Debaki Behera

Classics Inspirational Children

3  

Debaki Behera

Classics Inspirational Children

ଗାନ୍ଧିଜୀଙ୍କ ପିଲାବେଳ

ଗାନ୍ଧିଜୀଙ୍କ ପିଲାବେଳ

4 mins
236



ମୋହନ ସେତେବେଳେ ବହୁତ ଛୋଟ ଥିଲେ l ମୋହନ ଅନ୍ଧାରକୁ ବହୁତ ଡରୁଥିଲେ । ରାତିର ଅନ୍ଧାରରେ ଭୂତମାନଙ୍କୁ ଭୟ କରୁଥିଲେ। ଯେତେବେଳେ ବି ସେ ଅନ୍ଧାରରେ ଏକୁଟିଆ ଥାଆନ୍ତି, ସେତେବେଳେ ସେ ଭୟ କରୁଥିଲେ ଯେ କିଛି ଅନ୍ଧାରୁଆ କୋଣରେ ଲୁଚି ରହିଥିବା ଭୂତ ହଠାତ୍ ତାଙ୍କ ଉପରେ ଡିଆଁ ମାରିଦେବ l ଦିନେ ଏପରି ଏକା ଅନ୍ଧାରୁଆ ରାତି ଥିଲା ଏତେ ଅନ୍ଧକାର ଥିଲା ଯେ ଜଣେ ନିଜ ହାତକୁ ଅତି କମରେ ଦେଖିପାରେ । ମୋହନଙ୍କୁ ଗୋଟିଏ କୋଠରୀରୁ ଅନ୍ୟ କୋଠରୀକୁ ଯିବାକୁ ପଡିଲା । ସେ କୋଠରୀରୁ ବାହାରକୁ ଯିବାବେଳେ ତାଙ୍କ ପାଦ ଆଗରେ କିଏ ଜଣେ ଗଲା ପରି ଲାଗିଲା ଏବଂ ସେ ବହୁତ ଡରିଗଲେ ଓ ତାଙ୍କର ହୃଦୟଟି ଡ୍ରମ୍ ପରି ଧଡ଼ ଧଡ଼ ହେବାକୁ ଲାଗିଲା । ରାମବାଈ , ତାଙ୍କ ଘରର ବୃଦ୍ଧ ଚାକରାଣୀ କବାଟ ପାଖରେ ଠିଆ ହୋଇଥିଲେ ।

"କ'ଣ ହେଲା ପୁଅ?" ସେ ହସି ହସି ପଚାରିଲା ।

ମୋହନ ଉତ୍ତର ଦେଲେ, ମୋତେ ଭୟ ଲାଗୁଛି l

"ଭୟଭୀତ, ହେଲେ କାହାକୁ , କଣ ପାଇଁ ଭୟ କରୁଛ? "

"ଦେଖନ୍ତୁ କେତେ ଅନ୍ଧାର! ମୁଁ ଭୂତମାନଙ୍କୁ ଭୟ କରେ!" ମୋହନ ଭୟଭୀତ ସ୍ୱରରେ ପାଟି କରି କହିଲା।

ରାମବାଈ ସ୍ନେହପୂର୍ଣ୍ଣ ଭାବରେ ତାଙ୍କ ମୁଣ୍ଡକୁ ଆଉଁସି କରି କହିଲା, "ଅନ୍ଧାରକୁ ଭୟ କରିବା କଥା ନୁହେଁ "! ମୋ କଥା ଶୁଣ: ପ୍ରଭୁ ରାମଙ୍କ ବିଷୟରେ ଚିନ୍ତା କର ଏବଂ କୌଣସି ଭୂତ ତୁମ ନିକଟକୁ ଆସିବାକୁ ସାହସ କରିବ ନାହିଁ। ତୁମ ମୁଣ୍ଡର କେଶକୁ କେହି ଛୁଇଁବାକୁ ବି ସାହସ କରିବେ ନାହିଁ। ରାମ ତୁମକୁ ସବୁ ବିପଦରୁ ରକ୍ଷା କରିବେ ।"

ରାମବାଈଙ୍କ କଥା ମୋହନଙ୍କୁ ସାହସ ଦେଇଥିଲା । ରାମଙ୍କ ନାମ ପୁନରାବୃତ୍ତି କରି ସେ ରୁମ ଛାଡି ଚାଲିଗଲେ। ଏବଂ ସେହି ଦିନଠାରୁ ମୋହନ କେବେ ଏକୁଟିଆ କିମ୍ବା ଭୟଭୀତ ନଥିଲେ। ସେ ବିଶ୍ୱାସ କରୁଥିଲେ ଯେପର୍ଯ୍ୟନ୍ତ ରାମ ତାଙ୍କ ସହ ଅଛନ୍ତି, ସେ ସବୁ ବିପଦରୁ ସୁରକ୍ଷିତ ଅଛନ୍ତି।

ଏହି ବିଶ୍ୱାସ ଗାନ୍ଧିଜୀଙ୍କୁ ତାଙ୍କ ଜୀବନସାରା ଶକ୍ତି ପ୍ରଦାନ କରିଥିଲା, ଏବଂ ଯେତେବେଳେ ସେ ମୃତ୍ୟୁବରଣ କଲେ ମଧ୍ୟ ରାମଙ୍କ ନାମ ତାଙ୍କ ଓଠରେ ଥିଲା ।


ଯେତେବେଳେ ତାଙ୍କୁ ତେର ବର୍ଷ ହୋଇଥିଲା, ଗାନ୍ଧୀ ସମାନ ବୟସର ଜଣେ ଝିଅ ସହିତ ବିବାହ କରିଥିଲେ। ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲେ। ଯେତେବେଳେ ଗାନ୍ଧୀଙ୍କୁ ଅଠର ବର୍ଷ ହୋଇଥିଲା, ସେ କଲେଜ ଅଧ୍ୟୟନ ଜାରି ରଖିବାକୁ ୟୁରୋପ ଯିବାକୁ ଚାହୁଁଥିଲେ। ସେତେବେଳକୁ ତାଙ୍କ ପିତାଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ତାଙ୍କ ମା ତାଙ୍କ ଜୀବନର ସବୁ ନିଷ୍ପତି ନେଉଥିଲେ । ଗାନ୍ଧୀଙ୍କ ସମ୍ପର୍କୀୟମାନେ ମଧ୍ୟ ଗାନ୍ଧୀ ୟୁରୋପ ଯାଆନ୍ତୁ ବୋଲି ଚାହୁଁଥିଲେ ଏବଂ ସେମାନେ ତାଙ୍କ ମାଆଙ୍କୁ ଅନୁରୋଧ କରିଥିଲେ କି ତାଙ୍କ ପୁଅକୁ ୟୁରୋପ ପଠେଇବାକୁ କିନ୍ତୁ ସେ ବହୁତ ଚିନ୍ତିତ ଥିଲେ। ସେ କହିଥିଲେ, "ନା, ନା। ଯଦି ମୁଁ ତାଙ୍କୁ ୟୁରୋପକୁ ପଠାଇବି, ସେ ନଷ୍ଟ ହୋଇଯିବେ। ବର୍ତ୍ତମାନ ସେ ମୋର ଅତି ନିକଟତର। ସେଠାରେ ସେ ମଦ ପିଇବା , ମାଂସ ଖାଇବା ଏବଂ ମହିଳାମାନଙ୍କ ସହ ମିଶିବା ଆରମ୍ଭ କରିଦେବ l"


ଗାନ୍ଧୀ ତାଙ୍କ ମାତାଙ୍କୁ ପ୍ରତିଶୃତି ଦେଇ କହିଥିଲେ କି ଯେ ସେ କେବେ ବି ମଦ ପିଇବେ ନାହିଁ, ମାଂସ ଖାଇବେ ନାହିଁ କିମ୍ବା ମହିଳାଙ୍କ ସହ ମିଶିବେ ନାହିଁ ଏବଂ ସେ ତାଙ୍କ ପ୍ରତିଶ୍ରୁତି ପାଳନ ମଧ୍ୟ କରିଥିଲେ । ଆଇନରେ ଡିଗ୍ରୀ ହାସଲ କରିବା ପରେ ସେ ଘରକୁ ଆସିଥିଲେ।


ଗାନ୍ଧୀଙ୍କ ଜଣେ ମୁସଲମାନ ବନ୍ଧୁ ଥିଲେ ଯିଏ ତାଙ୍କୁ ସବୁବେଳେ ମାଂସ ଖାଇବାକୁ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିଥିଲେ। ଗାନ୍ଧୀ ତାଙ୍କୁ ସବୁବେଳେ କହୁଥିଲେ ଯେ "ହିନ୍ଦୁମାନେ ମାଂସ ଖାଆନ୍ତି ନାହିଁ, ବିଶେଷ କରି ମୋର ଜାତି। ମୋର ପୂର୍ବପୁରୁଷମାନେ ମାଂସ ଖାଇ ନଥିଲେ କି ମୁଁ ମଧ୍ୟ ଖାଇବି ନାହିଁ କିନ୍ତୁ ବନ୍ଧୁ ଜିଦ୍ ଧରିଥିଲେ। "ଯଦି ଆପଣ ମାଂସ ନ ଖାଆନ୍ତି, ତେବେ ଆପଣ ଦୁର୍ବଳ ରହିବେ। ଯଦି ଆପଣ ଶାରୀରିକ ଭାବରେ ଶକ୍ତିଶାଳୀ ହେବାକୁ ଚାହାଁନ୍ତି ତେବେ ଆପଣଙ୍କୁ ମାଂସ ଖାଇବାକୁ ପଡିବ।"


ଗାନ୍ଧୀ ଶାରୀରିକ ଭାବରେ ଶକ୍ତିଶାଳୀ ହେବାକୁ ଚାହୁଁଥିଲେ। "ତୁମେ ନିଶ୍ଚିତ କି ଏହା ମୋତେ ଶକ୍ତିଶାଳୀ କରିବ?" ସେ ତାଙ୍କ ବନ୍ଧୁଙ୍କୁ ପଚାରିଲେ।


ତାଙ୍କର ମୁସଲମାନ ବନ୍ଧୁ ଉତ୍ତର ଦେଲେ, ହଁ।


ଗାନ୍ଧୀ ବହୁତ ଦୁର୍ବଳ ଥିବାରୁ ଦିନେ ସନ୍ଧ୍ୟାରେ ସେ କିଛି ଛେଳି ମାଂସ ଖାଇଦେଲେ lସେଦିନ ରାତିରେ ଗାନ୍ଧୀ ଦେଖିଲେ ଯେ ଛେଳିଟି ତାଙ୍କ ପେଟ ଭିତରେ କାନ୍ଦୁଛି। ଛେଳି ର ଏପରି ଦୟନୀୟ ଅବସ୍ଥା ଦେଖି ତାଙ୍କୁ ବହୁତ ଦୁଃଖ ଲାଗିଲା ଏବଂ ସେ ସଙ୍ଗେ ସଙ୍ଗେ ବାହାରକୁ ଯାଇ ପାଟିରେ ଆଙ୍ଗୁଠି ପୁରେଇ ସମସ୍ତ ବାନ୍ତି କରିଦେଇଥିଲେ l ସେଦିନ ଗାନ୍ଧୀ କାନ୍ଦି ପକାଇଥିଲେ ଓ କାନ୍ଦି କାନ୍ଦି କହିଥିଲେ କି , "ମୁଁ ଆଉ ମାଂସ ଖାଇ ପାରିବି ନାହିଁ! ମୁଁ ଦେଖିଛି ଛେଳି ମୋ ଭିତରେ କାନ୍ଦୁଛି।" ଏବଂ ସେ ସେହି ଦିନଠାରୁ ସବୁଦିନ ପାଇଁ ମାଂସ ଖାଇବା ଛାଡିଦେଲେ l ସେ ତାଙ୍କ ମାଆ କୁ ଦେଇଥିବା କଥା ଭାଙ୍ଗିଥିବାରୁ ବହୁତ ମନ ଦୁଃଖ ମଧ୍ୟ କରିଥିଲେ l


ସେ ଛେଳି କ୍ଷୀରକୁ ଭଲ ପାଉଥିଲେ ଏବଂ ସେ ଏହାକୁ ପିଉଥିଲେ। ସେ କହିଥଲେ, "ଛେଳିର କ୍ଷୀର ନେଇପାରେ, କିନ୍ତୁ ଛେଳିର ମାଂସ ନୁହେଁ।"


ଯେତେବେଳେ ସେ ପ୍ରାୟ ପନ୍ଦର ବର୍ଷର ପିଲା ଥିଲେ, ମୋହନଦାସ ତାଙ୍କ ଭାଇଙ୍କ ବାହୁବଳୀ ରୁ ଟିକେ ସୁନା ଚୋରି ଥିଲେ । ଏହି କଥାକୁ କେହି ଜାଣିପାରିନଥିଲେ ସତ, କିନ୍ତୁ ସେ ସେହି ଦୋଷ ସହିତ ବଂଚିପାରିଲେ ନାହିଁ । ସେ ନିଜ ପିତାଙ୍କ ନିକଟରେ ନିଜ ଦୋଷ ସ୍ୱୀକାର କରିବାକୁ ସ୍ଥିର କଲେ, କିନ୍ତୁ କହିବାକୁ ସାହସ କଲେ ନାହିଁ। ତେଣୁ ସେ ଏକ ଚିଠିଟିଏ ଲେଖିଲେ ଯେଉଁଥିରେ ସେ ନିଜ ଅପରାଧ ବିଷୟରେ ଲେଖିଥିଲେ l ନିଜକୁ ଦଣ୍ଡ ନଦେବା ପାଇଁ ବିଶେଷ ଉଲ୍ଲେଖ ମଧ୍ୟ କରିଥିଲେ ଓ କ୍ଷମା ମାଗିଥିଲେ ଏବଂ ଭବିଷ୍ୟତରେ କେବେ ଚୋରି କରିବେ ନାହିଁ ବୋଲି ପ୍ରତିଶୃତି ଦେଇଥିଲେ lପରେ ସେ ଥରି ଥରି ନିଜ ହାତରେ ସେହି ଚିଠିକୁ ତାଙ୍କ ପିତାଙ୍କୁ ଦେଇଥିଲେ l ଏହାକୁ ପଢିବା ପରେ ତାଙ୍କ ପିତାଙ୍କ ଆଖିରେ ଲୁହ ଭରି ଆସିଲା । ସେ ସେହି ଚିଠିଟିକୁ ଚିରିଦେଲେ ଓ ସ୍ନେହରେ କୁଣ୍ଢେଇ ପକେଇଥିଲେ lମୋହନଦାସଙ୍କ ପାଇଁ ଯିଏ ତାଙ୍କୁ କ୍ରୋଧିତ କରି ଗାଳି ଦେବେ ବୋଲି ଆଶା କରିଥିଲେ, ଏହା ଏକ ଶିକ୍ଷା ଥିଲା ଯାହାକୁ ସେ କେବେବି ଭୁଲି ପାରିବେ ନାହିଁ l


(ବି.ଦ୍ର. :-ଗାନ୍ଧିଜୀଙ୍କ ପିଲାବେଳ କଥାରୁ ଆନୀତ )




Rate this content
Log in

Similar oriya story from Classics