Lalita Mohan Mishra

Tragedy Classics Inspirational

4  

Lalita Mohan Mishra

Tragedy Classics Inspirational

ମୋ ପାଇଁ

ମୋ ପାଇଁ

1 min
23



ବିଳାସିନୀ ଆଜି ବହୁତ ଖୁସି । ବିବାହ କରିବାର ବାର ଦିନ ହୋଇଗଲାଣି ପୁଅ ଅମିତ ଓ ସୌମ୍ୟାର । ହନିମୁନ୍ ରୁ ଆଜି ଦୁହେଁ ଗୋଆରୁ ଫେରିଛନ୍ତି। କହିବାକୁ ଗଲେ ଆଜି ବୋହୂର ପ୍ରଥମ ଦିନ ଶାଶୁ ଶ୍ୱଶୁରଙ୍କ ଘରେ । ସତେଇଶି ବର୍ଷ ପୂର୍ବେ ବିବାହ କରିଥିଲା ବିଳାସିନୀ । ସେ ପ୍ରଥମ ଦିନକୁ ମନେ ପକାଉଅଛି । ପ୍ରଥମ ରାତିରେ ଶାଶୁ ରମା ଦେବୀ ତାକୁ କହିଥିଲେ, ବୋହୂ ! ଏଠାରେ ଭୋର ଚାରିଟାରୁ ଉଠିଯାଆନ୍ତି । ତୋ ଶ୍ୱଶୁରକୁ ଭୋରୁ ଭୋରୁ ଚା' ଦରକାର । ଶାଶୁ ମା' ଚାଲିଯିବା ପରେ ସ୍ୱାମୀ ଅବିନାଶ କହିଥିଲେ, ବିଳାସିନୀ ! ଘରେ ସମସ୍ତଙ୍କ ପାଇଁ ଚା' କଲେ ମୋ ପାଇଁ ମଧ୍ଯ ଟିକେ କରିଦେବ । 


ବିଳାସିନୀ ବର୍ତ୍ତମାନକୁ ଫେରି ନିଜକୁ ଭାବି ହେଉଛି । ଉସ୍ ଜମାନେ କୋ ଦେଖୋ, ଅବ୍ କୋ ଦେଖୋ । ହେଲେ ମୁଁ ସେପରି ବ୍ୟବହାର କରିବି ନାହିଁ । ସେମିତି କଲେ ପୁଅ ବୋହୂ କ'ଣ ଭାବିବେ । କେତେ କଷ୍ଟରେ ଖୋଜି ଖୋଜି ବୋହୂଟିଏ ପାଇଛି । ଅଭ୍ୟାସବଶତଃ ସକାଳୁ ବିଳାସିନୀ କାମରେ ବ୍ୟସ୍ତ ଥିଲେ। ପୁଅ ଛାତ ଉପର ଘରୁ ତଳକୁ ଆସୁଥିଲା । ଆଜି ଥିଲା ଉଭୟଙ୍କର ଚାକିରୀର ଛୁଟି ଆଣିବାର ଶେଷ ଦିନ। ପୁଅ କାଲି ତା ଚାକିରୀକୁ ପଳାଇ ଯିବ, ବୋହୂ ମଧ୍ୟ ତା ଚାକିରୀକୁ । ପୁଅକୁ ଦେଖି ବିଳାସିନୀ କହିଲେ, ପୁଅ ! ମୁଁ ଏବେ ଚା' ତିଆରି କରିବି ନା ଟିକେ ପରେ ? ରୋଷେଇ ଘରକୁ ଆସି ପୁଅ ଅମିତ୍ କହିଲା , ମା' ସାରା ଜୀବନ ତୁ ସମସ୍ତଙ୍କ ପାଇଁ ନିଜ ଜୀବନକୁ ଉତ୍ସର୍ଗ କଲୁ । ଏବେ ଟିକେ ସୌମ୍ୟା ପାଇଁ... ସେପଟେ ସିଡିରୁ ବୋହୂ ସୌମ୍ୟା କହୁଥିଲା - ମାମା ! ମୋ ପାଇଁ କମ୍ ଚିନି କଫିଟିଏ... ଦୂରରୁ ପତି ଅବିନାଶ ଦେଖି ଭାବି ହେଉଥିଲେ ବିଳାସିନୀର ଦୁଃଖ ଯିବ କେବେ ‌।


Rate this content
Log in

Similar oriya story from Tragedy