Lalita Mohan Mishra

Classics Inspirational Others

3  

Lalita Mohan Mishra

Classics Inspirational Others

ଦୁଃଖର ନିବୃତ୍ତି :ମୋକ୍ଷ

ଦୁଃଖର ନିବୃତ୍ତି :ମୋକ୍ଷ

2 mins
11



ଅନେକ ଭାବନ୍ତି ମୋକ୍ଷ ପ୍ରାପ୍ତି ଏକ କଠିନ ବ୍ୟାପାର । ଏହା ବୋଧହୁଏ କେବଳ ସାଧୁ ସନ୍ଥ ଙ୍କ ପାଇଁ ଉଦ୍ଧିଷ୍ଟ । କିନ୍ତୁ ବାସ୍ତବିକ ଅର୍ଥରେ ପ୍ରତ୍ୟେକ ମନୁଷ୍ୟ ପାଇଁ ମଧ୍ୟ ଏହା ଆବଶ୍ୟକ। ଜଣେ ସାଧାରଣ ମନୁଷ୍ୟ ମଧ୍ଯ ଏହାକୁ ପ୍ରାପ୍ତ କରିପାରିବ ।ଏହାର ଜ୍ୱଳନ୍ତ ଉଦହରଣ ହେଉଛନ୍ତି ଗୌତମ ବୁଦ୍ଧ । ସାଂଖ୍ୟ ମତରେ ତ୍ରିବିଧ ଦୁଃଖର ଅତ୍ୟନ୍ତ ନିବୃତ୍ତି ମୋକ୍ଷ । ପରମ ପୁରୁଷାର୍ଥ ପ୍ରକୃତି । ପୁରୁଷାର୍ଥ ପାଇଁ ନିରନ୍ତର ଯତ୍ନ । କିନ୍ତୁ ପୁରୁଷ ପ୍ରକୃତିର ଧର୍ମ । ପୁରୁଷର ସ୍ୱରୁପ ଜ୍ଞାନ ନ ହେବା ପର୍ଯ୍ୟନ୍ତ ପୁରୁଷ ପ୍ରକୃତିକୁ ଛାଡ଼ି ପାରେ ନାହିଁ। ପୁରାଣ ମତରେ ଧର୍ମ, ଅର୍ଥ, କାମ ଓ ମୋକ୍ଷ ପୁରୁଷାର୍ଥ । ଚାର୍ବିକ ମତରେ କାମିବା ସଙ୍ଗ— ଜନିତ ସୁଖହିଁ ପୁରୁଷାର୍ଥ । ମନୁଷ୍ୟ ଦୁଃଖ ଭୋଗିଲେ ମଧ୍ୟ ଦୁଃଖର ଏକ ଗୁଣ ରହିଥାଏ । ଦୁଃଖ ଭୌତିକ ସୁଖର, ସଂସାରୀୟ ଆନନ୍ଦର ନିସ୍ତେଜତାକୁ ଦର୍ଶାଏ । ମଣିଷର ମନ ସର୍ବଦା ସୁଖ ପ୍ରାପ୍ତି ପାଇଁ ଅଧିକ ପ୍ରୟାସ... ପାଇବା ପରେ ସେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହୋଇପାରୁନାହିଁ ।ସେ ଦୁଃଖୀ ହୁଏ ଏବଂ ପୁଣି ଥରେ ଖୁସି ହେବା ପାଇଁ, ସେ ଭୌତିକ ଆନନ୍ଦ ପଛରେ ଲାଗିଥାଏ । ସାଂସାରିକ ସୁଖ, ଆନନ୍ଦ ସବୁଦିନ ପାଇଁ ନୁହେଁ । କ୍ଷଣିକ ସୁଖ ପାଇବା ପରେ ଇନ୍ଦ୍ରିୟ ପୁଣି ଅସନ୍ତୁଷ୍ଟ ହୋଇଯାଆନ୍ତି, ଏହି ଆଶାରେ ସେ ବାରମ୍ବାର ଏପରି କରେ । ଏହା ସାଂସାରିକ ସୁଖର ଶାରୀରିକ ଆନନ୍ଦର ନିଷ୍କ୍ରିୟତା । ପରିବର୍ତ୍ତନ ଏବଂ ଅପୂର୍ଣ୍ଣତା ମନରେ ଆଣିଥାଏ । ଖୋଲା ଆଖିରେ ବି ମଣିଷ ସାମ୍ନାରେ କ'ଣ ଅଛି ତାହା ଦେଖି ପାରୁନାହିଁ । କିନ୍ତୁ ମନର ଆଖି ତାକୁ ସେ ଦେଖୁଛି। ଆଖି ବନ୍ଦ କରି ବସିଲେ - ସେ କଳ୍ପନା କରନ୍ତି, ଇଚ୍ଛା କରନ୍ତି । ତେଣୁ ତାଙ୍କ ମନ ସାମୟିକ ଭାବରେ ଗୋଟିଏ ମୁହୂର୍ତ୍ତ ପାଇଁ ଅଲଗା ହୋଇଯାଏ । ବସ୍ତୁ ପ୍ରତି ମନରେ ଏହା କ୍ଷଣିକ ଆଗ୍ରହ ସୃଷ୍ଟି ହୁଏ । ଜଣେ ବ୍ୟକ୍ତି ସାରା ଜୀବନ ଧନ ପାଇବାକୁ ଚେଷ୍ଟା କରି ଆସୁଛି, ଶେଷରେ ତାକୁ ଦିନେ ଛାଡି ଯିବାକୁ ପଡିବ । ଏସବୁ ଦେଖି ଦୁଃଖିତ ହେବା ସହ ଦୁନିଆର ସମସ୍ତ ସମ୍ପତ୍ତି ଛାଡିବାକୁ ପଡିବ । ମନୁଷ୍ୟ ଜୀଵନରେ ଉଥାନ ପତନ ସର୍ବଦା ଲାଗିରହିଥାଏ । ସମୁଦ୍ରର ଢେଉ ପରି କୌଣସି ପରିସ୍ଥିତି ଚିରସ୍ଥାୟୀ ନୁହେଁ । ସୁଖ ଓ ଦୁଃଖ ଉଭୟ କିଛି ସମୟ ପରେ ନିଶ୍ଚିନ୍ତ ଭାବେ ନିଜ ଗତି ବଦଳେଇ ଥାଆନ୍ତି । ଏ ବାସ୍ତବତାକୁ ବୁଝି ସବୁ ପରିସ୍ଥିତିରେ ଧୈର୍ଯ୍ୟର ସହ ସାମ୍ନା କରିଚାଲନ୍ତୁ । ଶାନ୍ତି ଓ ଉଲ୍ଲାସକୁ ନିଜ ଜୀବନରୁ ମଉଳିବାକୁ ନ ଦେଇ ଜୀବନ ଯୁଦ୍ଧରେ ବଢିଚାଲନ୍ତୁ । ଦେଖିବେ ନିଶ୍ଚିନ୍ତ ରୁପେ ଗୋଟିଏ ଭଲ ଜୀବନକୁ ପ୍ରାପ୍ତ କରିପାରିବେ ।


Rate this content
Log in

Similar oriya story from Classics