେ ମଧ୍ୟ ଅନୁମାନିଆ ସାକ୍ଷୀ ମଧ୍ୟ ପ୍ରମାଣ ଦେଲେ ଯେଉଁ ମାନଙ୍କର ତନ୍ଦ୍ରା ବାପା ସହ ପୂର୍ବ ଶତ୍ରୁତା ଥିଲା।

ତେଣେ ଦିନନାଥର ପୁଅ ପ୍ରତିଶୋଧ ନେବା ଭାବନାରେ ପଢ଼ାପଢି ଛାଡିଦେଲା। ଘଟଣା ପ୍ରତି ସମ୍ପୂର୍ଣ୍ଣ ଅନଭିଜ୍ଞ ଓ ସତ୍ୟାସତ୍ୟ ପ୍ରତି ସନ୍ଦିହାନ ଥିଲେ ମଧ୍ୟ ସେ ନିଜ ଜୀବନକୁ ବାଜି ଲଗାଇ ନିଜ କ୍ୟାରିଅର ବରବାଦ କରିଦେଲା। ଜୀବନରେ କେବଳ ଲକ୍ଷ୍ୟ ନେଲା ତନ୍ଦ୍ରା ବାପା ଓ ଭାଇକୁ ମାରିବ।

ଅନ୍ୟ ପଟେ ଦିନନାଥର ସ୍ତ୍ରୀ ବିଧବା ହୋଇ ଦୁଃଖ ତାପରେ ଝଳି ହେଉଥାଏ। ତା’ର ଜୀବନରେ ଆଶାର କିରଣ ସବୁ ମଉଳି ଯାଇଥାଏ। ଜୀବନର ଲକ୍ଷ୍ୟ ନିରୁର୍ଦ୍ଧିଷ୍ଟ ହୋଇ ସାରିଥାଏ। ବଞ୍ଚିବାର ମୋହ ବୋଲି ଏହି ପିଲା ବକଟକ। ତନ୍ଦ୍ରା ବାପା ଓ ଭାଇ ହତ୍ୟା ନକରି ମଧ୍ୟ ଜେଲରେ ସଢ଼ିଲେ। ସେହି ଜେଲର ଚାରି କାନ୍ଥ ଭିତରେ ନିଜ ଦୁନିଆ ନିଜେ ଖୋଜୁଥିଲେ।

ତନ୍ଦ୍ରା ବୋଉ ଓ ତନ୍ଦ୍ରାର ଦୁଃଖ ନକହିଲେ ଭଲ। ସୀମାହୀନ ଅସୀମ ସେମାନଙ୍କ ବେଦନା। ତନ୍ଦ୍ରା ବୋଉଟା ପରିସ୍ଥିତି ଓ ପରିବେଶ ସହିତ ମୁକାବିଲା କରି ନପାରି ଖାଲି ବାୟାଣୀ ବାତୁଳୀ ପରିକା ହେଉଥାଏ। ତନ୍ଦ୍ରାଟା ମଧ୍ୟ ତୀବ୍ର ମାନସିକ ଯନ୍ତ୍ରଣାରେ ଛଟପଟ ହେଉଥାଏ। ସାହି ପଡ଼ିଶାଙ୍କ ଆକ୍ଷେପ ଓ ଟାହି ଟାପରା ଶୁଣି ଶୁଣି ସେ ଆଉ ସ୍କୁଲ୍ ଯାଇ ପାରିଲା ନାହିଁ। ଭାଗ୍ୟକୁ ଦାୟୀ କରି ନିଜ ଘର ଭିତରେ ଏକା ଏକା ବସି ରହିଲା। ବିଭିନ୍ନ୍ କଥା ଭାବି ମନଟା ଖାଲି ଗୋଳେଇ ଘାଣ୍ଟି ହେଉଥାଏ। ମୂର୍ଖ ହୋଇ ଘରେ ବସିରହିଲା। କାହା ଆଗେ ଭରସି କଥା ପଦେ କହି ପାରୁ ନଥାଏ। ଅନ୍ୟକୁ ମୁହଁ ଦେଖେଇବାକୁ ବେଳେ ବେଳେ ଡର ଲାଗୁଥାଏ। କାରଣ କିଏ କେତେ ବାଗରେ କଥାଟାକୁ ମିଶାଣ ଫେଡାଣ କରି କହୁଥାନ୍ତି ତା’ର କିଛି ଗୋଟେ ହିସାବ ନାହିଁ। ଏହି ପରି ଏକ ଅହେତୁକ ଆତଙ୍କ ବୋଧର କରାଳ ଛାୟା ସର୍ବତ୍ର ଖେଳି ଯାଉଥାଏ। ଏଥିରେ ସମ୍ପୃକ୍ତ ପ୍ରତିଟି ଚରିତ୍ର ସେଥିରେ ଯେପରି କି ସନ୍ତୁଳିତ ହେବାକୁ ବାଧ୍ୟ। ହେ ଭଗବାନ! ଏ କି ବିଚିତ୍ର ସ୍ଥିତି? ପ୍ରତିଟି ଚରିତ୍ରକୁ ତିଳ ତିଳ କରି ଦହଗଞ୍ଜ କରି ମାରିବା କି ଉଦ୍ଦେଶ୍ୟ? ଏ ପରିସ୍ଥିତି ଯେକେହି ଅନୁଧ୍ୟାନ କରୁଥିବ ବେଦନାରେ ତା’ର ହୋସ୍ ଉଡ଼ିଯିବାଟା ନିଶ୍ଚିତ।

ଏପରି ପରିସ୍ଥିତିରେ କାହିଁ କାହାକୁ ଗୋଟେ କିଛି ସଠିକ୍ ରାସ୍ତା ମିଳୁ ନଥାଏ। ଖାଲି ଦୁଃଖ ଓ ଅବସାଦରେ ମନ ଓ ପ୍ରାଣ ଶିକ୍ତ ହୋଇ ଉଠୁଥାଏ। ହତାଶା ମୁଖ ମଣ୍ଡଳରେ ମଣ୍ଡନ କରୁଥାଏ। ଏହା ଏପରି ଏକ ଭୂଲ ଓ ତଜ୍ଜନିତ ଦୁର୍ଘଟଣା ଥିଲା – ଯାହା ଅଚିରେ କେଇ ଗୋଟି ପ୍ରାଣୀ ଜୀବନରେ ହଳାହଳ ବିଷ ଭରି ଦେଇଥାଏ।

ଖୁସିର ମୁହୂର୍ତ୍ତ ଗୁଡାକ କେଉଁ ଆଡ଼େ ହଜି ଯାଏ। ଖାଲି ହତାଶାର ଚନ୍ଦ୍ର କାଳିମା ଦେହେରେ ବୋଳି ହୋଇଯାଏ। ଭୂଲ କରିଥିବା ଲୋକ ତ ତରି ଗଲା। ହେଲେ ଜୀବନରେ କିଛି ବି ଭୂଲ ନ କରିଥିବା ଲୋକଙ୍କର କାହିଁକି ଏ ଦୁର୍ଦ୍ଦଶା? କ’ଣ ସେହି ଭୂଲ କରିଥିବା ଲୋକ ସହ ଖାଲି ସମ୍ପୃକ୍ତି ଯୋଡି ହୋଇ ଯାଇଥିବା କାରଣରୁ? କେଡେ ସତେ ଦାରୁଣ ବିପର୍ଯ୍ୟୟର ସମୂଖୀନ ନୁହେଁ ସତେ? ଅଙ୍ଗେ ନ ଲିଭାଇଲା ଲୋକ ତା’ର ଦୁଃଖ କେବେ ବୁଝି ପାରିବ ନାହିଁ। ହେଲେ ଏପରି କାହିଁକି ହୁଏ। କିଏ ଏଥିପାଇଁ ଦାୟୀ?

ଏ ସମ୍ପୂର୍ଣ୍ଣ ଘଟଣା ବଳିର ପୁଙ୍ଖାନୁପୁଙ୍ଖ ତର୍ଜମା କଲେ ସ୍ପଷ୍ଟ ଅବବୋଧ ହେବ ଯେ ଏ ସମସ୍ତ ସମ୍ପୃକ୍ତ ଓ ସଂଶ୍ଲିଷ୍ଟ ବ୍ୟକ୍ତି ବିଶେଷଙ୍କର କାହାରି ତ ସେତେ କିଛି ଦୋଷ ବା ଭୂଲ ନାହିଁ? ତେବେ ସେମାନେ ଏ ଭଗବାନଙ୍କ ରାଜ୍ୟରେ କାହିଁକି ଏମିତି ଦଣ୍ଡିତ? ଏ କଥାର ପ୍ରକୃଷ୍ଠ ବିଚାର କଲେ ଖାଲି ଜଟିଳତାର ନିଗୂଢ ଫାଶରେ କେବଳ ବାନ୍ଧି ହେବା ସାର ହୁଏ। ଏହା ବ୍ୟତୀତ କ’ଣ ବା ଉପାୟ ଅଛି କରି ପାରିବେ- ସେମାନେ? ସବୁ କି ସେହି ଲୀଳାକରଙ୍କର ଅପାର ମହିମା?

ଅପରିଣାମଦର୍ଶୀ ମଣିଷ ଭଲ ମନ୍ଦ ବିଚାର ନକରି ଭୂଲ କରି ବସେ। ପୁଣି ସେ ଭୂଲ କଲା ବେଳେ ପୂର୍ବାପର ପ୍ରସଙ୍ଗ ଗୁଡିକୁ ଧ୍ୟାନକୁ ନିଏ ନାହିଁ କି ତା ସହ ସମ୍ପର୍କ ଯୋଡି ନିର୍ଭରଶୀଳ ଆତ୍ମା ପ୍ରତି ସହୃଦୟବାନ ହୋଇପାରେ ନାହିଁ। ଚିନ୍ତା କରେ ନାହିଁ ଯେ ଯାହାର କ୍ଷତି ସାଧନ କରୁଛି ସେଇ ମାନବାତ୍ମା ସହ ସମ୍ପୃକ୍ତ ଆହୁରି ଅନେକ ଆତ୍ମା ଏହାଦ୍ୱାରା କଷ୍ଟ ପାଇ ପାରନ୍ତି ବା ଘଟଣାର ସୁଦୂର ପ୍ରସାରୀ ପ୍ରଭାବ ଦ୍ଵାରା ପ୍ରାଭାବିତ ହୋଇ ପାରନ୍ତି। ତେଣୁ ଏଭଳି ବିବେକ ରହିତ କର୍ମ ଅନେକ ବିଷମୟ ପରିଣତି ଆଣିବାକୁ ବାଧ୍ୟ। ତେଣୁ ବାସ୍ତବିକ୍ କୁହାଯାଇଥାଏ ଗୋଟିଏ ଭୂଲ କୋଟିଏ କ୍ଷତି ସାଧନ କରିବାକୁ ସମର୍ଥ। ହେଲେ ମଣିଷ ଭୂଲ କାହିଁକି କରେ?

ଭଗବାନଙ୍କ ରାଜ୍ୟରେ କୁଆଡେ ବେଶୀ ସମୟ ଅନ୍ଧକାର ଛାଇ ହୋଇ ରହେ ନାହିଁ। ଆଲୋକର ଜ୍ୟୋତି ପ୍ରକାଶ ଘଟିଲେ ଅନ୍ଧକାର ହଟେ। ନାରୀଟିଏ ଅନ୍ୟ ନାରୀଟିଏ ପାଇଁ ସମ୍ବେଦନଶୀଳ ହୋଇ ଉଠେ-ଯେତେବେଳେ ସବିଶେଷ ତଥ୍ୟ ନେଇ ସେ ଘଟଣାର ସତ୍ୟାସତ୍ୟ ଉପରେ ସମ୍ପୂର୍ଣ୍ଣ ସଚେତନ ହୋଇପଡେ। ସେଦିନ ବନା ମାଆ ଗାଈ ଜଗୁଆଳିଠୁଁ ଶୁଣିଲା, ଯିଏକି ଘଟଣାଟିକୁ ନିଜ ସ୍ୱଚକ୍ଷୁରେ ଦେଖିଥିଲା। ସେ କହୁଥିଲା-” ଦିନନାଥ ଗଛରେ ଚଢି ବୋଧହୁଏ ଲୁଚି ରହିଥିଲା। ସିଆଡୁ ଗୋଟେ ଟ୍ରେନ୍ ଆସୁଥିଲା ସେ ଗଛରୁ ଓହ୍ଲାଇ ସିଧା ଟ୍ରେନ୍ ଲାଇନରେ ଶୋଇଗଲା। ଏ କଥା ମୁଁ ମୋ ନିଜ ଚକ୍ଷୁରେ ଦେଖିଛି। ଟ୍ରେନ୍ ଆସିଲା ସିଧା ତାକୁ କାଟିଦେଲା। ଏଥିରେ କାହାରି କିଛି ହାତ ନାହିଁ କି ଅଭିସନ୍ଧି ନାହିଁ। ପୋଲିସ୍ ଭୟରେ ସେ କିଛି କହି ପାରୁ ନଥିଲା। ହେଲେ ମିଛଟାରେ ତନ୍ଦ୍ରା ବାପାଟା ଫସିଲା। ଲୋକଟା ଦେବପ୍ରତିମ – ଏ କଥା ସମସ୍ତେ ଜାଣନ୍ତି। ଯିଏ କୁକର୍ମ କଲା ସେ ତ ମଲା। ସେଥିପାଇଁ ସମସ୍ତେ କାହିଁକି ଦଣ୍ଡ ଭୋଗ କରିବେ”?

ଘଟଣାଟି ଶୁଣି ସାରିଲା ପରେ, ଯେମିତି ନିଆଁରେ ପାଣି ପଡେ ଦିନନାଥର ବିଧବା ସ୍ତ୍ରୀର ପ୍ରତିହିଂସାର ବହ୍ନି ପ୍ରଶମିତ ହୋଇଗଲା। ସେ ନିଜେ ଯାଇ କୋର୍ଟରେ ସାକ୍ଷ୍ୟ ଦେଲେ -” ଏହା ଷଡଯନ୍ତ୍ର ନୁହେଁ କିମ୍ବା ହତ୍ୟା ନୁହେଁ ପରନ୍ତୁ ଆତ୍ମହତ୍ୟା ଜନିତ ଅପମୃତ୍ୟୁ। ତେଣୁ କୌଣସି ଭଲ ଲୋକଙ୍କୁ ଏଥିରେ ସମ୍ପୃକ୍ତ କରି ହଇରାଣ କରିବାକୁ ମୁଁ ଚାହୁଁନାହିଁ” ।

ସେଦିନ ବିନା ଦୋଷରେ ଖଲାସ ହେଲେ ବାପ ପୁଅ। ଦିନନାଥ ସ୍ତ୍ରୀ ପ୍ରତି କୃତଜ୍ଞାତରେ ଭରି ଉଠୁଥିଲା ଅନ୍ତର।


Rate this content
Log in

More oriya story from Satyaprakash Sethy, M. A(UGC NET)

Similar oriya story from Crime