Lalita Mohan Mishra

Children Stories Classics Inspirational

3  

Lalita Mohan Mishra

Children Stories Classics Inspirational

ବନ୍ଧୁତାର ନୂଆ ରଙ୍ଗ

ବନ୍ଧୁତାର ନୂଆ ରଙ୍ଗ

2 mins
6



ଚିଣ୍ଟୁ ଆଜିକାଲି ଭାରି ଖୁସି । କାରଣ ତାର ଜେଜେବାପା କିଛିଦିନ ହେଲା, ଗାଁରୁ ଭୁବନେଶ୍ବର ଆସିଛନ୍ତି । ଜେଜେବାପା ଆସିବା ପରଠାରୁ ସେ ସକାଳେ ଚିଣ୍ଟୁକୁ ସ୍କୁଲ ବସ୍ ପର୍ଯ୍ୟନ୍ତ ଛାଡ଼ିବାକୁ ଯାଉଛନ୍ତି। ଦୁଇ ଚାରି ଦିନ ହେଲା ଜେଜେବାପା ଜାଣିବାକୁ ପାଇଲେ ଯେ ଚିଣ୍ଟୁ ତାର ପଡ଼ୋଶୀରେ ରହୁଥିବା ଶଶାଙ୍କ ସାଙ୍ଗ ସହିତ କଥାବାର୍ତ୍ତା ବନ୍ଦ କରିଦେଇଛି । ଜେଜେବାପା ଜାଣିଥିଲେ ଯେ ଚିଣ୍ଟୁ ଆଉ ଶଶାଙ୍କ ମଧ୍ୟରେ ବହୁତ ଗଭୀର ବନ୍ଧୁତା । ଦୁହେଁ ଏକାଠି ସ୍କୁଲ ଯାଉଥିଲେ। ସନ୍ଧ୍ୟାରେ ସମସ୍ତେ ମିଶି ଏକାଠି ଖେଳିଥିଲେ । ଚିଣ୍ଟୁ ବାପାମାଆ ତାର ଜେଜେବାପାଙ୍କୁ କହିଲେ ଯେ, କିଛି ମାସ ତଳେ ପାର୍କରେ ଖେଳୁଥିବା ବେଳେ ଚିଣ୍ଟୁ ଓ ଶଶାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ସେବେଠାରୁ ଦୁହେଁ ଆଉ କଥାବାର୍ତ୍ତା ହେଉ ନାହାଁନ୍ତି । ଶଶାଙ୍କର ଜେଜେବାପା ମଧ୍ୟ ଶଶାଙ୍କକୁ ସ୍କୁଲ ବସ୍ ପାଖକୁ ଛାଡ଼ି ଆସୁଥିଲେ। ଚିଣ୍ଟୁର ଜେଜେବାପାଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା । ସ୍କୁଲ ବସରେ ପିଲାମାନଙ୍କୁ ବସାଇ ଘରକୁ ଫେରୁଥିବା ବେଳେ ଦୁହେଁ ପରସ୍ପର କଥା ହେଉଥିଲେ। ଚିଣ୍ଟୁର ଜେଜେବାପାଙ୍କ ଭଳି ଶଶାଙ୍କର ଜେଜେବାପା ମଧ୍ୟ ଏହାକୁ ପସନ୍ଦ କରିନଥିଲେ । ଦୁହେଁ ଚିଣ୍ଟୁ ଓ ଶଶାଙ୍କ ମଧ୍ୟରେ ଥିବା ମତଭେଦ ଦୂର କରିବାକୁ ଚାହୁଁଥିଲେ। ଏଥିପାଇଁ ଦୁହେଁ ଏକ ଯୋଜନା ପ୍ରସ୍ତୁତ କଲେ । ପରଦିନ ଚିଣ୍ଟୁର ଜେଜେବାପା ଚିଣ୍ଟୁକୁ କହିଲେ, ଶଶାଙ୍କକୁ ଆଜି ଦେଖିଥିଲି । ସେ କହୁଥିଲା, ସେ ତୁମ ସହିତ କଥା ହେବାକୁ ବହୁତ ଚାହୁଁଛି । ଏହାର ଗୋଟିଏ ଦିନ ପରେ ସେ ପୁଣି ଚିଣ୍ଟୁକୁ କହିଲେ, ଶଶାଙ୍କ ଆଜି କହୁଥିଲା ତୁମ ସହିତ ଖେଳିବାକୁ ଚାହୁଁଛି । ତା'ପରେ ଦିନେ ଚିଣ୍ଟୁର ଜେଜେବାପା କହିଲେ, ଶଶାଙ୍କ ତୁମ ସହିତ କଥା ବାର୍ତ୍ତା କରିବାକୁ ଚାହୁଁଛି । ତାର ଜେଜେବାପା ମଧ୍ୟ ଚିଣ୍ଟୁକୁ ନେଇ ଶଶାଙ୍କକୁ ସମାନ କଥା କହିଥିଲେ। ନିଜ ନିଜ ଜେଜେବାପାଙ୍କ ଠାରୁ ଏଭଳି କଥା ଶୁଣି ଚିଣ୍ଟୁ ଓ ଶଶାଙ୍କ ମନରେ ପରସ୍ପର ପ୍ରତି ଥିବା କ୍ରୋଧ ଧୀରେ ଧୀରେ ଦୂର ହେବାକୁ ଲାଗିଲା । ଦୁହେଁ ପୂର୍ବ ଭଳି ବନ୍ଧୁ ହେବା ଭଳି ଅନୁଭବ କରିଥିଲେ। ପର ସପ୍ତାହରେ ହୋଲି ଥିଲା । ତାର ଜେଜେବାପା ଚିଣ୍ଟୁକୁ କହିଲେ, ଶଶାଙ୍କ ପୁଣି ଥରେ ତୁମ ସହିତ ହୋଲି ଖେଳିବାକୁ ଚାହୁଁଛି, ତୁମ ବିନା ସେ ହୋଲିକୁ ନିସ୍ତେଜ ମନେ କରିଛୁ । ତା'ପର ଦିନେ ସେ ଚିଣ୍ଟୁକୁ କହିଲେ, ଶଶାଙ୍କ ମୋତେ କହିଛି ହୋଲି ସକାଳ ଦଶଟାରେ ଘର ଛାତ ଉପରେ ରଙ୍ଗ-ଗୁଲାଲ ସହିତ ହୋଲି ଖେଳିବା । ତୁମେ ଅପେକ୍ଷା କରିଥିବା । ଅପରପକ୍ଷରେ ତାର ଜେଜେବାପା ଶସାଙ୍କକୁ ମଧ୍ୟ ସମାନ କଥା କହିଥିଲେ। ଆସିଲା ହୋଲିଦିନ । ଚିଣ୍ଟୁ ଓ ଶଶାଙ୍କ ରଙ୍ଗ, ଗୁଲାଲ, ପିଚକାରୀ ଧରି ଘର ଛାତ ଉପରେ ପହଞ୍ଚିଲେ। ଜେଜେବାପା ଦୁହେଁ ପରସ୍ପରକୁ ଛାତ ଉପରେ ଆସୁଥିବା ଦେଖି ବହୁତ ଖୁସି ହୋଇଥିଲେ । ଏହାପରେ ସେମାନେ ପରସ୍ପର ଉପରେ ରଙ୍ଗ ଲଗାଇବା ଆରମ୍ଭ କରିଥିଲେ। ଚିଣ୍ଟୁ ଓ ଶଶାଙ୍କ ହୋଲି ଖେଳୁଥିବା ଦେଖି ଦୁହେଁ ଜୋରରେ କହିଲେ, 'ହୋଲି ହୈ, ଭାଇ ହୋଲି ହୈ...!' ଚିଣ୍ଟୁ ଏବଂ ଶଶାଙ୍କ ମଧ୍ୟ 'ହୋଲି ହୈ, ଭାଇ ହୋଲି ହୈ...!' ସ୍ୱରରେ ସାମିଲ ହୋଇଥିଲେ। ଦୁହେଁ ପରସ୍ପରର ଜେଜେବାପାଙ୍କୁ ମଧ୍ୟ ରଙ୍ଗରେ ଭିଜାଇ ଦେଇଥିଲେ। ଏହି ସାକ୍ଷାତ ପଛରେ ଦୁହିଁ ଜେଜେବାପାଙ୍କ ହାତ ଥିବା ସେମାନେ ଜାଣି ନଥିଲେ। ଚିଣ୍ଟୁ ଓ ଶଶାଙ୍କ ବନ୍ଧୁତାର ନୂଆ ରଙ୍ଗ ଦେଖି ଉଭୟ ଜେଜେବାପା ଖୁସି ହୋଇଥିଲେ ।


Rate this content
Log in