STORYMIRROR

Sunanda Mohanty

Drama Tragedy Action

3  

Sunanda Mohanty

Drama Tragedy Action

ଦୁଇଧାର ଲୁହ

ଦୁଇଧାର ଲୁହ

2 mins
119

    ଜୀବନରେ ପାଇଥିବା ଅନେକ ଲଫାପା ଭିତରୁ ଏଇଟା ଥିଲା ସ୍ୱତନ୍ତ୍ର, ଲାଗୁଥିଲା ସତେ ଯେମିତି ଜୀବନ୍ତ, ଏବଂ ଆଗ୍ରହ ବି ବଢ଼ୁଥିଲା ପରସ୍ତ, ଏଇଥିପାଇଁ କି ପ୍ରତିଲିପି ଆଉ ଷ୍ଟୋରୀ ମିରର ଭଳି କୌଣସି ବିଶ୍ୱସ୍ତରୀୟ ସାହିତ୍ୟ ଆସରରୁ କିଛି ସମ୍ବର୍ଦ୍ଧିତ ହେବାର ଆହ୍ୱାନ କି ?, କି ସୁନ୍ଦର, ଅତର ବୋଳା ଲଫାପା ଟିଏ ସତରେ, ସନ୍ତର୍ପଣରେ ଖୋଲିବାକୁ ଯାଉଛି ଫୋନ ବାଜିଉଠିଲା, ବୀଣାଜିଣା କଣ୍ଠରେ ଝିଅ ଟିଏ କହୁଥିଲା ଗୁରୁମା ପ୍ରଣାମ, ନିମନ୍ତ୍ରଣ ପାଇଲେ ନା ନାହିଁ, ନିଶ୍ଚୟ ଆସିବେ, ଆମେ ଗାଡି ପଠେଇବୁ, ସ୍ଥାନ ସ୍କୁଲ ପ୍ରାଙ୍ଗଣ ଆଉ ତାରିଖ ଏ ବର୍ଷର ପ୍ରଥମ ମାସ ଜାନୁଆରୀ ର ପ୍ରଥମ ରବିବାର ଦିନ, ସବୁ ସାର ଆସିବେ, ଆପଣ ଆମର ଏକମାତ୍ର ଗୁରୁମା, ନ ଆସିବାର କରିବେ ନାହିଁ, ମୁଁ ଆମ ବ୍ୟାଚ ର ସଂଗୀତା କହୁଥିଲି, ପରକୁ ପର ସୁରେଶ, ଅମୁ, ବସନ୍ତଙ୍କର ସବୁ ସେଇ ଗୋଟିଏ କଥା, ନିମନ୍ତ୍ରଣ ପାଇଲେ ନା ନାହିଁ?

   ତ ବୁଝିଗଲି, ପିଲାମାନଙ୍କ ବ୍ୟାଚ ଫିସ୍ଟ, ଆଉ ନିମନ୍ତ୍ରଣ ଲଫାପାଟିର ଖୋଲିବା ଦରକାର ନଥିଲା, ତା ଭୁରୁ ଭୁରୁ ବାସ୍ନାରେ ଅତୀତର ପ୍ୟାରେଣ୍ଟ ସ୍କୁଲର ଦୃଶ୍ୟରାଜି ସହ ସବୁ ସହକର୍ମୀଙ୍କର ଆତ୍ମିୟତା ଓ ପିଲାଙ୍କର ମହନୀୟତା ଓ ସାଧୁତା କଥା ମନେ ପଡୁଥିଲା, ପିଲାମାନେ ସେଠାରେ, ଟ୍ୟୁସନ ହେଉନଥିଲେ, କ୍ଲାସ ପଢାକୁ ଗୁରୁତ୍ୱ ଦେଇ ମନଦେଇ ପାଠ ଶୁଣି ବୁଝି, ଅବୁଝା ଥିବା ପାଠ କୁ ପୁଣି ବୁଝି ନେଉଥିଲେ, ଆଉ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ଭିତରେ ଭାଇନା ଯିଏ ସବୁ କାଗଜ ପତ୍ର ସଜାଡି ରଖନ୍ତି ଅଫିସରେ, ତା ପରକୁ କୁମ, ଯାହା ଘର ବାଟରେ ପଡେ, କୋଉ ପୁଅ ବା ଝିଅର ବାପା ମାଆଙ୍କ ନାମ ସେ ଜାଣିନି ବୋଲି ନୁହେଁ, ଆଉ ଗଦା, ସେ ତ ପିଲାଙ୍କର ମାର୍କ ରେଜିଷ୍ଟ୍ରରରେ ସବୁ ମାର୍କ ଚଢାଇ ସାଇତି ରଖେ, ଆଉ ଲଳିତ, ରାତି ଡିଉଟି କରିବା ସହ, ଭୋଜିଭାତ ହେଲେ ଉତ୍ସାହ ରେ ଲାଗିଥାଏ, ସମସ୍ତଙ୍କୁ ଦେଖିବି, ସାର ମାନେ କିଏ ବାପାଙ୍କ ଭଳି ତ କିଏ ମାମୁଁ, ଦାଦା, ବଡଭାଇଙ୍କ ଭଳି, ସମସ୍ତେ ତୁ ତା କରି ନାମ ଧରି ଡାକନ୍ତି, ଖୁବ ମନେପଡନ୍ତି ସେମାନେ, ସମସ୍ତଙ୍କୁ ଦେଖିବାର ଆଗ୍ରହ ନେଇ ସବୁ ପ୍ରୋଗ୍ରାମ କ୍ୟାନସଲ କରି ଠିକ ଟାଇମ ରେ ଗାଡି ଆସିଯିବାରୁ ବାହାରିପଡିଲି, ବାଟସାରା କେତେ ଦୁଃଖ ସୁଖ l

   ମୀଟିଙ୍ଗ, ଭାଷଣ, ସମ୍ବର୍ଦ୍ଧନା ଭୋଜିଭାତ ସବୁ ଠିକଠାକ ଥିଲା, ସମସ୍ତେ ଆସିଥିଲେ ତ ଦେଖା ହୋଇ ଖୁବ ଭଲ ଲାଗିଲା, ହେଲେ ପାଖରେ ଥିବା ଲୋକ କୁମ,ଭାଇଙ୍କୁ ନଦେଖି ପଚାରି ବସିଲି ତ ଦୁଃଖର ପାହାଡ଼ ଲଦା ହୋଇଗଲା ଛାତିରେ, ଦୁଇ ଧାର ଲୁହ ଗଡିଆସିଲା ଆଖିରୁ, କାରଣ କୁମଭାଇ , ଆଉ ଇହଜଗତରେ ନଥିଲେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama