Lalita Mohan Mishra

Children Stories Classics Others

3  

Lalita Mohan Mishra

Children Stories Classics Others

ପ୍ରଥମେ ମିଛ କହିବା ଛାଡିଦିଅ

ପ୍ରଥମେ ମିଛ କହିବା ଛାଡିଦିଅ

2 mins
200



ଥରେ ଜଣେ ବ୍ୟକ୍ତି ମହାପୁରୁଷ ମୁହମ୍ମଦ(ସ୍ୱ)ଙ୍କ ପାଖକୁ ଆସି କହିଲେ, “ ହେ ମହାମାନ୍ୟ ଦିବ୍ୟଦୂତ, ମୋର ଅନେକ ଗୁଡ଼ିଏ କୁ ଅଭ୍ୟାସ ଅଛି । ମୁଁ ଯେତେ ଚେଷ୍ଟା କଲେ ମଧ୍ୟ ସେ ସବୁକୁ ଛାଡ଼ି ପାରୁନାହିଁ । ଦୟାକରି ମୋତେ କହି ଦିଅନ୍ତୁ ମୁଁ କ’ଣ କଲେ ସେ ସବୁଛାଡ଼ି ପାରିବି।” ମହାପୁରୁଷ ସାମାନ୍ୟ ଚିନ୍ତାକରି କହିଲେ, “ ତୁମେ ପ୍ରଥମେ ମିଛ କହିବା ଛାଡ଼ିଦିଅ ଏବଂ ଶପଥ କର ସବୁବେଳେ ସତ୍ୟ କହିବ ।”


ଲୋକଟି ଦିବ୍ୟଦୂତଙ୍କ ନିକଟରେ ସବୁବେଳେ ସତ୍ୟ କହିବାକୁ ଶପଥକରି ଘରକୁ ଫେରିଗଲା। ପ୍ରକୃତରେ ସେହି ଲୋକଟିର ୟେରି, ଡକାୟତି, ଜୁଆ, ମଦ୍ୟପାନ ପରି ଅନେକ କୁ ଅଭ୍ୟାସ ଥାଏ। ମାତ୍ର ମହାପୁରୁଷଙ୍କ କଥା ଓ କାମ ତାକୁ ଏତେ ପ୍ରଭାବିତ କରିଥାଏ ଯେ, ସେ ତାକୁ ମାନି ସମାଜରେ ଜଣେ ଭଲ ମଣିଷ ଭାବରେ ବଞ୍ଚିବାକୁ ଇଛା କରୁଥାଏ। ମାତ୍ର ସେହି ପ୍ରବୃରିମାନ ତାକୁ ଏମିତି ଆଚ୍ଛନ୍ନ କରି ପକାଇ ଥାଆନ୍ତି ଯେ, ସେ ତାକୁ ଛାଡ଼ିପାରୁ ନଥାଏ।


ସେ ଦିନ ସଂଧ୍ୟା ସମୟ ଉପସ୍ଥିତ ହେଲା । ସେ ଜଣେ ଅଭାବୀ ମଣିଷ, ଦେଖୁଲା ଘରେ କିଛିନାହିଁ । ଚିନ୍ତାକଲା ଗେରି କରିବାକୁ ଯିବ । ହେଲେ ସବୁଦିନ ପରି ସେ ହଠାତ୍ ଘରୁ ବାହାରି ଯାଇ ପାରିଲା ନାହିଁ । କିଏ ଯେମିତି ତା ପାଦକୁ ପଛରୁ ଟାଣି ଧରୁଛି । ସେ ଚିନ୍ତାକରିବାକୁ ଲାଗିଲା, ମୁଁ ରସୁଲ ଅଲ୍ଲୀଙ୍କ ପାଖରେ ସତ କହିବାକୁ ଶପଥ କରିଛି । ଆଜି ଯଦି ଘେରି କରିବି, କାଲି ତାଙ୍କ ପାଖରେ କ’ଣ ଏହି ସତ୍ୟ ପ୍ରକାଶ କରିପାରିବି ? ଯଦି ସତ କୁହେ ଏଥ‌ିପାଇଁ ମୋତେ ସମସ୍ତେ ଛି ଛାକର କରିବେ । ଏଥିପାଇଁ ଦଣ୍ଡ ମଧ୍ୟ ପାଇବି।” ଏପରି ଭାବି ସେ ସେଦିନ ରାତ୍ରିରେ ଆଉ ଘେରି କରିବାକୁ ଗଲାନାହିଁ । ସତ୍ ଉପାୟରେ କିପରି ଉପାର୍ଜନ କରିବ ସେ କଥା ଚିନ୍ତାକଲା। ତା’ପରଦିନ ତାକୁ ମଦ୍ୟପାନ କରିବାକୁ ଭାରି ଇଚ୍ଛାହେଲା । ଯିବାକୁ ବାହାରିଲା ବେଳକୁ ପୁଣି ତାର ସେଇ ଦଶା, “କ’ଣ କରିବି ? ମଦ ପିଇ କ’ଣ ମୁଁ ରସୁଲ ଅଲ୍ଲୀଙ୍କ ପାଖକୁ ଯାଇ କହି ପାରିବି, ହଁ, ମୁଁପଳ ଦିଅଛି । ସେତ ବାରମ୍ବାର ମନା କରୁଛଟି ଲୋକଙ୍କୁ ମଦ ପିଇବା ପାଇଁ, ନା, ମୁଁ ମିଛ କହିପାରିବିନି। ଏମିତି ଭାବି ଭାବି ସେ ମଦ ପିଇବା ମଧ୍ୟ ଛାଡ଼ିଦେଲା । ଏମିତି ଭାବରେ ସବୁବେଳେ ସତ୍ୟ କହିବା କଥା ଭାବି ଦିନକୁ ଦିନ ତାର ସମସ୍ତ ବଡ଼ ଅଭ୍ୟାସ ଗୋଟି ଗୋଟି କରି ଛାଡ଼ି ଚାଲିଲା ଏବଂ ଶେଷରେ ଭଲ ମଣିଷଟିଏ ହୋଇଗଲା ।


ସତରେ କେତେ ଭଲ ଉପଦେଶଟିଏ ଦେଇଥିଲେ ତାକୁ ଅଲ୍ଲୀଙ୍କ ରସୁଲ। ଆମେ ଯଦି ସମସ୍ତେ ଏପରି ଶପଥ ନେଇ ସବୁବେଳେ ସତ୍ୟକହିବା ତେବେ ଅନେକ ଖରାପ କାମରୁ ଦୂରେଇ ଯାଇପାରିବା। ସତ୍ୟ କହିବା ଦ୍ଵାରା ସମସ୍ତ ଉତ୍ତମ ଅଭ୍ୟାସ ସୃଷ୍ଟିହୁଏ । ଆସ ଆମେ ଶପଥ କରିବା, ସବୁବେଳେ ସତ କହିବ ।



Rate this content
Log in